spot_img
Home Blog Page 6420

ଚିନ୍ତା ବଢାଉଛି ଖୋର୍ଦ୍ଧା; ଆଜି ରାଜ୍ୟରେ ୩୯୨୨ ସଂକ୍ରମିତ ଚିହ୍ନଟ…

ଭୁବନେଶ୍ୱର: ରାଜ୍ୟରେ ଶେଷ ୨୪ ଘଣ୍ଟାରେ ୩୯୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୩୦୯ ଜଣ କ୍ୱାରେଣ୍ଟାଇନର ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ସଂଖ୍ୟା ରହିଛି ୧୬୧୩ । ଗତ କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣର ମାତ୍ରା ସବୁଠାରୁ ଆଗରେ ରହିଥିବା ବେଳେ ଆଜି ମଧ୍ୟ ଖୋର୍ଦ୍ଧାରେ ସଂକ୍ରମଣ ଅଧିକ ରହିଛି ।

ଖୋର୍ଦ୍ଧାରେ ୮୧୮, ଅନଗୁଳରୁ ୨୦୦, ବାଲେଶ୍ୱରରୁ ୭୨, ବରଗଡ଼ରୁ ୧୫୪, ଭଦ୍ରକରୁ ୫୧, ବଲାଙ୍ଗିରରୁ ୮୫, ବୌଦ୍ଧରୁ ୪୮, କଟକରୁ ୩୮୦, ଦେଓଗଡ଼ରୁ ୮, ଢେଙ୍କାନାଳରୁ ୭୬, ଗଜପତିରୁ ୨୨, ଗଞ୍ଜାମରୁ ୩୯, ଜଗତସିଂହପୁରରୁ ୧୨୩, ଯାଜପୁରରୁ ୧୦୩, ଝାରସୁଗୁଡ଼ାରୁ ୧୦୯, କଳାହାଣ୍ଡିରୁ ୭୩, କନ୍ଧମାଳରୁ ୬୨, କେନ୍ଦ୍ରପଡ଼ାରୁ ୧୦୭, କେନ୍ଦୁଝରରୁ ୨୧୨, କୋରାପୁଟ ଓ ମାଲକାନଗିରିରୁ ୬୯ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୧୪୯, ନବରଙ୍ଗପୁରରୁ ୪୦, ନୟାଗଡ଼ରୁ ୪୮, ନୂଆପଡ଼ାରୁ ୧୧୪, ପୁରୀରୁ ୧୮୪, ରାୟଗଡ଼ାରୁ ୪୮, ସମ୍ୱଲପୁରରୁ ୧୧୭, ସୋନପୁରରୁ ୨୫, ସୁନ୍ଦରଗଡ଼ରୁ ୧୦୩  । ଉଲ୍ଲେଖଯୋଗ୍ୟ ସଂକ୍ରମଣର ସଂଖ୍ୟା ୨ ଲକ୍ଷ ୯ହଜାର ୩୭୪ରେ ପହଞ୍ଚିଛି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୮,୩୩୧ ।

ପୁରୀ-କୋଣାର୍କକୁ ଗଡ଼ିଲା ମୋ ବସ୍, ରାଜଧାନୀରୁ ପୁରୀକୁ ଭଡ଼ା ୭୦…

ଭୁବନେଶ୍ୱର: କଟକଣା କୋହଳ ପରେ ଗଡିଲା ମୋ ବସ୍ । ଆଜି ଭୁବନେଶ୍ବରରୁ ପୁରୀ ଓ କୋଣାର୍କକୁ ଗଡିଛି ମୋ ବସ୍ । ପ୍ରଥମ ପର୍ଯ୍ୟାୟରେ ଦୁଇଟି ମୋ ବସ୍ ଗଡିଛି । ସକାଳ ୬ଟା ୩୦ ମିନିଟରୁ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଛାଡିଥିଲା ପ୍ରଥମ ବସ୍ ସେହିଭଳି ଦ୍ବିତୀୟ ବସଟି ସକାଳ ୬ଟା ୪୦ ମିନିଟରୁ କୋଣାର୍କ ଅଭିମୁଖେ ବାହାରିଥିଲା ଆଉ ଏକ ବସ୍ ।

ଭୁବନେଶ୍ବରରୁ ପୁରୀକୁ ୭୦ଟଙ୍କା ଓ କୋଣାର୍କକୁ ୬୦ଟଙ୍କା ଟିକେଟର ଦାମ ରଖାଯାଇଛି । ସଂକ୍ରମଣ ଦୃଷ୍ଟିରୁ ମୋ ବସରେ ନିୟମିତ କରାଯାଉଛି ବିଶୋଧନ । ବିନା ମାସ୍କରେ ଯାତ୍ରୀଙ୍କୁ ବସରେ ଚଢିବାକୁ ମନା କରାଯାଉଛି । ୫୦ ନମ୍ବର ରୁଟ ମାଷ୍ଟରକ୍ୟାଣ୍ଟିନ, ରାଜ୍ୟ ସଂଗ୍ରହାଳୟ, ରବି ଟକିଜ, ଧଉଳି ଛକ, ଉତ୍ତରା ଛକ, ପିପିଲି ବାଇପାସ, ମାଳୀପାଟପୁର ଓ ପୁରୀରେ ରହିବ ।

ଠିକ ସେହିପରି ୭୦ ନମ୍ବର ରୁଟର ସମସ୍ତ ମୁଖ୍ୟ ବସଷ୍ଟପ ଦେଇ ମୋ ବସ ଯାତ୍ରା କରିବ । ପୁରୀ ଓ କୋଣାର୍କ ଓଡିଶାର ଏକ ପ୍ରମୁଖ ସାଂସ୍କୃତିକ କ୍ଷେତ୍ରଭାବେ ବିଶ୍ୱରେ ପରିଚିତ । ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଅସଂଖ୍ୟ ପର୍ଯ୍ୟଟକ ସମେତ ରାଜଧାନୀରୁ ପ୍ରତିଦିନ ଯାତାୟତ କରୁଥିବା ଲୋକେ ଏହାଦ୍ୱାରା ଅଧିକ ଲାଭବାନ ହେବେ ବୋଲି ବୋଲି କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି ।

କରୋନା ନେଲା ୧,୧୨୪ ଜୀବନ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା  । ୨୪ଘଣ୍ଟାରେ ୮୮ହଜାର ୬୦୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୧ଶହ୨୪ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୫୯ଲକ୍ଷ ୯୨ହଜାର ୫୩୩ରେ ପହଞ୍ଚିଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୯ଲକ୍ଷ ୫୬ହଜାର ୪୦୨, ସୁସ୍ଥ ହେଲେଣି ୪୯ଲକ୍ଷ ୪୧ହଜାର ୬୨୮ଜଣ କରୋନାରେ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୯୪ହଜାର ୫୦୩କୁ ବୃଦ୍ଧି ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୧୩ଲକ୍ଷ ୨୧ହଜାର ୧୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ହଜାର ୧୯୧ଜଣଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ୬ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୫ହଜାର ୬୬୩ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ତାମିଲନାଡୁ ଓ କର୍ଣ୍ଣାଟକରେ ୫ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯଥାକ୍ରମେ ୯ହଜାର ୨୩୩ ଓ ୮ହଜାର ୫୦୩ଜଣଙ୍କ ମୃତ୍ୟୁ ହେଲାଣି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ଯଶୱନ୍ତ ସିଂ । ଆଉ ନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂ । ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ବିଟ୍ କରି ନିଜର ଶୋକ ବ୍ୟକ୍ତ କରିଛନ୍ତି ।

ଦେଶ ପାଇଁ ତାଙ୍କର ଅତୁଳନୀୟ ଅବଦାନ ସବୁବେଳ ପାଇଁ ମନେ ରହିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଯଶୱନ୍ତ ସିଂ ସେନାରେ ଦାୟିତ୍ୱ ତୁଲାଇ ସାରିବା ପରେ ନିଜ ରାଜନୀତିକ ଜୀବନ ଆରମ୍ଭ କରିଥିଲେ ।  ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଯଶୱନ୍ତ ସିଂ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଅର୍ଥ ବିଭାଗ ସମ୍ଭାଳିଥିଲେ । ବିଜେପି ପାଇଁ ମଧ୍ୟ ତାଙ୍କ ଅବଦାନ ରହିଥିଲା । ତେଣୁ ସେ ସବୁବେଳେ ମୋ ହୃଦୟରେ ରହିବେ ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ଯଶୱନ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରାଜ୍ୟର ୫ଟି ସହରରେ ଚାଲିଛି ଜେଇଇ ଆଡଭାନ୍ସ ପରୀକ୍ଷା…

ଭୁବନେଶ୍ୱର: ଆଜି ସାରା ଦେଶରେ ଜେଇଇ ଆଡଭାନ୍ସ ପରୀକ୍ଷା । ଦେଶରେ ୧ ଲକ୍ଷ ୬୦ ହଜାର ୮୩୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ । ଦୁଇଟି ସିଫ୍ଟ ଅନୁସାରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୯ ଟାରୁ ୧୨ଟା ଏବଂ ଦ୍ବିତୀୟ ସିଫ୍ଟ ଅପରାହ୍ନ ୨ଟା ୩୦ରୁ ସଂଧ୍ୟା ୫ଟା ୩୦ମଧ୍ୟରେ ହେବ ।  ପରୀକ୍ଷାରେ କୃତି ଛାତ୍ରଛାତ୍ରୀ ଦେଶର ୨୩ଟି ଆଇଆଇଟି କଲେଜରେ ନାମ ଲେଖାଇ ପାରିବେ  ।

ଚଳିତ ବର୍ଷ କରୋନା ନେଇ ପରିକ୍ଷାର୍ଥୀଙ୍କ ପାଇଁ ନିର୍ଦ୍ଦିଷ୍ଟ ନିୟମ ରଖାଯ଼ାଇଛି । ସାମାଜିକ ଦୂରତା ସହ ଛାତ୍ର ଛାତ୍ରୀ ସାନିଟାଇଜର, ମାସ୍କ ଓ ପାଣି ବୋତଲ ସାଥିରେ ନେଇ ଆସିବେ ।  ଦେଶରେ ୧ ହଜାର ୧୫୦ଟି ପରୀକ୍ଷା କେନ୍ଦ୍ର କରାଯ଼ାଇଛି । ପରୀକ୍ଷା ସମ୍ପୂର୍ଣ୍ଣ ଅନଲାଇନ ମୋଡରେ ହେବ । ଓଡ଼ିଶାର ୫ଟି ସହର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ 5 ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା ।

ତେବେ କରୋନା ସଂକ୍ରମଣ ଯୋଗୁଁ ସାମାଜିକ ଦୂରତ୍ୱକୁ ଧ୍ୟାନ ଦେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ରାଜ୍ୟ ୫ଟି ଯାକ କେନ୍ଦ୍ରରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ବ୍ୟାରିକେଟ୍ ଭିତରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଛଡ଼ା ଯାଉଥିବା ବେଳେ ସମସ୍ତଙ୍କୁ ସାନିଟାଇଜର ଓ ମାସ୍କର ସୁବିଧା ଯୋଗାଇ ଦିଆଯାଇଛି ।

ଦୁର୍ଘଟଣାଗ୍ରସ୍ତ ଯୁବତୀଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ 5T ସଚିବ ଭି.କେ ପାଣ୍ଡିଆନ୍…

ପୁରୀ: ଦୁର୍ଘଟଣାରେ ଆହତ ଯୁବତୀଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାକୁ ନେଲେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ପୁରୀକୁ ଯିବା ବାଟରେ ଜଣେ ଗୁରୁତର ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗୁରୁତର ଯୁବତୀ ଜଣଙ୍କ ହେଲେ ହଳଦିଆର ଅନ୍ନପୂର୍ଣ୍ଣା ସାହୁ ।

 

ଏକ ମୋପେଡରେ ଯିବାବେଳେ, ମାଳତୀପାଟପୁର ଠାରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ପାଣ୍ଡିଆନ ପୁରୀ ଯାଉଥିଲେ । ଗୁରୁତର ଯୁବତୀଙ୍କୁ ଦେଖି ଅଟକିବା  ସହ  ନିଜ ଗାଡିରେ ବସାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ପାଣ୍ଡିଆନଙ୍କୁ ଡାକ୍ତରଖାନା ମଧ୍ୟରେ ଦେଖି ତତ୍ପରତା ପ୍ରକାଶ ପାଇଥିଲା ।

ଖବର ପାଇ କୁମ୍ଭାରପଡା ଥାନା IIC ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ  । ଅନ୍ନପୂର୍ଣ୍ଣାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ କହି ପାଣ୍ଡିଆନ ତାଙ୍କ ଗାଡ଼ିରେ ଚାଲିଯାଇଥିଲେ ।  ଅନ୍ନପୂର୍ଣ୍ଣାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପରେ ସେ ସୁସ୍ଥ ଅନୁଭବ କରିବାକୁ ତାଙ୍କୁ ଘରକୁ ପଠାଇଦିଆଯାଇଛି ।

ଦୀପିକାଙ୍କୁ ପଚରାଉଚରା ସମୟରେ କାହିଁକି ହାତଯୋଡ଼ି ଛିଡ଼ା ହୋଇଗଲେ NCB ଅଫିସର?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ଟାର୍ଗେଟକୁ ଆସିଛି ବଲିଉଡ । ଯେଉଁଥିରେ ଫସିଛନ୍ତି ଜଣକ ପରେ ଜଣେ ପ୍ରସିଦ୍ଧ କଳାକାର । ଗତ ଶନିବାରକୁ ସାରା,ଦୀପିକା ଏବଂ ଶ୍ରଦ୍ଧା କପୂରଙ୍କୁ ଜେରା କରିଛି ଏନସିବି । ଅନ୍ୟ ପକ୍ଷରେ ଦୀପିକା,ସାରା ଏବଂ ରକୁଲଙ୍କ ମୋବାଇଲ ଜବତ କରିଥିଲା ଏନସିବି । ଏହି ମଧ୍ୟରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର । ଖବର ଅନୁସାରେ ପଚରାଉଚରା ସମୟରେ ଦୀପିକା ପାଦୁକୋନ ତିନି ଥର କାନ୍ଦି ପକାଇଲେ ।

ସୂଚନା ଅନୁସାରେ ଏନସିବି ଦୀପିକାଙ୍କୁ ପଚରାଉଚରା କରୁଥିଲା । ସେହି ସମୟରେ ଦୀପିକା ତିନି ଥର କାନ୍ଦିବାକୁ ଲାଗିଲେ । ଏହାକୁ ଦେଖି ଏନସିବି ଅଫିସର ଦୀପିକାଙ୍କୁ ଇମୋଶନାଲ କାର୍ଡ଼ ନଖେଳିବାକୁ କହିଥିଲେ । ଏନସିବି ଅଫିସର ହାତ ଯୋଡ଼ି ଦୀପିକାଙ୍କୁ କହିଥିଲେ କି ନ କାନ୍ଦି ସତ କଥା କୁହନ୍ତୁ । ତେବେ ଏନସିବି ଦୀପିକାଙ୍କ ମୋବାଇଲ ଫୋନ ଜବତ କରିଛନ୍ତି, ଯାହାଦ୍ୱାରା ସେଥିରୁ ସୁରାକ୍‌ଖୋଜିବ ଏନସିବି ।

ଖବର ଅନୁସାରେ ପ୍ରାୟ ସାଢେ ପାଞ୍ଚ ଘଣ୍ଟାର ପଚରାଉଚରା ସମୟରେ ଦୀପିକାଙ୍କୁ ସୁଶାନ୍ତ ଏବଂ ରିୟାଙ୍କ ବିଷୟରେ କିଛି ପଚରାଉଚରା ହୋଇନାହିଁ । ତାଙ୍କୁ କେବଳ କରିସ୍ମାଙ୍କ ସହିତ ହୋଇଥିବା ଡ୍ରଗ୍ସ ଚ୍ୟାଟ ବିଷୟରେ ପଚରାଯାଇଛି ।

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ୱେବିନାର୍

0

ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଗଣିତ ବିଷୟ ଉପରେ ଜାତୀୟ ୱେବିନାର ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ବିଶିଷ୍ଟ ଶିକ୍ଷାବିତମାନେ ଯୋଗ ଦେଇଥିଲେ । ଗଣିତ ପରି ବିଷୟକୁ ନେଇ ଆଗକୁ କିପରି ବଢିହେବ ଏବଂ କ୍ୟାରିଅର ଗଢିବାରେ ଏହା କେତେ ସାହାଯ୍ୟ କରିବ, ସେ ସଂପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ । ସେହିପରି ଗାଣିତି ମଡେଲ୍ ଉପରେ ମଧ୍ୟ ଏଥିରେ ଆଲୋଚନା କରାଯାଇଥିଲା ।

ଗଣିତ ଏପରି ଏକ ବିଷୟ ଯାହା ବିଶ୍ୱର ଆରମ୍ଭ ଦିନରୁ ରହିଛି । ପୃଥିବୀର ସବୁ ଗଣନା, ଅଗବଗଣନା, ସମସ୍ତ ଯତିପାତ, ସମସ୍ତ କଳ୍ପନା ମଧ୍ୟ ଗାଣିତିକ ସୂତ୍ର ଉପରେ ଆଧାରିତ । ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତିଟି ସୋପାନରେ ଏହା ଶ୍ରେଷ୍ଠ ବିଷୟ ଭାବେ ପରିଗଣିତ ହୋଇ ଆସିଛି । ପୃଥିବୀର ଶ୍ରେଷ୍ଠ ବୈଜ୍ଞାନିକ ଓ ଶ୍ରେଷ୍ଠ ଲେଖକମାନେ ମଧ୍ୟ ପ୍ରତିଟି ବାଗରେ ଗଣିତ ସହିତ ଜଡ଼ିତ । ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଗଣିତ ବିଷୟ ଉପରେ ଜାତୀୟ ୱେବିନାରରେ ବିଶିଷ୍ଟ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି ।

ସେହିପରି ଏବେ ଗଣିତ ସ୍ପାତକ ଓ ସ୍ନାତକୋତ୍ତର ବିଷୟରେ ଗଣିତ ପଢୁଥିବା ଛାତ୍ରଛାତ୍ରୀମାନେ କିପରି ଆଗକୁ ଏହାକୁ ନେଇ ନିଜର କ୍ୟାରିଅର ଗଢି ପାରିବେ, ତାହା ଉପରେ ମତ ପ୍ରକାଶ ପାଇବା ସହିତ ଶିକ୍ଷାବିତମାନେ ଅନେକ ଉପଦେଶ ମଧ୍ୟ ଦେଇଛନ୍ତି ।

ମହାବିଦ୍ୟାଳୟର ଅଧ୍ୟକ୍ଷା. ଡ. ରଶ୍ମି ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ୱେବିନାରରେ ଆଇଆଇଟି ଖଡ଼ଗପୁରର ଗଣିତ ବିଭାଗର ପ୍ରଫେସର ସି. ନାହାକ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସର ଜେ.ପି ପଣ୍ଡା ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ । ବିଭାଗୀୟ ମୁଖ୍ୟା ସୁରେଖା ବଳିଆରସିଂହ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ୱେବିନାରରେ ଗାଣିତିକ ମଡେଲ ଏବଂ ଫ୍ରାକ୍ସନାଲ କାଲକୁଲସ୍ ଉପରେ ବିଶେଷ ଭାବେ ଆଲୋ କରାଯାଇଥିଲା । ଏଥିରେ ଯୋଗ ଦେଇଥିବା ଶିକ୍ଷାବିତମାନେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର । ଏବେକାର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ର ୧୭୦ରୁ ଅଧିକ ଶିକ୍ଷାବିତ ମାନେ ଅଂଶ ଗ୍ରହଣ କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷା. ଡ. ରଶ୍ମି ମିଶ୍ର କହିଥିଲେ- କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏପରି ୱେବିନାର ଆୟୋଜନ କରାଯାଇଛି । ଯାହା ବାସ୍ତବିକ ଢଙ୍ଗରେ ପ୍ରଶଂସନୀୟ । ବିଭାଗର ଅନ୍ୟ ଅଧ୍ୟାପକମାନେ ଏଥିରେ ଉପସ୍ଥିତ ଥିଲେ ।

ଅସ୍ଥି ସଂରକ୍ଷଣ ପାଇଁ ସ୍ୱର୍ଗଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା; ସହଜ ହେବ ଶବଦାହ…

ପୁରୀ: ସ୍ୱର୍ଗଦ୍ୱାର ନବୀକରଣ କାର୍ଯ୍ୟ ଚାଲିଛି । ସରକାର ଏହାକୁ ବ୍ୟବସ୍ଥିତ କରିବା ଦିଗରେ କାମ କରୁଛନ୍ତି । ଏହି କ୍ରମରେ ଆଗାମୀ ସମୟରେ ସ୍ୱର୍ଗଦ୍ୱାରରେ ଅସ୍ଥି ସଂରକ୍ଷଣ ପାଇଁ ଲକର୍ ବ୍ୟବସ୍ଥା ଲାଗୁ କରାଯିବ । ପ୍ରତି ଦିନ ଅନେକ ଲୋକେ ରାଜ୍ୟର ବିଭିନ୍ନ ଭାଗରୁ ନିଜ ପ୍ରିୟଜନଙ୍କ ଶବଦାହ ପାଇଁ ସ୍ୱର୍ଗଦ୍ୱାର ଆସନ୍ତି ।

ସେମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଏଣିକି ଦାହ ସଂସ୍କାର ପାଇଁ କାଠ ଯୋଗାଣରେ  ମଧ୍ୟ ସମସ୍ୟା ହେବ। ପାନୀୟ ଜଳ ସାଙ୍ଗକୁ ଅସ୍ଥି ରଖିବାକୁ ଲକର ଓ ଆନୁସଂଗିକ ବ୍ୟବସ୍ଥା ରହିବ ।ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଏକ ଏକର ପରିମିତ ଅଂଚଳରେ ରହିଛି ପୁରୀ ସ୍ୱର୍ଗଦ୍ୱାର । ତେବେ ଅମୃତ ମଣୋହି ଷ୍ଟାଟସ ଅନୁସାରେ ଏହା ବାଲିସାହି ମୌଜା ଖାତା ନମ୍ବର ୩୩ ଓ ପ୍ଲଟ ନମ୍ବର ୮୫୩ର ପ୍ରାୟ ୧୬ଏକର ୪୦୦ ଡିସିମିଲ ଜାଗା ରହିଥିଲା ।

୧୯୯୦ ମସିହା ବନ୍ଦୋବସ୍ତ ଅନୁସାରେ ଏହି ଜମି ପ୍ରାଇଭେଟ ଲୋକଙ୍କ ଖାତାକୁ ଚାଲିଯାଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ ତଦନ୍ତ କରାଯାଇ ୮ ଏକର ୦୮୩ ଡେସିମିଲ ଜମି ମହାପ୍ରଭୁଙ୍କ ଖାତାକୁ ଅଣାଯାଇଥିଲା । ଜବରଦଖଲ ଜମିକୁ ନେଇ ଏପର୍ଯ୍ୟନ୍ତ ଏଡିଏମଙ୍କ ନିକଟରେ ପ୍ରାୟ ୧୫ଟି ମାମଲା ରହିଛି ।

ପର୍ଯ୍ୟଟନ ଦିବସରେ ରାଜଧାନୀରେ ବାଇକ ରାଲି, ଆରମ୍ଭ ହେବ ମୋ ବସ୍ ସେବା…

0

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ  । ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ରାଜଧାନୀର ପଟିଆରୁ ଧଉଳି ପର୍ଯ୍ୟନ୍ତ କଳିଙ୍ଗ ରାଇଡ୍ସ ନାମରେ ଏକ ବାଇକ୍ ରାଲିର ଆୟୋଜନ କରାଯାଇଛି  ।

 

ସକାଳ ସାଢେ ୭ଟା ରେ ଇନଫୋସିଟିରୁ ବାଇକ ରାଲି ବାହାରି ୮ଟା ୪୫ ବେଳକୁ ଧଉଳି ନିକଟରେ ପହଞ୍ଚିବ । ୮୦ ଜଣ ବାଇକ ଆରୋହୀ ଏଥିରେ ସାମିଲ ହେବେ । ଏହା ସହିତ ପର୍ଯ୍ୟଟନ ବିଭାଗ ଦ୍ୱାରା ଏକ ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜିତ ହେଉଛି  । ଧଉଳିରେ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ  ।

 

ବିଶ୍ୱ ପର୍ଯ୍ୟଟନ ଦିବସରେ ଓଡ଼ିଶା ସରକାର ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆଜିଠାରୁ ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ଆରମ୍ଭ ହେବ । ପୁରୀକୁ ୭୦ ଟଙ୍କା ଓ କୋଣାର୍କକୁ ୬୦ ଟଙ୍କା ଦରରେ ବସ୍ ସେବା ଚାଲୁ ହେବ । ଉଲ୍ଲେଖଯୋଗ୍ୟ ଯେ, ପିପିଲକୁ ମଧ୍ୟ ମୋ ବସ ସେବା ଯୋଗ କରିବ ।