spot_img
Home Blog Page 6450

ବିଜେପି ପାଇଁ ଲାଭ ଆଣିଲେ ଓୱେସି; ସୀମାଞ୍ଚଳ ବିହାରରେ ଭଲ ପ୍ରଦର୍ଶନ କରୁଛି ବିଜେପି…

ପାଟଣା: ବିହାରର ସିମାଞ୍ଚଳରେ ମହାଗଠବନ୍ଧନ ପ୍ରାର୍ଥୀମାନେ ବହୁତ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଥିଲା । ହେଲେ ପ୍ରାଥମିକ ପର୍ଯ୍ୟାୟରେ ଆସିଥିବା ଭୋଟ ସଂଖ୍ୟା ସେଭଳି କିଛି ଦର୍ଶାଉ ନାହିଁ । ମୁସଲିମ୍, ଯାଦବ, ବ୍ରାହ୍ଣଣଙ୍କ ଜନସଂଖ୍ୟା ଏହି ଅଞ୍ଚଳରେ ଅଧିକ । ତେଣୁ ତଥାକଥିତ ଉଚ୍ଚ ଜାତି ଭୋଟ୍ ବିଜେପିକୁ ଓ ମୁସଲିମ ଓ ଯାଦବ ଭୋଟ୍ ମହାମେଣ୍ଟ ସପକ୍ଷରେ ଯିବ ବୋଲି ଚର୍ଚ୍ଚା ହେଉଥିଲା ।

ଦେଖାଯାଉଛି ଯେ ତଥାକଥିତ ଉଚ୍ଚ ଜାତି ଭୋଟ୍ ବିଜେପି ସପକ୍ଷରେ ଯାଇଥିବା ବେଳେ ମୁସଲିମ୍ ଓ ଯାଦବ ଭୋଟ୍ ଜେଡିୟୁ ଓ ମହାଗଠବନ୍ଧନ ଭିତରେ ବାଣ୍ଡି ହୋଇଯାଇଛି । ୨୦୧୫ରେ ମହାମେଣ୍ଡକୁ ମିଳିଥିବା ସଫଳତାର ପୁନରାବୃତ୍ତିର ଆଶା କ୍ଷୀଣ । ଏହାର ଏକ ପ୍ରମୁଖ କାରଣ ହେଉଛି ଅସଦୁଦ୍ଦିନ ଓୱେସି । ସୀମାଞ୍ଚଳରେ କିଛି ଏଭଳି ନିର୍ବାଚନୀ କ୍ଷେତ୍ର ରହିଛି, ଯେଉଁଠାରେ ମୁସଲିମ ଭୋଟ ପ୍ରତିଶତ ୬୦ରୁ ୭୦ ।

ସେଠାରେ ଓୱେସିଙ୍କ ସପକ୍ଷରେ ପଡ଼ିଥିବା ଭୋଟ୍ ମହାଗଠବନ୍ଧନ ପାଇଁ କାଳ ହୋଇଛି । ମୁସଲିମ ଭୋଟ୍ ଦୁଇ ଫାଳ ହୋଇ ଓୱେସି ଓ ମହାଗଠବନ୍ଧନ ସପକ୍ଷରେ ଯିବା ପରେ ସ୍ୱତପ୍ରୋତ ଭାବେ ଏହାର ଲାଭ ବିଜେପିକୁ ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଓୱେସି କ୍ରମାଗତ ଭାବେ ମୁସଲିମମାନଙ୍କ ସ୍ୱାର୍ଥ ପାଇଁ ଲଢୁଥିବା ନେତା । ତେଣୁ ତାଙ୍କୁ ବିହାର ସୀମାଞ୍ଚଳର ମୁସଲମାନ ଲୋକେ ବହୁଳ ସଂଖ୍ୟାରେ ଭୋଟ୍ ଦେଇଥିବା ଅନୁମାନ କରାଯାଉଛି ।

Bihar Election: ଟ୍ରେଣ୍ଡରେ NDAକୁ ଆଗୁଆ ଦେଖି ଏମିତି କଲେ ଲାଲୁ

ରାଞ୍ଚି: ପ୍ରଥମଥର ଲାଗି ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ବିହାର ଭୋଟ୍ ଦେଇଛି, ମତଗଣନା ଚାଲିଛି । ଗୋ-ଖାଦ୍ୟ ଦୁର୍ନୀତିରେ ସଜ୍ଜା କାଟୁଥିବା ଲାଲୁ ମେଡିକାଲରେ ବସି ନିର୍ବାଚନର ଖବର ଟିଭିରେ ଦେଖୁଛନ୍ତି । ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ ଟିଭିରେ ବିଜେପି ନେତୃତ୍ୱାଧୀନ NDA ଟ୍ରେଣ୍ଡରେ ଆଗୁଆ ରହିବା ଦେଖି ଟିଭି ବନ୍ଦ କରି ଦେଇଥିଲେ ।

Lalu Prasad Switches Off TV After Seeing NDA’s Lead Goes Out To Soak Up The Sun

ଖବର ଅନୁସାରେ, ରିମ୍ସ ମେଡିକାଲର କେଲି ବଙ୍ଗଳା ଲନରେ ଲାଲୁଙ୍କୁ ଦେଖିବାକୁ ମିଳିଛି । ସକାଳେ ଲାଲୁ ଟ୍ରେଣ୍ଡ ଜାଣିବା ଲାଗି ଟିଭି ଲଗାଇଥିଲେ । ପ୍ରାରମ୍ଭିକ ଟ୍ରେଣ୍ଡରେ ମହାମେଣ୍ଟ (MGB) ଭଲ୍ କରିଥିଲା ଯାହାକୁ ଦେଖି ଲାଲୁ ଖୁସି ଥିଲେ । ଯେତେବେଳେ ଟ୍ରେଣ୍ଡରେ ଏନଡିଏ ଆଗୁଆ ହେଲା ତ ଲାଲୁଙ୍କ ହୋସ୍ ଉଡ଼ିବା ଭଳି ଅବସ୍ଥା ହେଲା । ସେ ତୁରନ୍ତ ଟିଭି ରିମୋଟ୍ ଅଫ କରି ରୁମରୁ ବାହାରି ଯାଇଥିଲେ ।

Lalu Prasad Switches Off TV After Seeing NDA’s Lead Goes Out To Soak Up The Sun

ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ବାପାଙ୍କ ଅନୁପପସ୍ଥିତିରେ ଆରଜେଡିର ମଙ୍ଗ ସମ୍ଭାଳି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ନିର୍ବାଚନ ଲଢ଼ୁଛନ୍ତି । ତାଜା ଟ୍ରେଣ୍ଡ ଅନୁସାରେ ଏନଡିଏ ୧୨୩ଟି ଆସନରେ ଆଗୁଆ ଥିବାବେଳେ ଆରଜେଡି (ମହାମେଣ୍ଟ) ୧୧୧ଟିରେ ଆଗୁଆ ରହିଛି । ପୂର୍ବରୁ ୪ଟି ଆସନରେ ଆଗୁଆ ଥିବା ଏଲଜେପି ଏବେ କୌଣସି ଆସନରେ ଆଗୁଆ ନାହିଁ । ୯ଟି ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ଆଗୁଆ ରହିଛନ୍ତି ।

୨ଟି ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ, ଆଉ କେଇ ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ ଚିତ୍ର

ବାଲେଶ୍ୱର, ତିର୍ତ୍ତୋଲ : ବାଲେଶ୍ୱର ଉପନିର୍ବାଚନରେ ୧୬ ରାଉଣ୍ଡ ଗଣତି ଶେଷ ହୋଇଛି । ୧୬ ରାଉଣ୍ଡ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ 3713, ଭାଜପା ପ୍ରାର୍ଥୀ ମାନସ ଦତ୍ତ ୫୦,୨୦୧ ଖଣ୍ଡ ଏବଂ ବିଜେଡି ପ୍ରାର୍ଥୀ ସ୍ୱରୂପ ଦା, ୫୬,୩୦୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ସ୍ୱାଧୀନ ଭାବେ ଲଢୁଥିବା ବେଣୁଧର ବାରିକ -୫୮୪ ଖଣ୍ଡ ଏବଂ ନୋଟା ୪୦୭ ଖଣ୍ଡ ଭୋଟ ପାଇଛି । ସେହିପରି ତିର୍ତ୍ତୋଲରେ ୧୫ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୫୦,୫୦୩ ଖଣ୍ଡ ଭୋଟ, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା ୨୭୪୬୦ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ହିଂମାଶୁ ମଲ୍ଲିକ ୧୩,୩୪୪ ଖଣ୍ଡ ଭୋଟ୍ ପାଇଛନ୍ତି । ଏବେ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ୨୩,୦୪୩ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

bihar women voter

ଉଲ୍ଲେଖଯୋଗ୍ୟ, କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

EVMକୁ ନେଇ କଂଗ୍ରେସରେ ଦ୍ୱନ୍ଦ୍ୱ ! କାର୍ତ୍ତି କହିଲେ- ‘ଅଛି ଭରସା’, ଉଦିତ୍- ‘ନାହିଁ’

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ EVM ଉପରେ ପୁଣି ଆଲୋଚନା । କଂଗ୍ରେସ ନେତା ଉଦିତ୍ ରାଜ ଟ୍ରେଣ୍ଡରେ ମହାମେଣ୍ଟ ପଛରେ ପଡ଼ିବାକୁ ନେଇ ଇଭିଏମକୁ ବିବାଦ ଘେରକୁ ଟାଣିଛନ୍ତି । ଅନ୍ୟପଟେ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ ଇଭିଏମକୁ ବଞ୍ଚାଇବା ଲାଗି ଉଦ୍ୟମ କରିଛନ୍ତି ।

କାର୍ତ୍ତି ଇଭିଏମ୍ ସପକ୍ଷରେ ଟ୍ୱିଟ୍ କରିଛନ୍ତି- ନିର୍ବାଚନ ଫଳ କିଛି ବି ହେଉ । କିନ୍ତୁ, ଏବେ ଇଭିଏମକୁ ଦୋଷ ଦେବା ବନ୍ଦ କରିବା ଉଚିତ୍ । ମୋ ହିସାବରେ ଇଭିଏମ୍ ବ୍ୟବସ୍ଥା ମଜଭୁତ, ସଠିକ୍ ଓ ଭରସାଯୋଗ୍ୟ ଅଟେ ।

Congress Leader Karti Chidambaram Defend Evm Stop Blaming The Evm System Is Robust Accurate

ଏହା ପୂର୍ବରୁ କଂଗ୍ରେସ ନେତା ଉଦିତ୍ ରାଜ ଇଭିଏମ୍ ହ୍ୟାକିଂ ହୋଇଥିବା ନେଇ ଆଶଙ୍କା ପ୍ରକାଶ କରିଥିଲେ । ଏହାକୁ ନେଇ ସେ ଆମେରିକା ନିର୍ବାଚନର ଉଦାହରଣ ରଖିଥିଲେ । ତେବେ, କଂଗ୍ରେସ ପ୍ରବକ୍ତା ରାଗିଣୀ ନାୟକ କହିଥିଲେ- ଆମେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇ ନାହିଁ । କାହାର ବ୍ୟକ୍ତିଗତ ମନ୍ତବ୍ୟକୁ ଦଳର ମତ ଭାବେ ନିଅନ୍ତୁ ନାହିଁ, ଅଣଦେଖା କରନ୍ତୁ । ସେ କହିଛନ୍ତି- ଆମେ ନିର୍ବାଚନ ଜିତିବୁ ଓ ଇଭିଏମ୍ ଉପରେ କୌଣସି ପ୍ରଶ୍ନ ଉଠାଉ ନାହୁଁ ।

Congress Leader Karti Chidambaram Defend Evm Stop Blaming The Evm System Is Robust Accurate

ସୂଚନାଯୋଗ୍ୟ- ବିହାର ନିର୍ବାଚନୀ ସଭାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିଲେ । ରାହୁଲ ଇଭିଏମକୁ ଏମବିଏମ ଅର୍ଥାତ୍ ମୋଦି ଭୋଟିଂ ମେସିନ୍ କହିଥିଲେ । ବିହାରର ୨୪୩ ବିଧାନସଭା ଆସନ ଲାଗି ହୋଇଥିବା ଭୋଟର ଗଣତି ଚାଲିଛି । ଟ୍ରେଣ୍ଡ ଅନୁସାରେ ବିହାରରେ ଏନଡିଏ ସରକାର ଗଠନ କରିବାକୁ ଯାଉଥିବା ଲାଗୁଛି ।

ବିଜେପିର ସଂଖ୍ୟାବଳ ଅଧିକ ହେଲେ, ଏନଡିଏ ସରକାରରେ ମୁଖ୍ୟମନ୍ତ୍ରୀ ପଦ ଆମର: ବିଜେପି ନେତା ଅଜିତ୍ ଚୌଧୁରୀ

ପାଟଣା: ଏଯାବତ୍ ବିହାର ସାଧାରଣ ନିର୍ବାଚନରେ ୩୦ ପ୍ରତିଶତ ଭୋଟ ଗଣତି ହୋଇଛି । ବର୍ତ୍ତମାନ ସୁଦ୍ଧା ୨୪୩ ଆସନ ମଧ୍ୟରେ ଭାରତୀୟ ଜନତା ପାର୍ଟି ସବୁଠାରୁ ଅଧିକ ୭୬ଟି ଆସନରେ ଆଗରେ ରହିଛି । ୨ୟ ସ୍ଥାନରେ ଆରଜେଡି ଓ ୩ୟ ସ୍ଥାନରେ ଜେଡିୟୁ ରହିଛି  । ବିଜେପି ସର୍ବବୃହତ ଦଳ ଭାବେ ଉଭା ହେବାର ସମ୍ଭାବନା କ୍ରମଶଃ ବଢିବାରେ ଲାଗିଛି । ତେବେ ଏଭଳି ସ୍ଥିତି ଅନ୍ୟ ଏକ ସମୀକରଣକୁ ମଧ୍ୟ ସାଙ୍ଗରେ ନେଇ ଆସିଛି ।

ବିହାର ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ମୁଖ୍ୟ ଅଜିତ୍ ଚୌଧୁରୀ ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏନଡିଏ ଗଠବନ୍ଧନରେ ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବେ ପ୍ରମାଣିତ ହେବାକୁ ଯାଉଛି । ଏପରିକି ରାଜ୍ୟରେ ମଧ୍ୟ ବିଜେପି ସର୍ବବୃହତ ଦଳ ଭାବେ ଉଭା ହେବ । ତେଣୁ ସରକାର ଗଠନ ବେଳେ କାହାରିକୁ ବାଟ ଛଡାଯିବ ନାହିଁ । ସଂଖ୍ୟା ବଳରେ ଅଧିକ ଥିବା ଭାରତୀୟ ଜନତା ପାର୍ଟି ହିଁ ମୁଖ୍ୟମନ୍ତ୍ରୀ କୋଟା ପୂରଣ କରିବ । ନୀତିଶ ଏନଡିଏରେ ସାମିଲ ରହିବେ ଓ ନିଜ ଭାଗର ଦାବି ନେବେ । ହେଲେ ସଂଖ୍ୟା ବିଜେପି ପାଖେ ଥିବା ହେତୁ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ବିଜେପି ପାଖରେ ରହିବ ।

ଯଦି ବାସ୍ତବରେ ଭାରତୀୟ ଜନତା ପାର୍ଟି ସର୍ବବୃହତ ଦଳ ହେବାରେ ସଫଳ ହୁଏ ତେବେ ରାଜନୀତିକ ସମୀକରଣ ଅନେକ ମାତ୍ରାରେ ପରିବର୍ତ୍ତନ ହୋଇପାରେ । ବିଜେପି, ନୀତିଶଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡିବ କି ନାହିଁ ତାହା ମଧ୍ୟ ଏକ ବଡ ପ୍ରଶ୍ନ । ସେହିଭଳି ଓଲଟା ସ୍ଥିତିରେ ନୀତିଶ ବୁଝାମଣାକୁ ଆସି ମୁଖ୍ୟମନ୍ତ୍ରୀ ପଦର ଦାବି ଛାଡିବା ମଧ୍ୟ ସମ୍ଭବପର ହୋଇପାରେ । ଫଳାଫଳ ଘୋଷଣା ପରେ   ଏହି ସବୁ ସମୀକରଣ ଧୀରେ ଧୀରେ ସ୍ପଷ୍ଟ ହେବ ।

ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ମାମଲା : ଶୁଣାଣି ଶେଷ, ରାୟ ସଂରକ୍ଷିତ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲା ସାରୁଅ ଜମି କେଳେଙ୍କାରୀ ପ୍ରସଙ୍ଗରେ କୋର୍ଟରେ ମଙ୍ଗଳବାର ଶୁଣାଣି ହୋଇଛି । କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଓଡ଼ିଶୋ ପୋଲିସ ହେପାଜତରେ ଥିବା ମନୋରଞ୍ଜନ ଷଡ଼ଙ୍ଗୀ ଓ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କର ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । ଏଥି ସହିତ ଭୁବନେଶ୍ୱର ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ଦେଇଥିବା ରାୟ ସଂରକ୍ଷିତ ରଖାଯାଇଛି । ଏହି ରାୟ ଆସନ୍ତା କାଲି ଅର୍ଥାତ ବୁଧବାର ପ୍ରକାଶ ପାଇବ ।

Illegal Boundary Constructed By OTV In Sarua Demolished By Khordha Dist Administration

ଏଠାରେ ଉଲ୍ଲେଖଯୋଗ୍ୟ, ୭ଜଣ ଜମିହରାଙ୍କ ପକ୍ଷରୁ ଲଢୁଥିବା ଓକିଲ ସିଦ୍ଧାର୍ଥ ଦାସଙ୍କ ସୂଚନାନୁଯାୟୀ ମନୋରଞ୍ଜନ ଓ ଶିବପ୍ରସାଦଙ୍କ ସଂପୃକ୍ତି ଥିବାରୁ ଜାମିନକୁ ବିରୋଧ କରାଯାଇଥିଲା । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ତଥା ଅନୁସୂଚିତ ଜାତି(ଏସସି)ବର୍ଗର ବ୍ୟକ୍ତିବିଶେଷଙ୍କ ସହ ସଂପୃକ୍ତ ଥିବାରୁ ଜାମିନ ନ ଦେବାକୁ କୋର୍ଟରେ ଆବେଦନ କରାଯାଇଥିଲା । ଗତକାଲି ସାରୁଅ ଅଞ୍ଚଳର ନୋଟିସ ହୋଇଥିବା ୨୨ ଜମି ବିକ୍ରେତା ମଧ୍ୟରୁ ବଳକା ୭ ଜଣ ମଧ୍ୟ କୋର୍ଟ ନିକଟରେ ନିଜର ପକ୍ଷ ରଖିଲେ ।

ନିଲାମ ହେଲା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ୬ ସମ୍ପତ୍ତି

ନୂଆଦିଲ୍ଲୀ: ମୁମ୍ବାଇରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ସମ୍ପତ୍ତି ଶେଷରେ ନିଲାମ ହୋଇଛି । ଦିଲ୍ଲୀର ଦୁଇ ଜଣ ଓକିଲ ଦାଉଦର ୬ ସମ୍ପତ୍ତିକୁ ନିଲାମରେ କିଣି ନେଇଛନ୍ତି । ଏଥିରୁ ସରକାର ୨୨ ଲକ୍ଷ ୭୯ ହଜାର ୬୦୦ ଟଙ୍କା ପାଇବେ । ଆଇନଜୀବୀ ଶ୍ରୀବାସ୍ତବଙ୍କୁ ଦାଉଦର ୨ଟି ସମ୍ପତ୍ତି ଓ ଆଇନଜୀବୀ ଭୁପେନ୍ଦ୍ର ଭରଦ୍ୱାଜଙ୍କୁ ଦାଉଦର ୪ଟି ସମ୍ପତ୍ତି ମିଳିଛି ।

Mumbai Dawood Ibrahim Property Auction Delhi Two Lawyers

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ବିଶ୍ୱସ୍ତ ଇକବାର ମିର୍ଚ୍ଚିଙ୍କ ସମ୍ପତ୍ତି ଚଳିତଥର ନିଲାମରେ ବିକ୍ରି ହୋଇ ପାରିନାହିଁ । ତାଙ୍କର ସମ୍ପତ୍ତି ଜୁହୁରେ ରହିଛି । ନିଲାମ ଅଂଶଗ୍ରହଣକାରୀଙ୍କ ଅନୁଯାୟୀ ସମ୍ପତ୍ତିର ମୂଲ୍ୟ ବହୁତ ଅଧିକ ଦିଯାଇଛି । ସେଥିପାଇଁ ସେମାନେ ନିଲାମ ଡାକିବାରୁ ଦୂରେଇ ରହିଲେ ।

ଯେତେବେଳେ କି ଦାଉଦ୍ ଇବ୍ରାହିମର ପୈତୃକ ଘର ପ୍ରାୟ ୧୧ ଲକ୍ଷ ୨ ହଜାର ଟଙ୍କାରେ ବିକ୍ରି ହୋଇଛି । ଯାହାକୁ ଦିଲ୍ଲୀର ଦୁଇ ଓକିଲ କିଣିଛନ୍ତି । ଆଇନଜୀବୀ ଭୁପେନ୍ଦ୍ର ଭରଦ୍ୱାଜ ୪, ୫, ୭ ଓ ୮ ନମ୍ବର ସମ୍ପତ୍ତି କିଣିଛନ୍ତି । ଅଜୟ ଶ୍ରୀବାସ୍ତବ ୬ ଓ ୯ ନମ୍ବର ସମ୍ପତ୍ତି କିଣିଛନ୍ତି । ଦାଉଦର ୧୦ ନମ୍ବର ସମ୍ପତ୍ତିକୁ ଫେରାଇ ନିଆଯାଇଛି । ଏଥିରେ କିଛି ବୈଷୟିକ ସମସ୍ୟା ଥିଲା । ଏହି ସମ୍ପତ୍ତିର ସୀମାକୁ ନେଇ କିଛି ବିବାଦ ଥିବା କୁହାଯାଉଛି ।

ବାଲେଶ୍ୱର ଉପନିର୍ବାଚନ :୧୪ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୬୪୭୬ ଖଣ୍ଡ ଭୋଟରେ ଆଗୁଆ

ବାଲେଶ୍ୱର : ବାଲେଶ୍ୱରରେ ସରିଲା ୧୩ ରାଉଣ୍ଡ ଭୋଟ ଗଣତି । ମୋଟ ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ବାଲେଶ୍ୱରରେ ୧୪ ରାଉଣ୍ଡ ଭୋଟ ଗଣତି ସରିଛି । ୧୪ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବାଲେଶ୍ୱର ଆସନରେ ବିଜେଡି ସ୍ୱରୂପ ଦାସ ୫୧,୦୯୩ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡ ୩୩୩୭, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୪୪,୬୧୭ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବେଣୁ ବାରିକଙ୍କୁ – 466 ଏବଂ ନୋଟାକୁ ଏଯାବତ୍ 342 ଖଣ୍ଡ ଭୋଟ ମିଳିଛି ।

ଉଲ୍ଲେଖଯୋଗ୍ୟ, କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

ବାଲେଶ୍ୱର ଉପନିର୍ବାଚନ :୧୩ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୫୯୪୮ ଖଣ୍ଡ ଭୋଟରେ ଆଗୁଆ

ବାଲେଶ୍ୱର : ବାଲେଶ୍ୱରରେ ସରିଲା ୧୩ ରାଉଣ୍ଡ ଭୋଟ ଗଣତି । ମୋଟ ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ବାଲେଶ୍ୱରରେ ୧୨ ରାଉଣ୍ଡ ଭୋଟ ଗଣତି ସରିଛି । ୧୩ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବାଲେଶ୍ୱର ଆସନରେ ବିଜେଡି ସ୍ୱରୂପ ଦାସ ୪୭,୯୯୧, କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡ ୩୨୦୧, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୪୨,୦୪୩ ଭୋଟ ପାଇଛନ୍ତି । ସେହିପରି ବେଣୁ ବାରିକଙ୍କୁ ୪୨୦ ଏବଂ ନୋଟାକୁ ଏଯାବତ୍ ୩୨୪ ଖଣ୍ଡ ଭୋଟ ମିଳିଛି ।

ଉଲ୍ଲେଖଯୋଗ୍ୟ, କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

 

 

ତିନି ବର୍ଷରେ ତୃତୀୟ ଥର ପାଇଁ ଗିରଫ ହେଲେ ଡି’ ବ୍ରଦର୍ସ ସହଯୋଗୀ ରଞ୍ଜିତା ବିଶ୍ୱାଳ

କଟକ: ଡି’ ବ୍ରଦର୍ସ ସହଯୋଗୀ ରଞ୍ଜିତା ବିଶ୍ୱାଳ ଗିରଫ । ଦାଦାବଟି ମାଗିବା ଅଭିଯୋଗରେ ସିଏମସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଗିରଫ ହୋଇଛନ୍ତି । ଆଜି ପୂର୍ବତନ କର୍ପୋରେଟର ରଞ୍ଜିତାଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି । ରଞ୍ଜିତାଙ୍କ ସମେତ ୨ ଜଣ ସହଯୋଗୀ ଗିରଫ ହୋଇଥିବା ଜଣାପଡ଼ିଛି । ଜଣେ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ଟଙ୍କା ରଞ୍ଜିତା ଦାଦାବଟି ମାଗିବା ନେଇ ମର୍କତ୍ତ ନଗର ଫେଜ୍-୨ ଥାନାରେ ଅଭିଯୋଗ ହୋଇଥିଲା ।

D Brothers Associated Former CMC Corporator Ranjita Biswal Arrested Again

ଏହା ପୂର୍ବରୁ ରଞ୍ଜିତା ବିଶ୍ୱାଳ ୨୦୧୯ ଏପ୍ରିଲ୍ ୧୦ରେ ଗିରଫ ହୋଇଥିଲେ । ଡି’ ବ୍ରଦର୍ସ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ସହ ଲିଙ୍କ ଅଭିଯୋଗରେ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଗିରଫ କରିଥିଲା । ତାଙ୍କ ଘରେ ସର୍ଚ୍ଚ ବେଳେ ସ୍ୱତନ୍ତ୍ର ସ୍କ୍ୱାଡ୍ ୨ଟି ବନ୍ଧୁକ ଜବତ କରିଥିଲା । ଡି’ ବ୍ରଦର୍ସଙ୍କ ଜଣେ ସହଯୋଗୀଙ୍କୁ ଜେରା ବେଳେ ସେ ରଞ୍ଜିତାଙ୍କ ନାଁ ନେଇଥିଲେ । ସେହି ଆଧାରରେ ପୋଲିସ ରଞ୍ଜିତାଙ୍କ ଘରେ ରେଡ୍ କରି ୨ଟି ବନ୍ଧୁକ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା ।

ତା’ ପୂର୍ବରୁ ୨୦୧୮ ମାର୍ଚ୍ଚରେ ବେଆଇନ୍ ଅସ୍ତ୍ରଶସ୍ତ୍ର ଯୋଗାଣ ଅଭିଯୋଗରେ କମିଶନରେଟ୍ ପୋଲିସ ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରିଥିଲା । ଅଭିଯୋଗ ହୋଇଥିଲା ରଞ୍ଜିତା ଡି’ ବ୍ରଦର୍ସଙ୍କ ସହଯୋଗୀ ଜଣେ କଣ୍ଟ୍ରାକ୍ଟ କିଲରଙ୍କୁ ବେଆଇନ୍ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଛନ୍ତି । ପରେ ୨୦୧୮ ଜୁଲାଇରେ ଓଡ଼ିଶା ହାଇକୋର୍ଟ ରଞ୍ଜିତା ବିଶ୍ୱାଳଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ ।