spot_img
Home Blog Page 6434

ଏବେ ଟ୍ରଫ୍‌ ଲାଇନ୍‌ ଦକ୍ଷିଣ ମୁହାଁ ହୋଇଛି, ସେଥିପାଇଁ ଆଜିଠୁ ରାଜ୍ୟକୁ ଫେରିବ ଶୀତ

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଆଜିଠୁ କମିବ ପାରା । ବଢିବ ଶୀତ, ଥରିବ ଓଡ଼ିଶା  । ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ରହିଥିବା ପୂର୍ବ ଟ୍ରଫ୍‌ ଲାଇନ୍ ଯୋଗୁ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ର ସ୍ୱାଭାବିକ ଠାରୁ ଅଧିକ ରହିଥିଲା । କିଛି ସ୍ଥାନରେ ସମାନ୍ୟ ବର୍ଷା ମଧ୍ୟ ହୋଇଥିଲା । ହେଲେ ଏବେ ଟ୍ରଫ୍‌ ଲାଇନ୍‌ ଦକ୍ଷିଣ ମୁହାଁ ହୋଇଛି ।

ଫଳରେ ଆଜି ଅପରାହ୍ନ ଠାରୁ ପୁଣି ତାପମାତ୍ରା କମିବ । ୧୫ ତାରିଖରୁ ପୁଣି ଅଧିକ ଥଣ୍ଡା ଅନୁଭୁତ ହେବ । ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ଖସି ୧୯ ଡିଗ୍ରି ପାଖାପାଖି ପହଞ୍ଚିଯିବ। ଏହାପରେ ଆହୁରି ୧ ଡିଗ୍ରି ପର୍ଯ୍ୟନ୍ତ ପାରଦ ଖସିବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆସନ୍ତା ୨/୩ ଦିନରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩/୪ ଡିଗ୍ରି ପର୍ଯ୍ୟନ୍ତ ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ । ଗତ ୨୪ ଘଣ୍ଟା‌ରେ ସୋନ୍‌ପୁରଠାରେ ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରି ରେକର୍ଡ ହୋଇଛି । ସେହିପରି ଦାରିଙ୍ଗବାଡ଼ିଠାରେ ୧୪ ଡିଗ୍ରି ଓ କୋରାପୁଟଠାରେ ୧୪.୬ ଡିଗ୍ରି ‌ରାତ୍ରି ରେକର୍ଡ ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ।

କାଳୀପୂଜା ଓ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କାଳୀପୂଜା ଓ ଦୀପାବଳିର ଶୁଭକାମନା ଜଣାଇଛନ୍ତି । କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ସାବଧାନତା ଓ ସତର୍କତା ସହ ଦୀପାବଳି ପାଳିବାକୁ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ।

ଆଜି ଶିଶୁ ଦିବସ ଅବସରରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ପ୍ରଧାନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ମନେ ପକାଇଛନ୍ତି ।

ସେହିଭଳି ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ କରି ଶୁଭେଚ୍ଛା ଜଣାଇବା ସହ ପ୍ରଦୂଷଣମୁକ୍ତ ଓ ସ୍ୱଚ୍ଛ ଦୀପାବଳି ପାଳନ କରି ପ୍ରକୃତିକୁ ସମ୍ମାନ ଦେବାକୁ ରାଷ୍ଟ୍ରପତି କହିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ସମସ୍ତେ ସମୃଦ୍ଧ ଓ ସୁସ୍ଥ ରୁହିବାକୁ କାମନା କରିଛନ୍ତି ।

 

ଶୂନ୍ୟ ହୋଇଗଲା ମାଆର କୋଳ, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ପୁଅଙ୍କ ଜୀବନ

ସୁନ୍ଦରଗଡ଼: ପବିତ୍ର ଦୀପାବଳିରେ ଅଘଟଣ । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କର ଜୀବନ । ଦୀପାବଳିରେ ଲିଭିଗଲା ଦୁଇଭାଇଙ୍କ ଜୀବନ ଦୀପ । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର କୋଇଡ଼ା ଥାନା ଅନ୍ତର୍ଗତ ବାଲିଯୋଡି ନିକଟରେ ଘଟିଛି ଏଭଳି ଘଟଣା । ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହି ଦୁଇ ଭାଇ ଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । କାଦଡ଼ିହା ଗ୍ରାମର ଅରୁଣ ମାଝୀ ଓ ଅଜୟ ମାଝୀ ଦୁଇ ଭାଇ ଏକ ବାଇକ୍‌ରେ ଡେଙ୍ଗୁଳା ଗ୍ରାମକୁ ଯାଉଥିବା ବେଳେ ବାଲିଯୋଡ଼ି ନିକଟରେ କୌଣସି ଗାଡି ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅଜୟଙ୍କ ମୃତ୍ୟୁ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଛି  । କୋଇଡ଼ା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଧକ୍କା ଦେଇଥିବା ଗାଡ଼ି ସମ୍ପର୍କରେ କୌଣସି ସୂଚନା ମିଳିନଥିବା ବେଳେ ଏକ ମାସ ମଧ୍ୟରେ ଏଭଳି ସଡ଼କ ଦୁର୍ଘଟଣାରେ କୋଇଡ଼ା ଅଞ୍ଚଳରେ ଆଠ ଜଣଙ୍କ ଜୀବନ ଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ରେଲୱେ ଷ୍ଟେସନରୁ ଉଦ୍ଧାର ହେଲେ ୪୮ଜଣ ଦାଦନ ଶ୍ରମିକ, ଅନ୍ୟ ରାଜ୍ୟକୁ ହେଉଥିଲା ଚାଲାଣ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୪୮ଜଣ ଦାଦନ ଶ୍ରମିକ ଉଦ୍ଧାର  । ବେଆଇନଭାବେ ରାଜ୍ୟବାହାରକୁ ଚାଲାଣ ହେଉଥିବାବେଳେ ଉଦ୍ଧାର କଲା କଣ୍ଟାବାଞ୍ଜି ପୋଲିସ୍  । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୨୫ ପୁରୁଷ, ୨୩ ମହିଳା ଥିବା ବେଳେ ୮ ଶିଶୁ ଥିବା ଜଣା ପଡିଛି । ଶ୍ରମିକମାନେ ବରଗଡ, ନୂଆପଡ଼ା, ସିନାପାଳି, ବଲାଙ୍ଗିର ଅଞ୍ଚଳର ।

ଉଦ୍ଧାର  ଦଲାଲଠାରୁ ଆଗୁଆ ମୁଣ୍ଡାପିଛା ୩୫ ରୁ ୪୦ ହଜାର ଲେଖାଏ ନେଇ ରେଳ ଷ୍ଟେସନକୁ ଯାଉଥିବା ବେଲେ ପୋଲିସ ଚଢାଉ କରିଥିଲା । ସେମାନେ ବିନା ରିଜିଷ୍ଟ୍ରେସନରେ ହାଇଦ୍ରାବାଦର ଏକ ଇଟା ଭାଟିକୁ କାମ କରିବାକୁ ଯାଉଥିବା ଜଣାପଡିଛି  । ଚଢାଉ ବେଳେ ଦଲାଲ୍ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି ।

ସାରୁଅରେ ପେଟପାଟଣାର ଲଢେଇ ଜାରି,୧୪ ଦିନରେ ପହଞ୍ଚିଲା ଠିକା କର୍ମଚାରୀଙ୍କ ଆନ୍ଦୋଳନ

ଖୋର୍ଦ୍ଧା: ତୁଟୁନି ସାରୁଅ ବିବାଦ । ଲଗାତର ୧୪ଦିନ ଧରି ସାରୁଅ ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା ଜାରି ରହିଛି । ହେଲେ ଓଡ଼ିଶା ଇନଫ୍ରାଟେକ୍ ଲିମିଟେଡର ଏଥିପ୍ରତି ନିଘା ନାହିଁ । ଧାରଣାରେ ବସିଥିବା ୩୩ଜଣଙ୍କ ମଧ୍ୟରୁ ୨ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡ଼ିଗଲାଣି । ତଥାପି ଆନ୍ଦୋଳନକାରୀଙ୍କ ଦାବି ପୂରଣ କରୁନି ସଂସ୍ଥା । ବାଧ୍ୟହୋଇ ଗତକାଲି ସାରୁଅ ଷ୍ଟୁଡିଓ ଛାଡ଼ି ରାଜଭବନ ଆଗରେ ଧାରଣା  ଦେଇଥିଲେ ଠିକା କର୍ମଚାରୀ । ଏହାସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

୫ ଦଫା ଦାବି ନେଇ ରାଜଭବନ ଆଗରେ ୩୧ ଠିକା କମର୍ଚାରୀ ଧାରଣାରେ ବସିଥିଲେ । ସାରୁଅରେ ଚାଲିଥିବା ଆନ୍ଦୋଳନରେ ହସ୍ତକ୍ଷେପ ଲୋଡିଛନ୍ତି ଠିକା କର୍ମଚାରୀ । ତୁରନ୍ତ ସେମାନଙ୍କୁ ଉପଯୁକ୍ତ ଦରମାରେ ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ଦାବି ହୋଇଛି । ଏମାନଙ୍କୁ ନିଯୁକ୍ତି ଦିଆୟାଇଥିବା ବେଳେ ପ୍ରତିଶ୍ରୁତି ପରେ ବି ଠିକା କର୍ମଚାରୀ ହୋଇନଥିଲେ ସ୍ଥାୟୀ ।  କମ୍ପାନୀ ପ୍ରତିଶ୍ରୁତିରେ ଖିଲାପ କରିବା ସହ ଲକଡାଉନ ପିରିୟଡରେ ଟଙ୍କାଟିଏ ବି ଦରମା ଦେଇନଥିଲା ।

ଅନୁସୂଚିତ ଜାତିଙ୍କ ଠାରୁ ଚଞ୍ଚକତା କରି ଜମି କିଣା ଯାଇଥିବା ଗ୍ରାମବାସୀ ଜିଲ୍ଲାପାଳଙ୍କ ଆଗରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ପ୍ରତ୍ୟାହାର କରିବାକୁ କମ୍ପାନୀ ନିର୍ଦ୍ଦେଶ ଦେଇଥିଲା । ଏହା ନକରିବାରୁ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ବୋଲି ଅଭିଯୋଗ ହୋଇଛି । ପ୍ରାୟ ୬ବର୍ଷ କାମ କଲା ପରେ ବି କାର୍ଯ୍ୟଦକ୍ଷତାରେ ପ୍ରଶ୍ନ ଉଠାଇ ଚାକିରିରୁ ବହିଷ୍କୃତ ପରେ ସାରୁଅର ଷ୍ଟୁଡିଓ ଆଗରେ ଧାରଣା ଦେଇଛନ୍ତି ଠିକା କର୍ମଚାରୀ । ଏଥିରେ ବୈଜୟନ୍ତ ପଣ୍ଡାଙ୍କ ଶ୍ୱଶୂର ଏବଂ ଶଳା ହସ୍ତକ୍ଷେପ କରିବା ସହ ଆମକୁ ଧମକ ଚମକ ଦେଇଆସୁଛନ୍ତି ।

ବୈଜୟନ୍ତଙ୍କ ଶ୍ୱଶୂର ରଣଧୀର ସିଂ ସେମାନଙ୍କୁ ମିଛ ଆରୋପରେ ଫସାଇବାକୁ ଚେଷ୍ଟା କରୁଛନ୍ତି । ପୂର୍ବରୁ ଠିକା କର୍ମଚାରୀଙ୍କୁ ଧମକାଇ ସଂସ୍ଥାର ୨କର୍ମଚାରୀ ଗିରଫ ହୋଇଛନ୍ତି । ସେପଟେ ନଭେମ୍ବର ୧୧ରେ ଭୁବେନେଶ୍ୱର ଡିଭିଜନ ଉପ ଶ୍ରମ ଆୟୁକ୍ତ ଉଭୟ ପକ୍ଷକୁ ନୋଟିସ ଦେଇ ସମାଧାନ ପାଇଁ ଡକାଇଥିଲେ । ହେଲେ ଓଡିଶା ଇନଫ୍ରାଟେକ କର୍ତ୍ତୃପକ୍ଷ ଆସିନଥିଲେ । ଆଗାମୀ ୧୦ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ଉପ ଶ୍ରମ ଆୟୁକ୍ତ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜି ଶିଶୁ ଦିବସ: ଜନ୍ମଦିବସରେ ଚାଚା ନେହରୁଙ୍କୁ ମନେ ପକାଉଛି ସାରା ଦେଶ

ଭୁବନେଶ୍ୱର: ଆଜି ଶିଶୁ ଦିବସ । ମନେପଡନ୍ତି ଚାଚା ନେହେରୁ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମ ତିଥିରେ ଦେଶବ୍ୟାପି ଶିଶୁଦିବସ ପାଳନ କରାଯାଉଛି । ସେ ପିଲାଙ୍କୁ ଖୁବ୍ ଭଲ ପାଉଥିବାରୁ ଏହି ଦିନଟିକୁ ‘ଶିଶୁ ଦିବସ’ ରୂପେ ପାଳନ କରାଯାଇଥାଏ। କିନ୍ତୁ ନିଜର ଜୀବନକାଳରେ ଆହୁରି ଅନେକ ଆଦର୍ଶ ଆଚରଣର ଦୃଷ୍ଟାନ୍ତ ନେ‌େହରୁ ରଖିଯାଇଛନ୍ତି ।

ପଣ୍ଡିତ ନେହେରୁ ଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ମୃତ୍ୟୁ (୧୯୬୪) ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ହୋଇ ରହିଥିଲେ। ସ୍ୱାଧୀନ ଭାରତରେ ସାହିତ୍ୟ, ଲଳିତକଳା ଓ ସଂଗୀତ-ନାଟକ କ୍ଷେତ୍ରରେ ବହୁବିଧ ବିକାଶପାଇଁ ସେ ସ୍ୱପ୍ନ ଦେଖିଥିଲେ। ତାହାର ଫଳ ସ୍ୱରୂପ ୧୯୫୪ରେ ପ୍ରତିଷ୍ଠା ହୋଇଥିଲା ତିନିଟି ଅକାଦେମୀ। ସାହିତ୍ୟ ଅକାଦେମୀ ସେଥିମଧ୍ୟରୁ ଗୋଟିଏ। ୧୯୫୪ରୁ ୧୯୬୪ ପର୍ଯ୍ୟନ୍ତ ପଣ୍ଡିତ ନେ‌େହରୁ ତାହାର ସଭାପତି ଥିଲେ ।

ଗୋଟିଏ ପଟେ ସେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ପଟେ ସାହିତ୍ୟ ଅକାଦେମୀର ସଭାପତି; ତେଣୁ କ୍ଷମତା ଅସୀମ। କିନ୍ତୁ ପଣ୍ଡିତ ନେ‌େହରୁ ସେହି କ୍ଷମତାର ଅପବ୍ୟବହାର କରି ନଥିଲେ। ସମ୍ବିଧାନ ଅନୁସାରେ ଅକାଦେମୀ ଏକ ସ୍ୱୟଂଶାସିତ ସଂସ୍ଥା ହୋଇଥିବାରୁ, ସେ ପ୍ରଧାନମନ୍ତ୍ରୀ ଓ ସଭାପତିଙ୍କ ମଧ୍ୟରେ ଗୋଟିଏ ଲକ୍ଷ୍ମଣ ରେଖା ଟାଣିଥିଲେ। ସ୍ପଷ୍ଟ ଭାବରେ କହିଥିଲେ, “As President of the Akademi I may tell you quite frankly, I would not like the Prime Minister to interfere with my work.” ଅର୍ଥାତ୍‌, ମୁଁ ସ୍ପଷ୍ଟ କହିରଖିବାକୁ ଚାହେ ଯେ ଅକାଦେମୀର ସଭାପତି ଭାବରେ ମୁଁ କେବେ ବି ମୋର କାର୍ଯ୍ୟରେ ପ୍ରଧାନମନ୍ତ୍ରୀଙ୍କର ହସ୍ତକ୍ଷେପକୁ ପସନ୍ଦ କରିବି ନାହିଁ।”

ଆମେ ଅନେକ ସମୟରେ ଏକାଧିକ ପଦ-ପଦବୀରେ କାମ କରିବାର ସୁଯୋଗ ପାଇଥାଉ। କିନ୍ତୁ ଦେଖାଯାଏ ଯେ ବ୍ୟକ୍ତି ଜଣେ ହୋଇଥିବାରୁ, ସେହିସବୁ ଭିନ୍ନଭିନ୍ନ ପଦପଦବୀର କାମ ଏକ ଅପରଦ୍ୱାରା ପ୍ରଭାବିତ ହୋଇଥାଏ। କିନ୍ତୁ ପଣ୍ଡିତ ନେ‌େହରୁଙ୍କର ଏହି ଉକ୍ତି ଆମକୁ ସୂଚାଏ ଯେ ସେପରି ହେବା ଅନୁଚିତ।

ସାହିତ୍ୟ ଅକାଦେମୀର ସଭାପତି ଭାବରେ ସେ ଯେପରି ସେହି ସ୍ୱୟଂଶାସିତ ସଂସ୍ଥାର ସ୍ୱାଧୀନତା ଓ ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିଥିଲେ, ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ ସେହିପରି ଅକାଦେମୀର କାର୍ଯ୍ୟରେ ହସ୍ତକ୍ଷେପ କରି ନଥିଲେ। ତାଙ୍କର ଏହି ଆଦର୍ଶ ଆଚରଣ ଆଜି ଆମପାଇଁ ଏକ ଉଦାହରଣ ହୋଇ ରହିଛି ।

 

ପଣ୍ଡିତ ନେହେରୁ ଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ମୃତ୍ୟୁ (୧୯୬୪) ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ହୋଇ ରହିଥିଲେ। ସ୍ୱାଧୀନ ଭାରତରେ ସାହିତ୍ୟ, ଲଳିତକଳା ଓ ସଂଗୀତ-ନାଟକ କ୍ଷେତ୍ରରେ ବହୁବିଧ ବିକାଶପାଇଁ ସେ ସ୍ୱପ୍ନ ଦେଖିଥିଲେ। ତାହାର ଫଳ ସ୍ୱରୂପ ୧୯୫୪ରେ ପ୍ରତିଷ୍ଠା ହୋଇଥିଲା ତିନିଟି ଅକାଦେମୀ। ସାହିତ୍ୟ ଅକାଦେମୀ ସେଥିମଧ୍ୟରୁ ଗୋଟିଏ। ୧୯୫୪ରୁ ୧୯୬୪ ପର୍ଯ୍ୟନ୍ତ ପଣ୍ଡିତ ନେ‌େହରୁ ତାହାର ସଭାପତି ଥିଲେ ।

ତେବେ ଏବର୍ଷ କରୋନା କଟକଣାରୁ ସ୍କୁଲ୍ ବନ୍ଦଥିବା ଯୋଗୁ ଶିଶୁ ଦିବସ ଫିକାପଡିଛି । ଏହି ଅବସରରେ ପ୍ରଦେଶକଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ନେହେରୁ ପାର୍କରେ ସ୍ୱର୍ଗତ ନେହେରୁଙ୍କ ୧୩୧ତମ ଜନ୍ମଜୟନ୍ତି ପାଳନ କରାଯାଇଛି । ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଛି । ପରେ କଂଗ୍ରେସ କାର୍ଯ୍ୟାଳୟରେ ଥିବା ନେହେରୁଙ୍କ ପ୍ରତିମୃତ୍ତିରେ ମଧ୍ୟ ପୁଷ୍ପ ଅର୍ପଣ କରାଯାଇଛି । କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

କରୋନା ପାଇଁ ବାଣକୁ ବାରଣ, ହେଲେ ମାନୁ ନାହାନ୍ତି କିଛି ଅମାନିଆ

ଖୋର୍ଦ୍ଧା ବେଗୁନିଆରେ ବିପୁଳ ପରିମାଣର ବାଣ ତିଆରି ବିସ୍ଫୋରକ ଜବତ ହୋଇଛି । ଘଟଣାରେ ଜଣକୁ ଗିରଫ କରିଛି ବେଗୁନିଆ ପୋଲିସ୍  । ଗିରଫ ବ୍ୟକ୍ତିଜଣକ ହେଲେ କଣ୍ଟାବାଡ ଗାଁର କାଶିନାଥ ମହାପାତ୍ର । କାଶିନାଥଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବାଣ ,ବାଣ ତିଆରି ସାମଗ୍ରୀ ଏବଂ ବାରୁଦ ଜବତ ହୋଇଛି ।

ମହାମାରୀ ଯୋଗୁ ଚଳିତବର୍ଷ ବାଣଫୁଟାଇବାକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । ତେବେ କାଶିନାଥ ବେଆଇନ୍ ଭାବେ ବାଣ ତିଆରିକରି ଅନ୍ୟଘରେ ଲୁଚାଇ ରଖିଥିବାର ପୋଲିସ୍ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଚଢାଉ କରିଥିଲା । କାଶୀନାଥଙ୍କ ନାଁ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ପୋଲିସ୍ ସୂଚନା ଦେଇଛି  ।

ସପଟେ ଗମ୍ଭାରୀମୁଣ୍ଡା ପଦ୍ମପୁର ଗାଁରୁ ୪ ଲକ୍ଷ ଟଙ୍କାର ବାଣ ଜବତ । ଵେଆଇନ ବାଣ ମହଜୁଦ୍ କରିଥିବା ଅଭିଯୋଗରେ ବାଣପୁର ପୋଲିସ୍ ଜଣଙ୍କୁ ଗିରଫ କରିଛି । ଗାଁର ଅଶୋକ ପାତ୍ରଙ୍କ ଘରେ ଚଢାଉ କରି ବାଣ ଜବତ କରିଛି ପୋଲିସ । ଘଟଣାରେ ଅଶୋକ ପାତ୍ରଙ୍କୁ ଗିରଫ କରିଛି ପୋଲିସ । ଅଶୋକ ଦୀର୍ଘଦିନ ହେବ ବେଆଇନ ଭାବେ ବାଣ ବ୍ୟବସାୟ କରୁଥିବା ବେଳେ, ଖବରପାଇ ପୋଲିସ ଚଢାଉ କରିଥିଲା ।

ଗଞ୍ଜାମ ଜିଲ୍ଲାରେ ମଧ୍ୟ ପାଟପୁର ଥାନା ଡେଙ୍ଗାଉସ୍ତାରେ ଥିବା ବେଆଇନ ବାଣ ଦୋକାନ ଗୋଦାମରେ ଚଢ଼ାଉ । ବିଳମ୍ବିତ ରାତିରେ ବାଣ ଦୋକାନରେ ଚଢ଼ାଉ କରି ବିପୁଳ ପରିମାଣ ର ବାଣ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି  ପାଟପୁର ପୋଲିସ ।

ଆଜି ମଧ୍ୟରାତ୍ରୀରେ ଧରାବତଣ କରିବେ ମା’ କାଳୀ

0

ଭୁବନେଶ୍ୱର: ଆଜି ମା’ କାଳିଙ୍କ ପୂଜା । ଆଜି ମଧ୍ୟରାତ୍ରୀରେ ଧରାବତଣ କରିବେ ମା’ କାଳୀ । ପ୍ରତିବର୍ଷ ଦିପାବଳୀ ଠାରୁ ଆରମ୍ଭ ହୁଏ କାଳୀପୂଜା । ଏନେଇ ଭଦକ୍ର ଓ ଯାଜପୁରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭଦ୍ରକ ଜିଲାର ଗଣପର୍ବ ଭାବେ ପରିଚିତ କାଳୀପୂଜା । କରୋନା କଟକଣା ପାଇଁ ଚଳିତ ବର୍ଷ ସଂପୁର୍ଣ୍ଣ ନିରାଡମ୍ବରରେ ଭାବେ ମାଙ୍କୁ ପୂଜାର୍ଚ୍ଚନା କରାଯିବ ।

କୌଣସି ପ୍ରକାର ସାଜସଜା ନଥିବାରୁ କେବଳ ମୂର୍ତିକୁ ଆକର୍ଷଣୀୟ କରିଛନ୍ତି କାରିଗର । ପ୍ରାକୃତିକ ରଂଗ ବ୍ୟବହାର କରି ପରିବେଶ ସୁରକ୍ଷାର ବାର୍ତା ଦେଇଛନ୍ତି ପୂଜା କମିଟି । ସହରରେ ୪୮ଟି ମେଢ଼ ପୂଜା ପାଇବେ । ପୂଜା କମିଟି ସଦସ୍ୟଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଭଦ୍ରକରେ ବି ନିଡାମ୍ବର ଭାବେ ପାଳିତ ହେଉଛି କାଳିପୂଜା ।

ଦୀପାବଳିରେ ବଦଳିଲା ବସ ଚଳାଚଳ ନିୟମ, ୨ଟା ପରେ ବନ୍ଦ ରହିବ ‘ମୋ ବସ’ ସେବା

ଭୁବନେଶ୍ୱର: ଦୀପାବଳି ପାଇଁ ସାମୟିକ ଭାବେ ବନ୍ଦ ରହିବ ମୋ ବସ ସେବା । ଦିନ ୨ଟା ପରେ ବନ୍ଦ ରହିବ ‘ମୋ ବସ’ ଚଳାଚଳ । କ୍ୟାପିଟାଲ ରିଜିୟନ ଅରବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ରୁଟ୍ ପାଇଁ ମୋବସ୍ ଚଳାଚଳର ସମୟ ଧାର୍ଯ୍ୟ କରାଯାଇଛି । ସେପଟେ ଓଏସ୍‌ଆରଟିସିର ବସ ଚଳାଚଳ ମଧ୍ୟ ବନ୍ଦ ରହିଛି । ଦୀପାବଳି ପାଇଁ ସକାଳ ୬ରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ବସ୍‌ଚଳାଚଳବନ୍ଦ ରହିଛି ।

ତେବେ ଆଜି ମୋ ବସ୍‌ ଦିନ ୨ଟା ପର୍ଯ୍ୟନ୍ତ ଚାଲିବ । ରୁଟ୍-୧୧ରେ ଥିବା ନନ୍ଦନବିହାରରୁ ସକାଳ ୭ଟା ୧୫, ୮ଟା ୧୦, ୯ଟା ୫, ୧୦ଟା ୩୦ରେ ଲିଙ୍ଗିପୁରକୁ ବସ ଚଳାଚଳ କରିବ  । ସେହିଭଳି ଲିଙ୍ଗିପୁରରୁ ନନ୍ଦନବିହାରକୁ  ସକାଳ ୮ଟା, ୯ଟା, ୧୦ଟା, ୧୧ଟା ଓ ୧୧ଟା ୩୦ରେ ବସ ଚଳାଚଳ କରିବ । ରୁଟ୍-୧୨ରେ ଥିବା ମାଷ୍ଟରକ୍ୟାଣ୍ଟିନରୁ ୭ଟା୪୦,୮ଟା୨୦, ୯ ଟା, ୯ଟା ୪୦,୧୦ଟା ୨୦,୧୧ଟା ସମୟ ମଧ୍ୟରେ ନନ୍ଦନକାନନକୁ ବସ ଚଳାଚଳ କରିବା ।

ନନ୍ଦନକାନନରୁ ମାଷ୍ଟରକ୍ୟାଣ୍ଟିନକୁ ୭ଟା ୪୦, ୮ଟା୨୦, ୮ଟା ୫୦,୯ଟା ୩୦,୧୦ଟା ୧୦, ୧୦ଟା ୫୦ ଓ ୧୧ଟା ୩୦ରେ ବସ ଚଳାଚଳ କରିବ । ସେହିଭଳି ମାଷ୍ଟରକ୍ୟାଣ୍ଟିନରୁ ପୁରୀକୁ ମଧ୍ୟ ସକାଳ ୬ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ଏକ ଘଣ୍ଟା ବ୍ୟବଧାନରେ ଗଡିବ ମୋବସ୍  । ତେବେ ଦିନ ୨ଟା ପରେ ବନ୍ଦ ରହିବ ‘ମୋ ବସ’ଚଳାଚଳ  । ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲ ପାସ୍ କାଉଣ୍ଟର ଦିନକ ବନ୍ଦ ରଖାଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।

ଜାଣନ୍ତୁ ଦିପାବଳୀରେ କାହିଁକି ଦୀପ ପ୍ରଜ୍ୱଳନ କରାଯାଏ ?

0

ଭୁବନେଶ୍ୱର: ପ୍ରତ୍ୟେକ ପର୍ବକୁ ପାଳନ କରିବାର ଲୁକ୍କାୟିତ ଥାଏ ଆଧ୍ୟାତ୍ମିକ ଗୁଢ଼ ରହସ୍ୟ। ଏହାକୁ ହୁଦୟଙ୍ଗମ କଲେ, ଏକ ନୂତନ ଚେତନା ମନ ଭିତରେ ସଞ୍ଚରିତ ହୁଏ। ଦୀପାବଳି ପର୍ବ ପାଳିତ ହୁଏ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଅର୍ଥାତ୍ ଅନ୍ଧକାର ରାତିରେ। ଅନ୍ଧକାରକୁ ସମାପ୍ତ କରିବା ପାଇଁ ଆଲୋକର ଆବଶ୍ୟକତା ଥାଏ। ଏଠାରେ ଅନ୍ଧକାର ହେଉଛି- ‘ଅଜ୍ଞାନ’ ଏବଂ ଆଲୋକ ହେଉଛି -‘ଜ୍ଞାନ’।

 

ଶ୍ରୀମଦ୍ ଭଗବତ୍ ଗୀତାର ୪ର୍ଥ ଅଧ୍ୟାୟ ୭ମ ଶ୍ଲୋକ- “ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ…” କଳ୍ପ ପର୍ବରୁ କଳିଯୁଗର ଅନ୍ତ ସମୟରେ ଯେତେବେଳେ ସର୍ବମନୁଷ୍ୟାତ୍ମା ଅଜ୍ଞାନ ଅନ୍ଧକାରରେ ନିଜକୁ, ପରମପିତା ପରମାତ୍ମା ଏବଂ କର୍ତ୍ତବ୍ୟକୁ ଭୁଲି ପାପ, ଅନ୍ୟାୟ, ଅତ୍ୟାଚାରରେ ମଜ୍ଜିତ ହୁଅନ୍ତି; ସେତେବେଳେ ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ ଏହି ଧରାରେ ଅବତରିତ ହୋଇ ନିଜର ପ୍ରକୃତ ପରିଚୟ ପ୍ରଦାନ କରନ୍ତି। ଏବଂ, ସଙ୍ଗେ ସଙ୍ଗେ ଶ୍ରୀମତ୍ ରୂପୀ ସତ୍‌ମାର୍ଗ ଦର୍ଶାଇ ଏହି ଦୁଃଖ-ଅଶାନ୍ତ କଳିଯୁଗ ଦୁନିଆକୁ ସୁଖଶାନ୍ତି ସମ୍ପନ୍ନ ସତ୍ୟଯୁଗୀ ଦୁନିଆରେ ପରିବର୍ତ୍ତନ କରନ୍ତି। ଯେପରି ଦୀପଟି ଲିଭି ହୋଇ ଯାଉଥିବାବେଳେ ଯଦି ତେଲ ବା ଘିଅ ଢାଳିଲେ, ଦୀପଟି ପୁନଶ୍ଚ ଜଳିଉଠେ ଠିକ୍ ସେହିପରି, ପରମାତ୍ମାଙ୍କ ଜ୍ଞାନ ଘୃତ ଦ୍ୱାରା ଆତ୍ମା ଜ୍ୟୋତି ପୁନଶ୍ଚ ଜଳିଉଠେ। ସେହି ସ୍ମୃତି ଉବ୍ଦେଶ୍ୟରେ ଦୀପାବଳିରେ ଦୀପ ପ୍ରଜ୍ଜ୍ବଳନ କରାଯାଏ।

ଦଶହରା କିଛିଦିନ ପରେ ଦୀପାବଳି ପର୍ବ ପାଳିତ ହେବାର ରହସ୍ୟ କ’ଣ? ଦଶହରା ପର୍ବ ହେଉଛି ଅବଗୁଣ ରୂପୀ ରାବଣ ଉପରେ ସଦ୍‌ଗୁଣ ସମ୍ପନ୍ନ ପରମାତ୍ମା ନିରାକାର ରାମଙ୍କର ବିଜୟ। ଯେତେବେଳେ ପରମାତ୍ମା ଏହି ଧରାରେ ଅବତରିତ ହୋଇ ସର୍ବାତ୍ମାଙ୍କୁ ହୃଦୟଙ୍ଗମ କରାନ୍ତି ଯେ, ଉଭୟ ପୁରୁଷ ଏବଂ ନାରୀ ଭିତରେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ରୂପୀ ପାଞ୍ଚ ବିକାର ହିଁ ସମସ୍ତ ଦୁଃଖ, ଅଶାନ୍ତିର କାରଣ। ଏହି ବିକାରକୁ ବିଜୟ କରିପାରିଲେ ହିଁ ସୁଖଶାନ୍ତି ସମ୍ପନ୍ନ ନୂତନ ସୃଷ୍ଟିର ନିର୍ମାଣ ହୋଇପାରିବ।

ଏହି ବିକାର ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ପରମାତ୍ମା ଶିବ ଅତି ସହଜ ମାର୍ଗ ଦର୍ଶାନ୍ତି। ଯାହା ଶ୍ରୀମଦ୍‌ ଭଗବତ ଗୀତାର ନବମ ଅଧ୍ୟାୟ ୩୪ ଶ୍ଲୋକରେ ବର୍ଣ୍ଣିତ- “ମନ୍ମନା ଭବ ମଦ୍ଭକ୍ତୋ ମଦ୍‌ଯାଦୀ ମାଂ ନମସ୍କୁରୁ….”। ଅର୍ଥାତ ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ଯଥାର୍ଥ ରୂପେ ଜାଣି ମନେ ପକାଇଲେ, ମୋତେ ନିଶ୍ଚୟ ପ୍ରାପ୍ତ ହେବ। ଯେପରି ମୋବାଇଲ ବ୍ୟାଟେରିକୁ ଚାର୍ଜ କରିବାପାଇଁ ପ୍ଲଗ୍‌ ସହିତ ଚାର୍ଜର ସଂଯୋଗ ଦରକାର, ଠିକ୍‌ ସେହିପରି ଆତ୍ମା ରୂପୀ ବ୍ୟାଟେରିକୁ ସର୍ବ ଶକ୍ତିମାନ ପରମାତ୍ମାଙ୍କ ସଙ୍ଗେ ଯୋଡିଲେ ଅର୍ଥାତ୍ ସ୍ମରଣ କଲେ, ଆତ୍ମା ଭିତରେ ବିଦ୍ୟମାନ ଅବଗୁଣର ବିନାଶ ହେବା ସଙ୍ଗେ ସଙ୍ଗେ ଆତ୍ମାର ଅନାଦି ଏବଂ ଆଦିଗୁଣ ଜାଗୃତି ହୁଏ ।

ଏହି ଅଭ୍ୟାସ ନିରନ୍ତର ଦ୍ୱାରା ଆତ୍ମା ସମ୍ପୂର୍ଣ୍ଣ ଅବସ୍ଥାକୁ ପ୍ରାପ୍ତ କରେ। ତାହା ହିଁ ସ୍ମୃତିର ଉତ୍ସବ ରୂପରେ ଦୀପାବଳି ଭ‌ାବେ ପାଳିତ ହୁଏ। କାରଣ ଆତ୍ମା ରୂପୀ ଜ୍ୟୋତି ସମସ୍ତଙ୍କ ଭିତରେ ଜାଗ୍ରତ ହେବା ଦ୍ୱାରା ଏହି ସୃଷ୍ଟିରେ ଏକ ମହାନ ପରିବର୍ତ୍ତନ ହୋଇ ନୂତନ ସୃଷ୍ଟି ଅର୍ଥାତ ସତ୍ୟର ସମୟ-ସତ୍ୟଯୁଗର ଆରମ୍ଭ ହୁଏ। ଦଶହରା ଆର୍ଥାତ ପୁରୁଷାର୍ଥ ବା ପ୍ରଚେଷ୍ଟା। ଦୀପାବଳି ଅର୍ଥାତ୍‌ ସମ୍ପୂର୍ଣ୍ଣ ଅବସ୍ଥାକୁ ପ୍ରାପ୍ତି। ସେଇଥିପାଇଁ ଉତ୍ସବ। ଯେପରି ବିଦ୍ୟାର୍ଥୀ ଡିଗ୍ରି ପାଇବା ପରେ ଉତ୍ସବ ମନାନ୍ତି।