କୋଭିଡ ଫ୍ରି ହେଉଛି ରାଜ୍ୟ, ୨୫ ଜିଲ୍ଲାରୁ ୩୪୩ ଆକ୍ରାନ୍ତ

ଭୁବନେଶ୍ୱର: ଧୀରେ ଧୀରେ କୋଭିଡ ଫ୍ରି ହେଉଛି ରାଜ୍ୟ । ଆଜି ୩୦ ଜିଲ୍ଲା ମଧ୍ୟରୁ ୨୫ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମିତ । ୫ଟି ଜିଲ୍ଲାରେ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ୨୪ ଘଣ୍ଟାରେ ଆଉ ୩୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ବାରେଣ୍ଟାଇନରୁ ୧୯୭ ମାମଲା ଥିବା ବେଳେ ୧୪୬ ଲୋକାଲ କେସ ରହିଛି ।

ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ମାମଲା ଚିହ୍ନଟ ହୋଇଛନ୍ତି । ସେହିପରି ଅନଗୁଳ ଓ ଖୋର୍ଦ୍ଧାରୁ ୩୨ ଜଣ ଲେଖାଏଁ ଆକ୍ରାନ୍ତ, ମୟୂରଭଞ୍ଜରୁ ୨୦, ସମ୍ବଲପୁରରୁ ୧୫, କେନ୍ଦୁଝରରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୬୪୨ରେ ପହଞ୍ଚିଛି । ସେମଧ୍ୟରୁ ୩ ଲକ୍ଷ ୧୭ ହଜାର ୪୧୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଏବେବି ୩ ହଜାର ୩୮୩ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ଆଉ ୫ ସଂକ୍ରମିତଙ୍କ ଜୀବନ ଯାଇଛି ।

Leave a Reply