spot_img
Home Blog Page 6419

Price Drop Alert ! କମିଲା Realme 6ର ମୂଲ୍ୟ, ଜାଣନ୍ତୁ କେତେ ରହିଛି ଦାମ

ନୂଆଦିଲ୍ଲୀ: Realme 6 ସ୍ମାର୍ଟଫୋନର ମୂଲ୍ୟ ହ୍ରାସ ପାଇଛି । ତେଣୁ ଯଦି ଆପଣ କମ ଦାମରେ Mid-Range Specification ଏବଂ ଅଧିକ RAM ଏବଂ Storage ଥିବା ଫୋନ କିଣିବାକୁ ଚାହୁଁଛନ୍ତି ତେବେ Realmeର ଏହି ଫୋନକୁ କିଣିପାରିବେ । କମ୍ପାନୀ ରିୟଲମୀ ଫେଷ୍ଟିଭ ଡେଜ ଅଧିନରେ ଏହି ହ୍ୟାଣ୍ଡସେଟର ମୂଲ୍ୟରେ ୨ ହଜାର ଟଙ୍କା ହ୍ରାସ କରିଛି । ତେବେ ଏହି ହ୍ରାସ କେବଳ ୬ ଜିବି ରାମ ଯୁକ୍ତ ୬୪ ଜିବି ଏବଂ ୮ ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ ଭେରିୟଣ୍ଟରେ କରାଯାଇଛି ।

Realme 6ର ଦାମ

Realme 6ର ଦାମରେ ପୂର୍ବ ବର୍ଷ ସେପ୍ଟେମ୍ବର ମାସରେ ୧ ହଜାର ଟଙ୍କା ହ୍ରାସ କରାଯାଇଥିଲା । ଏହାପରେ ୬ ଜିବି ରାମ ସହ ୬୪ ଜିବି ଭେରିୟଣ୍ଟ ୧୪,୯୯୯ ଟଙ୍କା ଏବଂ ୮ ଜିବି ରାମ ସହ ୧୨୮ଜିବି ଷ୍ଟୋରେଜ ଭେରିୟଣ୍ଟ ୧୬,୯୯୯ ଟଙ୍କା ରେ ଏହି ଫୋନ ଉପଲବ୍ଧ ଥିଲା ।

କିନ୍ତୁ ଏବେ ୨୦୦୦ ଟଙ୍କା ହ୍ରାସ ପରେ ୬ ଜିବି ରାମ ଥିବା ୬୪ ଜିବି ଷ୍ଟୋରେଜ ଭେରିୟଣ୍ଟ ୧୨,୯୯୯ ଟଙ୍କା ଏବଂ ୮ ଜିବି ରାମ ଥିବା ୧୨୮ ଷ୍ଟୋରେଜ ଭେରିୟଣ୍ଟ ୧୪,୯୯୯ ଟଙ୍କାରେ ଆପଣ ଏହି ଫୋନ କିଣିପାରିବେ । ଏହି ଫୋନକୁ ନୂଆ ଦାମରେ ଆପଣ କମ୍ପାନୀର ସାଇଟ ଏବଂ ଫ୍ଲିପକାର୍ଟରୁ କିଣିପାରିବେ । ଫୋନଟି କୋମେଟ ହ୍ୱାଇଟ ଏବଂ କୋମେଟ ବ୍ଲୁ ରଙ୍ଗରେ ଉପଲବ୍ଧ ରହିଛି ।

Specificationର ଯଦି କଥା କହିବା ତେବେ Realme 6ରେ ୬.୫ Altra Full HD + Display ରହିଛି । ଫୋନରେ Mediatek helio G90T Processor ଦିଆଯାଇଛି । ଫୋନର କୋଣରେ ଫିଙ୍ରପ୍ରିଣ୍ଟ ସେନସର ରହିଛି । ଏହି ଫୋନ Android 10 Best Realme UI ରେ ଚାଲିଥାଏ । ରିୟଲମୀର ଏହି ଫୋନରେ ୬୪ଏମପି ଏଆଇ କ୍ୱାଡ କ୍ୟାମେରା ସେଟଅପ ଦିଆଯାଇଛି । ଅନ୍ୟପଟେ ୧୬ ଏମପି ସେଲ୍ଫି କ୍ୟାମେରା ଦିଆଯାଇଛି । ରିୟମଲୀ ୬କୁ ପାୱାର ଦେବାପାଇଁ ୪୩୦୦ mAh ବ୍ୟାଟେରୀ ଦିଆଯାଇଛି ଯାହା ୩୦ ୱାଟ ଫ୍ଲାଶ୍ ଚାର୍ଜ ଟେକ୍ନୋଲଜୀ ସପର୍ଟ କରିଥାଏ । କମ୍ପାନୀ ଦାବି କରିଛି ଯେ, ୫୫ ମିନିଟରେ ୧୦୦ ପ୍ରତିଶତ ଚାର୍ଜ ହୋଇଯିବ ।

ଧାନ କିଣା ବେଳେ ଚାଷୀଙ୍କୁ ଅଧିକ ଗୁରୁତ୍ୱ

ଭୁବନେଶ୍ୱର: ୨ ଦିନ ହେବ ରାଜ୍ୟରେ ଧାନକିଣା ଆରମ୍ଭ ହୋଇଛି । ଧାନ କିଣାରେ କୌଣସି ଅବ୍ୟବସ୍ଥା ହୋଇନାହିଁ । ସୁ-ବ୍ୟବସ୍ଥିତ ଭାବେ ଧାନକିଣା ଚାଲିଛି । ଯେଉଁମାନେ ଧାନ ବିକ୍ରି ପାଇଁ ସମ୍ପୂର୍ଣ ପ୍ରସ୍ତୁତ ହୋଇଛନ୍ତି ସେମାନଙ୍କୁ ଟୋକାନ ଦିଆଯାଉଛି । ପଞ୍ଜୀକୃତ ଚାଷୀଙ୍କୁ ଆଲଫାବେଟ୍‌‌ ଅନୁସାରେ ଟୋକନ୍‌ ଦିଆଯାଉଛି ।

Odisha Good Supply Minister Ranendra Pratap Swain Criticized Two Centre Minister Over Covid19 Vaccine

ଯେଉଁମାନେ ଟୋକାନ ପାଇଁ ପଞ୍ଜୀକରଣ କରିଛନ୍ତି ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ । ସମସ୍ତଙ୍କୁ ଟୋକାନ୍‌ ଦିଆଯିବ । ଅନ୍ୟପଟେ ଦୁଇ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ୪୬ ହଜାର ୬୦୦ ମେଟ୍ରିକ୍‌ ଟନ୍‌ ଧାନ କିଣା ଯାଇଛି । ବରଗଡ଼, ସମ୍ବଲପୁର, କଳାହାଣ୍ଡିରେ ଆରମ୍ଭ ହୋଇଛି ଧାନ କିଣା ।

ଚଳିତ ବର୍ଷ ୭୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣିବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଛି । ଯଦି ଏହାଠାରୁ ଅଧିକ ଧାନ ଚାଷୀଙ୍କ ପାଖରେ ରୁହେ ତେବେ ତାହା ମଧ୍ୟ କିଣିବା ନେଇ ସରକାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଆସିଲା ନୂଆ ଧାନ କିଣା ନୀତି । ଏଥିରେ ଚାଷୀ ଚାହିଁଲେ ନିଜ ବ୍ୟବହାର ବା ଖୋଲାରେ ବିକ୍ରି କରିବା ପାଇଁ କିଛି ପରିମାଣର ଧାନ ରଖିପାରିବେ । ପୂର୍ବରୁ ଜଳସେଚିତ ଜମିରୁ ୧୯ କ୍ବିଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୩ କ୍ବିଣ୍ଟାଲ ଧାନ ସଂଗ୍ରହ ହେଉଥିଲା । ଏହା ଜରିଆରେ ଚାଷୀଙ୍କ ଅଧିକାର ଉପରେ ରୋକ ଲାଗିବ ନାହିଁ ।

Farmer Online Registration For Paddy Procurement Increased In Odisha

ଚଳିତ ବର୍ଷ ପଞ୍ଜିକୃତ ଚାଷୀଙ୍କୁ ହିସାବ କରି ୭୧ ଲକ୍ଷ ମେଟ୍ରିକ୍‌ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତେବେ ଯଦି ଧାର୍ଯ୍ୟ ଲକ୍ଷ୍ୟରୁ ଧାନର ପରିମାଣ ବଢେ, ତାହା କିଣିବାର ନିଷ୍ପତ୍ତି ନେବା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ମିଳିଛି ସ୍ୱତନ୍ତ୍ର ଅଧିକାର । ଯେଉଁ ମଣ୍ଡିରୁ ଚାଷୀ ଟୋକନ ପାଇଛନ୍ତି, ସେଠାରେ ହିଁ ବିକି ପାରିବେ ଧାନ । ଗତ ବର୍ଷ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ଅସନ୍ତୋଷ ଥିଲା । ଚଳିତ ବର୍ଷ ବି ଟୋକନ ବ୍ୟବସ୍ଥା ରହିଛି । ହେଲେ ଧାନ କିଣା ନୀତିରେ ବିଭିନ୍ନ ସଂଶୋଧନ ଆସିଥିବାରୁ, ସ୍ୱଚ୍ଛ ପ୍ରକ୍ରିୟା ନେଇ ଚାଷୀ ଆଶା କରିଛନ୍ତି ।

କ୍ୟାପିଟାଲ ହସ୍ପିଟାଲ୍‌ ପରିସରରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ପରିସରରୁ ବେଆଇନ୍‌ ଜବରଦଖଲ ଉଚ୍ଛେଦ । ବିଡିଏ, ବିଏମ୍‌ସି, ସ୍ମାର୍ଟସିଟି ଓ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ଉଚ୍ଛେଦ କରାଯାଇଛି । ଦୀର୍ଘ ବର୍ଷ ଧରି ଚାଲିଥିବା ସେବା ମେଡିସିନ ଷ୍ଟୋର ଏବଂ ତା’ପଛରେ ଥିବା ଘର ଗ୍ୟାରେଜ୍‌ ଗୃହକୁ ଉଚ୍ଛେଦ କରାଯାଇଛି ।

ଏହି ସ୍ଥାନରେ ନୂଆ କରି ଟ୍ରମା କେୟାର ସେଣ୍ଟର ନିର୍ମାଣ କରାଯିବ । ହସ୍ପିଟାଲ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଗ୍ୟାରେଜ ଘରେ ବର୍ଷ ବର୍ଷ ଧରି ଏହି ମେଡିସିନ ଷ୍ଟୋର ଚାଲୁଥିଲା । ଉଚ୍ଛେଦ ପ୍ରକ୍ରିୟାରେ ଗୋଟେ ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।

ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ

ପୁରୀ: ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ । କାର୍ତିକ ମାସରେ ପ୍ରତିଦିନ ଶ୍ରୀଜିଉଙ୍କୁ ରାଧା ଦାମୋଦର ବେଶରେ ସଜ୍ଜିତ କରାଯାଇ ପୂଜାର୍ଚନା କରାଯାଉଛି । ତେବେ ଅମାବାସ୍ୟା ପରଦିନ ଠାରୁ ପୁର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟେକ ସୋମବାରରେ ଶ୍ରୀ ବଳଭଦ୍ରଙ୍କର ହରିହର ବେଶ ହେବାର ପରଂପରା ରହିଛି । ହରିହର ବେଶ ବଡ଼ଠାକୁର ବଳଭଦ୍ରଙ୍କର ଏକ ବିଶେଷ ବେଶ । ଏହା ବର୍ଷକରେ ବଳଭଦ୍ରଙ୍କ ମାତ୍ର ଦୁଇଗୋଟି ସବିଶେଷ ବେଶରୁ ଗୋଟିଏ ।

Harihara Besha

ପରମ୍ପରାକ୍ରମେ ଏହି ବେଶ ଦୀପାବଳି ଅମାବାସ୍ୟା ଠାରୁ କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟରେ ପ୍ରତ୍ୟେକ ସୋମବାର ଦିନ ଅବକାଶ ଠାରୁ ବାଳଧୂପ ପର୍ଯ୍ୟନ୍ତ କରାଯାଏ । ଏହି ବେଶରେ ବଳଭଦ୍ରଙ୍କ ଶ୍ରୀଅଙ୍ଗକୁ ଅଧା କଳା ଓ ଅଧା ଧଳା ବର୍ଣ୍ଣର ବସ୍ତ୍ରରେ ମଣ୍ଡିତ କରାଯାଏ । ଏହା ହରିହର ଉପାସନାର ପ୍ରତୀକ ଅଟେ । ବଳଭଦ୍ରଙ୍କ ଉପାସନାରେ ବାସୁଦେବ ମନ୍ତ୍ର ସହ ଶ୍ରୀକଣ୍ଠାଦି ନ୍ୟାସ ବ୍ୟବହାର କରାଯାଏ । ଓଡ଼ିଶାରେ ପାରମ୍ପରିକ ଭାବେ ଶିବଙ୍କୁ ଧବଳ ବର୍ଣ୍ଣରେ ଓ କୃଷ୍ଣ ବା ବିଷ୍ଣୁଙ୍କୁ ଗାଢ଼ କଳା ବର୍ଣ୍ଣରେ ଚିତ୍ରିତ କରାଯାଏ । ଏହି ଦୁଇ ଦେବତାଙ୍କର ସମନ୍ୱୟକୁ ଏହି ବେଶ ପ୍ରତିପାଦିତ କରେ । ହରିହର ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Harihara Besha

ସେହିଭଳି କାଳିପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ଦର୍ଶନ ଦିଅନ୍ତି । ମା’ ସାତ ଦିନରେ ସାତଟି ଵେଶ ଧାରଣ କରନ୍ତି । ସୋମବାର ସପ୍ତମାତୃକା ବେଶର ତୃତୀୟ ଦିନ । ତୃତୀୟ ଦିନରେ ରାଜରାଜେଶ୍ୱରୀ ଵେଶରେ ଦର୍ଶନ ଦେଉଛନ୍ତି ମା’ । ଶତୃ ସଂହାର କରିବା ପାଇଁ ଏହି ଵେଶ ଧାରଣ କରିଥାନ୍ତି ମା’ । ସକାଳୁ ପହଡ଼ ଖୋଲିଵା ପରେ ମାଆଙ୍କର ନୀତିକାନ୍ତୀ ଆରମ୍ଭ ହୋଇଥିଲା । ମାଆଙ୍କ ଦର୍ଶନ ପାଇଁ ଭଦ୍ରକ ତଥା ବାହାରୁ ଭକ୍ତମାନେ ଏଠାକୁ ଦର୍ଶନ କରିବାକୁ ଆସିଥାନ୍ତି । ହେଲେ ଚଳିତ ବର୍ଷ କାରୋନା କଟକଣା ପାଇଁ ଏଥର ଦର୍ଶନ କରି ପାରିନାହାନ୍ତି ଶ୍ରଦ୍ଧାଳୁ ।

ଆରମ୍ଭ ହେଲା ମହାକାଶ ଟାକ୍ସି ସେବା, ୪ ଜଣଙ୍କୁ ନେଇ ଅନ୍ତର୍ଜାତୀୟ ଗବେଷଣା କେନ୍ଦ୍ରକୁ ଗଲା ସ୍ପେସଏକ୍ସର ରକେଟ୍

ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ମାଇଲଖୁଣ୍ଟ । ଆରମ୍ଭ ହେଲା ମହାକାଶ ଟାକ୍ସି ସେବା । ୪ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରକୁ ଗଲା ସ୍ପେସଏକ୍‌ସର ରକେଟ୍ । ଗତକାଲି ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ସଫଳତା ସହ ରକେଟ୍ ଉଡ଼ାଣ ଭରିଛି । ୨୭ ଘଣ୍ଟାର ଯାତ୍ରା ପରେ ଆସନ୍ତାକାଲି ସକାଳ ପ୍ରାୟ ସାଢେ ୯ଟାରେ ଆଇଏସଏସ୍‌ରେ ପହଞ୍ଚିବ ଫାଲକନ୍ -ଏହି ରକେଟ୍ ।

ସ୍ପେଶ-ଏକ୍ସର ଏହା ହେଉଛି ଦ୍ୱିତୀୟ ମାନବଯୁକ୍ତ ଉଡ଼ାଣ । ସୂଚନା ଅନୁସାରେ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ରକେଟରୁ କ୍ୟାପସୁଲ ସଫଳତାର ସହ ଅଲଗା ହୋଇ ଅରବିଟ ଆଡ଼କୁ ଦ୍ରୁତ ଗତିରେ ମାଡିଚାଲିଛି । ମିଶନର ଖାସ୍ କଥା ହେଉଛି, ରକେଟ୍‌କୁ ଲଞ୍ଚ କରିଛି ଏଲୋନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ । ଏହା ପୂର୍ବରୁ ନାସାକୁ ମହାକାଶଚାରୀଙ୍କୁ ଆଇଏସଏସ୍‌କୁ ପଠାଇବା ପାଇଁ ଋଷର ସୋୟୁଜ ରକେଟ୍ ଉପରେ ନିର୍ଭର କରିବାକୁ ପଡୁଥିଲା । ଏହି ମିଶନ୍‌କୁ ନାସା କ୍ରୁ- ୱାନ୍ ମିଶନ୍ ନାଁରେ ନାମିତ କରିଛି ।

ଏଲନ୍ ମସ୍କଙ୍କ କମ୍ପାନୀ ସହାୟତାରେ ନାସା ମହାକାଶଚାରୀଙ୍କୁ ସ୍ପେସ୍‌କୁ ପଠାଏ । ସ୍ପେସଏକ୍‌ସ ରକେଟ୍‌ରେ ୩ଜଣ ଆମେରିକୀୟ ଓ ଜଣେ ଜାପାନର ମହାକାଶଚାରୀ ଯାଇଛନ୍ତି । ଏସଂପର୍କରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ମିଶନ୍ ସଫଳ ହେଲେ ଏହାପରେ ଆହୁରି ରୁଟିନ୍ ଯାତ୍ରା କରାଯାଇପାରିବ ବୋଲି ଆମେରିକା ଆଶା କରିଛି ।

୨୧ ବର୍ଷ ବୟସରେ ଆତ୍ମହତ୍ୟା କଲେ ବାଂଲାଦେଶର ଯୁବ କ୍ରିକେଟର

ବାଂଲାଦେଶ: ବାଂଲାଦେଶର ଅଣ୍ଡର ୧୯ କ୍ରିକେଟର ମୋହମ୍ମଦ ଶୋଜିବଙ୍କର ୨୧ ବର୍ଷ ବୟସରେ ଦୁର୍ଗାପୁରରେ ମୃତ୍ୟୁ ହୋଇଛି । ସ୍ଥାନୀୟ ପୋଲିସର ସୂଚନା ମୁତାବକ ଏହି ଯୁବ ଖେଳାଳୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ବାଂଲାଦେଶ କ୍ରିକେଟ ବୋର୍ଡ (BCB)ର ନିର୍ଦ୍ଦେଶକ ଖାଲିଦ ମହମୁଦ ମଧ୍ୟ ମୋହମ୍ମଦ ଶୋଜିବଙ୍କ ଆତ୍ମହତ୍ୟାରେ ଶୋକ ପ୍ରକାଶ କରିଛନ୍ତି ।

ମହୋମ୍ମଦ ଶୋଜିବ ଶେଷ ଥର ପାଇଁ ୨୦୧୭-୧୮ ରେ ଢାକା ପ୍ରିମିୟର ଲିଗରେ ଶିନାପୁଖୁର କ୍ରିକେଟ କ୍ଲବ ପାଇଁ ଖେଳିଥିଲେ । ଶୋଜିବ ୨୦୧୮ର ଅଣ୍ଡର ୧୯ ୱର୍ଲଡ କପର ଷ୍ଟାଣ୍ଡ ବାଇ ଖେଳାଳୀରେ ମଧ୍ୟ ସାମିଲ ଥିଲେ । ଏହା ବ୍ୟତୀତ ଶୋଜିବ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ବିରୁଦ୍ଧରେ ୨୦୧୭ ମସିହାରେ ତିନି ତିନୋଟି ୟୁଥ ୱାନ ଡେ ମ୍ୟାଚ ମଧ୍ୟ ଖେଳିଥିଲେ ।

ବାଂଲାଦେଶ କ୍ରିକେଟ ବୋର୍ଡ (BCB)ର ନିର୍ଦ୍ଦେଶକ ଖାଲିଦ ମହମୁଦ ସ୍ଥାନୀୟ ଖବର କାଗଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି  ଯେ, ‘ଏହା ଅତ୍ୟନ୍ତ ଦୁଃଖଦ ଏବଂ ଅବିଶ୍ୱସନୀୟ ଖବର । ସେ ଜଣେ ଓପନିଂ ବୋଲର ଏବଂ ମିଡିୟମ ପେସର ଥିଲେ । ସେ ଶିନାପୁଖୁରା କ୍ରିକେଟ କ୍ଲବ ପକ୍ଷରୁ ଖେଳିଥିଲେ ।’ ମୋହମ୍ମଦ ଶୋଜିବ ରାଜଶାହୀରେ ଯେଉଁ ଏକାଡେମୀରେ ଟ୍ରେନିଂ ଆରମ୍ଭ କରିଥିଲେ, ସେଠିକାର ମୁଖ୍ୟ କୋଚ ଥିଲେ ଖାଲିଦ ମହମୁଦ ।

ବାଂଲାଦେଶର ଆଗଧାଡ଼ିର କ୍ରିକେଟର ତନ୍ମୟ ଘୋଷ ମଧ୍ୟ ମୋହମ୍ମଦଙ୍କ ମୃତ୍ୟୁ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଉଠିଥିଲେ । ତନ୍ମୟ ଘୋଷ କହିଥିଲେ ଯେ, ମୋର ସବୁବେଳେ ବିଶ୍ୱାସ ଥିଲା ଯେ ମୋହମ୍ମଦ ଶୋଜିବ ଦୀର୍ଘ ସମୟ ଧରି ବାଂଲାଦେଶ ପାଇଁ କ୍ରିକେଟ ଖେଳିବେ । ସେ ଖୁବ ପରିଶ୍ରମୀ ଥିଲେ । ଶାଜିବଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ।

ସାରୁଆ ଜମି କେଳେଙ୍କାରୀ, ହାଇକୋର୍ଟରେ ପକ୍ଷ ରଖିବେ ଜଗି-ଜୟ

ଖୋର୍ଦ୍ଧା: ସାରୁଆ ଜମି କେଳେଙ୍କାରୀ ମାମଲା । ହାଇକୋର୍ଟରେ ସୋମବାର ବିବୃତି ରଖିବେ ସମସ୍ତ ପକ୍ଷ । ୧୩ ତାରିଖରେ ଶୁଣାଣି କରି ହାଇକୋର୍ଟ ଉଭୟ ପକ୍ଷଙ୍କୁ ଲିଖିତ ଭାବେ ବିବୃତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ଗତ ୫ ତାରିଖରେ ଖୋର୍ଦ୍ଧା ସାରୁଅରେ ଦଳିତଙ୍କ ଜମି ହଡ଼ପ ହୋଇଛି ବୋଲି ତଦନ୍ତ କରି ପ୍ରମାଣ ପାଇବା ପରେ ପ୍ରେସମିଟ କରି ପଣ୍ଡା ଦମ୍ପତ୍ତିଙ୍କ ଗୁମର ଖୋଲିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା ।

Sarua Land Scam Issue Will Raise In Odisha Assembly Winter Session

ସେହିଦିନ ହିଁ ଗିରଫ ହେବା ଭୟରେ ଜଗି ଓ ଜୟ ପଣ୍ଡା ହାଇକୋର୍ଟରୁ ଆଣ୍ଟିସିପେଟୋରି ବେଲ ଆଣିବାରେ ସକ୍ଷମ ହୋଇଥିଲେ । ହାଇକୋର୍ଟ  ଉଭୟଙ୍କୁ ୧୨ ତାରିଖ ପର୍ଯ୍ୟନ୍ତ ଗିରଫ ନକରିବାକୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ନିଜ ଦଳିତ ଡ୍ରାଇଭରଙ୍କୁ ମୋହରା କରି ଶାଗମାଛ ଦରରେ ଜମି ହାତେଇଛନ୍ତି ବୋଲି ଇଓଡବଲ୍ୟୁ ସୂଚନା ଦେଇଥିଲା ।

Illegal Boundary Constructed By OTV In Sarua Demolished By Khordha Dist Administration

୨୦୧୦ ରୁ ୨୦୧୩ ମଧ୍ୟରେ ରବି ସେଠୀ ୨୦ ଲକ୍ଷ ଟଙ୍କାରେ ଅନ୍ୟ ଦଲିତଙ୍କଠାରୁ ୭. ୨୯ ଏକର ଜମି କିଣିଥିଲେ । ୨୦୧୬ ରୁ ୨୦୧୯ ମଧ୍ୟରେ ସେ ଏହାକୁ ଜଗି ଓ ଜୟଙ୍କୁ ୬୫ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । କିନ୍ତୁ ଏ ବାବଦରେ ଦଳିତ ଡ୍ରାଇଭର ରବି ସେଠୀଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଆସିନି । ଏପରି ଭାବେ ଜମି ଜାଲିଆତି ଓ ହଡପ ଜରିଆରେ ବେଆଇନ କାରବାର ହୋଇଛି ବୋଲି କହିଥିଲା ଇଓଡବଲ୍ୟୁ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଇଓଡବଲ୍ୟୁ ।

Illegal Boundary Constructed By OTV In Sarua Demolished By Khordha Dist Administration

ଅନ୍ୟପଟେ ବେଆଇନ ଅର୍ଥ କାରବାରର ତଦନ୍ତ ପୋଲିସ ପରିସରଭୁକ୍ତ ନୁହେଁ ବୋଲି କହି ଅଧିକ ତଦନ୍ତ ଲାଗି ଆୟକର ବିଭାଗକୁ ତଦନ୍ତ ଦାଇତ୍ୱ ହସ୍ତାନ୍ତର କରିବାକୁ ଚିଠି ଲେଖିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ଏହି ମାମଲାରେ ନଭେମ୍ବର ପହିଲାରେ ‘ଓଡ଼ିଶା ଇନ୍‌ଫ୍ରାଟେକ୍‌’ର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଏବଂ ତା’ପର ଦିନ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା । ଏହାପରେ ମନୋରଂଜନ ଓଟିଭି ଗ୍ରୁପ ସହ ସମସ୍ତ ସଂପର୍କ ଛିନ୍ନ କରି ଇସ୍ତଫା ଦେଇଥିଲେ ।

ଏହାକୁ ନେଇ ତାଙ୍କ ଶାଳକ ହରିହର ମିଶ୍ର ଉଭୟ ଜଗି ଓ ଜୟଙ୍କ ଉପରେ ଖୁବ ବର୍ଷିଥିଲେ । କହିଥିଲେ, ଜଣେ ସଚ୍ଚୋଟ କର୍ମଚାରୀଙ୍କୁ ଉଭୟ ବକ୍‌ରା ବନେଇ ବିଶାଳ ସାମ୍ରାଜ୍ୟ ଗଢିଛନ୍ତି । ୨୦୦୮ରେ ୧୨ ବର୍ଷ ତଳର ଏହି କେଳେଙ୍କାରୀରେ ପ୍ରଥମେ ଓଡ଼ିଶା ଇନଫ୍ରାଟେକ ପ୍ରା. ଲିମିଟେଡ୍‌ ଗଢ଼ାଯାଇଥିଲା । କମ୍ପାନୀରେ ପ୍ରଥମେ ଜଗି ମଙ୍ଗତ ପଣ୍ଡା ଓ ବିଭୁ ପ୍ରସାଦ ରଥଙ୍କୁ ନେଇ ସାରୁଅରେ ଜମି ହଡ଼ପ ଆରମ୍ଭ ହୋଇଥିଲା । ୨୦୧୦ରେ ଜଗି ଏଥିରୁ ବାହାରି ଗଲା ପରେ ମନୋରଂଜନ ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶକ କରାଯାଇଥିଲା । କିନ୍ତୁ ମନୋରଂଜନ ନିର୍ଦ୍ଦେଶକ ହେବା ପରେ ତାଙ୍କ ଅମଳରେ ମାତ୍ର ଦୁଇଟି ଜମି କିଣାଯାଇଥିଲା ଯାହା ସାଧାରଣ ବର୍ଗର ବୋଲି ଶାଳକ କହିଥିଲେ । ତେଣୁ ସେ ଏହି ମାମଲାରେ ନିର୍ଦ୍ଦୋଷ ବୋଲି କହିବା ସହ ଓଟିଭି ଗ୍ରୁପ ସହ ସମସ୍ତ ସଂପର୍କ ଛିନ୍ନ କରି ଇସ୍ତଫା ଦେଇଥିଲେ । ତେବେ ରବିବାର ମନୋରଂଜନଙ୍କୁ ବେଲ୍‌ ମିଳିସାରିଛି ।

ରାଜ୍ୟରେ ଆଉ ୭୪୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଲଗାତର ଭାବରେ ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ୭୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୩୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ ଆଉ ୧୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୫୪୩ରେ ପହଞ୍ଚିଛି ।

ଖୋର୍ଦ୍ଧାରୁ ସର୍ବାଧିକ ୮୮, ସୁନ୍ଦରଗଡ଼ରୁ ୫୫, ଜଗତସିଂହପୁରରୁ ୪୮, ଅନୁଗୁଳରୁ ୪୫, କେନ୍ଦୁଝରରୁ ୪୧, ବାଲେଶ୍ୱରରୁ ୩୮, କଟକରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୧୬କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୯ହଜାର ୪୦୮ରେ ପହଞ୍ଚିଛି । ଆକ୍ଟିଭ କେସ୍ ୯ହଜାର ୯୫୦ ରହିଥିବାବେଳେ ସୁସ୍ଥ ହେଲେଣି ୨ଲକ୍ଷ ୯୭ହଜାର ୮୬୨ଜଣ ଆକ୍ରାନ୍ତ ।

ଟ୍ରାଫିକ୍‌ ପୋଲିସଙ୍କ ମାନବିକତା, ଗାଡ଼ି ଅଟକାଇ ରାସ୍ତାରୁ ଗୋଟାଇଲେ ଟମାଟୋ

ଭୁବନେଶ୍ୱର: ପୁଣି ଟ୍ରାଫିକ୍‌ ପୋଲିସ ଦେଖାଇଲେ ମାନବିକତା । ଟ୍ରାଫିକ୍‌ରେ ଗାଡ଼ି ଅଟକାଇ ଗୋଟାଇଲେ ଟମାଟୋ । ରାଜଧାନୀରେ ଜଣେ ଟମାଟୋ ବ୍ୟବସୟୀ ଏକ ଅଟୋରେ ଟମାଟୋ ବୋଝେଇ କରି ନେଉଥିବା ବେଳେ ତାହା ଗାଡ଼ିରୁ ଖସି ତଳେ ପଡ଼ିଯାଇଥିଲା । ଆଉ ସବୁ ଟମାଟୋ ରାସ୍ତାରେ ବିଞ୍ଛି ହୋଇଯାଇଥିଲା । ଏହି ସମୟରେ କାଳେ ଅନ୍ୟ ଗାଡ଼ି ଟମାଟୋ ଗୁଡ଼ିକୁ ମାଡ଼ି ଚାଲିଯିବ, ତେଣୁ ତୁରନ୍ତ ସେହି ଟ୍ରାଫିକ୍‌ ପୋଷ୍ଟରେ ଥିବା କର୍ମଚାରୀମାନେ ଚାରିପଟୁ ଗାଡ଼ିଗୁଡ଼ିକୁ ଅଟକାଇ ଦେଇଥିଲେ ।

TRAFFIC POLICE3

ପରେ ସେମାନେ ନିଜେ ୟୁନିଫର୍ମରେ ଥାଇ ମଧ୍ୟ ରାସ୍ତା ମଝିରୁ ଟମାଟୋ ଗୋଟାଇବାକୁ ଲାଗିଥିଲେ । ଜଣେ ନୁହେଁ ଏକା ଥରେ ଦୁଇ ଜଣ ଟ୍ରାଫିକ୍‌ ପୋଲିସ ରାସ୍ତା ଉପରୁ ଗୋଟି ଗୋଟି କରି ଟମୋଟୋ ଗୋଟାଇଲେ । ଆଉ ସବୁ ଟମାଟୋ ନେଇ ଟ୍ରେ’ରେ ରଖିଥିଲେ । କିଛି ସ୍ଥାନୀୟ ଲୋକେ ମଧ୍ୟ ଟମାଟୋ ବ୍ୟବସାୟୀଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ।

TRAFFIC POLICE3

ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଏୟାରପୋର୍ଟ ଟ୍ରାଫିକ୍‌ ପୋଷ୍ଟରେ । ହସ୍ପିଟାଲ ଛକରୁ ଏୟାରପେର୍ଟ ଛକ ଦେଇ ଏକ ଟମାଟୋ ବୋଝେଇ ଅଟୋ ଯାଉଥିଲା । ଏହି ସମୟରେ ହଠାତ୍‌ ସେଥିରୁ‌ ଟମାଟୋ ଟ୍ରେ ସବୁ ଖସିପଡିଥିଲା । ଏହା ଦେଖି ଟ୍ରାଫିକ୍‌ ପୋଲିସ ତୁରନ୍ତ ସବୁ ଦିଗରୁ ଗାଡ଼ିଗୁଡ଼ିକୁ ଅଟକାଇଥିଲେ । ଟ୍ରାଫିକ ପୋଷ୍ଟରେ କିଛି ସମୟ ଗାଡିମଟର ସବୁ ଅଟକି ରହିଥିଲା । ଟ୍ରାଫିକ୍‌ କର୍ମଚାରୀଙ୍କ ମାନବିକତା ପାଇଁ ବ୍ୟବସାୟୀ ଜଣକ ସବୁ ଟମାଟୋ ସୁରକ୍ଷିତ ଫେରିପାଇଛନ୍ତି । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ଏହାକୁ ପ୍ରଶଂସା କରିଥିବା ବେଳେ କେହି ଏହାକୁ ମାନବିକତାର ଜୀବନ୍ତ ଉଦାହରଣ ବୋଲି କହିଛନ୍ତି ।

India Corona Update: ନଭେମ୍ବର ମାସରେ ଜୁନର ପ୍ରକୋପ, ଦିଲ୍ଲୀରେ ପ୍ରତି ଘଣ୍ଟାରେ ଯାଉଛି ୪ ଜୀବନ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ ଦିନକରେ ୩୦ହଜାର ୫୪୮କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ ୪୩୫ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୮ଲକ୍ଷ ୪୫ହଜାର ୧୨୭ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୩୦ହଜାର ଟପିଛି । ଦେଶରେ କରୋନା ଆକ୍ଟିଭ କେସ୍ ୪ଲକ୍ଷ ୬୫ହଜାର ୪୭୮ଥିବା ବେଳେ ସୁସ୍ଥ ହେଲେଣି ୮୨ଲକ୍ଷ ୪୯ହଜାର ୫୭୯ ।

ଦୈନିକ ସଂକ୍ରମଣରେ କେରଳ ଆଗରେ ଥିବା ବେଳେ ସର୍ବାଧିକ ୪ହଜାର ୫୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେପଟେ ଦେଶରେ ମହାରାଷ୍ଟ୍ରରେ ମୋଟ୍ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ସର୍ବାଧିକ । ସେପଟେ ଦିଲ୍ଲୀରେ ଚିନ୍ତା ବଢାଉଛି କରୋନାଗ୍ରାଫ୍ । ପ୍ରତି ଘଣ୍ଟାରେ ୪ଜଣଙ୍କ ଜୀବନ ନେଉଛି କିଲର ଭାଇରସ୍ । ଗତକାଲି ୯୫ଜଣ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ନଭେମ୍ବର ମାସରେ ହିଁ ଦିଲ୍ଲୀରେ ୧୧ଶହରୁ ଅଧିକ ପ୍ରାଣ ହରାଇଛନ୍ତି । ଗତ ୧୫ ଦିନ ମଧ୍ୟରେ ଦୈନିକ ପ୍ରାୟ ୭୩ ଜଣଙ୍କର କରୋନାରେ ମୃତ୍ୟୁ ହେଉଛି ।

ଦିଲ୍ଲୀରେ କିଛି ଦିନ ହେବ ମୃତ୍ୟୁ ହାର ବଢ଼ି ପ୍ରତିଦିନ ୯୦ ପ୍ରତିଶତ ମୃତ୍ୟୁ ହେଉଛି । ପୂର୍ବ ଗୁରୁବାର ଦିନ ଦିଲ୍ଲୀରେ ସର୍ବାଧିକ ୧୦୪ ଲୋକଙ୍କ ମୃତ୍ୟୁ ହୋଇଥିଲା । ଶନିବାର ଦିନ ୯୬ ଜଣ କରୋନା ଭାଇରସ ପାଇଁ ମୃତ୍ୟୁ ବରଣ କରିଥିଲେ । ଏଯାବତ କରୋନାରେ ୭୬୧୪ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଦେଶର ରାଜଧାନୀ ଦିଲ୍ଲୀରେ ମୃତ୍ୟୁ ହାର ୧.୫ ପ୍ରତିଶତ ରହିଛି ।