Study: ନିୟମିତ ଗଙ୍ଗା ଜଳ ବ୍ୟବହାର ଦ୍ୱାରା କରୋନାରୁ ସୁରକ୍ଷିତ ୯୦% ଲୋକ

1 min read

ବାରାଣସୀ: ଜୀବନରେ ଗଙ୍ଗାଜଳର ନିୟମିତ ପ୍ରୟୋଗ କରିବା ଦ୍ୱାରା କରୋନା ଭାଇରସର ପ୍ରଭାବ କମ୍ ହୋଇଯାଏ । ଗଙ୍ଗା ଜଳ ପିଉଥିବା ଓ ସ୍ନାନ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ବହୁତ କମ୍ । ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଆଇଏମ୍ଏସ୍ ଟିମ୍ ଗଙ୍ଗା ନଦୀ କୂଳରେ ରହୁଥିବା ଲୋକଙ୍କ ଉପରେ କରୋନାର ପ୍ରଭାବ ନେଇ ଅଧ୍ୟୟନ କରିଥିଲେ । ଗଭୀର ଅନୁସନ୍ଧାନ ଓ ଗବେଷଣା ପରେ ଟିମ୍ ଏପରି ନିଷ୍କର୍ଷରେ ପହଞ୍ଚିଛି । ନିୟମିତ ଗଙ୍ଗା ଜଳର ବ୍ୟବହାର କରୁଥିବା ଲୋକଙ୍କ ଉପରେ କରୋନାର ମାତ୍ର ୧୦ ପ୍ରତିଶତ ପ୍ରଭାବ ରହୁଛି । ଏହି ଅଧ୍ୟୟନକୁ ଆମେରିକାର ଅନ୍ତର୍ଜାତୀୟ ଜର୍ଣ୍ଣାଲ ଅଫ୍ ମାଇକ୍ରୋବାୟୋଲଜିର ଏକ ସଂଖ୍ୟାରେ ପ୍ରକାଶିତ ହୋଇଛି ।

Study Says 90 Percent People Are Safe From Covid-19 With Regular Use Of Ganga Water

ସୂଚନା ମୁତାବକ, IMS ଟିମ୍ ରବିବାର ପଞ୍ଚଗଙ୍ଗା ଘାଟରେ ୪୯ ଜଣ ଲୋକଙ୍କ ନମୁନା ନେଇଥିଲା । ଏହାପରେ ସମସ୍ତଙ୍କ ପରୀକ୍ଷା କରାଯାଇଥିଲା । ଯେଉଁଥିରୁ ୪୮ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏହୂ ପୂର୍ବରୁ ବୁଧବାର ଦିନ ବଦୈନି, ତୁଳସୀଘାଟ, ହରିଶ୍ଚନ୍ଦ୍ରଘାଟ ଓ ଚେତସିଂହ ଘାଟରେ ୫୪ ଜଣ ଲୋକଙ୍କ ନମୁନା ନିଆଯାଇଥିଲା । ସେତେବେଳେ ସମସ୍ତଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିଥିଲା ।

୯୦% ଲୋକଙ୍କ ଉପରେ କରୋନାର ପ୍ରଭାବ ନାହିଁ

Study Says 90 Percent People Are Safe From Covid-19 With Regular Use Of Ganga Water

ଅଧ୍ୟୟନରୁ ଜଣାପଡ଼ିଛି- ନିୟମିତ ଗଙ୍ଗାରେ ସ୍ନାନ ଓ କୌଣସି ପ୍ରକାରେ ଗଙ୍ଗାଜଳ ସେବନ କରୁଥିବା ୯୦ ପ୍ରତିଶତ ଲୋକଙ୍କ ଉପରେ କରୋନା ସଂକ୍ରମଣର ପ୍ରଭାବ ନାହିଁ । ଏଥିପାଇଁ ଲୋକଙ୍କ ନମୁନା ନିଆଯାଇଥିଲା । ଭିଏଚୟୁର ନ୍ୟୁରୋଲଜ ବିଭାଗ ମୁଖ୍ୟ ଡକ୍ଟର ରାମେଶ୍ୱର ଚୌରସିୟା, ନ୍ୟୁରୋଲଜିଷ୍ଟ ପ୍ରଫେସର ବିଏନ୍ ମିଶ୍ରାଙ୍କ ନେତୃତ୍ୱରେ କାମ କରୁଥିବା ଟିମ୍ ଗବେଷଣା ପରେ ଦାବି କରିଛନ୍ତି ଗଙ୍ଗାଜଳରେ ଗାଧୋଉଥିବା ୯୦ ପ୍ରତିଶତ ଲୋକ କରୋନା ଭାଇରସ ଠାରୁ ସୁରକ୍ଷିତ । ଏଥିସହ ଗଙ୍ଗା କୂଳରେ ବାସ କରୁଥିବା ଲୋକ ଅନ୍ୟ ସହର ତୁଳନାରେ ୫୦ ପ୍ରତିଶତ କମ୍ ସଂକ୍ରମିତ । ସଂକ୍ରମିତ ଲୋକ ଅନ୍ୟ ଅପେକ୍ଷା ଶୀଘ୍ର ସୁସ୍ଥ ବି ହୋଇ ଯାଉଛନ୍ତି ।

୧୦୦ ସ୍ଥାନରେ ନମୁନା ସଂଗ୍ରହ

ରିପୋର୍ଟ ମୁତାବକ. ପ୍ରଫେସର ବିଏନ ମିଶ୍ରଙ୍କ ଅନୁଯାୟୀ ଅଧ୍ୟୟନ ପାଇଁ ଗୋମୁଖଠାରୁ ଗଙ୍ଗା ସାଗର ଯାଏଁ ୧୦୦ଟି ସ୍ଥାନରେ ନମୁନା ସଂଗ୍ରହ କରାଯାଇଥିଲା । କରୋନା ଆକ୍ରାନ୍ତଙ୍କ ଫେଜ ଥେରାପି ପାଇଁ ନୋଜାଲ ସ୍ପ୍ରେ(ନାକ ଡ୍ରପ) ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହାର ସମ୍ପୂର୍ଣ୍ଣ ବିବରଣୀ ଆଇଏମଏସ ଇଥିକଲ କମିଟିଙ୍କୁ ପଠାଯାଇଛି । ୧୨ ସଦସ୍ୟ ଇଥିକଲ କମିଟିର ସହମତି ପରେ ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ । ସହମତି ପରେ ୨୫୦ ଲୋକଙ୍କ ଉପରେ ପରୀକ୍ଷଣ କରାଯିବ । ଚିହ୍ନଟ କରାଯାଇଥିବା ଲୋକଙ୍କ ନାକରେ ଗଙ୍ଗନାନୀରୁ ଅଣାଯାଇଥିବା ଗଙ୍ଗାଜଳ ଓ ପ୍ଲେନ୍ ଡିଷ୍ଟିଲ୍ ୱାଟର ଦିଆଯିବ । ଏହାପରେ ଫଳାଫଳକୁ ଦେଖିଲା ପରେ ICMRକୁ ରିପୋର୍ଟ ଦିଆଯିବ ।

Leave a Reply