ଭୁବନେଶ୍ୱର SDJM କୋର୍ଟରେ ହାଜର ହେଲେ ପାଠକ ବାପା-ପୁଅ

1 min read

ଭୁବନେଶ୍ୱର: ବିଚାର ଵିଭାଗୀୟ ହାଜତ ଅବଧି ଶେଷ ହେବା ପରେ କୋର୍ଟରେ ହାଜର ହେଲେ ପାଠକ ବାପା-ପୁଅ । ସ୍କାଏକିଙ୍ଗ ଠକେଇ ଘଟଣାକୁ କୋର୍ଟକୁ ଅବଗତ କରାଯାଇଛି । କେସ ନମ୍ବର ୨୯୨/୨୦ ରେ କେସ ରୁଜୁ ହୋଇ ଥିଲାବେଳେ କୋର୍ଟରେ ହାଜର ପରେ ପୁଣି ଥରେ ବାପ ପୁଅଙ୍କୁ ଜେଲ ପଠାଯାଇଛ । ସେପଟେ ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ  । ଆଜିଠାରୁ ଆକାଶଙ୍କୁ ୫ ଦନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚର ସାଇବର ସେଲ୍ । କେମିତି ଟାଟାର ନକଲି ଏମ୍‌ଡି ସାଜି ଠକେଇ କରିଥିଲେ ଓ କିଏ କିଏ ସହଯୋଗ କରୁଥିଲେ, ସେସବୁ ନେଇ ହେବ ମାରାଥନ ଖୋଳତାଡ ।

ଆକାଶଙ୍କୁ ୭ଦିନ ରିମାଣ୍ଡରେ ନେବା ପାଇଁ ଏସ୍‌ଡିଜେଏମ କୋର୍ଟରେ ଆବେଦନ କରାଯାଇଥିବା ବେଳେ, ୫ ଦିନ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ସେପଟେ ୫ ଦିନିଆ ରିମାଣ୍ଡରେ ଆକାଶକୁ ମାରାଥନ ରାଉଣ୍ଡଅପ୍ କରିବ ସାଇବର ସେଲ୍ । ପିଏସ୍‌ ପିଟର୍‌ର ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚ ଆଗକୁ ଅଧିକ ତଦନ୍ତ କରିପାରେ ।
ସେପଟେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଓ ପିଟର୍‌ର ତଥ୍ୟକୁ ନେଇ ଛାନଭିନ ମଧ୍ୟ କରାଯାଇପାରେ । ଏପରିକି ପିଟର ଓ ଆକାଶଙ୍କୁ ଫେସ୍ ଟୁ ଫେସ ଜେରା କରିପାରେ ସାଇବେର ସେଲ୍ । ରିମାଣ୍ଡ ସମୟରେ କ୍ରାଇମବ୍ରାଞ୍ଚ ଫୋକସରେ ରହିବେ ଆକାଶ- ପ୍ରଦୀପ ପାଣିଗ୍ରାହୀ ଲିଙ୍କ୍ ସହ ସର୍ବେଶ୍ବରଙ୍କ ଭୂମିକା ।

ଆକାଶକୁ କାହିଁକି ପ୍ରଦୀପ ଟଙ୍କା ପଠାଇଥିଲେ? ଆକାଶଙ୍କ ଆକାଉଣ୍ଟକୁ ୫୦ ଲକ୍ଷ ଟଙ୍କା ପ୍ରଦୀପ ପଠାଇଥିଲେ ନା ଆଉ କେତେ ? ପାଠକଙ୍କ ଯେତୋଟି ଆକାଣ୍ଟରୁ ଟଙ୍କା ଆସିଛି, ଯେଉଁମାନେ ଟଙ୍କା ପଠାଇଛନ୍ତି ଓ କେଉଁ କାରଣ ପାଇଁ ଟଙ୍କା ପଠାଇଛନ୍ତି, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ । ପ୍ରଦୀପ ପାଣିଗ୍ରାହୀ ଲିଙ୍କରେ ମଦ ମାଫିଆ, ବାଲି ମାଫିଆ ଓ ଠିକଦାରଙ୍କ ତାଲିକା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ନେଇ ରହିଛି ସୂଚନା ।

Leave a Reply