spot_img
Home Blog Page 6424

ବେଙ୍ଗଲୀ ସିନେମାର ଲୋକପ୍ରିୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କୋଲକାତା: ବେଙ୍ଗଲୀ ସିନେମା ଜଗତର ସବୁଠୁ ଲୋକପ୍ରୀୟ ଅଭିନେତା ସୌମିତ୍ର ଚାଟାର୍ଜିଙ୍କର ଦେହାନ୍ତ । ସେ ଦିର୍ଘ ଦିନ ଧରି ଅସୁସ୍ଥ ଥିବା ବେଳେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିଛି ଦିନ ତଳେ ସେ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ । ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ଆଜି ଅପରାହ୍ନ ୧୨ଟା ୧୫ରେ ସେ ଶେଷନିଶ୍ୱାସ ତ୍ୟାଗ କଲେ ।

ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ସୌମିତ୍ରଙ୍କ ମୃତ୍ୟୁ ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସେ ୬ ଅକ୍ଟୋବରରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କୁ ସୁସ୍ଥ କରିବା ପାଇଁ ଅନରବରତ ପ୍ରୟାସ କରୁଥିଲେ । ୧୯୫୯ ମସିହାରେ ସୌମିତ୍ର ଅପୁର ସଂସାର ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ଓସ୍କାର ବିଜେତା ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ସହ ମଧ୍ୟ ସେ ୧୪ଟି ଫିଲ୍ମରେ କାମ କରିଛନ୍ତି । ସୌମିତ୍ର ଦାଦା ସାହେବ ଫାଲକେ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ଏଥିସହ ୩ଥର ଜାତୀୟ ଚଳଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି ।

ନୀତୀଶ କୁମାର ହେବେ ବିହାର ମୁଖ୍ୟମନ୍ତ୍ରୀ…ଏନ୍‌ଡିଏ ବୈଠକରେ ନୀତୀଶ ନେତା ନିର୍ବାଚିତ

ପାଟଣା: ନୀତିଶ କୁମାର ହେବେ ବିହାର ମୁଖ୍ୟମନ୍ତ୍ରୀ । ବିହାରରେ ହୋଇଥିବା ଏନଡିଏ ବୈଠକରେ ନୀତିଶଙ୍କ ନାଁରେ ମୋହର ମରାଯାଇଛି । ପ୍ରଥମେ ଜେଡିୟୁ ଓ ବିଜେପି ପୃଥକ ପୃଥକ ବୈଠକ କରିଥିବା ବେଳେ ନୀତିଶଙ୍କ ନାଁରେ ସହମତି ପ୍ରକାଶ ପାଇଥିଲା । ଜେଡିୟୁ ବୈଠକରେ ନୀତିଶଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି । ସମସ୍ତଙ୍କ ସହମତିରେ ନୀତିଶଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ପାଇଁ ପ୍ରୋଜେକ୍ଟ କରାଯାଇଥିଲା । ପରେ ଏନଡିଏ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତିଶଙ୍କ ନାଁ ଔପଚାରିକ ଭାବେ ଘୋଷଣା କରାଯାଇଛି ।

ଏଥିସହ ଆଗାମୀ କ୍ୟାବିନେଟରେ କିଏ କିଏ ମନ୍ତ୍ରୀ ରହିବେ, ସେନେଇ ମଧ୍ୟ ଆଲୋଚନା ହେଉଛି । ପୂର୍ବ ଭଳି ଉପମୁଖ୍ୟମନ୍ତ୍ରୀ ହେବେ ସୁଶିଲ ମୋଦି । ଏନଡିଏ ବିଧାୟକ ଦଳର ବୈଠକରେ ଜେଡିୟୁ, ବିଜେପି, ଜେଡିୟୁ, ହାମ୍ ଓ ଭିଆଇପି ଦଳର ବିଧାୟକମାନେ ଉପସ୍ଥିତ ଅଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି ।

ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଥିବା ସୁଶିଲ ମୋଦି ଦିଲ୍ଲୀରେ ଦଳର ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରି ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି । ଆସନ୍ତାକାଲି ସକାଳ ୧୧ଟା ୩୦ରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ । ଏଥିରେ ନୀତୀଶଙ୍କ ସମେତ ଅନ୍ୟ ବିଧାୟକ ମାନେ ଶପଥ ନେବେ । ପରେ ସେମାନଙ୍କୁ ମନ୍ତ୍ରୀପଦ ବଣ୍ଟନ କରାଯିବ ।

ରାଜ୍ୟରେ ୨୪ ଘଣ୍ଟାରେ ୭୫୩ ଆକ୍ରାନ୍ତ, ପୁଣି ୧୭ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ଲଗାତର ଭାବରେ ରାଜ୍ୟରେ ଖସିଲା କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ୭୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୩୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୫୨୭ରେ ପହଞ୍ଚିଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୮ହଜାର ୬୫୯ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୨ଲକ୍ଷ ୯୬ହଜାର ୫୧୬ । ଆକ୍ଟିଭ କେସ୍ ରହିଛି ୧୦ହଜାର ୫୬୩ ।

ତେବେ ନୂଆ ୭୫୩ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି :

ମାଂସରେ କରୋନା ଭୂତାଣୁ… କିଛି ଦିନ ବ୍ୟାନ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ଜିନାନ: ଗୋ ମାଂସରେ ରହିଛି କରୋନା ଭାଇରସ । ଚୀନର ଜିନାନ ସହରରେ ଗୋ ମାଂସ ସହ ଅନ୍ୟ କିଛି ପ୍ୟାକେଟ ମାଂସରେ କରୋନା ଭାଇରସ ଥିବା ଜଣାପଡିଛି । ବ୍ରାଜିଲ, ନ୍ୟୁଜିଲାଣ୍ଡ ଓ ବାଲିଭିଆରୁ ଏହି ପ୍ୟାକେଟ ଖାଦ୍ୟ ରପ୍ତାନୀ ହେଉଛି । ଏନେଇ ଜିନାନର ମ୍ୟୁନିସିପାଲ କର୍ପୋରେସନ ସରକାରଙ୍କୁ ଜଣାଇଛନ୍ତି ।

ଏହି ଖାଦ୍ୟ ଖାଉଥିବା ଲୋକ ଏବଂ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କର ନେଗେଟିଭ ରିପୋର୍ଟ ଆସିଛି । ଏଥିସହ ପ୍ୟାକେଟ ଖାଦ୍ୟକୁ କିଛି ଦିନ ବ୍ୟାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବ୍ରାଜିଲ ଓ ଆର୍ଜେଣ୍ଟିନାରୁ ବ୍ୟାପକ ପରିମାଣ ଗୋମାଂସ ରପ୍ତାନି ହେଉଥିବା ବେଳେ ଚୀନ ସମେତ ଅନେକ ଦେଶ ଗୋମାଂସ ଆମଦାନୀ କରନ୍ତି ।

ଚୀନର ଏଭଳି ଅଭିଯୋଗ ପରେ ଅନ୍ୟ ଦେଶ ଗୁଡିକ ମଧ୍ୟ ସତର୍କ ହେଲେଣି । ବିଶ୍ୱ ସ୍ୱାସ୍ଥ ସଂଗଠନର କହିବା କଥା ପ୍ୟାକେଟ ଖାଦ୍ୟରୁ କରୋନା ସଂକ୍ରମଣ ସମ୍ଭାବନା କମ୍ ଥିବା ବେଳେ ବିପଦକୁ କିନ୍ତୁ ଆଡେଇ ହେବନି । ତେବେ ଚାଇନାକୁ ଏନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କଥା ଶୁଣୁନଥିବା ଅଭିଯୋଗ ହୋଇଛି ।

ଦିନକରେ ୪୧ ହଜାର ୧୦୦ ପଜିଟିଭ୍, ଦେଶରେ କରୋନା ଆରୋଗ୍ୟ ହାର ୯୩.୦୯%କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୪୧ହଜାର ୧୦୦ଟି ନୂଆ ପଜିଟିଭ୍ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୮ ଲକ୍ଷ ୧୪ହଜାର ୫୭୯ କୁ ବୃଦ୍ଧି ପାଇଛି । ଏହା ସହିତ କରୋନାରେ ଆଉ ୪୪୭ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁଛି । ଅନ୍ୟପକ୍ଷରେ ଦେଶରେ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ୪୨ହଜାର ୧୫୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ଏବେ ଦେଶରେ ୪ଲକ୍ଷ ୭୯ହଜାର ୨୧୬ଟି ସକ୍ରିୟ ମାମଲା ରହିଥିବାବେଳେ ୮୨ଲକ୍ଷ ୫ହଜାର ୭୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ପକ୍ଷରୁ ଅଧିକରୁ ଅଧିକ ପରୀକ୍ଷାଗାର ସ୍ଥାପନ, ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ବ୍ୟବସ୍ଥା ଓ ଚିହ୍ନଟ ବ୍ୟବସ୍ଥା ଫଳରେ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି ।

ଗତକାଲି ଗୋଟିଏ ଦିନରେ ସାରା ଦେଶରେ ଥିବା ପରୀକ୍ଷାଗାରଗୁଡ଼ିକରେ ୮ ଲକ୍ଷ ୫ ହଜାର ୫୮୯ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ମୋଟ କରୋନା ନମୁନା ପରୀକ୍ଷା ସଂଖ୍ୟା ୧୨ କୋଟି ୪୮ ଲକ୍ଷ ୩୬ ହଜାର ୮୧୯କୁ ବୃଦ୍ଧି ପାଇଛି ।

ବଢ଼ୁଛି ହାତୀ ଉପଦ୍ରବ, ଅତିଷ୍ଟ ହେଲେଣି ଗ୍ରାମବାସୀ

ନୀଳଗିରି: ପୁଣି ହାତୀ ଆତଙ୍କ । ନୀଳଗିରି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ପୁଣି ଲୋକଙ୍କୁ ଆତଙ୍କିତ କରି ରଖିଛି । ହେକ୍ଟର ହେକ୍ଟର ଜମିରେ ହାତୀଙ୍କ ଚଲାବୁଲା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି । କୁଲଢ଼ିଆ ହାତୀ ପଲ୍ଲ ପାଚିଲା ଧାନ ଖାଇବା ପାଇଁ ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହୋଇଛନ୍ତି । କହିବାକୁ ଗଲେ ଏହି ଅଞ୍ଚଳଟି ଦେବଗିରି ପାହାଡ଼ ପାଦଦେଶରେ ରହିଥିବାରୁ ବର୍ଷ ତମାମ ଏହିଭଳି ପରିସ୍ଥିତି ଦେଖାଯାଇଥାଏ । ହାତୀଙ୍କ ଉପଦ୍ରବ ଅନେକ ସମୟରେ ଲୋକଙ୍କୁ ଚିନ୍ତାରେ ପକାଇଥାଏ । ବର୍ଷ ଯାକର ପରିଶ୍ରମ ହାତୀ ପଲ୍ଲ ନଷ୍ଟ କରି ଦିଅନ୍ତି । ଏମିତିକିଙ୍କୁ ହାତୀ ହାବୁଡ଼ରେ ପଡ଼ି ଲୋକଙ୍କ ଚୀବନ ମଧ୍ୟ ଯାଇଛି ।

ତେବେ ହାତୀଙ୍କୁ ଘଉଡ଼ାଇବା ପାଇଁ ପ୍ରଶାସନ ତଥା ବନ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ପ୍ରଶାସନ ଏଥିପତି ଦୃଷ୍ଟି ଦେଉନାହାନ୍ତି । କିମ୍ବା ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ବାଟ ବାହାର କରୁନାହାନ୍ତି । ଅନ୍ୟପଟେ ଉକ୍ତ ଅଞ୍ଚଳ ପାଇଁ କିଛି ଦିନ ପୂର୍ବରୁ ହାତୀ ଉପଦ୍ରଵ ରୋକିବା ଲାଗି ସୋଲାର ସିଷ୍ଟମ କରେଣ୍ଟ ଖୁଣ୍ଟି ଗୁଡିକ ବସା ଯାଇଥିଲା, ହେଲେ ତାହା ସମ୍ପୂର୍ଣ ଭାବେ ଖରାପ ହୋଇ ପଢିଛି । ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏସବୁ ପରିସ୍ଥିତି ଉପୁଜିଛି ବୋଲି ସ୍ଥାନୀୟ ବାସିନ୍ଧା ଅଭିଯୋଗ କରିଛନ୍ତି ।

ଯାହା ଫଳରେ ଲୋକେ ଗଛ ଉପରେ ଭାଡ଼ି କରି ରାତି ସାରା ଧାନ ଫସଲ ଯଗୁଛନ୍ତି । ହେଲେ କୋଣସି ସୁଫଳ ସୁଫଳ ମିଳୁନି । ଉକ୍ତ ଅଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢିବାରେ ଲାଗିଛି । ତେଣୁ କ୍ଷୟକ୍ଷତି ହୋଇଥିବା ଚାଷୀ ମାନଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ସହିତ, ଉକ୍ତ ଅଞ୍ଚଳର ହାତୀ ଉପଦ୍ରଵ ରୋକିବା ଲାଗି ପ୍ରଶାସନଙ୍କ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

ପୁଣି ଲଜ୍ଜା, ଦୀପାବଳିରେ ବୁଲେଇବାକୁ ନେଇ ଜଙ୍ଗଲରେ ଦୁଷ୍କର୍ମ

ବାରିପଦା: ପୁଣି ଲଜ୍ଜା । ରାଜ୍ୟରେ ଆଉ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଘଟଣା ସାମ୍ନାକୁ ଆସିଛି ବାରିପଦାରୁ । ସେଠାରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ଯୁବକକୁ ଗିରଫ ମଧ୍ୟ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସୁନାମୁହିଁ ଅଞ୍ଚଳର ଶିବ ସିଂହ ।

ସୂଚନାନୁସାରେ ଅଭିଯୁକ୍ତ ଯୁବକ ଜଣକ ଦୀପାବଳିରେ ନାବାଳିକାଙ୍କୁ ବୁଲାଇବାକୁ କହି ସାଙ୍ଗରେ ନେଇଥିଲା । ହେଲେ ବାଟରେ ମଞ୍ଚାବନ୍ଧା ଜଙ୍ଗଲକୁ ନାବାଳିକାକୁ ଜୋର ଜବରଦସ୍ତ ଟେକି ନେଇଥିଲା । ସେଠାରେ ନାବାଳିକାକୁ ଦୁଷ୍ପର୍ମ କରିଥିଲା । ପରେ ଘରକୁ ଆସିବା ପରେ ଏନେଇ ନାବାଳିକା ଜଣକ ନିଜ ପରିବାର ଲୋକଙ୍କୁ ଜଣାଇଥିଲା । ନାବାଳିକା ଝିଅଠାରୁ ସବୁ କିଛି ଜାଣିବା ପରେ ପରିବାର ଲୋକ ବିଳମ୍ବିତ ରାତିରେ ବାରିପଦା ଟାଉନ ଥାନାରେ ଏନେଇ ଅଭିଯୋଗ କରିଥିଲେ ।

ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ୍ ତୁରନ୍ତ ଯୁବକକୁ ଗିରଫ କରିଥିଲା । ଆଉ ତାପରେ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ମଧ୍ୟ କରୁଛି ପୋଲିସ । ନାବାଳିକା ଓ ଅଭିଯୁକ୍ତ ଯୁବକର ଡାକ୍ତରୀ ପରୀକ୍ଷା କରାଯିବ । ଏହାପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

ଓଭରବ୍ରିଜ୍‌ରୁ ତଳକୁ ଖସି ଘରେ ପଶିଲା ଟ୍ରକ୍, ଆଉ ତା’ପରେ…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଏନ୍‌ଏଚ୍‌ ୨୦ ଢେଙ୍କିକୋଟ ଓଭରବ୍ରିଜ ଉପରୁ ଯୋଡ଼ା ଅଭିମୁଖେ ଯାଉଥିବା ଏକ ୧୪ ଚକିଆ ଟ୍ରକ ରାସ୍ତା ତଳକୁ ଖସି ପଡ଼ି ପାର୍ଶ୍ୱରେ ଥିବା ଏକ ଘରେ ପଶିଯାଇଛି । ଶନିବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଦୁର୍ଘଟଣା । ତେବେ ପରିବାର ଲୋକ ଘର ଭିତରେ ଶୋଇଥିଲେ ମଧ୍ୟ ଅଳ୍ପେକ ବର୍ତ୍ତିଯାଇଛନ୍ତି । ଘଟଣାସ୍ଥଳରେ ଢେଙ୍କିକୋଟ ପୋଲିସ ପହଞ୍ଚି ତଦନ୍ତ କରୁଛି । ତେବେ ଡ୍ରାଇଭର ନିଶାଗ୍ରସ୍ତ ଥିବା ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି ।

ସେହିଭଳି ବରଗଡ଼ ସରସରା ଛକ ନିକଟରେ ମଧ୍ୟ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଅଟୋକୁ ଧକ୍କାଦେଇଛି ଟ୍ରକ୍ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ବିଳମ୍ବିତ ରାତିରେ ବରଗଡ଼ -ବଲାଙ୍ଗିର ରାସ୍ତା ବରଗଡ଼ ସଦର ବ୍ଲକ ନିରଟରେ ଦୁର୍ଘଟଣା ହୋଇଥିଲା । ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ଓ ଟ୍ରକ୍ ମୁହାମୁହିଁ ଧକ୍କା ହୋଇଥିଲେ । ରାତିରେ ଦୁର୍ଘଟଣା ଖବରପାଇ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ।

ସେପଟେ ବୁର୍ଲା ଥାନା ଅନ୍ତର୍ଗତ କଣ୍ଟାପଲି ଛକରେ ମଧ୍ୟ ଦୋକାନ ଘର ଉପରକୁ ଚଢିଗଲା ଟ୍ରକ । ଫଳରେ ୩ଟି ଦୋକାନ ଘର ଭାଙ୍ଗି ଚୁରମାର ହୋଇଯାଇଛି । ୩ ଜଣ ଆହତ ହୋଇଛନ୍ତି । ରବିବାର ସକାଳ ୯ଟା ବେଳେ ଘଟିଛି ଅଘଟଣ । ବୁର୍ଲା ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ଟ୍ରକ୍‌ଟି ରାୟପୁରରୁ କଲିକତା ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୋଲିସ କହିଛି ।

ରାଜରାସ୍ତାକୁ ଓହ୍ଲାଇଲେ ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ: ପୁନଃ ମତଗଣନା ପାଇଁ ଦାବି

ୱାଶିଂଟନ: ଆମେରିକା ରାଜ ରାସ୍ତାରେ ହଜାର ହଜାର ଟ୍ରମ୍ପ ସମର୍ଥକ ନିର୍ବାଚନ ଫଳାଫଳ ଗ୍ରହଣ କରିବାକୁ ମନା କରିବା ସହ ପୁନଃ ମତଗଣନା ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟ୍ରମ୍ପଙ୍କ ସମର୍ଥକମାନେ ଅଭିଯୋଗ କରି କହିଛନ୍ତି ଯେ, ପେନସିଲଭାନିଆ, ନେଭାଡା ଭଳି ସ୍ଥାନରେ ଭୋଟ ଗଣତିରେ ଅନିୟମିତତା ହୋଇଛି। ଶନିବାର ଦିନ ୱାଶିଂଟନରେ ହଜାର ହଜାର ଟ୍ରମ୍ପ ସମର୍ଥକ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ବହୁ ପରିମାଣରେ ଅନିୟମିତତା ହୋଇଛି ଏବଂ ଜନସାଧାରଣଙ୍କ ମତାମତକୁ ହଡପ କରି ନିଆଯାଇଛି ।

 

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଫଳାଫଳ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ତାଙ୍କର ହଜାର ହଜାର ସମର୍ଥକ ରାଜଧାନୀ ୱାଶିଂଟନ୍ ଡିସି ରାସ୍ତାକୁ ଓହ୍ଲାଇ ସ୍ଲୋଗାନ ଦେଉଛନ୍ତି। ଏହି ସମର୍ଥକଙ୍କ ସହ ପୁଲିସର ମଧ୍ୟ ସଂଘର୍ଷ ଘଟିଛି।

ସୂଚନାଯୋଗ୍ୟ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା ହେବା ଏକ ସପ୍ତାହରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଟ୍ରମ୍ପ ଏହି ଫଳାଫଳକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରୁଛନ୍ତି।

କୁଖ୍ୟାତ ଅପରାଧୀ ତଥା ପିଏଲ୍‌ଏଫ୍‌ଆଇ ସଦସ୍ୟ ମଦନ ମାଝୀଙ୍କୁ ଗୁଳି କରି ହତ୍ୟା

ରାଉରକେଲା: ଓଡିଶା ସୀମାନ୍ତବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ହୃଦା ନିକଟସ୍ଥ ଜାମତରୀ ନିକଟରେ କୁଖ୍ୟାତ ଅପରାଧୀ ତଥା ପିଏଲ୍‌ଏଫ୍‌ଆଇ ସଦସ୍ୟ ମଦନ ମାଝୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତ ରାତିରେ ଗୁଳିମାଡ଼ରେ ମଦନ ଗୁରୁତର ଆହତ ହୋଇଥିବାରୁ ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲକୁ ଅଣାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମୃତଦେହ ଇସ୍ପାତ ଜେନେରାଲ ହସପିଟାଲ ଶବଗୃହରେ ରଖାଯାଇଛି ।

କୁଖ୍ୟାତ୍‌ ଅପରାଧୀ ମଦନ ମାଝୀ ନାମରେ ଓଡ଼ିଶା ଓ ଝାଡ଼ଖଣ୍ଡରେ ଅନେକ ମାମଲା ରହିଥିବା ବେଳେ କେବଳ ଝାଡଖଣ୍ଡ ରାଜ୍ୟର ବାନୋ ଥାନାରେ ୬ଟି ମାମଲା ରହିଛି । ସେଥିମଧ୍ୟରୁ ହତ୍ୟା, ଡକାୟତି, ଅପହରଣ, ହତ୍ୟାଧମକ ଓ ପଶୁ ନିର୍ଯାତନା ଭଳି ଅଭିଯୋଗ ରହିଛି । ଅଭିଯୋଗ ପାଇବା ପରେ ଝାଡ଼ଖଣ୍ଡର ବାନୋ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କ ପରିବାର ଲୋକେ ଆସିବା ପରେ ଆଜି ମୃତଦେହ ବ୍ୟବଚ୍ଛେଦ କରାଯିବ । ଗୁଳିମାଡ଼ର ନିର୍ଦ୍ଧିଷ୍ଟ କାରଣ ଜଣାପଡିନଥିଲେ ମଧ୍ୟ ଏଥିରେ ପିଏଲଏଫ୍‌ଆଇଙ୍କ ହାତ ଥିବା ସନ୍ଦେହ କରାଯାଉଛି । ହତ୍ୟାକାରୀ ଫେରାର ହୋଇଯାଇଥିବାରୁ ପୋଲିସ ପକ୍ଷରୁ ଦୁର୍ଵୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।