NCB ମୁଖ୍ୟଙ୍କ ଦାବି: ଅନ୍ତଃରାଷ୍ଟ୍ରୀୟ ଡ୍ରଗ୍ ମାଫିଆ ସହ ରହିଛି ରିୟାଙ୍କ ସଂପର୍କ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ତଦନ୍ତ ଡ୍ରଗ୍ସ କନେକ୍ସନ ଆଡ଼କୁ ମୁହାଁଇଛି । ସାମ୍ନାକୁ ଆସୁଛି ଜଣକ ପରେ ଜଣେ ବଲିଉଡ ଆକ୍ଟରଙ୍କ ନାମ । ଉକ୍ତ ମାମଲାରେ ରିୟା ଚକ୍ରବର୍ତ୍ତୀ,ତାଙ୍କ ଭାଇ ସୌବିକଙ୍କ ସମେତ ଏକାଧିକ ଡ୍ରଗ୍ସ ପେଡଲରଙ୍କୁ ଗିରଫ କରିଛି ଏନସିବି । ପୂରା ମାମଲାରେ ଏବେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କନେକ୍ସନର ଖୁଲାସା ହୋଇଛି ।

ଏନସିବିର ମହା ନିର୍ଦ୍ଦେଶକ ରାକେଶ ଅସ୍ଥାନା ଏକ ସାକ୍ଷାତକାରରେ କହିଛନ୍ତି କି ଏନସିବି ଏହି ମାମଲାକୁ ଖୁବ ଗୁରୁତ୍ୱର ସହିତ ବଢାଇଛି । ଏନସିବି ଟିମ୍ ଏହି ମାମଲାରେ ଡ୍ରଗ୍ସ ସହିତ ସମ୍ପୃକ୍ତ ଥିବା କେତେକ ବଡ଼ ବଡ଼ ବ୍ୟକ୍ତିଙ୍କୁ ଗିରଫ କରିଛି ଏବଂ ଆଗକୁ ମଧ୍ୟ ଏହାର ତଦନ୍ତ ଜାରି ରହିବ । ତେବେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କନେକ୍ସନ ବେଶ୍ ଲମ୍ବା ବୋଲି ଅସ୍ଥାନା ତାଙ୍କ ବୟାନରେ କହିଛନ୍ତି । ତେବେ ଏହି ଡ୍ରଗ୍ସ ମାମଲାର କନେକ୍ସନ ଦୁବାଇ ଏବଂ ଆତଙ୍କବାଦୀ ସମୂହ ଭଳି ଅନ୍ତଃରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ  ଲମ୍ବିଛି । ତେବେ ଡ୍ରଗ୍ସରୁ ମିଳୁଥିବା ଟଙ୍କାକୁ ନାର୍କୋ ଟେରର ପାଇଁ ବ୍ୟବହାର କରାଯାଇଥିଲା ।

ଅସ୍ଥାନାଙ୍କ କହିବା ଅନୁସାରେ କ୍ୟୁରେଟେଡ ମରିଜୁଆନା ବଡ୍ସର ମୂଲ୍ୟ କିଲୋଗ୍ରାମ ପ୍ରତି ୮ ଲକ୍ଷ ।  ରିୟାଙ୍କ ଭଳି ଲୋକଙ୍କୁ କ୍ଷମା କରାଯାଇପାରିବ ନାହିଁ ବୋଲି ଅସ୍ଥାନା ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି । ତେବେ ବଲିଉଡରେ ଡ୍ରଗ୍ସ ପାର୍ଟିର ଖବର ମିଳିଛି ଏବଂ ପ୍ରମାଣ ମିଳିବା ପରେ ତଦନ୍ତ କରାଯିବା କଥା ସେ ସାକ୍ଷାତକାରରେ କହିଛନ୍ତି ।

Leave a Reply