NCB ହାତରେ ରିୟା ଓ ରକୁଲଙ୍କ ଡ୍ରଗ୍ସ ଚ୍ୟାଟ୍, ହୋଇପାରେ ବଡ଼ ଖୁଲାସା

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଏହି ଚେନ୍ ଧୀରେ ଧୀରେ ବଢିବାରେ ଲାଗିଛି । ଏହି ଚେନରେ ଛନ୍ଦି ହୋଇଛନ୍ତି ବଲିଉଡର ଜଣାଶୁଣା ପ୍ରସିଦ୍ଧ କଳାକାର । ଏନସିବି ତାଲିକାରେ ବଲିଉଡର ଏକାଧିକ କଳାକାରଙ୍କ ନାମ ରହିଛି । କେତେକଙ୍କ ନାମ ସାମ୍ନାକୁ ଆସିଥିବା ବେଳେ ଆଉ କେତେକ କଳାକାରଙ୍କ ନାମ ସାମ୍ନାକୁ ଆସିବା ବାକି ରହିଛି । ଶୁକ୍ରବାରକୁ ରକୁଲପ୍ରୀତି ସିଂଙ୍କୁ ପଚରାଉଚରା କରୁଛି ଏନସିବି ।


ସୂଚନା ଅନୁସାରେ ରକୁଲପ୍ରୀତଙ୍କ ଡ୍ରଗ୍ସ ଚ୍ୟାଟ ଏନସିବି ହାତରେ ଲାଗିଛି । ରକୁଲ ଏହି ଚ୍ୟାଟ ରିୟାଙ୍କ ସହିତ କରିଛନ୍ତି । ତେବେ ଏହା ପୂର୍ବରୁ ଏନସିବି ପଚରାଉଚରା ସମୟରେ ରକୁଲଙ୍କ ନାମ ନେଇଥିଲେ ରିୟା । ତେବେ ରକୁଲଙ୍କୁ ପଚରାଉଚରା ପରେ ଏକ ବଡ଼ ଖୁଲାସା ହୋଇପାରେ ବୋଲି ଆଶା ରଖିଛି ଏନସିବି ।

ରକୁଲଙ୍କ ପରେ ଏନସିବି ଦୀପିକାଙ୍କ ମ୍ୟାନେଜର କରିସ୍ମାଙ୍କୁ ପଚରାଉଚରା କରିବେ । ସୂଚନାଯୋଗ୍ୟ ଦୀପିକା ଏବଂ କରିସ୍ମାଙ୍କ ଡ୍ରଗ୍ସ ଚ୍ୟାଟ ସାମ୍ନାକୁ ଆସିଥିଲା ।

Leave a Reply