ଚାଷୀଙ୍କ ପାଇଁ ଗଡ଼ିଲା ରଥ, ସରକାରୀ ଯୋଜନା ନେଇ କରିବ ସଚେତନ

ମୟୂରଭଞ୍ଜ: ଚଳିତ ଖରିଫ୍‌ ଋତୁରେ ଚାଷୀମାନେ କିପରି ସୁବିଧାରେ ଏବଂ ସରକାରୀ ଧାର୍ଯ୍ୟ ଦରରେ ଧାନ ବିକ୍ରି କରି ପାରିବେ ସେଥିପାଇଁ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ଆଜି ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗ କିପରି ଚାଷୀ ମାନଙ୍କ ନିକଟରେ ପହଞ୍ଚିପାରିବ ସେ ସମ୍ପର୍କରେ ସଚେତନତା ରଥ ସମଗ୍ର ଜିଲ୍ଲାରେ ପରିକ୍ରମା କରିବା ପାଇଁ ଆଜି ଶୁଭାରମ୍ଭ କରାଯାଇଛି ।

ଏହି ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଶୁଭାରମ୍ଭ କରାଯାଇଥିଲା ଏକ ସଚେତନତା ରଥଯାତ୍ରା । ଏହି ରଥ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୨୬ ଗୋଟି ବ୍ଲକର ବିଭିନ୍ନ ଅଂଚଳରେ ପରିକ୍ରମା କରି ଜନସଚେତନତା ସୃଷ୍ଟି କରିବ । ଚାଷୀମାନେ କିପରି ସୁବିଧାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ମଣ୍ଡିରେ ଧାନ ବିକ୍ରି କରି ପାରିବେ ଏବଂ ସରକାରଙ୍କ ଧାର୍ଯ୍ୟ ଦର ପାଇପାରିବେ ସେ ସମ୍ପର୍କରେ ସଚେତନତା ବାର୍ତ୍ତା ଲୋକ ମାନଙ୍କ ନିକଟରେ ପହଞ୍ଚିପାରିବ । ଜିଲ୍ଲା ଯୋଗାଣ ବିଭାଗ ଏବଂ ସମବାୟ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Leave a Reply