ଓଟିଭି ଏଚଆର୍ ମୁଖ୍ୟଙ୍କୁ ଥାନାରେ ୧୦ ଘଣ୍ଟା ଜେରା, ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ଜବତ

Police Interrogated OTV HR Head For 10 Hours  In Gang Rape Case

ଭୁବନେଶ୍ୱର: ଲକଡାଉନରେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଓଟିଭି ଏଚ୍ଆର୍ ହେଡଙ୍କୁ ଜେରା କରିଛି ପୋଲିସ । ୧୦ ଘଣ୍ଟାର ପଚରାଉଚରା ବେଳେ ପୋଲିସ ଅନେକ ପ୍ରଶ୍ନ ପଚାରିଛି ଓଟିଭିର ଏଚ୍ଆର୍ ହେଡଙ୍କୁ । ପୀଡ଼ିତାଙ୍କ ମାଆଙ୍କୁ ଚାକିରିରୁ ବାହାର କରିବା ଠାରୁ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କମ୍ପାନୀର ଆଭ୍ୟନ୍ତରୀଣ ତଦନ୍ତ କମିଟି କି କାର୍ଯ୍ୟାନୁଷ୍ଠାନ ନେଇଛି ସବୁକିଛି ପଚାରିଛି ପୋଲିସ ।

Police Interrogated OTV HR Head In Minor Girl Gang Rape Case

ଆଜି ସାଢ଼େ ୧୧ଟା ସମୟରେ ମହିଳା ଥାନାରେ ହାଜର ହୋଇଥିଲେ ଓଟିଭି ଏଚଆର୍ ହେଡ୍ । ପୂର୍ବରୁ ଗତ ୧୮ ତାରିଖରେ ଓଟିଭି ଏଚଆର୍ ହେଡ୍ ପୋଲିସ ମଧ୍ୟ ଓଟିଭି ଏଚ୍ଆର୍ ହେଡକୁ ଜେରା କରିଥିଲା । ପୂର୍ବରୁ କମ୍ପାନୀର ସହକାରୀ ଏଚ୍ଆର୍ ହେଡ, ଇନପୁଟ୍ ଓ ଆଉଟପୁଟ୍ ମୁଖ୍ୟଙ୍କୁ ପୋଲିସ ପଚରାଉଚରା କରିଛି । ଆଜି ଜେରା କରିବା ସହ କିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ତଦନ୍ତକାରୀ ଟିମ୍ ଜବତ କରିଛି ।

Police Interrogated OTV HR Head For 10 Hours  In Gang Rape Case

ଅନ୍ୟପଟେ ନୋଟିସ୍ ପରେ ମହିଳା କମିଶନରେ ଆଜି ହାଜର ହୋଇଥିବା ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା ପକ୍ଷ ରକ୍ଷି ନାହାଁନ୍ତି । ଶୁଣାଣି ଆରମ୍ଭ ହେବା ବେଳକୁ ଜଗୀ ସେଠାରୁ ନିଜର ଅନ୍ୟ କାମ ଥିବା ଦର୍ଶାଇ ପଳାଇ ଆସିଥିଲେ । ଫଳରେ ଶୁଣାଣି ହୋଇପାରିନାହିଁ । ଆଗାମୀ ସପ୍ତାହ ମଧ୍ୟରେ ପରବର୍ତ୍ତୀ ତାରିଖ ଦିଆଯିବ ବୋଲି ମହିଳା କମିଶନ କହିଛନ୍ତି ।

Leave a Reply