ଆମେରିକାର ନୌସେନା ଆଡ୍ଡା ଉପରେ ଚୀନର ବୋମା ବର୍ଷା, ଜାରି କଲା ବିସ୍ଫୋରଣର ଭିଡିଓ

1 min read
China Air Force PLAAF Video Seems To Show Simulated Attack On Us Air Base Guam

ପେଇଚିଙ୍ଗ: ଆମେରିକା ସହ ତିକ୍ତତା ମଧ୍ୟରେ ଚୀନ ପ୍ରଶାନ୍ତ ମହାସାଗରରେ ଥିବା ଆମେରିକା ନୌସେନା ବେସ୍ ଗୁଆମ ଉପରେ ଆକ୍ରମଣର ନକଲି ଭିଡିଓ ଜାରି କରିଛି । ଏହି ଆକ୍ରମଣରେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ଏୟାରଫୋର୍ସ ଏଚ୍-୬- ପରମାଣୁ ବମ୍ବରର ବ୍ୟବାହର କରିଛି । ଚୀନ ସେନା ଏହି ଆକ୍ରମଣର ଏକ ସିମୁଲେଟେଡ୍ ଭିଡିଓ ଜାରି କରିଛି । ଯେଉଁଥିରେ ଏଚ୍-୬ ବମ୍ବରରୁ ଆମେରିକା ଏଣ୍ଡରସନ୍ ଏୟାର ଫୋର୍ସ ବେସ୍ ଉପରେ ବୋମା ବର୍ଷା କରୁଥିବା ଦେଖାଯାଉଛି ।

China Air Force PLAAF Video Seems To Show Simulated Attack On Us Air Base Guam

ଏଚ୍-୬ ବମ୍ବରରୁ ଗୁଆମରେ ଆକ୍ରମଣ

ପିପୁଲ୍ସ ଲିବରେସନ୍ ଆର୍ମି ଏୟାରଫୋର୍ସର ଭିଭୋ ଆକାଉଣ୍ଟରେ ଏହି ଭିଡିଓ ଶନିବାର ଅପଲୋଡ୍ କରାଯାଇଛି । ଚୀନ ବାୟୁସେନାର ୨ ମିନିଟ୍ ୧୫ ସେକେଣ୍ଡର ଏହି ଭିଡିଓ କୌଣସି ହଲିଉଡ୍ ଫିଲ୍ମର ଟ୍ରେଲର ଭଳି ଦେଖାଯାଉଛି । ଯେଉଁଥିରେ ଚୀନ ସେନା ଏଚ୍- ବମ୍ବର ରେଗିସ୍ଥାନ ସ୍ଥିତ କୌଣସି ଏୟାରବେସରୁ ଉଡ଼ାଣ ଭରୁଥିବା ଦେଖାଯାଉଛି । ଭିଡିଓରେ କୁହାଯାଇଛି ଯୁଦ୍ଧର ଦେବତା ଏଚ୍-୬ ଆକ୍ରମଣ ପାଇଁ ଯାଉଛି ।

ଆମେରିକା ଏୟାରଫୋର୍ସ ଉପରେ ଚୀନର ବୋମା ବର୍ଷା

ଏହି ଭିଡିଓରେ ଟିକିଏ ଆଗକୁ ଗଲେ ଦେଖାଯାଉଛି ଚୀନ ଏୟାରଫୋର୍ସର ପାଇଲଟ ଆକାଶରେ ଏକ ବଟମ ଦବାଉଛନ୍ତି । ତାପରେ ମିସାଇଲ ସମୁଦ୍ର କୂଳରେ ତିଆରି ହୋଇଥିବା ଏକ ରନୱେର ପଡ଼ୁଛି । ମିସାଇଲ୍ ରନୱେରେ ମାଡ଼ ହେବା ପରେ ଉପଗ୍ରହ (ସାଟେଲାଇଟ୍) ଚିତ୍ର ଦେଖାଯାଉଛି । ଏହି ରନୱେଟି ଆମେରିକା ନାଭାଲ ବେସ୍ ଗୁଆମର ଏଣ୍ଡରସନ ଏୟାରଫୋର୍ସ ବେସ୍ ପରି । ଏହି ଭିଡିଓରେ ଚୀନ ଏୟାରଫୋର୍ସ କେତକ ମ୍ୟୁଜିକ୍ ଦେଇଛି ।

China Air Force PLAAF Video Seems To Show Simulated Attack On Us Air Base Guam

ଚୀନ ଓ ଆମେରିକା ରକ୍ଷା ମନ୍ତ୍ରାଳୟ ରଖିନି ପ୍ରତିକ୍ରିୟା

PLAAF ପକ୍ଷରୁ ଜାରି ଭିଡିଓର କ୍ୟାପସନରେ ଲେଖାଯାଇଛି- ଆମେ ମାତୃଭୂମିର ଆକାଶ ସୁରକ୍ଷାର ରକ୍ଷକ । ଆମ ପାଖରେ ମାତୃଭୂମିର ଆକାଶର ସୁରକ୍ଷା ପାଇଁ ସବୁବେଳେ ଭରସା ଓ କ୍ଷମତା ରହିଛି । ଏହି ଭିଡିଓ ଜାରି ହେବା ପରେ ଚୀନ ରକ୍ଷା ମନ୍ତ୍ରାଳୟ କିମ୍ବା ଆମେରିକ ଇଣ୍ଡୋ-ପେସିଫିକ କମାଣ୍ଡ ଏବେ ଯାଏଁ କୌଣସି ମତ ରଖିନାହାଁନ୍ତି ।

କାହିଁକି ଚୀନ ଜାରି କରିଛି ଏହି ଭିଡିଓ ?

ସିଙ୍ଗାପୁର ଇନଷ୍ଟିଚ୍ୟୁଟ୍ ଅଫ୍ ଡିଫେନ୍ସ ଆଣ୍ଡ ଷ୍ଟ୍ରାଟେଜିକ୍ ଷ୍ଟଡିଜର ଜଣେ ରିସର୍ଚ ଫେଲୋ କୋଲିନ୍ କୁହନ୍ତି- ଚୀନ ଏକ ଉଦ୍ଦେଶ୍ୟ ରଖି ଏହି ଭିଡିଓ ଜାରି କରିଛି । ଭିଡିଓ ଜାରି ପଛରେ ଚୀନର ଲମ୍ବା ଉଦ୍ଦେଶ ହେଉଛି ତାର କ୍ଷମତାର ପ୍ରଦର୍ଶନ । ଏହି ଭିଡିଓ ଜରିଆରେ ତାଇୱାନ୍ ସହ ଦକ୍ଷିଣ ଚାଇନା ସମୁଦ୍ର ବିବାଦରୁ ଦୂରେଇ ରହିବାକୁ ଚୀନ ଆମେରିକାକୁ ଚେତାବନୀ ଦେଇଛି ।

China Air Force PLAAF Video Seems To Show Simulated Attack On Us Air Base Guam

ପ୍ରଶାନ୍ତ ମହାସାଗରରେ ଆମେରିକା ସେନାର ବଡ଼ ଠିକଣା ଗୁଆମ୍

ପ୍ରଶାନ୍ତ ମହାସାଗର ସ୍ଥିତ ଗୁଆମ ନାଭାଲ ବେସ୍ ଚୀନ୍ ନିକଟରେ ଥିବା ଆମେରିକାର ବଡ଼ ସୈନ୍ୟ ଆଡ୍ଡା । ଏହି ନାଭାଲ୍ ବେସରୁ ଆମେରିକା ଚୀନ୍ ସହିତ ଉତ୍ତର କୋରିଆର କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖିଥାଏ । ଚୀନ ସହ ବିବାଦ ବଢ଼ିବା ପରେ ଆମେରିକା ଗୁଆମ୍ ନାଭାଲ ବେସରେ ସୈନିକ ସଂଖ୍ୟା ବୃଦ୍ଧି କରିବା ସହ ଅନେକ ଆଧୁନିକ ଏୟାକ୍ରାଫ୍ଟ ମଧ୍ୟ ମୁତୟନ କରିଛି । ଏଠାରୁ କିଛି ମିନିଟ୍ ମଧ୍ୟରେ ଆମେରିକା ବମ୍ବର ସାଉଥ୍ ଚାଇନା ସ୍ଥିତ ଚୀନର ସୈନ୍ୟ ଠିକଣା ଉପରେ ଆକ୍ରମଣ କରିପାରିବ ।

ଭାରତରେ ସୀମାରେ ଏହି ବମ୍ବର ମୁତୟନ କରିଛି ଚୀନ

ଲଦାଖରେ ଲାଗି ରହିଥିବା ଉତ୍ତେଜନା ଭିତରେ ଚୀନ ଏହି ବମ୍ବରକୁ ହୋଟାନ ଏୟାରବେସରେ ମୁତୟନ କରିଛି । ଚୀନର ଡର ହେଉଛି ଭାରତ ସହ ଯୁଦ୍ଧ ହେଲେ ତାର ଆଗଧାଡ଼ିର ଯୁଦ୍ଧ ବିମାନ ଉଚ୍ଚତା ଯୋଗୁଁ ବେଶୀ ପ୍ରଭାବ ଦେଖାଇବେ ନାହିଁ । ସେଥିପାଇଁ ଷ୍ଟ୍ରାଟଜିକ ବମ୍ବରରୁ ଆକ୍ରମଣ କରିବାକୁ ପଡ଼ିବ । ଏଥିପାଇଁ ଚୀନ ଅଧିକ ସଂଖ୍ୟାରେ ଏହି ବମ୍ବର୍ସକୁ ଭାରତ ସୀମାରେ ମୁତୟନ କରିଛି ।

Leave a Reply