ବିରୋଧିଙ୍କୁ ବିଜେଡିର ଜବାବ; ଦଳ ପାଇଁ ନୁହେଁ, ଚାଷୀଙ୍କ ପାଇଁ ସମର୍ପିତ ସରକାର

ଭୁବନେଶ୍ୱର: ଚାଷୀ ଓ ଚାଷ ପାଇଁ ବିଜେଡି ସବୁ ବେଳ ପାଇଁ ରହିଛି ବୋଲି କହିଲେ ବିଜେଡ଼ି ବିଧାୟକ ଦେବୀ ମିଶ୍ର। ଆଗରୁ ବିଧାନସଭାରେ ଦୁଇ ଥର ପ୍ରସ୍ତାବ ପାରିତ ହୋଇସାରିଛି । ଏବେ ପୁଣି କ୍ୟାବିନେଟରେ ସଂକଳ୍ପ ପାରିତ ହୋଇ କେନ୍ଦ୍ରକୁ ଜଣାଯାଇଛି । ଏବଂ ଏମଏସ ସ୍ଵାମୀନାଥନ କମିଟି ଫର୍ମୁଲା ଲାଗୁ କରିବା ପାଇଁ ଆଗରୁ ଦାବି କରାଯାଇଥିଲା । ଏହାକୁ ଅଧିକ ଦୃଢୀଭୁତ କରିବା ପାଇଁ କ୍ୟାବିନେଟ ମଂଜୁର କରିଛି । ଆଗ ଏମଏସପି ହେଲେ କରୋନା ବେଳେ ଯେଉଁ ବୋଝ ପଡିଛି ଚାଷୀ ହୁଏତ ସେଥିରୁ ରକ୍ଷା ପାଇବ । ଯଦି ଚାଷୀଙ୍କ ପାଇଁ କେହି କରୁଛନ୍ତି ଡ୍ରାମା କହୁଛନ୍ତି ବିରୋଧୀ, ତାହାଲେ ଆମେ ଡ୍ରାମା କରୁଛୁ । ମାଇଲେଜ୍ କିଛି ନୁହେଁ ଚାଷୀଙ୍କ ପାଇଁ ଯାହା ଆବଶ୍ୟକ ତାହା କରୁଛୁ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର ।

ସେହିପରି ଏମଏସପି ନେଇ ମୁଖ୍ୟମନ୍ତ୍ରୀଙ୍କ ଦାବିକୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସମର୍ଥନ କରିଛନ୍ତି  । କହିଛନ୍ତି ଯେ, “ଚାଷୀଙ୍କ ଦାବି ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବେ । ଆମେ ଏମଏସପି ୨୯୩୦ ନିର୍ଦ୍ଧାରଣ କରିଥିଲୁ । ମୁଖ୍ୟମନ୍ତ୍ରୀ ସେହି ଦାବି ପୁଣି ଥରେ କରିଥିବାରୁ ମୁଁ ବହୁତ ଖୁସି” ବୋଲି କହିଛନ୍ତି ସୁରେଶ ରାଉତରାୟ  ।

ଗତକାଲି ଉତ୍ପାଦନର ଦେଢ ଗୁଣା ଏମଏସପି ବୃଦ୍ଧି ନେଇ କ୍ୟାବିନେଟ ସଂକଳ୍ପ ନିଆଯିବା ସହ କେନ୍ଦ୍ରକୁ ଜଣାଯାଇଛି । ପୂର୍ବରୁ ୨୦୧୭ ଓ ୨୦୧୮ ମସିହାରେ ଏ ନେଇ ୨ ଥର ଦାବି କରାଯାଇଥିଲା । ବିଧାନସଭାରେ ସର୍ବସମ୍ମତ ଭାବେ ପ୍ରସ୍ତାବ ପାରିତ ହେବା ପରେ କେନ୍ଦ୍ର ଆଗରେ ଦାବି ଉପସ୍ଥାପନ କରାଯାଇଥିଲା ।

Leave a Reply