spot_img
Home Blog Page 6449

ଏନ୍‌ସିବି ଟାର୍ଗେଟରେ ବଲିଉଡ ବିୟୁଟି, ଡ୍ରଗ୍ସକୁ ନେଇ ଏମିତି ମୁଲଚାଲ କରୁଥିଲେ ଦୀପିକା

ନୂଆଦିଲ୍ଲୀ: ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ବଲିଉଡ଼ର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ୍‌କୁ  ତଦନ୍ତ କରୁଛି ଏନ୍‌ସିବି । ଆଉ ତଦନ୍ତ ପରେ ଫିଟିବାରେ ଲାଗିଛି ବଲିଉଡରେ ଡ୍ରଗ୍ସ କାରବାରର ବଡ଼ ଲିଙ୍କ । ଏହି ତଦନ୍ତରେ ବଲିଉଡର ବହୁ ବଡ଼ ବଡ଼ ତାରକାଙ୍କ ନାମ ବାହାରକୁ ଆସୁଛି । ଶ୍ରଦ୍ଧା କପୁର, ରକୁଲ ପ୍ରୀତ ସିଂ ଏବଂ ସାରା ଅଲି ଖାନଙ୍କ ପରି ଅନେକ ଉଦୀୟମାନ ତାରକାଙ୍କ ନାମ ଏଥିରେ ଯୋଡ଼ି ହୋଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ବଲିଉଡର ଅନ୍ୟତମ ପ୍ରମୁଖ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଏହି ତଦନ୍ତରେ ଯୋଡ଼ି ହୋଇଛି ।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା କରାଯାଇଥିବା ଡ୍ରକ୍ସ ମାମଲାର ଯାଞ୍ଚ ବେଳେ ଦୀପିକା ପାଦୁକୋନ, ନମ୍ରତା ଶିରୋଦକର, ଶ୍ରଦ୍ଧା କପୁର  ଏବଂ କରିସ୍ମା ଙ୍କ ନାମ ଆସିଥିଲା । ସେଥିମଧ୍ୟରୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ସବୁଠାରୁ ବଡ ନାମ ହେଉଛି ଦୀପିକା ପାଦୁକୋନଙ୍କ ନାମ । ଯାହାର ନାମ ଡ୍ରଗ୍ସ ମାମଲାରେ ଯୋଡ଼ି ହୋଇଛି ।

ଜୟା ସାହାଙ୍କ କମ୍ପାନୀ ମ୍ୟାନେଜର କରିସ୍ମାଙ୍କ ସହ ଦୀପିକା ପାଦୁକୋନଙ୍କ ଡ୍ରଗ୍ ଚାଟ୍ ସାମ୍ନାକୁ ଆସିଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ଏନସିବି ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଏନସିବି ହ୍ୱାଟ୍ସଆପ ଚାଟ୍ ସଂଗ୍ରହ କରିଛି ଯେଉଁଥିରେ ଦୀପିକା ପାଦୁକୋନ୍ ଏବଂ କରିସ୍ମା ଡ୍ରଗ୍ସ ବିଷୟରେ କଥା ହେଉଛନ୍ତି । ଦୀପିକା ଏଥିରେ କରିସ୍ମାଙ୍କୁ ପଚାରୁଛନ୍ତି, ‘ତୁମ ପାଖରେ ମାଲ ଅଛି କି ?’ ଏହାର ଉତ୍ତରରେ କରିସ୍ମା କୁହନ୍ତି- ‘ହଁ … କିନ୍ତୁ ଘରେ ମାଲ ଅଛି । ଆଉ ମୁଁ ବାନ୍ଦ୍ରା ରେ ଅଛି … ‘

ଏହି ଚାଟରେ କରିସ୍ମା ଜଣେ ଅମିତଙ୍କ ନାମ ନେଇ କହିଛନ୍ତି ଯେ ମୁଁ ଅମିତକୁ ପଠାଇ ପାରିବି ତୁମ ପାଖକୁ । ଏହା ପରେ ଦୀପିକା କୁହନ୍ତି – ‘ହଁ, ଦୟାକରି ଜଲଦି ପଠାଅ ।’ କିଛି ସମୟ ପରେ କରିସ୍ମା କୁହନ୍ତି, ‘ଅମିତ ତୁମ ପାଖକୁ ମାଲ ନେଇ ଯାଇଛି ।’ ଏହା ଉପରେ ଦୀପିକା ପଚାରନ୍ତି – ‘ହାସ୍‌ ଅଛି କି ? କିନ୍ତୁ କରିସ୍ମା ହାସ୍‌ ନାହିଁ ଗଞ୍ଜେଇ ଅଛି ବୋଲି କହିଛନ୍ତି ।

ବଲିଉଡର ଡ୍ରଗ୍ସ ଲିଙ୍କ୍‌କୁ ପ୍ରକାଶ କରିବାକୁ ଚେଷ୍ଟା କରୁଥିବା ଏନସିବି ମଙ୍ଗଳବାର ଦିନ ଜୟା ସାହା, ତାଙ୍କ କମ୍ପାନୀର ମ୍ୟାନେଜର କରିସ୍ମା ଏବଂ ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦୀଙ୍କୁ ପଚରାଉଚରା ପାଇଁ ଡ଼କରା ପଡ଼ିଛି । ଆଜିର ଏହି ଜେରା ପରେ କିଛି ବଡ ଖୁଲାସା ହୋଇଥିଲା ହୋଇପାରେ ବୋଲି ସୂଚନା ମିଳିଛି । ଶ୍ରଦ୍ଧା କପୁରଙ୍କ ବ୍ୟତୀତ ତିନିଜଣ ଅଭିନେତ୍ରୀଙ୍କ ଡ୍ରଗ୍ ଚାଟ୍ ମଧ୍ୟ ସାମ୍ନାକୁ ଆସିଛି।

ସନରାଇଜର୍ସ ଅଲଆଉଟ୍, ୧୦ ରନରେ ମ୍ୟାଚ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ

ଦୁବାଇ: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ ୧୩ ସଂସ୍କରଣର ତୃତୀୟ ମ୍ୟାଚ୍ ସରିଛି । ଏହି ମ୍ୟାଚକୁ ୧୦ ରନରେ ଜିତି ନେଇଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ । ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା ।

 Royal Challengers Bangalore won by 10 runs From Sunrisers Hyderabad

ଦଳ ପକ୍ଷରୁ ଓପନର ଦବଦତ୍ତ ଡେବ୍ୟୁ ମ୍ୟାଚରେ ୫୬ ରନ୍ କରିଥିବା ବେଳେ ଏବଡେ ଭିଲିୟର୍ସ ୫୧ ରନ୍ କରିଥିଲେ । ୧୬୪ ରନର ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ସନରାଇଜର୍ସ ହାଇଦ୍ରାବାଦ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ପ୍ରଥମେ ଡେଭିଡ୍ ୱାର୍ଣ୍ଣର ଉମେଶ ଯାଦବଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ । ତାପରେ କ୍ରିଜରେ ଦଳର ସ୍କୋରକୁ ବଢ଼ାଇଥିଲେ ଜନି ଓ ମନୀଷ ଯୋଡ଼ି ।

 Royal Challengers Bangalore won by 10 runs From Sunrisers Hyderabad

ହେଲେ ତାପରେ ଜଣଙ୍କ ପରେ ଜଣେ ଆଉଟ୍ ହୋଇ ଚାଲିଥିଲେ । ହାଇଦ୍ରାବାଦ ପକ୍ଷରୁ ଜନି ସର୍ବାଧିକ ୬୧ ରନ୍ କରିଥିଲେ । ସନରାଇଜର୍ସ ଟସ୍ ଜିତି ଆରସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଏଥିରେ ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ବାଜି ମାରି ନେଇଛି ।

କୋଭିଡ୍ ପରିଚାଳନାରେ ଓଡ଼ିଶା ରୋଲ୍ ମଡେଲ୍, ସୁରେଶ ସତ ନଜାଣି ରାଜନୀତି କରୁଛନ୍ତି- ବିଜେଡି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା ନେଇ ବିଜେପି ଉଠାଇଥିବା ଅଭିଯୋଗର ଜବାବ ରଖିଛି ବିଜେଡି । ବିଜେପି ସାଂସଦ ସୁରେଶ ପୂଜାରୀ କରିଥିବା ଅଭିଯୋଗକୁ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଖଣ୍ଡନ କରିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁହାର ଜାତୀୟ ଓ ଅନ୍ତର୍ଜାତୀୟ ହାରଠାରୁ କମ୍ ରହିଛି ।

BJP Suresh Pujari

ସେହିଭଳି ରାଜ୍ୟରେ ସୁସ୍ଥତା ହାର କେନ୍ଦ୍ରୀୟ ହାରଠାରୁ ବେଶ୍ ଭଲ୍ ରହିଛି । ଠିକ୍ ସମୟରେ ଚିକିତ୍ସା ଓ କୋଭିଡ୍ କେୟାର ସେଣ୍ଟରରେ ଠିକ୍ ସହାୟତା ଦିଆଯାଉଛି । ଫଳରେ ରାଜ୍ୟ କୋଭିଡ୍ ପରିଚାଳନା କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ ପାଲଟିଛି ।

Counter by BJD Spokesperson Lenin Mohanty

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି- ସାଂସଦ ସୁରେଶ ପୂଜାରୀ ଓଡ଼ିଶାରେ ବେଶୀ ସମୟ ରହୁନାହାଁନ୍ତି । ଫଳରେ ସେ ସତ କଣ ଜାଣିନାହାଁନ୍ତି । କିଛି ଅଭିଯୋଗ ପୂର୍ବରୁ ସୁରେଶ ପ୍ରଥମେ ତଥ୍ୟକୁ ଦେଖିବା ପରେ କୁହନ୍ତୁ । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ସୁରେଶଙ୍କ ମନ୍ତବ୍ୟ ରାଜନୈତିକ ପ୍ରଣୋଦିତ ବୋଲି ଲେନିନ୍ କହିଛନ୍ତି ।

ଓଟିଭି ଏଚଆର୍ ମୁଖ୍ୟଙ୍କୁ ଥାନାରେ ୧୦ ଘଣ୍ଟା ଜେରା, ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ଜବତ

ଭୁବନେଶ୍ୱର: ଲକଡାଉନରେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଓଟିଭି ଏଚ୍ଆର୍ ହେଡଙ୍କୁ ଜେରା କରିଛି ପୋଲିସ । ୧୦ ଘଣ୍ଟାର ପଚରାଉଚରା ବେଳେ ପୋଲିସ ଅନେକ ପ୍ରଶ୍ନ ପଚାରିଛି ଓଟିଭିର ଏଚ୍ଆର୍ ହେଡଙ୍କୁ । ପୀଡ଼ିତାଙ୍କ ମାଆଙ୍କୁ ଚାକିରିରୁ ବାହାର କରିବା ଠାରୁ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କମ୍ପାନୀର ଆଭ୍ୟନ୍ତରୀଣ ତଦନ୍ତ କମିଟି କି କାର୍ଯ୍ୟାନୁଷ୍ଠାନ ନେଇଛି ସବୁକିଛି ପଚାରିଛି ପୋଲିସ ।

Police Interrogated OTV HR Head In Minor Girl Gang Rape Case

ଆଜି ସାଢ଼େ ୧୧ଟା ସମୟରେ ମହିଳା ଥାନାରେ ହାଜର ହୋଇଥିଲେ ଓଟିଭି ଏଚଆର୍ ହେଡ୍ । ପୂର୍ବରୁ ଗତ ୧୮ ତାରିଖରେ ଓଟିଭି ଏଚଆର୍ ହେଡ୍ ପୋଲିସ ମଧ୍ୟ ଓଟିଭି ଏଚ୍ଆର୍ ହେଡକୁ ଜେରା କରିଥିଲା । ପୂର୍ବରୁ କମ୍ପାନୀର ସହକାରୀ ଏଚ୍ଆର୍ ହେଡ, ଇନପୁଟ୍ ଓ ଆଉଟପୁଟ୍ ମୁଖ୍ୟଙ୍କୁ ପୋଲିସ ପଚରାଉଚରା କରିଛି । ଆଜି ଜେରା କରିବା ସହ କିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ତଦନ୍ତକାରୀ ଟିମ୍ ଜବତ କରିଛି ।

Police Interrogated OTV HR Head For 10 Hours  In Gang Rape Case

ଅନ୍ୟପଟେ ନୋଟିସ୍ ପରେ ମହିଳା କମିଶନରେ ଆଜି ହାଜର ହୋଇଥିବା ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା ପକ୍ଷ ରକ୍ଷି ନାହାଁନ୍ତି । ଶୁଣାଣି ଆରମ୍ଭ ହେବା ବେଳକୁ ଜଗୀ ସେଠାରୁ ନିଜର ଅନ୍ୟ କାମ ଥିବା ଦର୍ଶାଇ ପଳାଇ ଆସିଥିଲେ । ଫଳରେ ଶୁଣାଣି ହୋଇପାରିନାହିଁ । ଆଗାମୀ ସପ୍ତାହ ମଧ୍ୟରେ ପରବର୍ତ୍ତୀ ତାରିଖ ଦିଆଯିବ ବୋଲି ମହିଳା କମିଶନ କହିଛନ୍ତି ।

ଗୁଣି ସନ୍ଦେହରେ ବଣାଇରେ ଡବଲ ମର୍ଡର

ବଣାଇ: ସୁନ୍ଦରଗଡ଼ ବଣାଇ କେ. ବଲାଙ୍ଗ ଥାନା ଲଙ୍ଗଳକଟା ଗାଁରେ ଡବଲ ମର୍ଡର । ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଲଙ୍ଗଳକଟା ଗାଁର କଦମସୋଜା ବସ୍ତିରେ ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ପୋଲିସ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଲଙ୍ଗଳକଟା ଗ୍ରାମର କଦମସଜା ବସ୍ତିରେ ଏକମାତ୍ର ଘର ଥିବାବେଳେ ସେଠାରେ ୬୫ ବର୍ଷୀୟ ପର ମୁଣ୍ଡା ଏବଂ ସ୍ତ୍ରୀ ମାକଦାଲି ରହୁଥିଲେ ।

Double Murder In Sundergarh Bonai

ତାଙ୍କର ତିନିଜଣ ପୁଅ ଝାଡ଼ଖଣ୍ଡ ଅଞ୍ଚଳରେ ରହନ୍ତି । ଏକୁଟିଆ ରହୁଥିବାରୁ ତାଙ୍କ ହତ୍ୟା ସମ୍ପର୍କରେ ନିକଟସ୍ଥ ଗ୍ରାମବାସୀ ବିଳମ୍ବରେ ଜାଣିବାକୁ ପାଇଥିଲେ । ତେବେ ଏହି ହତ୍ୟାକାଣ୍ଡରେ ଗାଁର ଶୁକ୍ରା ମୁଣ୍ଡାର ସମ୍ପୃକ୍ତି ଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏହି ଘଟଣା ପରେ ଶୁକ୍ରା ଫେରାର୍ ଅଛି । ଗୁଣି ଗାରେଡ଼ିରୁ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ଲୋକେ ସନ୍ଦେହ କରୁଛନ୍ତି ।

ସଂସଦରେ ରାତି ଯାକ ଧାରଣା ଦେବେ ସାଂସଦ, ଆଜାଦଙ୍କ ସଫେଇ- ଉପସଭାପତିଙ୍କୁ ଛୁଇଁ ନାହାଁନ୍ତି କେହି ?

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ପୂରା କାର୍ଯ୍ୟରୁ ୮ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ସାଂସଦଙ୍କ କହିବା କଥା- ସେମାନେ ସମ୍ପୂର୍ଣ୍ଣ ରାତି ଧାରଣାରେ ବସିବେ । ନିଲମ୍ବନ ଆଦେଶ ନ ଉଠିବା ଯାଏଁ ଧାରଣା ଜାରି ରହିବ ବୋଲି ନିଲମ୍ବିତ ସାଂସଦ କହିଛନ୍ତି । ଘଟଣାରେ ଗୁଲାମ ନବି ଆଜାଦ କହିଛନ୍ତି କେହି ରାଜ୍ୟସଭା ଉପସଭାପତିଙ୍କୁ ହାତ ଲଗାଇ ନାହାଁନ୍ତି ।

MPs Sitting On Protest All Night Rajya Sabha Parliament

ଧାରଣାରେ ବସିଥିବା ସାଂସଦଙ୍କୁ ସମର୍ଥନ ଦେବାକୁ ସଂସଦରେ ଗୁଲାମ ନବି ଆଜାଦ ସଂସଦରେ ପହଞ୍ଚିଛନ୍ତି । ସେ କହିଛନ୍ତି- ଏହି ବିଲ୍ କୃଷକଙ୍କୁ ବରବାଦ କରିଦେବ । ଏହା କୃଷକଙ୍କ ବିରୋଧୀ । ଜବରଦସ୍ତ ଭାବେ ବିଲକୁ ରାଜ୍ୟସଭାରେ ପାରିତ କରାଯାଇଛି । ରିଭିଜନ୍ ପାଇଁ ଦାବି ହୋଇଥିଲା କରାଗଲା ନାହିଁ । ଜଣେ ରିଭିଜନ୍ ମାଗିଲେ ବି ରିଭିଜନ୍ ହୁଏ । ତେବେ, ଏହାକୁ ଏମିତି ହିଁ ପାରିତ କରାଯାଇଥିଲା । ଯେତେବେଳେ କି ରାଜ୍ୟସଭାରେ ବହୁମତ ବିଲ୍ ବିରୋଧରେ ଥିଲା ।

ରାଜ୍ୟସଭାରେ ହଙ୍ଗାମା ବେଳେ ସାଂସଦ କାହାରି ଦେହରେ ହାତ ଦେଇନଥିବା କହିଛନ୍ତି ଆଜାଦ । ଉପସଭାପତି କିମ୍ବା ମାର୍ଶଲ କାହାରିକୁ ହାତ ଲଗାଇନାହାଁନ୍ତି । ଯଦି ଗୃହକୁ ଗୋଟାଏ ପରେ ବି ଚଲାଇବାର ଥିଲା ତ ଆଗରୁ ସୂଚନା ଦିଆଯାଇଥାନ୍ତା । ଜଣାଥିଲା କି ଗୃହର ସମୟ ସୀମା ଆଉ ବଢ଼ିବନି କିନ୍ତୁ ବୃଦ୍ଧି କରାଯାଇଥିଲା । ଯାହା ନିୟମ, ପରମ୍ପରା ଓ ପ୍ରକ୍ରିୟା ଥିଲା କାର୍ଯ୍ୟ ତାର ବାହାରେ ହୋଇଥିଲା ।

Rajya Sabha Passes Two Farm Bills By Voice Vote Amid Protests By Opposition

ସକାଳୁ ଧାରଣାରେ ବସିଥିବା ସାଂସଦ ସେଇଠି ହିଁ ରାତି ଯାକ ଧାରଣାରେ ବସିବେ । ସେମାନଙ୍କ କହିବା କଥା ନିଲମ୍ବନକୁ ନେଇ ଆସନ୍ତାକାଲି ସଂସଦରେ ନିଷ୍ପତ୍ତି ନିଆଯିବ । ତାପରେ ଯାଇ ଯାହା ନିଷ୍ପତ୍ତି ନେବେ । ସେହିଭଳି ଆପ୍ ସାଂସଦ ସଂଜୟ ସିଂହଙ୍କ କହିବା କଥା କାଲି ରାଜ୍ୟସଭାର ନିଷ୍ପତ୍ତି ଉପରେ ନିର୍ଭର କରେ ଧାରଣା କେବେ ଯାଏଁ ଦେବୁ ।

୫ଶହ କିଲୋମିଟର ଦୂରକୁ ଚିଠି ଲେଖିଲେ ବର୍ଷା…

ଭୁବନେଶ୍ୱର: କୋରାପୁଟର କୋଇଲି । କୁଇ ଝିଅ ନମିତା । ଏବେ ଓଡ଼ିଶାରେ ଭାଇରାଲ ଭଏସ ଭାବେ ଚର୍ଚ୍ଚିତ । ଗୋଟିଏ ଗୀତ ତାଙ୍କୁ ପୁରା ଓଡ଼ିଶାରେ ପରିଚିତ କରାଇଥିଲା । ଆଉ ସେଇ ଗୀତ ତାଙ୍କୁ କଟକ ଆଣିଥିଲା । କଟକରେ ଓଲିଉଡ ଅଭିନେତ୍ରୀ ବର୍ଷାଙ୍କ ସହ ହୋଇଥିଲା ଦେଖା । ବର୍ଷାଙ୍କୁ ନମିତାଙ୍କ କଣ୍ଠ ଓ ଲଢିବା ଇଛା ଆପଣାର କରିନେଇଥିଲା । ନମିତାଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇ ବର୍ଷା ଲେଖିଛନ୍ତି ଚିଠିଟିଏ । ମୋବାଇଲ ଯୁଗରେ ଚିଠି ଅଜଣା ଦୁନିଆର କାହାଣୀ ହୋଇଥିବା ବେଳେ ବର୍ଷା ଚିଠି ଲେଖି ପାଲଟି ଯାଇଛନ୍ତି ନମିତାଙ୍କ ବଡ଼ ଭଉଣୀ । ଚିଠିର ପ୍ରତ୍ୟକଟି ଶବ୍ଦରେ ରହିଛି ଆଗକୁ ବଢ଼ିବାର ପୁଳା ପୁଳା ପ୍ରେରଣା ।

ପଢ଼ନ୍ତୁ ବର୍ଷ କ’ଣ ଲେଖିଛନ୍ତି ଚିଠିରେ…

ବର୍ଷାଙ୍କ ଡାକରା ପାଇ କଟକ ସହରରେ ପାଦ ରଖିଥିଲେ ନମିତା । କଟକରେ ପହଞ୍ଚିବା ପରେ ପରେ କଟକ ଷ୍ଟୁଡିଓରେ ବର୍ଷାଙ୍କ ଉପସ୍ଥିତିରେ ରେକର୍ଡିଂ ହୋଇଛି କାଳିଆ ଭଜନ । କୁଇ ଓ ଓଡିଆ ଭାଷାରେ ଶ୍ରୀଜଗନ୍ନାଥ ଭଜନ ଗାଇଛନ୍ତି ନିଜେ ନମିତା । ଗୀତ ଲେଖିଥିବା ବିଜୟ ମଲ୍ଲ ଓ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ମଧ୍ୟ ନମିତାଙ୍କୁ ନେଇ ବେଶ ଆଶାବାଦୀ । ବଣର ମଲ୍ଲି ଆଗକୁ ସାରା ଓଡିଶାରେ ନିଜର ମହକ ବିଛାଇବ ବୋଲି ଆଶା ରଖିଛନ୍ତି ଆଲବମ୍ର ପୁରା ଟିମ୍ । ତେବେ ସବୁଠାରୁ ବଡ଼ କଥା ହେଲା ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ହାତ ରହିଛି ନମିତାଙ୍କ ପଛରେ ।

ମୋରିସଙ୍କ ଜର୍ସିରେ ଓଡ଼ିଆ ଯୁବକ ନୀଳାଚଳଙ୍କ ନାଁ, ଜାଣନ୍ତୁ କାହିଁକି ଲେଖିଲେ ?

ଭୁବନେଶ୍ୱର: ଫଟାଫଟ କ୍ରିକେଟ୍ କେବଳ ମନୋରଞ୍ଜନ ଯୋଗାଉଛି ତା ନୁହଁ । କ୍ରିଜରେ ଚୌକ, ଛକା ବର୍ଷା କରି କ୍ରୀଡ଼ାପ୍ରେମୀଙ୍କ ମନକୁ ଛୁଉଁଥିବା ଏହି ଖେଳାଳି ଅନ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି । କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଟିମର ଖେଳାଳି ମାନେ ନିଜ ଜର୍ସିରେ କୋଭିଡ୍ ଯୋଦ୍ଧାଙ୍କ ନାଁ ଉଲ୍ଲେଖ କରିଛନ୍ତି । କରୋନା ସଂକ୍ରମଣ ଭିତରେ ୟୁଏଇରେ ମ୍ୟାଚ୍ ଖେଳାଯାଉଛି । ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଚ୍ରିସ୍ ମୋରିସ୍ ତାଙ୍କ ଜର୍ସିରେ ନୀଳାଚଳଙ୍କ ନାଁ ଲେଖିଛନ୍ତି ।

ମୋରିସ୍ ଜର୍ସିରେ ନୀଳାଚଳଙ୍କ ନାଁ ଲେଖିବା ସହ ନିଜ ଟ୍ୱିଟରରେ ଆକାଉଣ୍ଟରେ ନିଜ ନାଁ ପରିବର୍ତ୍ତନ କରିଛନ୍ତି । ନିଜ ନାଁ ପରିବର୍ତ୍ତେ ସେ ନୀଳାଚଳ ପରିଡ଼ା ଲେଖିଛନ୍ତି । ଏହା ପଛର କାରଣ ବି ଫଟୋ ସହ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ମୋରିସ୍ । କରୋନା ଲକଡାଉନ୍ ସମୟରେ ନୀଳାଚଳ ପରିଡ଼ା ଏକ ପରିବା ଦୋକାନ ଖୋଲିଥିଲେ । ଏବଂ ବରିଷ୍ଠ ନାଗରିକ ମାନଙ୍କୁ ମାଗଣାରେ ଘରେ ପରିବା ପହଞ୍ଚାଉଥିଲେ ନୀଳାଚଳ । ନୀଳାଚଳଙ୍କୁ ଏଥିପାଇଁ ମୋରିସ୍ କୃତଜ୍ଞତା ଜଣାଇବା ସହ ତାଙ୍କ ନାଁ ଲେଖାଥିବା ଜର୍ସି ପିନ୍ଧିଛନ୍ତି ।

RCB Player Chris Morris Wears Jersey Writing Odia Youth Nilachal Parida Name

କେବଳ ମୋରିସ୍ ନୁହଁନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗୁଳୁର ଦଳର ପ୍ରାୟ ଖେଳାଳି ନିଜ ଜର୍ସିରେ କୋଭିଡ୍ ଯୋଦ୍ଧାଙ୍କ ନାଁ ଲେଖି ସେମାନଙ୍କୁ ସମ୍ମାନ ଜଣାଇଛନ୍ତି । ସେହିପରି ଦଳର ଅନ୍ୟତମ ଖେଳାଳି ଅବଡେ ଭିଲ୍ଲିଏର୍ସ ତାଙ୍କ ଜର୍ସିରେ ପାରିତୋଶ ପନ୍ତଙ୍କ ନାଁ ଉଲ୍ଲେଖ କରିଛନ୍ତି । ଦଳର ଅଧିନାୟକ ବିରାଟ କୋହଲି ନିଜ ଜର୍ସିରେ ସିମ୍ରନଜିତ୍ ସିଂହଙ୍କ ନାଁ ଲେଖିଛନ୍ତି ।

ନୀଳାଚଳ କିଏ ?

RCB Player Chris Morris Wears Jersey Writing Odia Youth Nilachal Parida Name

୨୫ ବର୍ଷୀୟ ନୀଳାଚଳ ଜଣେ ଜାତୀୟ ସ୍ତରର ପର୍ବତାରୋହୀ । ଭୁବନେଶ୍ୱରର ବରମୁଣ୍ଡାରେ ରହୁଥିବା ନୀଳାଚଳ ପରିଡ଼ା ପାର୍ଟ ଟାଇମ୍ ଡ୍ରାଇଭର ଭାବେ କାମ କରି କିଛି ଟଙ୍କା ସଞ୍ଚୟ କରିଥିଲେ । ଏପ୍ରିଲ୍ ମାସ ପ୍ରଥମ ସପ୍ତାହରେ ନୀଳାଚଳ ପର୍ବତାରୋହଣ ପାଇଁ ଋଷିଆ ଯାଇଥାନ୍ତେ । ହେଲେ ଲକଡାଉନ୍ ଯୋଗୁଁ ବାତିଲ୍ ହୋଇ ଯାଇଥିଲା ତାଙ୍କ ଟିକେଟ୍ । ଏହା ପରେ କରୋନା ଯୁଦ୍ଧରେ ସାମିଲ୍ ହୋଇଥିଲେ ନୀଳାଚଳ । ରାଜଧାନୀରେ ପରିବା ଦୋକାନ ଖୋଲିବା ସହ ବରିଷ୍ଠ ନାଗରିକଙ୍କୁ ଘରେ ପରିବାର ମାଗଣା ହୋମ୍ ଡେଲିଭରି ଦେବା ଆରମ୍ଭ କରିଥିଲେ । ସେତିକି ନୁହେଁ ଦିନ ଶେଷରେ ବଳକା ପରିବାକୁ ଅସହାୟଙ୍କୁ ନୀଳାଚଳ ମାଗଣାରେ ଦେଉଥିଲେ । କୋଭିଡ୍ ନିୟମ ପାଳନ କରି ପରିବା ବିକ୍ରି କରିବା ସହ ପିଏମ୍ କେୟାର୍ ଫଣ୍ଡକୁ ଅର୍ଥ ଦାନ କରିଥିଲେ ।

ରାଜ୍ୟରେ ସୁସ୍ଥ ହେଲେ ୩୭୦୪ ଜଣ ନୂଆ କରୋନା ରୋଗୀ, ବଢ଼ୁଛି କରୋନା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ଭୟ ଭିତରେ ଆସ୍ୱସ୍ତି ଦେଉଛି କରୋନା ସୁସ୍ଥଙ୍କ ହାର । ରାଜ୍ୟରେ କରୋନା ସଂକ୍ରମଣ ସହ ବଢ଼ିବାକୁ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା । ପ୍ରତି ଦିନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ସୁସ୍ଥ ହେଉଛନ୍ତି । ତେବେ ରାଜ୍ୟରେ ଆଜି ଆଉ ୩ ହଜାର ୭୦୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୪୯ ହଜାର ୩୭୯ ଜଣ ସୁସ୍ଥ ହୋଇଛନ୍ତି ।

ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୨୦ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୫୬ ଜଣ, ପୁରୀରୁ ୧୫୧ ଜଣ, ଝାରସୁଗୁଡ଼ାରୁ ୧୪୭, କେନ୍ଦ୍ରାପଡ଼ାରୁ ୧୩୬, ବଲାଙ୍ଗିରରୁ ୧୩୬, ସୁନ୍ଦରଗଡ଼ରୁ ୧୩୨, ବରଗଡ଼ରୁ ୧୨୦, ମୟୂରଭଞ୍ଜରୁ ୧୨୦, ନବରଙ୍ଗପୁରରୁ ୧୧୩, ଯାଜପୁରରୁ ୧୧୧, ସମ୍ବଲପୁରରୁ ୯୯, କୋରାପୁଟରୁ ୯୮, ରାୟଗଡ଼ାରୁ ୯୦, ଜଗତସିଂହପୁରରୁ ୮୫, କନ୍ଧମାଳରୁ ୭୬, ଭଦ୍ରକରୁ ୭୩, ବାଲେଶ୍ୱରରୁ ୭୨, କେନ୍ଦୁଝରରୁ ୬୫, ସୋନପୁରରୁ ୫୫, ଗଞ୍ଜାମରୁ ୫୧, ବୌଦ୍ଧରୁ ୩୯, ଢ଼େଙ୍କାନାଳରୁ ୩୬, ନୟାଗଡ଼ରୁ ୩୪, ଗଳାହାଣ୍ଡିରୁ ୨୭, ମାଲକାନାଗିରିରୁ ୨୩, ଦେବଗଡ଼ରୁ ୨୨, ଅନୁଗୁଳରୁ ୨୨, ଗଜପତିରୁ ୧୧, ନୂଆପଡ଼ାରୁ ୧୮୮ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

MSP ମୂଲ୍ୟ ଘୋଷଣା:ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ ୧୮୬୮ ଟଙ୍କା, ଗହମ ମୂଲ୍ୟ ୧୯୭୫ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ପକ୍ଷରୁ ରବି ଫସଲ ପାଇଁ ସୋମବାର ବିଭିନ୍ନ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରାଯାଇଛି । କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ କ୍ୟାବିନେଟ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସୂଚନା ଦେଇଛନ୍ତି । ଗହମର କ୍ୱିଣ୍ଟାଲ ପିଛା ଏମଏସପି ୧୯୭୫ ଟଙ୍କା, ଧାନ ୧୮୬୮ ଟଙ୍କା, ମସୁର ୫୧୦୦ ଟଙ୍କା, ବିରିଡାଲି ୬୦୦୦ ଟଙ୍କା, ମୁଗ ଡାଲି ୭୧୯୦ ଟଙ୍କା, ହରଡ ଡାଲି ୬୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ସୋରିଷର କ୍ୱିଣ୍ଟାଲ ପିଛା ମୂଲ୍ୟ ୪୬୫୦ ଟଙ୍କା, ବୁଟ(ଗ୍ରାମ) ଜାତୀୟ ଡାଲି ଶସ୍ୟର କ୍ୱିଣ୍ଟାଲ ପିଛା ୫୧୦୦ ଟଙ୍କା ଏବଂ ଚିନାବାଦାମର ୫୨୭୫ ଟଙ୍କା ମୂଲ୍ୟର ଏମଏସପି ସ୍ଥିର କରାଯାଇଛି ।

ଗତକାଲି ବହୁ ଚର୍ଚ୍ଚିତ ୨ଟି କୃଷି ବିଲକୁ ଜାତୀୟ ରାଜନୀତି ସରଗରମ ରହିଥିଲା । ଯେଉଁ ଢଙ୍ଗରେ ରାଜ୍ୟ ସଭାରେ ବିଧେୟକଗୁଡିକ ଗୃହୀତ କରାଗଲା, ତାହାକୁ ବିରୋଧୀମାନେ କଡା ସମାଲୋଚନା କରିଥିଲା । ବିଶେଷ କରି ଏହି ବିଲ୍ ଆଇନରେ ପରିଣତ ହେଲେ ଚାଷୀ ପାଇଁ ଧାର୍ଯ୍ୟ କରାଯାଇ ଆସୁଥିବା ଏମଏସପି ଉପରେ ପ୍ରଭାବ ପଡିବ ବୋଲି ଅଭିଯୋଗ ହୋଇଥିଲା । ତେଣୁ କେନ୍ଦ୍ର ସରକାର ଏକ ରକ୍ଷଣାତ୍ମକ ରଣକୌଶଳ ଆପଣାଇ ବିଭିନ୍ନ ଶସ୍ୟର ଏମଏସପି ବୃଦ୍ଧି କରିଥିବା ଜଣାପଡିଛି ।

ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କୃଷି ଏବଂ କୃଷକଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ । ନୂଆ କୃଷି ଆଇନ କୃଷକଙ୍କ ସ୍ୱାର୍ଥ ରକ୍ଷା କରିବ । ଏ ସମ୍ବଦ୍ଧୀୟ ତଥ୍ୟ ପ୍ରଦାନରେ ବିରୋଧୀମାନେ ଚାଷୀ ବିରୋଧୀ କଥା କହୁଥିବା ମୋଦି କହିଥିଲେ । ଚଳିତବର୍ଷ ଚଣା ଡାଲିର କ୍ୱିଣ୍ଟାଲ ପିଛା ମୂଲ୍ୟ ୮.୩ ପ୍ରତିଶତ, ସୋରିଷର ୭ ପ୍ରତିଶତ ଏବଂ ଗହମର ଏମଏସପି ୫.୩ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଗହମ ଉତ୍ପାଦନର ପରିମାଣ ପ୍ରାୟ ଦୁଇ ଗୁଣା ବୃଦ୍ଧି ପାଇଛି ।