spot_img
Home Blog Page 6450

ଅମିତାଭ ବଚ୍ଚନଙ୍କ ‘ଝୁଣ୍ଡ୍’ ଉପରେ ପ୍ରତିବନ୍ଧକ ଲଗାଇଲା ତେଲେଙ୍ଗାନା ହାଇକୋର୍ଟ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଅପକମିଂ ଫିଲ୍ମ ଝୁଣ୍ଡର ରିଲିଜ ଉପରେ ରୋକ ଲଗାଇଛି ତେଲେଙ୍ଗାନା ହାଇକୋର୍ଟ । କୋର୍ଟର ଆଦେଶ ପରେ ଏହି ଫିଲ୍ମକୁ ଦେଶ ବିଦେଶ କିମ୍ବା କୌଣସି ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରାଯାଇ ପାରିବ ନାହିଁ । ଏହି ପୂରା ମାମଲା ପଛରେ ରହିଛି କପି ରାଇଟରୁ ନେଇ ବିବାଦ ।

ହାଇଦ୍ରାବାଦ ସ୍ଥିତ ଫିଲ୍ମ ନିର୍ମାତା ନନ୍ଦି ଚିନ୍ନି କୁମାର ଏହି ଫିଲ୍ମର ଏକ୍ସକ୍ଲୁସିଭ ରାଇଟସ ରଖିଥିବା କଥା କହିଥିଲେ । ତେବେ ନନ୍ଦି କୁମାରଙ୍କ ପିଟିସନ ଉପରେ ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।

ନନ୍ଦି ଚିନ୍ନିଙ୍କ କହିବା ଅନୁସାରେ ସେ କେବଳ ଡକ୍ୟୁମେଣ୍ଟରୀ ପାଇଁ ଅଖିଳେଶ ପଲଙ୍କୁ ରାଇଟସ ବିକ୍ରି କରିଥିଲେ । କିନ୍ତୁ ଏବେ ଏହାକୁ ନେଇ ପୂରା ଫିଲ୍ମ ନିର୍ମାଣ ହୋଇ ସାରିଛି । ତେବେ ଫିଲ୍ମର ନିର୍ମାତା ତାଙ୍କୁ ଫୋନ କରି ଜଣାଇଥିଲେ କି ସେ ଅଖିଳେଶଙ୍କ ଠାରୁ ଏହାର ରାଇଟସ କିଣିଛନ୍ତି । କିନ୍ତୁ କୌଣସି ଲିଖିତ କାଗଜ ସେ ଦେଖାଇ ନାହାଁନ୍ତି । ସୂଚନାଯୋଗ୍ୟ  ଫିଲ୍ମରେ ଅମିତାଭ ବଚ୍ଚନ ବିଜୟ ବର୍ସେଙ୍କ ଚରିତ୍ରରେ ନଜର ଆସିବେ, ଯିଏ ବସ୍ତି ପିଲାଙ୍କୁ ଫୁଟବଲ ଶିଖାଇ ସେମାନଙ୍କୁ ଅପରାଧ ଦୁନିଆରୁ ଦୁରେଇ ରଖିବାକୁ ଉଦ୍ୟମ କରିଥିଲେ ।

ଫିଲ୍ମରେ ଅମିତାଭଙ୍କ ବ୍ୟତୀତ ସୈରାଟ ଫିଲ୍ମର ସୁପରହିଟ ଯୋଡ଼ି ରିଙ୍କୁ ରାଜଗୁରୁ ଏବଂ ଆକାଶ ଠୋସର ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ନାଗରାଜ ମଞ୍ଜୁଲେ । ଫିଲ୍ମର ନିର୍ମାତା ହେଉଛନ୍ତି ଭୂଷଣ କୁମାର,କୃଷ୍ଣ କୁମାର, ରାଜ୍ ହୀରେମଥ,ସବିତା ରାଜ୍ ଏବଂ ନିର୍ଦ୍ଦେଶକ ନାଗରାଜ୍ । ଲକଡାଉନ ପୂର୍ବରୁ ଏହି ଫିଲ୍ମ ୮ ମଇକୁ ରିଲିଜ ହେବାର ଥିଲା, କିନ୍ତୁ ଏହା ଉପରେ ରୋକ ଲାଗି ଯାଇଥିଲା ।

ମାନୁନି ନେପାଳ, ଭାରତର ଏହି ଅଞ୍ଚଳରେ ଜନଗଣନା କରିବାକୁ ହେଉଛି ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବା ପରେ ବି କାର୍ଯ୍ୟକଳାପରୁ ହଟୁନି ନେପାଳ । ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପିୟାଧୁରା ଆଦି ଭାରତୀୟ କ୍ଷେତ୍ରକୁ ନିଜ ନକ୍ସାରେ ଦେଖାଇବା ପରେ ଏବେ ନେପାଳ ସରକାର ସେଠାରେ ଜନଗଣନା କରିବାକୁ ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି ।

India Nepal Tension Border Dispute Census In Kalapni Lipulekh Oli Govt

କେପି ଶର୍ମା ଓଲିଙ୍କ ନେତୃତ୍ୱରେ ଥିବା ଓଲି ସରକାର ଆସନ୍ତା ବର୍ଷ ମେ ୨୮ ତାରିଖରୁ ୧୨ତମ ଜନଗଣନା ଆରମ୍ଭ ଆରମ୍ଭ କରିବାକୁ ଯାଉଛନ୍ତି । ଭାରତର ଏହି ଅଞ୍ଚଳରେ ମଧ୍ୟ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ନେପାଳ ।

India Nepal Tension Border Dispute Census In Kalapni Lipulekh Oli Govt

ନେପାଳର ସ୍ଥାନୀୟ ସମ୍ବାଦପତ୍ର କାଠମାଣ୍ଡୁ ପୋଷ୍ଟ ଅନୁସାରେ, ଏଥିପାଇଁ ଓଲି ସରକାର ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହି ବିବାଦୀୟ ଅଞ୍ଚଳରେ ନେପାଳ ଜନଗଣନା ସହ ଗୃହ ମଧ୍ୟ ଗଣନା କରିବ ।

India Nepal Tension Border Dispute Census In Kalapni Lipulekh Oli Govt

ସୂଚନାଯୋଗ୍ୟ ଯେ, ନେପାଳ-ଭାରତ ସମ୍ପର୍କରେ ତିକ୍ତତା ଆସିବାର କାରଣ ହେଉଛି ଏହି ତିନି ଅଞ୍ଚଳ । ପ୍ରଥମେ ନେପାଳ ଏହି ତିନି ଅଞ୍ଚଳ ଉପରେ ନିଜ ଦାବି ଜାହିର କରିଥିଲା । ପରେ ସଂସଦରେ ଏହାର ନକ୍ସାକୁ ଅନୁମୋଦନ କରିଥିଲେ । ବିଶେଷଜ୍ଞଙ୍କ ଅନୁସାରେ ନେପାଳ, ଚୀନ ପ୍ରଭାବରେ ପଡ଼ି ଏଭଳି ଭାରତ ବିରୋଧୀ ପଦକ୍ଷେପ ନେଉଛି ।

India Nepal Tension Border Dispute Census In Kalapni Lipulekh Oli Govt

କଳାପାଣି, ଲିପୁଲେଖ ଓ ଲିମ୍ପୟାଧୁରା ଆଦି ଅଞ୍ଚଳରେ ଜନଗଣନା କାମ ନେପାଳ ନ୍ୟାସନାଲ ପ୍ଲାନିଂ କମିଶନ କରିବାକୁ ଥିବାବେଳେ ସେଣ୍ଟ୍ରାସ୍ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସକୁ ଭୟ ଅଛି କି ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଭାରତ ନାରାଜ ହୋଇପାରେ ।

India Nepal Tension Border Dispute Census In Kalapni Lipulekh Oli Govt

ରିପୋର୍ଟ ମୁତାବକ, କେପି ଶର୍ମା ଓଲି ସରକାର ମଧ୍ୟ ଏହି କଥାକୁ ନେଇ ଚିନ୍ତିତ ଭାରତ ନାରାଜ ହେଲେ ଏହା ପରେ କଣ ପ୍ରତିକ୍ରିୟା ପ୍ରକାଶ ପାଇବ । ଏହି କାରଣରୁ ନେପାଳ ସରକାର ଏହା ଉପରେ ଖୋଲାଖୋଲି କିଛି କହୁନାହାଁନ୍ତି । ସୂଚନାଯୋଗ୍ୟ ଯେ ଭାରତ ଏବେ ଏବେ ନେପାଳକୁ ଏକ ଯୋଡ଼ା ଅତ୍ୟାଧୁନିକ ଟ୍ରେନ୍ ଦେଇଛି ।

କୃଷକଙ୍କୁ ମୋଦି କ୍ୟାବିନେଟର ଉପହାର, ରବି ଫସଲ ଉପରେ MSP ବୃଦ୍ଧିକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ମୋଦି ସରକାର କୃଷି ସମ୍ବଦ୍ଧିତ ବିଲ୍ ପାରିତ କରାଇଛନ୍ତି । ସୂତ୍ରୁ ମିଳଥିବା ସୂଚନା ଅନୁସାରେ ଏବେ ମୋଦି କ୍ୟାବିନେଟ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ ଅନୁମୋଦନ ଦେଇଛନ୍ତି । ଏହାକୁ ନେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସୂଚନା ଦେବେ ।

Bihar Election 2020 PM Narendra Modi Agriculture Bills Farmers Protest

କୃଷି ବିଲକୁ ନେଇ ଦେଶରେ ବିରୋଧ ଲାଗି ରହିଛି । ଏହାରି ଭିତରେ କେନ୍ଦ୍ର ସରକାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ନିଷ୍ପତ୍ତି ନେଇଛନ୍ତି । ଦେଶରେ ଅନେକ ସ୍ଥାନରେ ଏମଏସପିକୁ ନେଇ ବିବାଦ ଲାଗି ରହିଛି । ଯେଉଁଥିପାଇଁ ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ ଓ ହରିୟାଣାରେ କୃଷକ ବିରୋଧ ପ୍ରଦର୍ଶନ କରୁଛନ୍ତି ।

କୃଷି କ୍ଷେତ୍ର ସହ ଜଡ଼ିତ ବିଲରେ ଏମଏସପିକୁ ନେଇ କୃଷକ ଅସହମତି ପ୍ରକାଶ କରିଛନ୍ତି । ଯେତେବେଳେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କହି ସାରିଛନ୍ତି ଏମଏସପି ବ୍ୟବସ୍ଥା ଜାରି ରହିବ । ଫସଲକୁ ପୂର୍ବଭଲି ସରକାର କିଣିବେ । ତଥାପି ଦେଶରେ କୃଷକଙ୍କ ବିରୋଧ ପ୍ରଦର୍ଶନ ଥମିବାର ନାଁ ଧରୁନି ।

Farmer Bill Protest Opposition Meeting With President Ramnath Kovind No Sign On Bill

ବିଲରେ କୃଷକଙ୍କୁ ଅମଳକୁ କେଉଁଠାରେ ମଧ୍ୟ ବିକ୍ରି ପାଇଁ ଅନୁମତି ମିଳିବ । ଏହାଦ୍ୱାରା ମଣ୍ଡି ଗୁଡ଼ିକ ପ୍ରଭାବିତ ହେବେ । ଯେତେବେଳେ କି ପଞ୍ଜାବ ଓ ହରିୟାଣାରେ ମଣ୍ଡି ସଂଖ୍ୟା ଅଧିକ । ଏବଂ ଏହି ରାଜ୍ୟଗୁଡ଼ିକରେ ଏବେ କୃଷକ ସଂଗଠନ ଜୋରଦାର ବିରୋଧ ପ୍ରଦର୍ଶନ କରୁଛନ୍ତି । ଏମଏସପିକୁ ନେଇ କୃଷକ ଦ୍ୱନ୍ଦ୍ୱରେ ଥିବାରୁ ବିରୋଧ ତେଜିବାରେ ଲାଗିଛି ।

ବିରୋଧୀଙ୍କ ବିରୋଧ

କୃଷି ବିଲକୁ ସଂସଦରୁ ସଡ଼କ ସବୁଠି ବିରୋଧ ଜାରି ରହିଛି । ବିପକ୍ଷ ଦଳ ବିଲ୍ ବିରୋଧରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । ରାଷ୍ଟ୍ରପତି ୨ଟି ଯାକ କୃଷି ବିଲରେ ଦସ୍ତଖତ ନକରି ରାଜ୍ୟସଭା ପଠାଇଦେବାକୁ ବିରୋଧୀଙ୍କ ପକ୍ଷରୁ ଅପିଲ୍ କରାଯିବ ।

ଜଣେ ଦୋଷୀକୁ ଦୁଇ ଥର ଆଜୀବନ କାରାଦଣ୍ଡାଦେଶ, ୪ ଜଣଙ୍କୁ ମାରି ମାଟି ତଳେ ପୋତି ଦେଇଥିଲା

ଅନୁଗୁଳ: ଚାରି ଜଣଙ୍କୁ ମାରି ମାଟି ତଳେ ପୋତି ଦେଇଥିବା ଘଟଣା । ଏହି ଘଟଣାରେ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଝସକେତନ ରାଉତଙ୍କୁ ପୁଣି ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି ମାନ୍ୟବର ଜିଲ୍ଲା ଦୌରାଜଜ । ଅନୁଗୋଳ ଜିଲ୍ଲା ଦୌରା ଜଜ ଅଶାନ୍ତ କୁମାର ଦାସ ଦୋଷୀ ଝସ କେତନ ରାଉତକୁ  ଚଳିତ ମାସ ୧୫ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ । ଝସକେତନ ପୂର୍ବରୁ ଦୁଇ ଭାଇଙ୍କୁ ମାରି ଗାତ ଖୋଳି ପୋତିବା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ଜେଲରେ ଅଛି ।

ଗତ ଶୁକ୍ରବାର ମାଉସୀ ଓ ପୁତୁରା ହତ୍ୟାକାଣ୍ଡରେ ମଧ୍ୟ ଦୋଷୀ ସାବସ୍ତ୍ୟ ହୋଇଥିଲା । ଆଜି  ଏହି ମାମଲାର ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୩୦୨ ଦଫାରେ ଆଜୀବନ ସଶ୍ରମ କାରାଦଣ୍ଡ ସହ ତିନି ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ଆଦେଶ ଜାରି କରିଛନ୍ତି । ଅନୁଗୋଳ ଜିଲ୍ଲା କୁଶକିଳା ଗାଁର ଝସ କେତନ ରାଉତ ଗତ ୨୦୧୬ରେ ଏହି ହତ୍ୟାକାଣ୍ଡ ଘଟାଇଥିଲା ।

 

ଟଙ୍କା ନାହିଁ ତ ଘର ନାହିଁ, ଚଞ୍ଚକତା କରି ବଡ଼ବଡ଼ିଆଙ୍କୁ ଦିଆଯାଉଛି ହିତାଧିକାରୀଙ୍କ ଘର

ଝାରସୁଗୁଡ଼ା: ଘର ଯୋଗାଇ ଦେବାକୁ ୧୦ ହଜାର ଟଙ୍କା । ଟଙ୍କା ନଦେଲେ ଘର ମିଳିବନି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ଟଙ୍କା ଆଦାୟ । ଏମିତି ସାଂଘାତିକ ଅଭିଯୋଗ ଆସିଛି ଝାରସୁଗୁଡା ଲାଇକେରା ବ୍ଲକ ଭାତଲଇଡା ପଞ୍ଚାତରୁ । ପ୍ରଧାମନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଜି.ଆର.ଏସ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ତଥ୍ୟ ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷରେ ଆବାସ ଯୋଜନାରେ ଅଶୋକ ମାଝୀ ପାଇଥିବା ଗୃହର ସିରିଏଲ ନମ୍ବର ୨୭୨ ।

ଲଇକେରା ସୋସାଇଟି ଦସ୍ତାବିଜ ଅନୁସାରେ ଅଶୋକ ମାଝୀଙ୍କ ନାମରେ ଧାନ ବିକ୍ରି କରିବା ପାଇଁ ତିନି ଶହ କ୍ୱିଣ୍ଟାଲ ର ଟୋକନ କଟି ଅଛି । ଖାଲି ସେତିକି ନୁହେଁ ସେହି ଗ୍ରାମର ହୃଷିକେଶ ପଟେଲ ପୂର୍ବରୁ ଏକ ଘର ପାଇଥିଲେ । ପୁଣି ୨୦୧୯-୨୦ ଆର୍ଥିକ ବର୍ଷରେ ତାଙ୍କୁ ମିଳିଛି ଆଉଏକ ଘର ପାଇଁ ଅନୁଦାନ । କିଛି ହିତାଧିକାରୀଙ୍କ ନାଁରେ ଘର ଆସିଥିଲେ ସୁଦ୍ଧା ଟଙ୍କା ଦେଇପାରି ନଥିବାରୁ ସେମାନଙ୍କ ଆବାସ ଆଉ କାହାକୁ ଦିଆଯାଇଥିବା ଅଭିଯୋଗ ହୋଇଛି ।

ଖାଲି ଗୋଟିଏ କି ଦୁଇଟି ନୁହଁ, ପଞ୍ଚାୟତର ଅନେକ ହିତାଧିକାରୀ ଘର ନ ପାଇ ପଞ୍ଚାୟତ ଅଫିସ ଏବଂ ବ୍ଲକ କୁ ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି । ସମସ୍ତଙ୍କର ସେହି ଗୋଟିଏ ଅଭିଯୋଗ ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଆବେଦନ କରିଥିଲେ । ଲିଷ୍ଟ ରେ ନାଁ ମଧ୍ୟ ଆସିଛି । କିନ୍ତୁ ଟଙ୍କା ଦେଇ ନ ପାରିବାରୁ ତାଙ୍କର ନାଁ କାଟି ଅନ୍ୟକୁ ଦେଇ ଦେଉଥିବାର ଅଭିଯୋଗ ଆଣିଛନ୍ତି ।

ସେପଟେ ଜିଲ୍ଲାପାଳଙ୍କ କହିବା କଥା, ପୂର୍ବ ଆବେଦନ ଅନୁସାରେ ବର୍ତ୍ତମାନ ଘର ଯୋଗାଇ ଦିଆଯାଇଛି । ତେବେ ଯଦି ଅଭିଯୋଗ ଆସୁଛି ତେବେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକକୁ ନିର୍ଦ୍ଦେଶ ଦେଇଛି, ଅଭିଯୋଗ ପ୍ରମାଣିତ ହେଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ପ୍ରଶାସନର ଅବହେଳା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏହାର ଉପଯୁକ୍ତ ତଦନ୍ତ କଲେ ପ୍ରକୃତ ତଥ୍ୟ ପଦାକୁ ଆସିପାରନ୍ତା ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ଆମେରିକାର ନୌସେନା ଆଡ୍ଡା ଉପରେ ଚୀନର ବୋମା ବର୍ଷା, ଜାରି କଲା ବିସ୍ଫୋରଣର ଭିଡିଓ

ପେଇଚିଙ୍ଗ: ଆମେରିକା ସହ ତିକ୍ତତା ମଧ୍ୟରେ ଚୀନ ପ୍ରଶାନ୍ତ ମହାସାଗରରେ ଥିବା ଆମେରିକା ନୌସେନା ବେସ୍ ଗୁଆମ ଉପରେ ଆକ୍ରମଣର ନକଲି ଭିଡିଓ ଜାରି କରିଛି । ଏହି ଆକ୍ରମଣରେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ଏୟାରଫୋର୍ସ ଏଚ୍-୬- ପରମାଣୁ ବମ୍ବରର ବ୍ୟବାହର କରିଛି । ଚୀନ ସେନା ଏହି ଆକ୍ରମଣର ଏକ ସିମୁଲେଟେଡ୍ ଭିଡିଓ ଜାରି କରିଛି । ଯେଉଁଥିରେ ଏଚ୍-୬ ବମ୍ବରରୁ ଆମେରିକା ଏଣ୍ଡରସନ୍ ଏୟାର ଫୋର୍ସ ବେସ୍ ଉପରେ ବୋମା ବର୍ଷା କରୁଥିବା ଦେଖାଯାଉଛି ।

China Air Force PLAAF Video Seems To Show Simulated Attack On Us Air Base Guam

ଏଚ୍-୬ ବମ୍ବରରୁ ଗୁଆମରେ ଆକ୍ରମଣ

ପିପୁଲ୍ସ ଲିବରେସନ୍ ଆର୍ମି ଏୟାରଫୋର୍ସର ଭିଭୋ ଆକାଉଣ୍ଟରେ ଏହି ଭିଡିଓ ଶନିବାର ଅପଲୋଡ୍ କରାଯାଇଛି । ଚୀନ ବାୟୁସେନାର ୨ ମିନିଟ୍ ୧୫ ସେକେଣ୍ଡର ଏହି ଭିଡିଓ କୌଣସି ହଲିଉଡ୍ ଫିଲ୍ମର ଟ୍ରେଲର ଭଳି ଦେଖାଯାଉଛି । ଯେଉଁଥିରେ ଚୀନ ସେନା ଏଚ୍- ବମ୍ବର ରେଗିସ୍ଥାନ ସ୍ଥିତ କୌଣସି ଏୟାରବେସରୁ ଉଡ଼ାଣ ଭରୁଥିବା ଦେଖାଯାଉଛି । ଭିଡିଓରେ କୁହାଯାଇଛି ଯୁଦ୍ଧର ଦେବତା ଏଚ୍-୬ ଆକ୍ରମଣ ପାଇଁ ଯାଉଛି ।

https://twitter.com/aslamkhanbombay/status/1307469759953293313

ଆମେରିକା ଏୟାରଫୋର୍ସ ଉପରେ ଚୀନର ବୋମା ବର୍ଷା

ଏହି ଭିଡିଓରେ ଟିକିଏ ଆଗକୁ ଗଲେ ଦେଖାଯାଉଛି ଚୀନ ଏୟାରଫୋର୍ସର ପାଇଲଟ ଆକାଶରେ ଏକ ବଟମ ଦବାଉଛନ୍ତି । ତାପରେ ମିସାଇଲ ସମୁଦ୍ର କୂଳରେ ତିଆରି ହୋଇଥିବା ଏକ ରନୱେର ପଡ଼ୁଛି । ମିସାଇଲ୍ ରନୱେରେ ମାଡ଼ ହେବା ପରେ ଉପଗ୍ରହ (ସାଟେଲାଇଟ୍) ଚିତ୍ର ଦେଖାଯାଉଛି । ଏହି ରନୱେଟି ଆମେରିକା ନାଭାଲ ବେସ୍ ଗୁଆମର ଏଣ୍ଡରସନ ଏୟାରଫୋର୍ସ ବେସ୍ ପରି । ଏହି ଭିଡିଓରେ ଚୀନ ଏୟାରଫୋର୍ସ କେତକ ମ୍ୟୁଜିକ୍ ଦେଇଛି ।

China Air Force PLAAF Video Seems To Show Simulated Attack On Us Air Base Guam

ଚୀନ ଓ ଆମେରିକା ରକ୍ଷା ମନ୍ତ୍ରାଳୟ ରଖିନି ପ୍ରତିକ୍ରିୟା

PLAAF ପକ୍ଷରୁ ଜାରି ଭିଡିଓର କ୍ୟାପସନରେ ଲେଖାଯାଇଛି- ଆମେ ମାତୃଭୂମିର ଆକାଶ ସୁରକ୍ଷାର ରକ୍ଷକ । ଆମ ପାଖରେ ମାତୃଭୂମିର ଆକାଶର ସୁରକ୍ଷା ପାଇଁ ସବୁବେଳେ ଭରସା ଓ କ୍ଷମତା ରହିଛି । ଏହି ଭିଡିଓ ଜାରି ହେବା ପରେ ଚୀନ ରକ୍ଷା ମନ୍ତ୍ରାଳୟ କିମ୍ବା ଆମେରିକ ଇଣ୍ଡୋ-ପେସିଫିକ କମାଣ୍ଡ ଏବେ ଯାଏଁ କୌଣସି ମତ ରଖିନାହାଁନ୍ତି ।

କାହିଁକି ଚୀନ ଜାରି କରିଛି ଏହି ଭିଡିଓ ?

ସିଙ୍ଗାପୁର ଇନଷ୍ଟିଚ୍ୟୁଟ୍ ଅଫ୍ ଡିଫେନ୍ସ ଆଣ୍ଡ ଷ୍ଟ୍ରାଟେଜିକ୍ ଷ୍ଟଡିଜର ଜଣେ ରିସର୍ଚ ଫେଲୋ କୋଲିନ୍ କୁହନ୍ତି- ଚୀନ ଏକ ଉଦ୍ଦେଶ୍ୟ ରଖି ଏହି ଭିଡିଓ ଜାରି କରିଛି । ଭିଡିଓ ଜାରି ପଛରେ ଚୀନର ଲମ୍ବା ଉଦ୍ଦେଶ ହେଉଛି ତାର କ୍ଷମତାର ପ୍ରଦର୍ଶନ । ଏହି ଭିଡିଓ ଜରିଆରେ ତାଇୱାନ୍ ସହ ଦକ୍ଷିଣ ଚାଇନା ସମୁଦ୍ର ବିବାଦରୁ ଦୂରେଇ ରହିବାକୁ ଚୀନ ଆମେରିକାକୁ ଚେତାବନୀ ଦେଇଛି ।

China Air Force PLAAF Video Seems To Show Simulated Attack On Us Air Base Guam

ପ୍ରଶାନ୍ତ ମହାସାଗରରେ ଆମେରିକା ସେନାର ବଡ଼ ଠିକଣା ଗୁଆମ୍

ପ୍ରଶାନ୍ତ ମହାସାଗର ସ୍ଥିତ ଗୁଆମ ନାଭାଲ ବେସ୍ ଚୀନ୍ ନିକଟରେ ଥିବା ଆମେରିକାର ବଡ଼ ସୈନ୍ୟ ଆଡ୍ଡା । ଏହି ନାଭାଲ୍ ବେସରୁ ଆମେରିକା ଚୀନ୍ ସହିତ ଉତ୍ତର କୋରିଆର କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖିଥାଏ । ଚୀନ ସହ ବିବାଦ ବଢ଼ିବା ପରେ ଆମେରିକା ଗୁଆମ୍ ନାଭାଲ ବେସରେ ସୈନିକ ସଂଖ୍ୟା ବୃଦ୍ଧି କରିବା ସହ ଅନେକ ଆଧୁନିକ ଏୟାକ୍ରାଫ୍ଟ ମଧ୍ୟ ମୁତୟନ କରିଛି । ଏଠାରୁ କିଛି ମିନିଟ୍ ମଧ୍ୟରେ ଆମେରିକା ବମ୍ବର ସାଉଥ୍ ଚାଇନା ସ୍ଥିତ ଚୀନର ସୈନ୍ୟ ଠିକଣା ଉପରେ ଆକ୍ରମଣ କରିପାରିବ ।

ଭାରତରେ ସୀମାରେ ଏହି ବମ୍ବର ମୁତୟନ କରିଛି ଚୀନ

ଲଦାଖରେ ଲାଗି ରହିଥିବା ଉତ୍ତେଜନା ଭିତରେ ଚୀନ ଏହି ବମ୍ବରକୁ ହୋଟାନ ଏୟାରବେସରେ ମୁତୟନ କରିଛି । ଚୀନର ଡର ହେଉଛି ଭାରତ ସହ ଯୁଦ୍ଧ ହେଲେ ତାର ଆଗଧାଡ଼ିର ଯୁଦ୍ଧ ବିମାନ ଉଚ୍ଚତା ଯୋଗୁଁ ବେଶୀ ପ୍ରଭାବ ଦେଖାଇବେ ନାହିଁ । ସେଥିପାଇଁ ଷ୍ଟ୍ରାଟଜିକ ବମ୍ବରରୁ ଆକ୍ରମଣ କରିବାକୁ ପଡ଼ିବ । ଏଥିପାଇଁ ଚୀନ ଅଧିକ ସଂଖ୍ୟାରେ ଏହି ବମ୍ବର୍ସକୁ ଭାରତ ସୀମାରେ ମୁତୟନ କରିଛି ।

NCB ମୁଖ୍ୟଙ୍କ ଦାବି: ଅନ୍ତଃରାଷ୍ଟ୍ରୀୟ ଡ୍ରଗ୍ ମାଫିଆ ସହ ରହିଛି ରିୟାଙ୍କ ସଂପର୍କ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ତଦନ୍ତ ଡ୍ରଗ୍ସ କନେକ୍ସନ ଆଡ଼କୁ ମୁହାଁଇଛି । ସାମ୍ନାକୁ ଆସୁଛି ଜଣକ ପରେ ଜଣେ ବଲିଉଡ ଆକ୍ଟରଙ୍କ ନାମ । ଉକ୍ତ ମାମଲାରେ ରିୟା ଚକ୍ରବର୍ତ୍ତୀ,ତାଙ୍କ ଭାଇ ସୌବିକଙ୍କ ସମେତ ଏକାଧିକ ଡ୍ରଗ୍ସ ପେଡଲରଙ୍କୁ ଗିରଫ କରିଛି ଏନସିବି । ପୂରା ମାମଲାରେ ଏବେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କନେକ୍ସନର ଖୁଲାସା ହୋଇଛି ।

ଏନସିବିର ମହା ନିର୍ଦ୍ଦେଶକ ରାକେଶ ଅସ୍ଥାନା ଏକ ସାକ୍ଷାତକାରରେ କହିଛନ୍ତି କି ଏନସିବି ଏହି ମାମଲାକୁ ଖୁବ ଗୁରୁତ୍ୱର ସହିତ ବଢାଇଛି । ଏନସିବି ଟିମ୍ ଏହି ମାମଲାରେ ଡ୍ରଗ୍ସ ସହିତ ସମ୍ପୃକ୍ତ ଥିବା କେତେକ ବଡ଼ ବଡ଼ ବ୍ୟକ୍ତିଙ୍କୁ ଗିରଫ କରିଛି ଏବଂ ଆଗକୁ ମଧ୍ୟ ଏହାର ତଦନ୍ତ ଜାରି ରହିବ । ତେବେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କନେକ୍ସନ ବେଶ୍ ଲମ୍ବା ବୋଲି ଅସ୍ଥାନା ତାଙ୍କ ବୟାନରେ କହିଛନ୍ତି । ତେବେ ଏହି ଡ୍ରଗ୍ସ ମାମଲାର କନେକ୍ସନ ଦୁବାଇ ଏବଂ ଆତଙ୍କବାଦୀ ସମୂହ ଭଳି ଅନ୍ତଃରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ  ଲମ୍ବିଛି । ତେବେ ଡ୍ରଗ୍ସରୁ ମିଳୁଥିବା ଟଙ୍କାକୁ ନାର୍କୋ ଟେରର ପାଇଁ ବ୍ୟବହାର କରାଯାଇଥିଲା ।

ଅସ୍ଥାନାଙ୍କ କହିବା ଅନୁସାରେ କ୍ୟୁରେଟେଡ ମରିଜୁଆନା ବଡ୍ସର ମୂଲ୍ୟ କିଲୋଗ୍ରାମ ପ୍ରତି ୮ ଲକ୍ଷ ।  ରିୟାଙ୍କ ଭଳି ଲୋକଙ୍କୁ କ୍ଷମା କରାଯାଇପାରିବ ନାହିଁ ବୋଲି ଅସ୍ଥାନା ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି । ତେବେ ବଲିଉଡରେ ଡ୍ରଗ୍ସ ପାର୍ଟିର ଖବର ମିଳିଛି ଏବଂ ପ୍ରମାଣ ମିଳିବା ପରେ ତଦନ୍ତ କରାଯିବା କଥା ସେ ସାକ୍ଷାତକାରରେ କହିଛନ୍ତି ।

ରାତି ଅଧିଆ ଘରେ ପଶିଲେ, ସୁନା ଗହଣା ଲୁଟି ହାଣିଲେ

କେନ୍ଦ୍ରାପଡ଼ା: କରୋନା ସମୟରେ ବଢ଼ିଛି ଲୁଟ ପାଟ । ଚୋର ଏବଂ ଡ଼କାୟତ ମାନଙ୍କର ପାଦୁର୍ଭାବ ବଢ଼ିବାରେ ଲାଗିଛି । କେତେବେଳେ ବିଚ୍‌ ରାସ୍ତାରେ ଲୁଟେରା ବେକରୁ ଚେନ୍‌ ନେଇ ଲୁଟିଲେଣିତ ପୁଣି କେତେବେଳେ ଘର ଆଗରୁ ବନ୍ଧୁକ ଦେଖାଇ ହେଉଛି ଲୁଟ ହେଉଛି ଟଙ୍କା । ଯାହାକି କରୋନା କଟକଣା ସମୟରେ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ତେବେ ପୁଣି ଲୁଟର ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ।

ଲୁଟ ପାଇଁ ବୋହିଛି ରକ୍ତ । ଲୁଟ୍ ପାଇଁ ୨ଜଣଙ୍କୁ ହାଣିଦେଲେ ଲୁଟେରା । ଲୁଟ ସମୟରେ ଧରାପଡ଼ିଯିବାରୁ ଘର ଲୋକେ ବିରୋଧ କରିଥିଲେ । ଧରାପଡ଼ିଯିବା ଭୟରେ ଦୁର୍ବୃତ୍ତ ସାଙ୍ଗରେ ଆଣିଥିବା ମାରଣାସ୍ତ୍ରରେ ହାଣି ଦେଲେ । କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା କୁସୁନପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିତ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଉକ୍ତ ଗାଁର ୨ ପରିବାରରୁ ଲୁଟ କରିବାକୁ ପଶିଥିଲେ ୬ ଦୁର୍ବୃତ୍ତ । ସାଙ୍ଗରେ ଆଣିଥିଲେ ମାରଣାସ୍ତ୍ର । ଏହି ସମୟରେ ପରିବାର ଲୋକେ ଚୋର ମାନଙ୍କର ଶବ୍ଦ ଶୁଣି ଉଠିପଡ଼ିଥିଲେ । ଚୋରଙ୍କୁ ଦେଖିବା ମାତ୍ରେ ପାଟିକରି ବିରୋଧ କରିବାରୁ ଲୁଟେରା ମାନେ କାହ୍ନୁଚରଣ ନାୟକ ଏବଂ ତାଙ୍କ ପତ୍ନୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ ।

ଉଭୟଙ୍କ ମୁଣ୍ଡକୁ ହାଣି ଟଙ୍କା ଓ ସୁନାଗହଣା ଲୁଟପାଟ କରିଥିଲେ । ଆକ୍ରମଣରେ ଗୁରୁତର କାହ୍ନୁଚରଣ ନାୟକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ମାର୍ଶାଘାଇ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରଥମ ଥର ଯୁଦ୍ଧ ଜାହଜରେ ମୃତୟନ ହେଲେ ଦୁଇ ମହିଳା ଅଫିସର

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ମୃତୟନ ହୋଇଛନ୍ତି ଦୁଇ ମହିଳା ଅଫିସର । ପ୍ରଥମ ଥର ଦୁଇ ମହିଳାଙ୍କୁ ଅବଜର୍ଭର୍ସ ଭାବରେ ଚୟନ କରାଯାଇଛି । ଏଥିରେ ଫ୍ରଣ୍ଟଲାଇନ ଯୁଦ୍ଧ ଜାହଜରେ ମହିଳାଙ୍କ ପାଇଁ ରାସ୍ତା ପରିଷ୍କାର ହୋଇଯାଇଛି । ଦୁଇ ମହିଳା ହେଉଛନ୍ତି ସବ୍ ଲେଫ୍ଟନାଣ୍ଟ କୁମୁଦିନୀ ତ୍ୟାଗୀ ଏବଂ ରୀତି ସିଂ । ଉଭୟ ମହିଳା ଭାରତର ପ୍ରଥମ ଏୟାରବର୍ନ ଟେକନିସିଆନ୍ ହେବେ, ଯେଉଁମାନେ ଯୁଦ୍ଧ ଜାହଜ ଡେକରେ କାମ କରିବେ । ନୌସେନା ଏହି ଐତିହାସିକ ପଦକ୍ଷେପ ପାଇଁ ୧୭ ଅଫିସରଙ୍କ ମଧ୍ୟରୁ ଏହି ଦୁଇଜଣଙ୍କୁ ଚୟନ କରିଛନ୍ତି ।

ଏମାନେ ଏକ ଖାସ ଦଳରେ ଥିଲେ । ଏୟାର ନେଭିଗେସନ,ଫ୍ଲାଇଙ୍ଗ୍ ପ୍ରୋସିଜର୍ସ, ଉଡ଼ା ଜାହାଜ ଯୁଦ୍ଧ ସମୟରେ ବ୍ୟବହାର ହେବାକୁ ଥିବା କୌଶଳ,ଆଣ୍ଟି ସବମରିନ୍ ଓ୍ୱେଲଫେୟାର ବ୍ୟତୀତ ଏବିୟନିକ ବ୍ୟବସ୍ଥାର ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି । ଏପର୍ଯ୍ୟନ୍ତ ମହିଳାଙ୍କ ପ୍ରବେଶ ଫିକ୍ସଡ ଓ୍ୱିଙ୍ଗ ଏୟାରକ୍ରାଫ୍ଟ ମଧ୍ୟରେ ସୀମିତ ଥିଲେ । ଯେଉଁମାନେ ସମୂଦ୍ର କୂଳରେ କେବଳ ଟେକଅଫ୍ ଏବଂ ଲ୍ୟାଣ୍ଡିଂ କରୁଥିଲେ । ତେବେ ୧୭ ଅଧିକାରୀଙ୍କ ମଧ୍ୟରେ ସାମିଲ ଥିଲେ ଏହି ଦୁଇ ମହିଳା । ଗ୍ରାଜୁଏଟ ହେବା ପରେ ଉଭୟଙ୍କୁ ‘ଓ୍ୱିଙ୍ଗସ’ରେ ସମ୍ମାନିତ କରାଯାଇଛି ।

ଚିଫ୍ ଷ୍ଟାଫ ଅଫିସର ରିୟର ଏଡମିରଲ ଏଣ୍ଟନି ଜଜ୍ ସମସ୍ତ ଅଫିସରଙ୍କୁ ସମ୍ମାନିତ କରିଛନ୍ତି । ଉକ୍ତ ସମାରୋହରେ ସେ କହିଛନ୍ତି କି ଏହା ଏକ ସୁବର୍ଣ୍ଣ ସୁଯୋଗ ଯେତେବେଳେ ପ୍ରଥମ ଥର ମହିଳା ହେଲିକପ୍ଟର ଅପରେସନରେ ଟ୍ରେଣ୍ଡ ହୋଇ ଯୁଦ୍ଧ ଜାହଜରେ ମୃତୟନ ହେବାକୁ ଯାଉଛନ୍ତି ।
ସୂଚନାଯୋଗ୍ୟ ବର୍ଷ ୨୦୧୬ରେ ସରକାର ମହିଳାଙ୍କୁ ଫାଇଟର ଫ୍ଲାଇଙ୍ଗର ଅନୁମତି ଦେଇଥିଲେ ।

ମାଓ ଅପରେସନ ସାରି ଫେରୁଥିବା ବେଳେ ନଦୀକୁ ଖସିପଡ଼ିଲା ଯବାନଙ୍କ ବସ୍‌

ବାଜିପୁର: ନଦୀକୁ ଖସିପଡ଼ିଲା ଯବାନଙ୍କ ବସ୍‌ । ଅପରେସନ ସାରି ଫେରୁଥିବା ବେଳେ ଘଟିଲା ଅଘଟଣ । ଛତିଶଗଡ଼ ବିଜାପୁରରେ ନସ୍କଲ ବିରୋଧି ଅପରେସନ୍ ପାଇଁ ଯାଇଥିବା ଡିଆରଜି ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଅପରେସନ୍ ସାରି ଫେରୁଥିବାବେଳେ ନଦୀର ବ୍ରିଜ୍ ପାର୍ଶ୍ୱକୁ ଖସିପଡ଼ିଥିଲା ବସଟି । ଯବାନଙ୍କୁ ନେଇ ଆସୁଥିବା ଏହି ବସଟି ଓଲଟିପଡ଼ିଥିଲା ।

ହେଲେ ସୌଭାଗ୍ୟବସତଃ କୌଣସି ଯବାନଙ୍କ କିଛି ବି କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି କମଳଲୋଚନ ଲାସ୍ୟପ ।  ବସରେ ଥିବା ୩୦ ଜଣ ଯବାନ ସୁରକ୍ଷିତ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅତିରିକ୍ତି ସେନା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।  ଦୁଇ ଦିନ ପୂର୍ବରୁ ନକ୍ସଲଙ୍କ ବିରୋଧରେ ଅପେରସନ୍ ପାଇଁ ଯାଇଥିବା ଯବାନଙ୍କ ଗାଡ଼ି ଆଜି ଅପରାହ୍ନରେ ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।