ଔଷଧ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, 8 ଆହତ

ହାଇଦ୍ରାବାଦ: ଔଷଧ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଶନିବାର ଦ୍ବିପ୍ରହରରେ ଅଗ୍ନିକାଣ୍ଡ ଘଟି ୮ଜଣ ଲୋକ ପୋଡ଼ି ଯାଇଥିବା ଆଶଙ୍କା କରାଯାଉଛି । ବିନ୍ଧ୍ୟା ଅର୍ଗାନିକ୍ସର ଔଷଧ ୟୁନିଟ୍ ସାଙ୍ଗାରେଡ୍ଡି ଜିଲ୍ଲାର ବୋଲ୍ଲାରମ୍ ଔଦ୍ୟୋଗିକ କ୍ଷେତ୍ରରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ମୁତାବକ, ଫ୍ୟାକ୍ଟ୍ରିରେ ସାଲବେର ରଖାଯାଇଥିଲା । ସେଥିରେ ଅଚାନକ ନିଆଁ ଲାଗିବା ଫଳରେ ଏହି ଅଘଟଣ ଘଟିଛି । ଚାହୁଁ ଚାହୁଁ ନିଆଁ ପ୍ରଖର ବେଗରେ ବ୍ୟାପି ଯାଇଥିଲା । କିଛି ସମୟ ମଧ୍ୟର ପୁରା ଅଞ୍ଚଳ ଧୁଆଁରେ ଭରିଯାଇଥିଲା । ଅଗ୍ନିକାଣ୍ଡ ସହ ବିସ୍ଫୋରଣ ଶଦ୍ଦ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।

Leave a Reply