ଟିକାକରଣ ପୂର୍ବରୁ ଖସୁଛି କରୋନା ଗ୍ରାଫ୍, ଦେଶରେ ଆଜି ୩୧ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଟିକା ଆସିବା ପୂର୍ବରୁ ଦେଶରେ ଖସୁଛି କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ଦେଶରେ ଆଉ ୩୧ ହଜାର ୫୨୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରେ ୪୧୨ ସଂକ୍ରମିତଙ୍କ ଜୀବନ ଯାଇଛି । ଏଥିସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୧ ହଜାର ୭୭୨ରେ ପହଞ୍ଚିଛି ।

ସେହିପରି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭ ଲକ୍ଷ ୬୭ ହଜାର ୩୭୨ରେ ପହଞ୍ଚିଛି । ସେଥି ମଧ୍ୟରୁ ୯୨ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଏବେବି ୩ ଲକ୍ଷ ୭୨ ହଜାର ୨୯୩ ସକ୍ରିୟ ମାମଲା ରହିଛି । ସେପଟେ ୩ଟି ଟିକା ପ୍ରସ୍ତୁତକାରୀ କମ୍ପାନୀ ଖୁବ ଶୀଘ୍ର ଭାରତରେ ବଣ୍ଟନ କରିବେ ଟିକା ।

ଭାରତରେ ଟିକାକରଣ ଆରମ୍ଭ ପାଇଁ ଅନୁମତି ମାଗିଥିବା ୩ଟି ସଂସ୍ଥାର ଆବେଦନ ଉପରେ ଡିସିଜିଆଇରେ ଚାଲିଛି ଆଲୋଚନା । ଖୁବଶୀଘ୍ର ଏନେଇ ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କୁ ମିଳିପାରେ ଅନୁମତି । ସେମାନଙ୍କୁ ଅନୁମତି ମିଳିଲେ ଦେଶରେ ବ୍ୟାପକ ଟିକାକରଣ ଆରମ୍ଭ ହେବ । ପ୍ରାଥମିକ ପର୍ଯ୍ୟାୟରେ କରୋନା ଯୋଦ୍ଧା ଏବଂ ଟିକା ଆବଶ୍ୟକ କରୁଥିବା ବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯିବ । ଫାଇଜର, ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକ ପ୍ରଦାନ କରିବେ ଏହି ଟିକା ।

Leave a Reply