ପର୍ଯ୍ୟଟନ ଦିବସରେ ରାଜଧାନୀରେ ବାଇକ ରାଲି, ଆରମ୍ଭ ହେବ ମୋ ବସ୍ ସେବା…

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ  । ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ରାଜଧାନୀର ପଟିଆରୁ ଧଉଳି ପର୍ଯ୍ୟନ୍ତ କଳିଙ୍ଗ ରାଇଡ୍ସ ନାମରେ ଏକ ବାଇକ୍ ରାଲିର ଆୟୋଜନ କରାଯାଇଛି  ।

 

ସକାଳ ସାଢେ ୭ଟା ରେ ଇନଫୋସିଟିରୁ ବାଇକ ରାଲି ବାହାରି ୮ଟା ୪୫ ବେଳକୁ ଧଉଳି ନିକଟରେ ପହଞ୍ଚିବ । ୮୦ ଜଣ ବାଇକ ଆରୋହୀ ଏଥିରେ ସାମିଲ ହେବେ । ଏହା ସହିତ ପର୍ଯ୍ୟଟନ ବିଭାଗ ଦ୍ୱାରା ଏକ ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜିତ ହେଉଛି  । ଧଉଳିରେ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ  ।

 

ବିଶ୍ୱ ପର୍ଯ୍ୟଟନ ଦିବସରେ ଓଡ଼ିଶା ସରକାର ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆଜିଠାରୁ ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ଆରମ୍ଭ ହେବ । ପୁରୀକୁ ୭୦ ଟଙ୍କା ଓ କୋଣାର୍କକୁ ୬୦ ଟଙ୍କା ଦରରେ ବସ୍ ସେବା ଚାଲୁ ହେବ । ଉଲ୍ଲେଖଯୋଗ୍ୟ ଯେ, ପିପିଲକୁ ମଧ୍ୟ ମୋ ବସ ସେବା ଯୋଗ କରିବ ।

Leave a Reply