ଭାରତରେ ଟିକାକରଣ ଲାଗି ପ୍ରସ୍ତୁତି; ପର୍ଯ୍ୟାୟ କ୍ରମେ ୧୦୦ ଜଣଙ୍କୁ ଦିଆଯିବ ଡୋଜ୍

ନୂଆଦିଲ୍ଲୀ: ଭାରତରେ କରୋନା ଟିକାକରଣ ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ ହୋଇଛି। ଦେଶରେ ତିନୋଟି କରୋନା ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ୬୦ କୋଟି କରୋନା ଡୋଜ୍ ଦିଆଯିବ । ଏଥିସହିତ ୧୦୦ ଜଣ ଲେଖାଁଏ କରି ପର୍ଯ୍ୟାୟ କ୍ରମେ ଲୋକଙ୍କୁ ଟିକା ଦିଆଯିବ। ଯେଉଁଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ଟିକା ନେବାକୁ ଥିବା ୩୦ କୋଟି ବର୍ଗ ମଧ୍ୟରେ କରୋନା ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ, ଟିକା ଆବଶ୍ୟକ କରୁଥିବା ଲୋକ ଅନ୍ତର୍ଭୁକ୍ତ ରହିବେ ।

ଏଥିସହ ସହ କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା ମଧ୍ୟ କରିଛନ୍ତି ସରକାର । ଦୁଇ ଡିଗ୍ରିରୁ ଆଠ ଡିଗ୍ରି ତାପମାତ୍ରା ମଧ୍ୟରେ କରୋନା ଟିକା ଗୁଡିକୁ ସଂରକ୍ଷିତ କରି ରଖାଯିବ । ଏନେଇ ସମସ୍ତ ଏୟାରପୋର୍ଟରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଦେଶର ବିଭିନ୍ନ ଅଞ୍ଚଳକୁ ଟିକା ନେବା ପାଇଁ ବିମାନର ବ୍ୟବହାର କରାଯିବ ।

ତେବେ ଭାରତରେ ୫ଟି କମ୍ପାନୀ କରୋନା ଟିକା ତିଆରି କରୁଥିବା ବେଳେ ୩ଟିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଖୁବଶୀଘ୍ର ଅନୁମତି ଦିଆଯିବ ବୋଲି ନୀତି ଆୟୋଗ ପକ୍ଷରୁ ପ୍ରକାଶ କରାଯାଇଛି ।

Leave a Reply