ସଂସଦରେ ରାତି ଯାକ ଧାରଣା ଦେବେ ସାଂସଦ, ଆଜାଦଙ୍କ ସଫେଇ- ଉପସଭାପତିଙ୍କୁ ଛୁଇଁ ନାହାଁନ୍ତି କେହି ?

1 min read
MPs Sitting On Protest All Night Rajya Sabha Parliament

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ପୂରା କାର୍ଯ୍ୟରୁ ୮ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ସାଂସଦଙ୍କ କହିବା କଥା- ସେମାନେ ସମ୍ପୂର୍ଣ୍ଣ ରାତି ଧାରଣାରେ ବସିବେ । ନିଲମ୍ବନ ଆଦେଶ ନ ଉଠିବା ଯାଏଁ ଧାରଣା ଜାରି ରହିବ ବୋଲି ନିଲମ୍ବିତ ସାଂସଦ କହିଛନ୍ତି । ଘଟଣାରେ ଗୁଲାମ ନବି ଆଜାଦ କହିଛନ୍ତି କେହି ରାଜ୍ୟସଭା ଉପସଭାପତିଙ୍କୁ ହାତ ଲଗାଇ ନାହାଁନ୍ତି ।

MPs Sitting On Protest All Night Rajya Sabha Parliament

ଧାରଣାରେ ବସିଥିବା ସାଂସଦଙ୍କୁ ସମର୍ଥନ ଦେବାକୁ ସଂସଦରେ ଗୁଲାମ ନବି ଆଜାଦ ସଂସଦରେ ପହଞ୍ଚିଛନ୍ତି । ସେ କହିଛନ୍ତି- ଏହି ବିଲ୍ କୃଷକଙ୍କୁ ବରବାଦ କରିଦେବ । ଏହା କୃଷକଙ୍କ ବିରୋଧୀ । ଜବରଦସ୍ତ ଭାବେ ବିଲକୁ ରାଜ୍ୟସଭାରେ ପାରିତ କରାଯାଇଛି । ରିଭିଜନ୍ ପାଇଁ ଦାବି ହୋଇଥିଲା କରାଗଲା ନାହିଁ । ଜଣେ ରିଭିଜନ୍ ମାଗିଲେ ବି ରିଭିଜନ୍ ହୁଏ । ତେବେ, ଏହାକୁ ଏମିତି ହିଁ ପାରିତ କରାଯାଇଥିଲା । ଯେତେବେଳେ କି ରାଜ୍ୟସଭାରେ ବହୁମତ ବିଲ୍ ବିରୋଧରେ ଥିଲା ।

ରାଜ୍ୟସଭାରେ ହଙ୍ଗାମା ବେଳେ ସାଂସଦ କାହାରି ଦେହରେ ହାତ ଦେଇନଥିବା କହିଛନ୍ତି ଆଜାଦ । ଉପସଭାପତି କିମ୍ବା ମାର୍ଶଲ କାହାରିକୁ ହାତ ଲଗାଇନାହାଁନ୍ତି । ଯଦି ଗୃହକୁ ଗୋଟାଏ ପରେ ବି ଚଲାଇବାର ଥିଲା ତ ଆଗରୁ ସୂଚନା ଦିଆଯାଇଥାନ୍ତା । ଜଣାଥିଲା କି ଗୃହର ସମୟ ସୀମା ଆଉ ବଢ଼ିବନି କିନ୍ତୁ ବୃଦ୍ଧି କରାଯାଇଥିଲା । ଯାହା ନିୟମ, ପରମ୍ପରା ଓ ପ୍ରକ୍ରିୟା ଥିଲା କାର୍ଯ୍ୟ ତାର ବାହାରେ ହୋଇଥିଲା ।

Rajya Sabha Passes Two Farm Bills By Voice Vote Amid Protests By Opposition

ସକାଳୁ ଧାରଣାରେ ବସିଥିବା ସାଂସଦ ସେଇଠି ହିଁ ରାତି ଯାକ ଧାରଣାରେ ବସିବେ । ସେମାନଙ୍କ କହିବା କଥା ନିଲମ୍ବନକୁ ନେଇ ଆସନ୍ତାକାଲି ସଂସଦରେ ନିଷ୍ପତ୍ତି ନିଆଯିବ । ତାପରେ ଯାଇ ଯାହା ନିଷ୍ପତ୍ତି ନେବେ । ସେହିଭଳି ଆପ୍ ସାଂସଦ ସଂଜୟ ସିଂହଙ୍କ କହିବା କଥା କାଲି ରାଜ୍ୟସଭାର ନିଷ୍ପତ୍ତି ଉପରେ ନିର୍ଭର କରେ ଧାରଣା କେବେ ଯାଏଁ ଦେବୁ ।

Leave a Reply