spot_img
Home Blog Page 6430

ବିଧାନସଭା ମୌସୁମୀ ଅଧିବେଶନ, କାଲିଠୁ ବିଧାୟକଙ୍କ ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ବୈଠକ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ପ୍ରଥମ ଦିନ ଗୃହ କାର୍ଯ୍ୟ ଦିନ ୧୧ଟାରେ ଆରମ୍ଭ ହେବ । ତା’ପରଠାରୁ ଗୃହ ଦିନ ୧୦ଟାରୁ ଆରମ୍ଭ ହେବ । ପ୍ରତିଦିନ ୨ଟି ସିଟିଂରେ ଗୃହ ଚାଲିବ । ଦିନ ୧୦ଟାରୁ ଗୋଟାଏଁ ଯାଏଁ ପ୍ରଥମ ସିଟିଂ ଓ ଦିନ ୩ଟାରୁ ୫ଟା ଯାଏଁ ଦ୍ୱିତୀୟ ସିଟିଂ ଅଧିବେଶନ ବସିବ ।

Odisha Assembly Monsoon Session All Party Meeting Ends

କରୋନା ସଙ୍କଟ ମଧ୍ୟରେ ଆଉ ୪ ଦିନ ପରେ ବିଧାନସଭାର ମୌସୁମୀ ଅଧିବେଶନ ବସିବ । ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ । କାଲିଠାରୁ ସମସ୍ତ ବିଧାୟକଙ୍କ କୋଭିଡ୍ ଟେଷ୍ଟ କରାଯିବ । କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ବିଧାୟକ ଅଧିବେଶନରେ ଯୋଗଦେବେ । ବିଧାନସଭାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ । ସାମ୍ବାଦିକଙ୍କ କରୋନା ଟେଷ୍ଟ ହେବ । ସବୁ ଗଣମାଧ୍ୟମର ଗୋଟିଏ ଲେଖାଏଁ ଟିମ୍ ବିଧାନସଭା ଆସିପାରିବେ, ସେମାନଙ୍କର ଟେଷ୍ଟ କରାଯିବ ।

Odisha Assembly Monsoon Session All Party Meeting Ends

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉପସ୍ଥିତ ଥିଲେ । ବୈଠକରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ  ସାମିଲ ହୋଇଥିଲେ । ଆଜି ସର୍ବଦଳୀୟ ବୈଠକ ପୂର୍ବରୁ ପୂର୍ବରୁ ଉପସ୍ଥିତ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା ।

Sushant Singh Rajput Death Case: ବିକାଶ ସିଂଙ୍କ ଦାବି ସୁଶାନ୍ତଙ୍କୁ ଗଳାଚିପି ହତ୍ୟା କରାଯାଇଛି

ନୂଆଦିଲ୍ଲୀ: ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁର ପ୍ରାୟ ତିନି ମାସ ବିତିଗଲାଣି । ଦେଶର ତିନୋଟି ବଡ଼ ଟିମ ଏହାର ତଦନ୍ତ କରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଖୋଲିନାହିଁ । ତଦନ୍ତ ହେବା ପରେ ମଧ୍ୟ ସୁଶାନ୍ତଙ୍କୁ ନ୍ୟାୟ ମିଳିନାହିଁ । ଘଟଣାର ପର୍ଦ୍ଦାଫାଶ କେବେ ହେବ ତାହା ଉପରେ ସାରା ଦେଶର ନଜର ରହିଛି ।

ସୁଶାନ୍ତଙ୍କ ଓକିଲ ବିକାଶ ସିଂ ନିକଟରେ ଟ୍ୱିଟ କରିଛନ୍ତି । ସିବିଆଇ ଦ୍ୱାରା ସୁଶାନ୍ତ ସିଂ ମୃତ୍ୟୁ ମାମଲା ଆତ୍ମହତ୍ୟାରୁ ହତ୍ୟାକୁ ବଦଳାଇବା ପାଇଁ ଏତେ ବିଳମ୍ବ ହେଉଥିବା ଦ୍ୱାରା ଆଶା ମଉଳି ଯାଉଛି ବୋଲି ସେ ଲେଖିଛନ୍ତି। ଏମ୍ସର ଡାକ୍ତରୀ ଦଳରେ ଥିବା ଜଣେ ଡାକ୍ତରଙ୍କୁ ସୁଶାନ୍ତଙ୍କ ମୃତ ଶରୀରର ଫଟୋ ପଠାଇଥିଲେ ଏବଂ ତାହାକୁ ଦେଖିବା ପରେ ୨୦୦ ପ୍ରତିଶତ ଗଳା ଚିପି ହତ୍ୟା କରାଯାଇଥିବା ସେ କହିଥିଲେ ବୋଲି ବିକାଶ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ ୧୪ ଜୁନକୁ ସୁଶାନ୍ତ ସିଂ ରାଜପୂତଙ୍କ ମୃତ ଶରୀର ତାଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରୁ ଫ୍ୟାନରେ ଝୁଲିଥିବାର ମିଳିଥିଲା । ମୁମ୍ବାଇ ପୋଲିସ ମାମଲାକୁ ଆତ୍ମହତ୍ୟାର ଆଖ୍ୟା ଦେବାପରେ ବିହାରର ପାଟନାରେ ସୁଶାନ୍ତଙ୍କ ବାପା ଅଭିଯୋଗ ଆଣିଥିଲେ । ଏହାପରେ ସାରା ଦେଶର ଦାବି ଏବଂ ସୁଶାନ୍ତଙ୍କ ପରିବାରର ଦାବି ଅନୁସାରେ ଉକ୍ତ ଘଟଣାକୁ ସିବିଆଇକୁ ହସ୍ତାନ୍ତର କରାଗଲା । ତାହାପରେ ଘଟଣା ଡ୍ରଗ୍ସ ଆଡ଼କୁ ମୁହାଁଇଛି ।

Bihar Assembly Election: ଅକ୍ଟୋବର ୨୮ରୁ ଭୋଟିଂ, ନଭେମ୍ବର ୧୦ରେ ଭୋଟ୍ ଗଣନା

ନୂଆଦିଲ୍ଲୀ: ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ୧୬ ଜିଲ୍ଲାର ୭୧ଟି ଆସନରେ ଭୋଟ୍ ଗ୍ରହଣ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ଆସନରେ ନିର୍ବାଚନ ହେବ । ଶେଷ ବା ତୃତୀୟ ପର୍ଯ୍ୟାୟରେ ୭୮ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ପ୍ରେମସିଟରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏହି ସୂଚନା ଦେଇଛନ୍ତି ।

Bihar Assembly Election CEC Declared Poll Date

ତିନି ପର୍ଯ୍ୟାୟରେ ଭୋଟ୍

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଅକ୍ଟୋବର ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୮ ଅକ୍ଟୋବରରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ନଭେମ୍ବର ୩ ତାରିଖରେ ହେବ । ତୃତୀୟ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୭ ତାରିଖରେ ହେବ । ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣନା କରାଯିବ ।

କରୋନା ପାଇଁ ବ୍ୟବସ୍ଥା

ଗୋଟିଏ ବୁଥରେ କେବଳ ଏକ ହଜାର ମତଦାନ କରିପାରିବେ । କରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ । ନିର୍ବାଚନରେ ୪୬ ଲକ୍ଷ ମାସ୍କ, ୬ ଲକ୍ଷ ପିପିଇ କିଟ୍, ୬ ଲକ୍ଷ ଫେସ୍ ସିଲ୍ଡ ବ୍ୟବହାର କରାଯିବ । ୭ ଲକ୍ଷ ହ୍ୟାଣ୍ଡ ସାନିଟାଇଜର୍ସର ବ୍ୟବହାର ହେବ ।

ଭୋଟ୍ ଦେବେ କରୋନା ଆକ୍ରାନ୍ତ

ବିହାରର ମୋଟ ଭୋଟରଙ୍କ ସଂଖ୍ୟା ୭ କୋଟି ୭୯ ଲକ୍ଷ । ସେଥିରୁ ୩ କୋଟି ୩୯ ଲକ୍ଷ ହେଉଛନ୍ତି ମହିଳା ମତଦାତା, ୩ କୋଟି ୭୯ ଲକ୍ଷ ପୁରୁଷ ଭୋଟର ରହିଛନ୍ତି । ନିର୍ବାଚନରେ ୧.୮୯ ବାଲାଟ୍ ୟୁନିଟ୍ ଇଭିଏମ୍ ବ୍ୟବହାର କରାଯିବ । ମତଦାନ ସମୟକୁ ବୃଦ୍ଧି କରାଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟଗ୍ରହଣ କରାଯିବ । କରୋନା ଆକ୍ରାନ୍ତ ମଧ୍ୟ ଭୋଟ୍ ଦେଇ ପାରିବେ । ତେବେ, କରୋନା ସଂକ୍ରମିତଙ୍କୁ ଶେଷରେ ଭୋଟ୍ ଦେବାକୁ ଅନୁମତି ମିଳିବ ।

ଅନଲାଇନରେ ନାମାଙ୍କନ

ପ୍ରାର୍ଥୀ ଅନଲାଇନ୍ ନାମାଙ୍କନ କରିପାରିବେ । ନାମାଙ୍କନ ବେଳେ ୨ରୁ ଅଧିକ ଗାଡ଼ି ବ୍ୟବହାର କରିବେ ନାହିଁ । ଆଶାୟୀଙ୍କ ସହ ୨ ଜଣ ହିଁ ରହିବେ । ୫ରୁ ଅଧିକ ଜଣ ନିର୍ବାଚନ ପାଇଁ ପ୍ରଚାର କରିପାରିବେ ନାହିଁ ।

ବିହାର ନିର୍ବାଚନ: ବଢ଼ିଲା ମତଦାନ ସମୟ ସୀମା, କୋଭିଡ୍ ଆକ୍ରାନ୍ତ ଦେବେ ଭୋଟ୍

ନୂଆଦିଲ୍ଲୀ: ବାଜିଲା ନିର୍ବାଚନ ବିଗୁଲ୍ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ପାଇଁ ତାରିଖ ଘୋଷଣା କରୁଛନ୍ତି ନିର୍ବାଚନ କମିଶନ । କରୋନା ସଂକ୍ରମଣ ପାଇଁ ଅନେକ ଦେଶ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି । କିନ୍ତୁ ଦେଶରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମହାମାରୀ ଭିତରେ ବିହାର ବିଧାନସଭା ପାଇଁ ମତଦାନ ହେବ ।  ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏନେଇ ସୂଚନା ଦେଇଛନ୍ତି ।

Bihar Assembly Election CEC Declared Poll Date

କରୋନା ପାଇଁ ବ୍ୟବସ୍ଥା

ଗୋଟିଏ ବୁଥରେ କେବଳ ଏକ ହଜାର ମତଦାନ କରିପାରିବେ । କରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ । ନିର୍ବାଚନରେ ୪୬ ଲକ୍ଷ ମାସ୍କ, ୬ ଲକ୍ଷ ପିପିଇ କିଟ୍, ୬ ଲକ୍ଷ ଫେସ୍ ସିଲ୍ଡ ବ୍ୟବହାର କରାଯିବ । ୭ ଲକ୍ଷ ହ୍ୟାଣ୍ଡ ସାନିଟାଇଜର୍ସର ବ୍ୟବହାର ହେବ ।

ଭୋଟ୍ ଦେବେ କରୋନା ଆକ୍ରାନ୍ତ

ବିହାରର ମୋଟ ଭୋଟରଙ୍କ ସଂଖ୍ୟା ୭ କୋଟି ୭୯ ଲକ୍ଷ । ସେଥିରୁ ୩ କୋଟି ୩୯ ଲକ୍ଷ ହେଉଛନ୍ତି ମହିଳା ମତଦାତା, ୩ କୋଟି ୭୯ ଲକ୍ଷ ପୁରୁଷ ଭୋଟର ରହିଛନ୍ତି । ନିର୍ବାଚନରେ ୧.୮୯ ବାଲାଟ୍ ୟୁନିଟ୍ ଇଭିଏମ୍ ବ୍ୟବହାର କରାଯିବ । ମତଦାନ ସମୟକୁ ବୃଦ୍ଧି କରାଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟଗ୍ରହଣ କରାଯିବ । କରୋନା ଆକ୍ରାନ୍ତ ମଧ୍ୟ ଭୋଟ୍ ଦେଇ ପାରିବେ । ତେବେ, କରୋନା ସଂକ୍ରମିତଙ୍କୁ ଶେଷରେ ଭୋଟ୍ ଦେବାକୁ ଅନୁମତି ମିଳିବ ।

ଅନଲାଇନରେ ନାମାଙ୍କନ

ପ୍ରାର୍ଥୀ ଅନଲାଇନ୍ ନାମାଙ୍କନ କରିପାରିବେ । ନାମାଙ୍କନ ବେଳେ ୨ରୁ ଅଧିକ ଗାଡ଼ି ବ୍ୟବହାର କରିବେ ନାହିଁ । ଆଶାୟୀଙ୍କ ସହ ୨ ଜଣ ହିଁ ରହିବେ । ୫ରୁ ଅଧିକ ଜଣ ନିର୍ବାଚନ ପାଇଁ ପ୍ରଚାର କରିପାରିବେ ନାହିଁ ।

NCB ହାତରେ ରିୟା ଓ ରକୁଲଙ୍କ ଡ୍ରଗ୍ସ ଚ୍ୟାଟ୍, ହୋଇପାରେ ବଡ଼ ଖୁଲାସା

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଏହି ଚେନ୍ ଧୀରେ ଧୀରେ ବଢିବାରେ ଲାଗିଛି । ଏହି ଚେନରେ ଛନ୍ଦି ହୋଇଛନ୍ତି ବଲିଉଡର ଜଣାଶୁଣା ପ୍ରସିଦ୍ଧ କଳାକାର । ଏନସିବି ତାଲିକାରେ ବଲିଉଡର ଏକାଧିକ କଳାକାରଙ୍କ ନାମ ରହିଛି । କେତେକଙ୍କ ନାମ ସାମ୍ନାକୁ ଆସିଥିବା ବେଳେ ଆଉ କେତେକ କଳାକାରଙ୍କ ନାମ ସାମ୍ନାକୁ ଆସିବା ବାକି ରହିଛି । ଶୁକ୍ରବାରକୁ ରକୁଲପ୍ରୀତି ସିଂଙ୍କୁ ପଚରାଉଚରା କରୁଛି ଏନସିବି ।


ସୂଚନା ଅନୁସାରେ ରକୁଲପ୍ରୀତଙ୍କ ଡ୍ରଗ୍ସ ଚ୍ୟାଟ ଏନସିବି ହାତରେ ଲାଗିଛି । ରକୁଲ ଏହି ଚ୍ୟାଟ ରିୟାଙ୍କ ସହିତ କରିଛନ୍ତି । ତେବେ ଏହା ପୂର୍ବରୁ ଏନସିବି ପଚରାଉଚରା ସମୟରେ ରକୁଲଙ୍କ ନାମ ନେଇଥିଲେ ରିୟା । ତେବେ ରକୁଲଙ୍କୁ ପଚରାଉଚରା ପରେ ଏକ ବଡ଼ ଖୁଲାସା ହୋଇପାରେ ବୋଲି ଆଶା ରଖିଛି ଏନସିବି ।

ରକୁଲଙ୍କ ପରେ ଏନସିବି ଦୀପିକାଙ୍କ ମ୍ୟାନେଜର କରିସ୍ମାଙ୍କୁ ପଚରାଉଚରା କରିବେ । ସୂଚନାଯୋଗ୍ୟ ଦୀପିକା ଏବଂ କରିସ୍ମାଙ୍କ ଡ୍ରଗ୍ସ ଚ୍ୟାଟ ସାମ୍ନାକୁ ଆସିଥିଲା ।

ଏଥର ଲାଲୁ ନୁହଁନ୍ତି, ନୀତିଶଙ୍କ ପ୍ରତିଦ୍ୱନ୍ଦ୍ୱୀ ତେଜସ୍ୱୀ

ପାଟଣା: ଦିନେ ରାଜ୍ୟ ଚଳାଉଥିଲେ, ଏବେ ମେଡିକାଲ ବେଡରେ । ଗୋଖାଦ୍ୟ ଦୁର୍ନୀତିରେ ସଜ୍ଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ୭୨ ବର୍ଷୀୟ ଲାଲୁ ଏଥରକ ମେଡିକାଲ୍ ବେଡରୁ ଦେଖିବେ ବିଧାନସଭା ନିର୍ବାଚନ ।

Bihar Assembly Election With Out Lalu Prasad Yadav

ବିହାର ନିର୍ବାଚନ ପାଇଁ ଆଜି ବିଦ୍ଧିବଧ ଘୋଷଣା ହେବ । କରୋନା ସଂକ୍ରମଣ ଭିତରେ ଦେଶରେ ପ୍ରଥମ ବିଧାନସବା ନିର୍ବାଚନ ହେବାକୁ ଯାଉଛି । ଯାହା ଉପରେ ରହିଛି ସମସ୍ତହ୍କ ନଜର । ଗତ ବିଧାନସଭା ନିର୍ବାଚନ ଅପେକ୍ଷା ଚଳିତଥର କେବଳ ମତଦାନ ନୁହେଁ ବରଂ ରାଜନୈତିକ ଦଳ ଓ ମେଣ୍ଟରେ ବି ବହୁତ କିଛି ବଦଳିଛି । ଯିଏ ଗତ ନିର୍ବାଚନରେ ଏକାଠି ହୋଇ ଲଢ଼ୁଥିଲେ, ଏଥରକ ମୁହାଁମୁହିଁ ହେଉଛନ୍ତି ।

Bihar Assembly Election With Out Lalu Prasad Yadav

  • କରୋନା ସଂକଟରେ ହେଉଥିବା ଏହା ଦେଶର ପ୍ରଥମ ବିଧାନସଭା ନିର୍ବାଚନ । ପ୍ରଚାର ଓ ପ୍ରସାର ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ପ୍ଲାଟଫର୍ମରେ ହେବ ।
  • ରାଜନୈତିକ ଦଳ କେବଳ ଛୋଟ ଛୋଟ କାର୍ଯ୍ୟକ୍ରମ କରିପାରିବେ । ଯେଉଁଥିରେ ସର୍ବାଧିକ ୧୦୦ ଲୋକ ସାମିଲ୍ ହେବେ । ଏହା ବାଦ୍ ସହ ଲୋକଙ୍କ ସହ ମିଶିବା ବେଳେ ସାମାଜିକ ଦୂରତା ସହ ଅନ୍ୟ ନିୟମ ପାଳନ କରିବାକୁ ପଡ଼ିବ ।
  • ୨୦୧୫ରେ ହୋଇଥିବା ବିଧାନସବା ନିର୍ବାଚନ ଜନତା ଦଳ (ୟୁନାଇଟେଡ୍) ଓ ରାଷ୍ଟ୍ରୀୟ ଜନତା ଦଳ ଏକାସଙ୍ଗେ ଲଢ଼ିଥିଲେ । ଲାଲୁ-ନୀତିଶଙ୍କ ଯୋଡ଼ି ବିଜେପି ନେତୃତ୍ୱାଧୀନ ଏନଡିଏକୁ ହରାଇଥିଲା ।
  • ମାତ୍ର ୨ ବର୍ଷ ପରେ ରାଷ୍ଟ୍ରୀୟ ଜନତା ଦଳ ସହ ସମ୍ପର୍କ ଭାଙ୍ଗି ଯାଇଥିଲା । ନୀତିଶ ବିଜେପି ସହ ମିଶି ସରକାର ଗଢ଼ିଥିଲେ । ୨୦୨୦ ନିର୍ବାଚନରେ ବିଜେପି-ଜେଡିୟୁ ବନାମ ଆରଜେଡି-କଂଗ୍ରେସ ମଧ୍ୟରେ ମୁକାବିଲା ହେବ ।
  • ୨୦୧୫ରେ ମହାମେଣ୍ଟ ସହ ଥିବା ଜିତେନ୍ଦ୍ର ସିଂହ ଚଳିତଥର ଏନଡିଏରେ ମିଶିଛନ୍ତି । ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ଉପେନ୍ଦ୍ର କୁଶବାହା ଗତ ନିର୍ବାଚନରେ ଏନଡିଏ ସହ ଥିଲେ । ଚଳିତଥର ସେ ମହାମେଣ୍ଟ ସହ ଅଛନ୍ତି ।
  • ମହାମେଣ୍ଟରେ ଏଥରକ ଆରଜେଡି, କଂଗ୍ରେସ, ବାମଦଳ, ଆରଏଲଏସପି ସମେତ ଅନେକ ଛୋଟ ଦଳ ଅଛନ୍ତି । ଆରଜେଡି ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କହିଛି । ୨୦୧୫ ନିର୍ବାଚନ ଜିତିବା ପରେ ତେଜସ୍ୱୀ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
  • ୨୦୧୫ରେ ବିହାରରେ ୫ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । କିନ୍ତୁ, ଚଳିତଥର କରୋନା ପାଇଁ ମତଦାନ କମ୍ ପର୍ଯ୍ୟାୟରେ ହୋଇପାରେ । ଏପରି ହେଲେ ଭୋଟ୍ ପ୍ରତିଶତ ଉପରେ ଏହାର ପ୍ରଭାବ ପଡ଼ିବ ।
  • ରାଜନୈତିକ ହିସାବରେ ଦେଖିଲେ ଏଥରକ ନିର୍ବାଚନରେ ଲାଲୁ ପ୍ରସାଦ ଯାଦବ ନଜର ଆସିବେ ନାହିଁ । ସେ ରୋଗାକ୍ରାନ୍ତ ଅଛନ୍ତି । ଜେଲରେ ଅଛନ୍ତି । ତାଙ୍କୁ ନିର୍ବାଚନରେ ଦେଖିବାକୁ ମିଳିବ ନାହିଁ । ଏପରିକି ଆରଜେଡି ପୋଷ୍ଟରରୁ ଲାଲୁଙ୍କ ଫଟୋକୁ ହଟାଇ ଦିଆଯାଇଛି । ପ୍ରାୟ ୪୦ ବର୍ଷ ପରେ ବିହାର ବିଧାନସବା ନିର୍ବାଚନରେ ଲାଲୁଙ୍କୁ ଦେଖିବାକୁ ମିଳିବ ନାହିଁ ।

ରାଜ୍ୟରୁ ଆଉ ୪ ହଜାର ୨୦୮ ଆକ୍ରାନ୍ତ ଚିହ୍ନଟ, ଆଉ ୧୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ବଢ଼ୁଛି ଟେଷ୍ଟିଂ, ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪ ହଜାର ୨୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨ ହଜାର ୪୬୨ଟି ସଂକ୍ରମଣ ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧ ହଜାର ୭୪୬ଟି ମାମଲା ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧ ହଜାର ୯୬କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୭୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୯୪, ବାଲେଶ୍ୱରରୁ ୧୧୮, ବରଗଡ଼ରୁ ୧୧୪, ଭଦ୍ରକରୁ ୪୮, ବଲାଙ୍ଗିର ୭୬, ବୌଦ୍ଧ ୨୯, କଟକ ୪୬୫, ଦେବଗଡ଼ ୨୦, ଢେଙ୍କାନାଳ ୬୮, ଗଜପତି ୧୩, ଗଞ୍ଜାମ ୬୩, ଜଗତସିଂହପୁର ୧୮୧, ଯାଜପୁର ୨୩୭, ଝାରସୁଗୁଡ଼ା ୮୧, କଳାହାଣ୍ଡି ୧୧୬, କନ୍ଧମାଳ ୧୦୨, କେନ୍ଦ୍ରାପଡ଼ା ୧୧୦, କେନ୍ଦୁଝର ୮୨, କୋରପୁଟ ୭୨, ମାଲକାନଗିରି ୬୧, ମୟୂରଭଞ୍ଜ ୧୫୪, ନବରଙ୍ଗପୁର ୧୩୧, ନୟାଗଡ଼ ୫୨, ନୂଆପଡ଼ା ୧୭୫, ପୁରୀ ୧୯୯, ରାୟଗଡ଼ା ୬୧, ସମ୍ବଲପୁର ୧୩୧, ସୋନପୁର ୨୬, ସୁନ୍ଦରଗଡ଼ରୁ ୮୦ ଜଣଙ୍କ ସହ ଷ୍ଟେଟ ପୁଲରୁ ୨୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ୩୯ ହଜାର ୨୩୨ ସକ୍ରିୟ ସଂକ୍ରମିତ ମାମଲା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୭୬୭କୁ ବୃଦ୍ଧି ପାଇଛି । ରାଜ୍ୟରେ ୧ ଲକ୍ଷ ୬୧ ହଜାର ୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି ।

ରାଜ୍ୟରେ ୩ ମିଲିୟନ୍ କୋଭିଡ୍ ନମୁନା ପରୀକ୍ଷଣ, ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ୱର: ଭୂତାଣୁ ବିରୋଧରେ ଜାରି ରହିଛି ଯୁଦ୍ଧ । ୭ ମାସର ଯୁଦ୍ଧରେ ଓଡ଼ିଶା ଅନେକ ଅନୁଭୂତି ଆପଣାଇଛି, ଅଭିଜ୍ଞତା ବି ପାଇଛି । ରାଜ୍ୟରେ ଏଯାବତ୍ ୩ ମିଲିୟନରୁ ଅଧିକ କରୋନା ଟେଷ୍ଟିଂ ହୋଇ ସାରିଲାଣି । କରୋନା ପରୀକ୍ଷଣ କ୍ଷେତ୍ରରେ ଓଡ଼ିଶା ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଏନେଇ ଖୁସିବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବାରେ ନିୟୋଜିତ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଦିନ ରାତି ଏକ କରି କରୋନା ନମୁନା ପରୀକ୍ଷଣ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ରାଜ୍ୟବାସୀ କରୋନା ସହିତ ଲଢ଼ି ପାରୁଛନ୍ତି । ଟେଷ୍ଟିଂ ବଢ଼ିବା ସହ ରାଜ୍ୟରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆକ୍ରାନ୍ତଙ୍କୁ ଚିହ୍ନଟ ଫଳରେ ସ୍ଥିତି ସ୍ୱାଭାବିକ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୨ ହଜାର ୮୮୨ ନମୁନା ପରୀକ୍ଷଣ ହୋଇଛି । ଏଥିସହ ରାଜ୍ୟରେ ମୋଟ ଟେଷ୍ଟିଂ ସଂଖ୍ୟା ୩୦ ଲକ୍ଷ ୯ ହଜାର ୧୮୩ରେ ପହଞ୍ଚିଛି ।

ମୋଦି ସରକାର ବିରୋଧରେ କେବେ କେବେ ରାସ୍ତାକୁ ଓହ୍ଲାଇଛନ୍ତି କୃଷକ ?

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜୟ ଯବାନ, ଜୟ କିଷାନ ଓ ଜୟ ବିଜ୍ଞାନ’ ସ୍ଲୋଗନା ଦେଉଛନ୍ତି । ମୋଦି ସରକାର ୨୦୧୪ରୁ ନେଇ ଏବେ ଯାଏଁ କୃଷକଙ୍କ ଆୟ ବୃଦ୍ଧି ସହ ସଶକ୍ତ କରିଥିବା ନେଇ ଦାବି କରୁଛନ୍ତି । ଏହା ପରେ ବି ଗତ ୬ ବର୍ଷ ହେଲା ମୋଦି ସରକାରଙ୍କ ବିରୋଧରେ କୃଷକ ଅନେକ ଥର ସଡ଼କକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି । ଏବେ ସଂସଦରେ ପାରିତ କୃଷି ସମ୍ବନ୍ଧିତ ବିଲକୁ ବିରୋଧ କରି କୃଷକଙ୍କ ଆକ୍ରୋଶ ପ୍ରକାଶ ପାଇଛି । ଦେଶର କୃଷକ ସଂଗଠନ ଶୁକ୍ରବାର ଏହି ବିଧେୟକଙ୍କୁ ବିରୋଧ କରି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି । ଆସନ୍ତୁ ଜାଣିବା ଗତ ୬ ବର୍ଷରେ କୃଷକ କେବେ କେବେ କେଉଁ ଦାବି ନେଇ ମୋଦି ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି ।

Farmer Protest Against Modi govt Details

ଭୂମି ଅଧିଗ୍ରହଣକୁ ବିରୋଧ

ମୋଦି କେନ୍ଦ୍ରରେ ଶାସନଭାର ସମ୍ଭାଳିବା କ୍ଷଣି ପ୍ରଥମେ କୃଷକ ରାସ୍ତାକୁ ଓହ୍ଲାଇଥିଲେ । ୨୦୧୫ ଜାନୁଆରୀରେ ନରେନ୍ଦ୍ର ମୋଦି ସରକାରର ଭୂମି ଅଧିଗ୍ରହଣ ଆଇନ୍ ପରିବର୍ତ୍ତନ ନେଇ ଅଧ୍ୟାଦେଶ ଆଣିଥିଲେ । ଯାହାକୁ ବିରୋଧ କରି କୃଷକ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଥିଲେ । ମୋଦି ସରକାର ଏହି ଅଧ୍ୟାଦେଶକୁ ଲୋକସଭାରେ ପାରିତ କରିଥିଲେ । କୃଷକଙ୍କ ସ୍ୱର ଶାଣିତ ହେବାରୁ ସରକାର ପଛଘୁଞ୍ଚା ଦେଇଥିଲେ ।

Farmer Protest Against Modi govt Details

ବିଜେପିର କେତକ ସହଯୋଗୀ ଦଳ ମଧ୍ୟ ଏହି ପ୍ରସଙ୍ଗରେ ବିରୋଧ କରିଥିଲେ । ଶିବସେନା ତ ଏହି ପ୍ରସଙ୍ଗକୁ ନେଇ ବିଜେପି ସରକାର ବିରୋଧରେ ଆନ୍ଦୋଳନ ଶାଣିତ କରିଥିଲା । କୃଷକ ସଂଗଠନକୁ ନେଇ ଆନ୍ନା ହଜାରେ ଧାରଣାରେ ବସିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦିଙ୍କୁ କୃଷକ ବିରୋଧୀ କହିଥିଲେ । କାରଣ ୨୦୧୩ରେ ଆଇନ୍ ପରେ ଭୂମି ଅଧିଗ୍ରହଣ ପ୍ରକ୍ରିୟା ଆଗ ଅପେକ୍ଷା ଜଟିଳ ହୋଇଥିଲା ସତ କିନ୍ତୁ ଏହା କୃଷକଙ୍କ ସ୍ୱାର୍ଥରେ ଥିଲା ।

ଜନ୍ତରମନ୍ତରରେ ମାସେ ଆନ୍ଦୋଳନ

Farmer Protest Against Modi govt Details

୨୦୧୭ରେ ଋଣଛାଡ଼କୁ ନେଇ ତାମିଲନାଡ଼ୁର କୃଷକ ଦିଲ୍ଲୀ ଜନ୍ତରମନ୍ତରରେ ମାସେ ଧରି ଧାରଣାରେ ବସିଥିଲେ । ଏପରିକି କୃଷକ ଅର୍ଦ୍ଧନଗ୍ନ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧି ସେତେବେଳେ ଏହି ଆନ୍ଦୋଳନକୁ ସମର୍ଥନ ଦେଇଥିଲେ । ଏହାକୁ ସମର୍ଥନ କରିଥିଲେ ଦେଶର ଅନ୍ୟ କୃଷକ ସଂଗଠନ । ପରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ.ପଲାନିସ୍ୱାମୀଙ୍କ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହୋଇଥିଲା ଧାରଣା ।

ଦିଲ୍ଲୀ ଯାଏଁ କିଷାନ କ୍ରାନ୍ତି ଯାତ୍ରା

ଭାରତୀୟ କୃଷକ ୟୁନିୟନ ନେତୃତ୍ୱରେ ହଜାର ହଜାର କୃଷକ ହରିଦ୍ୱାରରୁ ଦିଲ୍ଲୀ ଯାଏଁ ‘କୃଷକ କ୍ରାନ୍ତି ଯାତ୍ରା’ ବାହାରିଥିଲା । କୃଷକ ସ୍ୱାମୀନାଥନ ରିପୋର୍ଟ ଲାଗୁ ପାଇଁ ଦାବି କରିଥିଲେ । ୨୦୧୮ ଗାନ୍ଧି ଜୟନ୍ତୀ ଅବସରରେ କୃଷକ ଗାନ୍ଧି ସମାଧି ସ୍ଥଳରେ କାର୍ଯ୍ୟକ୍ରମ କରିବାକୁ ଚାହିଁଥିଲେ । କିନ୍ତୁ, କୃଷକ ଦିଲ୍ଲୀ ପହଞ୍ଚିବା ପୂର୍ବପୁ ୟୁପି-ଦିଲ୍ଲୀ ବର୍ଡଜରରେ ଅଟକା ଯାଇଥିଲେ । ପୋଲିସ ସେମାନଙ୍କୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିଲା ।

କୃଷକ ମହାସଭା

Farmer Protest Against Modi govt Details

୨୦୧୮ ନଭେମ୍ବର ମାସରେ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ବ୍ୟାନରରେ ଦେଶର ୨୦୮ଟି ଜନସଂଗଠନ ସହ ଜଡ଼ିତ କୃଷକ ଦିଲ୍ଲୀର ରାମଲୀଳା ମୈଦାନରୁ ସଂସଦ ଯାଏଁ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ । ଏଥିରେ ରାଜନୈତିକ ଦଳ ମଧ୍ୟ କୃଷକଙ୍କୁ ସମର୍ଥନ କରିଥିଲେ । କଂଗ୍ରେସ, ଆପ୍, ବାମଦଳ ସମେତ ଅନ୍ୟ କିଛି ଦଳର ନେତା ଜନ୍ତରମନ୍ତରରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଦେଇଥିଲେ ।

କୃଷି ବିଲ୍ ବିରୋଧରେ ଭାରତ ବନ୍ଦ

ସ୍ୱାଧୀନତା ପରେ ଭାରତର କ୍ଷେତକୁ ନେଇ ସବୁଠୁ ବଡ଼ ପରିବର୍ତ୍ତନ ହୋଇଥି । ସରକାର ତିନୋଟି କୃଷି ବିଲକୁ କୃଷିରେ ପରିବର୍ତ୍ତନରେ ବଡ଼ ପଦକ୍ଷେପ କହୁଛନ୍ତି । ଅନ୍ୟପଟେ କୃଷକ ସଂଗଠନ ଓ ବିରୋଧୀ ବିଲ୍ ବିରୋଧରେ ଅଛନ୍ତି । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଓ ସରକାର ପୂର୍ବଭଳି ଫସଲ କିଣିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି । କିନ୍ତୁ ମୋଦିଙ୍କ ଏହି କଥାକୁ ବିଶ୍ୱାସକୁ ନେଉ ନାହାଁନ୍ତି କୃଷକ । କୃଷକଙ୍କ ଲାଗୁଛି ସରକାର ମଣ୍ଡିଙ୍କୁ ଛଡ଼ାଇ ନେଇ କର୍ପୋରେଟ୍ କମ୍ପାନୀଙ୍କୁ ଦେଇଦେବେ । ଏବଂ ସରକାରଙ୍କ ଏହି ପଦକ୍ଷେପ କୃଷକ ବିରୋଧୀ ।

Farmer Protest Against Modi govt Details

ଏହାକୁ ନେଇ ଦେଶବ୍ୟାପୀ କୃଷକ ସଂଗଠନ ପୁରୁଣା ମତଭେଦ ବୁଲି ଏକାଠି ହୋଇଛନ୍ତି । ଦେଇଛନ୍ତି ଭାରତ ବନ୍ଦ ଡାକରା । କୃଷକଙ୍କ ଦାବି ହେଉଛି ସରକାର ଏମଏସପିକୁ ନେଇ ନିଶ୍ଚିତ ଆଇନ୍ ଆଣନ୍ତୁ । କୃଷକଙ୍କ ଏହି ଦାବିକୁ ବିଜେପି ସହଯୋଗୀ ଦଳ ଓ ଆରଏସଏସ୍ ସହ ଜଡ଼ିତ ସଂଗଠନ ମଧ୍ୟ ସମର୍ଥନ କରୁଛନ୍ତି । ପଞ୍ଜାବ ଓ ହରିୟାଣାରେ ଏହି ବିଲକୁ ବିରୋଧ କରି ଆରମ୍ଭରୁ ବିକ୍ଷୋଭ ଜାରି ରହିଛି । NDA ସହଯୋଗୀ ଅକାଳୀ ଦଳର ସାଂସଦ ହରସିମରତ କୌର କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

୨୦୨୧ ଆରମ୍ଭରୁ ଆସିବ କରୋନା ଭ୍ୟାକ୍ସିନ୍, ଦାବି କଲା ଏହି ଦେଶ

ନୂଆଦିଲ୍ଲୀ: ଦୁନିଆରେ କରୋନା ଭାଇରସ୍ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଏହାରି ଭିତରେ ଚୀନର ଏକ ଔଷଧ କମ୍ପାନୀ କହିଛି- କରୋନା ଭ୍ୟାକ୍ସିନ୍ ୨୦୨୧ ମଧ୍ୟରେ  ଆମେରିକା ସହିତ ପୂରା ଦୁନିଆରେ ବିତରଣ ପାଇଁ ପ୍ରସ୍ତୁତ ହୋଇଯିବ ।

Chinese Company Says Coronavirus Vaccine Ready By Early 2021

SinoVac ସିଇଓ ୟିନ୍ ବେଇଦାଙ୍ଗ ଆମେରିକାରେ CoronaVac ବିକ୍ରି ପାଇଁ ଆମେରିକା ଖାଦ୍ୟ ଓ ଔଷଧ ବିଭାଗକୁ ଆବେଦନ ପତ୍ର ପଠାଇଛି । ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍ ମଣିଷ ଉପରେ ଚାଲିଛି । ୟେନ କହିଛନ୍ତି- ସେ ନିଜେ ଏହି ଟିକାର ପରୀକ୍ଷଣ ନିଜ ଦେହରେ କରିଛନ୍ତି ।

Chinese Company Says Coronavirus Vaccine Ready By Early 2021

ୟିନ୍ କହିଛନ୍ତି- ପ୍ରାଥମିକ ପର୍ଯ୍ୟାୟରେ ଚୀନ ଓ ବୁହାନ ପାଇଁ ଭ୍ୟାକ୍ସିନ୍ ତିଆରି କରିବା ଆମ ରଣନୀତି ଥିଲା । ଏହା ପରେ ଜୁନ୍ ଓ ଜୁଲାଇରେ ରଣନୀତି ପରିବର୍ତ୍ତନ କରିଥିଲୁ । ସାରା ଦୁନିଆ କରୋନା ଭାଇରସରେ ପୀଡ଼ିତ ଥିବାରୁ ବିଶ୍ୱବ୍ୟାପୀ ଭ୍ୟାକ୍ସିନ୍ ଦେବା ନେଇ ଆଲୋଚନା ହୋଇଥିଲା । ସୂଚନା ଯୋଗ୍ୟ- ଚୀନର ବୁହାନରୁ ହିଁ କରୋନା ଭାଇରସ୍ ସଂକ୍ରମଣ ଆରମ୍ଭ ହୋଇଥିଲା ।

Chinese Company Says Coronavirus Vaccine Ready By Early 2021

ସେ କହିଛନ୍ତି- ଆମ ଲକ୍ଷ୍ୟ ଦୁନିଆକୁ ଭ୍ୟାକ୍ସିନ୍ ଦେବା । ଆମେରିକା, ୟୁରୋପୀୟ ସଂଘ  ଓ ଅନ୍ୟ ଦେଶକୁ ଭ୍ୟାକ୍ସିନ୍ ଦିଆଯିବ । ତେବେ, ଆମେରିକା, ୟୁରୋପୀୟ ସଂଘ, ଜାପାନ ଓ ଅଷ୍ଟ୍ରେଲିଆରେ ଲାଗୁ ହୋଇଥିବା କଡ଼ା ନିୟମ ଚୀନ ଟିକା ବିକ୍ରିକୁ ବନ୍ଦ କରିଦେଇଛି । ତେବେ ୟିନ୍ ଆଶା ପ୍ରକାଶ କରିଛନ୍ତି ନିୟମରେ ପରିବର୍ତ୍ତନ କରି ସମସ୍ତଙ୍କୁ ଟିକା ଦିଆଯାଇ ପାରିବ ।

Chinese Company Says Coronavirus Vaccine Ready By Early 2021

ସିନୋଭାକ ସରକାରଙ୍କ ଦ୍ୱାରା ପରିଚାଳିତ ସିନୋଫାର୍ମ ଚୀନର ୪ଟି ଶ୍ରେଷ୍ଠ ଭ୍ୟାକ୍ସିନ୍ ତିଆରି କମ୍ପାନୀ ମଧ୍ୟରୁ ଅନ୍ୟତମ । ବ୍ରାଜିଲ୍, ତୁର୍କ ଓ ଇଣ୍ଡୋନେସିଆରେ CoronaVacର ପ୍ରାରମ୍ଭିକ ପରୀକ୍ଷଣ ୨୪ ହଜାରରୁ ଅଧିକ ଲୋକଙ୍କୁ ଉପରେ ହୋଇଛି । କରୋନାର ଗମ୍ଭୀର ପ୍ରକୋପ ଥିବା ଦେଶରେ ସିନୋଭାକ ଭ୍ୟାକ୍ସିନ୍ ପରୀକ୍ଷଣ କରୁଛି ।

Chinese Company Says Coronavirus Vaccine Ready By Early 2021

କମ୍ପାନୀ ବେଜିଂର ଦକ୍ଷିଣରେ ସିନୋଭାକ ପ୍ଲାଣ୍ଟ ନିର୍ମାଣ କରିଛି । ଏହି ପ୍ଲାଣ୍ଟ କରୋନା ଆରମ୍ଭ ହେବାରେ କିଛି ମାସ ମଧ୍ୟରେ ହୋଇଛି । ଏଠାରେ ୧୦ ଲକ୍ଷ ଭ୍ୟାକ୍ସିନ୍ ଉତ୍ପାଦନ କରାଯିବାର ବ୍ୟବସ୍ଥା ଥିବା ଦାବି କରାଯାଉଛି । କମ୍ପାନୀ କହିଛି- ଆସନ୍ତା ବର୍ଷ ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ମଧ୍ୟରେ ଭ୍ୟାକ୍ସିନର ୧୦୦ ମିଲିୟନ ଡୋଜ୍ ଉତ୍ପାଦନ ହେବ ।

Chinese Company Says Coronavirus Vaccine Ready By Early 2021

ଫାର୍ମାସ୍ୟୁଟିକଲ କମ୍ପାନୀ କହିଛି- ବିକଶିତ ହେଉଥିବା କରୋନା ଭାଇରସ ଭ୍ୟାକ୍ସିନ୍ ଆମେରିକା ସହିତ ବିଶ୍ୱବ୍ୟାପୀ ବିତରଣ ପାଇଁ ୨୦୨୧ ଆରମ୍ଭରେ ପ୍ରସ୍ତୁତ ହୋଇଯିବ ।