spot_img
Home Blog Page 642

ସିନ ଗୁଡସ୍ ଉପରେ ଲାଗିବ ୪୦ ପ୍ରତିଶତ ଜିଏସଟି, ଦେଖନ୍ତୁ ଲିଷ୍ଟ

ଜିଏସଟି କାଉନସିଲ ପକ୍ଷରୁ ଜିଏସଟିକୁ ଦୁଇଟି ସ୍ଲାବ ୫ ପ୍ରତିଶତ ଓ ୮ ପ୍ରତିଶତରେ ସୀମିତ କରାଯାଇଛି । ଏହାଛଡ଼ା ସିଗାରେଟ- ତମ୍ବାଖୁ ପରି ସ୍ବାସ୍ଥ୍ୟ ପାଇଁ ହାନିକାରକ ସାମଗ୍ରୀ ଉପରେ ହାଇ ଟାରିଫ ଲଗାଯାଇଛି,, ଯାହାକି ୪୦ ପ୍ରତିଶତ ରହିଛି । ଜିଏସଟି ରିଫର୍ମ ନେଇ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ଏବେ କାଉନସିଲ ପକ୍ଷରୁ ସ୍ଲାବ କମ କରିବା ଓ ଜିଏସଟି ଦର ହ୍ରାସ ପାଇଁ ବଡ଼ ଘୋଷଣା କରାଯାଇଛି । ଏବେ ୫% ଓ ୧୮% ବ୍ୟତୀତ ସିନ ଗୁଡସ୍ ପାଇଁ ୪୦ ପ୍ରତିଶତ ସ୍ପେଶାଲ ସ୍ଲାବ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ତେଣୁ କେଉଁ କେଉଁ ସାମଗ୍ରୀଗୁଡ଼ଇକୁ ସିନ ଗୁଡସରେ ସାମିଲ କରାଯାଇଛି ତାହା ଜାଣିବା ନିହାତି ଜରୁରୀ ।

ସିନ ଗୁଡସର ସିଧାସଳଖ ଅର୍ଥ ହେଉଛି ଯେଉଁ ସାମଗ୍ରୀଗୁଡ଼ିକ ସ୍ବାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଏ । ଯେପରିକି ପାନ ମସାଲା, ସିଗାରେଟ, ବିଡ଼ି, ଗୁଟଖା ଓ ଫାଷ୍ଟ ଫୁଡସ୍ । ଏହାବ୍ୟତୀତ ଏପରି ଜିନିଷ ଯାହା ଲୋକଙ୍କୁ ଆର୍ଥିକ ବିପଦରେ ପକାଇଥାଏ । ଯେପରିକି ଜୁଆ-ସଟ୍ଟେବାଜି ଓ ଅନ୍ୟ ଗେମିଂ ସେବା । ସେହିପରି ସୁପର ଲଗଜରୀ ଜିନିଷକୁ ମଧ୍ୟ ଏହି ଲିଷ୍ଟରେ ସାମିଲ କରାଯାଇଛି, ଯାହା ଉପରେ ୪୦ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି । ଏଥିରେ ପ୍ରାଇଭେଟ ଜେଟ, ହେଲିକପ୍ଟରକୁ ସାମିଲ କରାଯାଇଛି । କିଛି କ୍ୟାଟେଗୋରୀରେ କାର ଓ ବାଇକ ଉପରେ ଏହି ହାଇ ଜିଏସଟି ରେଟ୍ ଲାଗୁ ହେବ । ଅଧିକ ଟ୍ୟାକ୍ସ ଲାଗୁ କରି ଏହାର ବ୍ୟବହାର କମ କରିବା ଓ ଲୋକଙ୍କୁ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ହେଉଛି ସରକାଣଙ୍କ ଉଦ୍ଦେଶ୍ୟ ।

୪୦% ଜିଏସଟି ସ୍ଲାବରେ ପାନ ମସାଲା, ଗୁଟଖା, ଚୋବା ଯାଉଥିବା ତମ୍ବାଖୁ, ଅଣପ୍ରୋସେସ ତମ୍ବାଖୁ, ସିଗାରେଟ, ଛୋଟ-ବଡ଼ ସିଗାର ସାମିଲ ରହିଛି । ହାଇ ଜିଏସଟି ଲିଷ୍ଟରେ କାର୍ବୋନେଟେଡ ଡ୍ରିଙ୍କସ, ଶୁଗର ଏଡେଡ କୋଲ୍ଡ ଡ୍ରିଙ୍କସ, କେଫିନ ଯୁକ୍ତ ଡ୍ରିଙ୍କସ ରହିଛି । ଏହାଛଡ଼ା କ୍ରିକେଟ ପ୍ରେମୀଙ୍କୁ ମଧ୍ୟ ୪୦ ପ୍ରତିଶତ ଜିଏସଟି ଝଟକା ଦେଇଛି । ଆଇପିଏଲ ଦେଖିବା ଏବେ ମହଙ୍ଗା ହୋଇଯିବ । ଏହାର ଟିକେଟ ଉପରେ ପୂର୍ବରୁ ୨୮ ପ୍ରତିଶତ ଜିଏସଟି ଲାଗୁଥିବା ବେଳେ ଏବେ ୪୦ ପ୍ରତିଶତ ଲାଗିବ ।

କେନ୍ଦୁପତ୍ରରୁ ହଟିଲାନି ସମ୍ପୂର୍ଣ୍ଣ ଜିଏସଟି ; ପୁଣି ପ୍ରେସମିଟ କରି ବିଜେଡିର ପ୍ରତିବାଦ

ଭୁବନେଶ୍ବର : କେନ୍ଦୁପତ୍ରରୁ ହଟିଲାନି ସମ୍ପୂର୍ଣ୍ଣ ଜିଏସଟି । ପୁଣି ପ୍ରେସମିଟ କରି ବିଜେଡିର ପ୍ରତିବାଦ । କେନ୍ଦୁପତ୍ରରୁ ସଂପୂର୍ଣ୍ଣ ଜିଏସଟି ପ୍ରତ୍ୟାହାର କରିବାକୁ ଦଳ ପୁଣି ଦାବି ଦୋହରାଇଛି । ଓଡ଼ିଶାର ୩୦ ଜିଲ୍ଲାରୁ ୨୨ ଜିଲ୍ଲାରେ କେନ୍ଦୁପତ୍ର ତୋଳାଯାଉଛି । ଗରିବ ଲୋକ ଏହା ଉପରେ ନିର୍ଭରଶୀଳ । କେନ୍ଦୁପତ୍ରରେ ୧୮% ସ୍ଲାବରୁ ହଟାଇ ୫% ଅଣାଯାଇଛି । ଶୂନ ପ୍ରତିଶତ କରିବାକୁ ନବୀନଙ୍କ ଦାବି ପୂରଣ କରାଗଲାନି । ଓଡ଼ିଶାରେ ୩୦ଟି ଜିଲ୍ଲାରୁ ୨୨ଜିଲ୍ଲାରେ କେନ୍ଦୁ ପତ୍ର ତୋଳାଯାଉଛି । ଗରିବ ଲୋକ ଏହା ଉପରେ ନିର୍ଭରଶୀଳ । ୧ ଜୁଲାଇ ୨୦୧୭ରେ ୧୮% GST ଲାଗୁ ହେଲା ତେବେଠାରୁ ବିଜେଡି ପ୍ରତିବାଦ କରିଛି । ୨୦୨୨ନିର୍ମଳା ସୀତାରମଣ ଥିବା ସମୟରେ ନବୀନ ପଟ୍ଟନାୟକ ଏହାକୁ ୦% କରିବାକୁ ଚିଠି ଲେଖିଥଲେ ଏବଂ ୨୦୨୩ରେ ମଧ୍ୟ ଦାବି ହୋଇଥିଲା ଯାହାହେଉ ଏବେ ଏହାକୁ ୫% କରାଯାଇଛି । ଏନେଇ ସଂସଦ ଓ ବିଧାନସଭାରେ ବିଜେଡି ଦାବି କରିଥିଲା ହେଲେ ଏହାକୁ ୦% କରାଗଲା ନାହିଁ କାହିଁକି ? ଏହି ସ୍ଲାବରେ ୪୦% କିଛି ସାମଗ୍ରୀରେ ହୋଇଛି ଏବଂ କେନ୍ଦୁପତ୍ର ଏଥିରେ ଅନ୍ତର୍ଭୁକ୍ତ ହେଉଛି । ଏହି ୫%କମାଇଲେ ବି ଡବଲ ଟ୍ୟାକ୍ସ ହେବ ଲବଂ ଦର ବଢିବାରୁ ଏହାର ପ୍ରଭାବ ତୋଳାଳୀଙ୍କ ଉପରେ ପଡିବ ତେଣୁ ଏହାକୁ 0% କରାଯାଉ । ଆଉ ଗୋଟେ ସ୍ପଷ୍ଟ ନାହିଁ ଯେ ଓଡ଼ିଶା ଯେଉଁ ମାସକୁ ୧୦୦୦ କୋଟି ହରାଇବ ତାହା ଭରଣା କିଏ କରିବ ବୋଲି ପ୍ରଶ୍ନ କରିଛନ୍ତି ବିଜେଡ଼ିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ।

ଏନେଇ ବିଜେଡ଼ି ବିଧାୟକ ନିରଞ୍ଜନ ପୂଜାରୀ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି କେନ୍ଦୁପତ୍ର ଓଡ଼ିଶାର ସାମଗ୍ରୀ ଏହାର ଉତ୍ପାଦନ ଗୁଣାତ୍ମକ । ଏହାକୁ ୦% GST କରିବାକୁ ଦାବି କରିଥିଲା ବିଜେଡି ହେଲେ ଏହା ହେଲାନି । ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖିଥିଲେ, GST କାଉଁସିଲରେ ବି ଦାବି ହୋଇଥିଲା । ଗରିବ ଆଦିବାସୀ କେନ୍ଦୁପତ୍ର ତୋଳନ୍ତି ଏବଂ ପାହାଡିଆ ଅଞ୍ଚଳରେ ଏହା ହୁଏ । ଟେକ୍ସଟାଇଲ ଦୁଇ ଭାଗରେ ଅଛି ଯେପରିକି ହ୍ୟାଣ୍ଡଲୁମ ଓ ପାୱାରଲୁମ । ଏହା ଉପରେ ବି ୫% ଅଛି । ପାୱାରଲୁମରେ କମ୍ପାନୀ ଅନ୍ତର୍ଭୁକ୍ତ ହେଲେ ହ୍ୟାଣ୍ଡଲୁମରେ ୦% GST କରିବାକୁ ଦାବି ହୋଇଥିଲା କାରଣ ଏଥିରେ ବୁଣାକାର ଅନ୍ତର୍ଭୁକ୍ତ  । ରେଡ଼ିମେଡ଼ ଲୁଗା କିଣିଲେ ଟିକସ ଦେବାକୁ ପଡିବ କାରଣ ଆପାରେଲରେ ଟିକସ ବଢିଛି । ସ୍ଲାବ ପରିବର୍ତ୍ତନରେ କ୍ଷତି ହେଲେ କ୍ଷତି ଭରଣା ନେଇ ସ୍ପଷ୍ଟୀକରଣ ନାହିଁ  ।

ଟ୍ରମ୍ପଙ୍କ ଟାରିଫ ପାଇଁ ଆମେରିକା ମାଲାମାଲ, ଅଗଷ୍ଟରେ ନୂଆ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ସମଗ୍ର ବିଶ୍ୱରେ ଚିନ୍ତାର ମାହୋଲ ସୃଷ୍ଟି କରିଥାଇପାରେ କିନ୍ତୁ ଆମେରିକା ଏଥିରେ ମାଲାମାଲ ହେଇଛି । ଅଗଷ୍ଟ ମାସରେ ଆମେରିକାର ରାଜସ୍ୱ ୩୧ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଯାହାକି ୨୦୨୫ ମସିହାରେ ଗୋଟିଏ ମାସରେ ସର୍ବାଧିକ ରାଜସ୍ୱ ଆଦାୟ ବୋଲି କୁହାଯାଉଛି  । ଟ୍ରେଜେରୀ ବିଭାଗ ତରଫରୁ ଗୁରୁବାର ଦିନ ପ୍ରକାଶ କରାଯାଇଥିବା ତଥ୍ୟ ମୁତାବକ ୨୦୨୫ରେ ଟାରିଫ୍ ରାଜସ୍ୱ ୧୮୩ ବିଲିୟନ ଡଲାର ଅତିକ୍ରମ କରିଛି ।

ଡୋନାଲ୍ଡ ଟ୍ରମ୍ପଙ୍କ କହିବାନୁସାରେ ଟାରିଫ୍ ରାଜସ୍ୱ ବିନା ଆମେରିକାର ଅର୍ଥନୀତି ଦୁର୍ବଳ ହୋଇଯିବ । ଟାରିଫ୍ ରାଜସ୍ୱ ଏପ୍ରିଲରେ ୧୭.୪ ବିଲିୟନ ଡଲାରରୁ ମେ ମାସରେ ୨୩.୯ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା, ତା’ପରେ ଜୁନରେ ୨୮ ବିଲିୟନ ଡଲାର ଏବଂ ଜୁଲାଇରେ ୨୯ ବିଲିୟନ ଡଲାରରେ ପହଞ୍ଚିଛି । ଏହି ଅନୁସାରେ ଆମେରିକା ଚଳିତ ବର୍ଷର ୫ମାସ ମଧ୍ୟରେ ଟାରିଫରେ ଯେତିକି ରୋଜଗାର କରିଛି ତାହା ପୂର୍ବ ବର୍ଷରମୋଟ ରାଜସ୍ବ ଆଦାୟ ଠାରୁ ବହୁତ ଅଧିକ । ଅର୍ଥାତ କେବଳ ୪ ରୁ ୫ ମାସ ମଧ୍ୟରେ ଆମେରିକା ଯେତିକି ରାଜସ୍ୱ ରୋଜଗାର କରିପାରିଲା ତାହା ପୂର୍ବ ବର୍ଷ ଅପେକ୍ଷା ବହୁତ ଅଧିକ । ପୂର୍ବରୁ ଟାରିଫ୍ ରାଜସ୍ୱ ୨୦୨୫ ତୁଳନାରେ ୮୬.୫ ବିଲିୟନ ଡଲାର ଥିଲା। ରାଜସ୍ୱରେ ଏହି ବୃଦ୍ଧି ଫେଡେରାଲ୍ ଆପିଲ୍ କୋର୍ଟର ନିଷ୍ପତ୍ତି ସହିତ ମେଳ ଖାଉଛି, ଯେଉଁଥିରେ କୁହାଯାଇଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜରୁରୀକାଳୀନ କ୍ଷମତା ବ୍ୟବହାର କରି ବ୍ୟାପକ ବିଶ୍ୱ ଶୁଳ୍କ ଲାଗୁ କରି ତାଙ୍କ କ୍ଷମତା ଅତିକ୍ରମ କରିଛନ୍ତି କିନ୍ତୁ ଟ୍ରମ୍ପଙ୍କ ଏହି ଟାରିଫ ଆମେରିକାରେ ନଗଦ ବୃଦ୍ଧି କରୁଛି ।

ଏହାକୁ କେନ୍ଦ୍ର କରି ଅନ୍ୟଦେଶ ଉପରେ ଏଭଳି ଟାରିଫ ଲଗାଇବାକୁ ଆମେରିକା କୋର୍ଟ ନିନ୍ଦା କରିଛନ୍ତି । କୋର୍ଟ କହିଛନ୍ତି କି ଅତ୍ୟାଧିକ ଟାରିଫ୍ ଲଗାଇ ଟ୍ରମ୍ପ ତାଙ୍କ ଅଧିକାରକୁ ଅତିକ୍ରମ କରୁଛନ୍ତି । ଏପରି ଶୁଳ୍କ ଲାଗୁ କରିବାର ଅଧିକାର କେବଳ କଂଗ୍ରେସ କିମ୍ବା ବ୍ୟାପାର ନୀତି ପାଖରେ ରହିଛି । ଏହି ରାୟ ଅନ୍ୟ ଆଇନଗତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲାଗୁ ହୋଇଥିବା ଶୁଳ୍କ ଉପରେ ପ୍ରଯୁଜ୍ୟ ହେବ ନାହିଁ, ଯେପରିକି ଟ୍ରମ୍ପଙ୍କ ଇସ୍ପାତ ଏବଂ ଆଲୁମିନିୟମ ଆମଦାନୀ ଉପରେ। ଆଟର୍ଣ୍ଣି ଜେନେରାଲ ପାମ୍ ବଣ୍ଡି ଘୋଷଣା କରିଛନ୍ତି ଯେ ନ୍ୟାୟ ବିଭାଗ ଏହି ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆବେଦନ କରିବ। ଏହି ସମୟରେ, କୋର୍ଟ ଅକ୍ଟୋବର ୧୪ ପର୍ଯ୍ୟନ୍ତ ଶୁଳ୍କ ଜାରି ରଖିବାକୁ ଅନୁମତି ଦେଇଛନ୍ତି।

ରାଜଧାନୀରେ ଲୁଚିଛି ଆସାମର ମୋଷ୍ଟଓ୍ବାଣ୍ଟେଡ଼ ; ଛାପା ମାରୁଛି ଆସାମ ପୋଲିସ

ଭୁବନେଶ୍ବର:  ରାଜଧାନୀରେ ଆସାମ ପୋଲିସ । ଇନ୍ଫୋସିଟି ଅଞ୍ଚଳରେ ଚଢ଼ାଉ । ଇନ୍ଫୋସିଟି ଅଞ୍ଚଳରେ ଥିବା ସୁଭଦ୍ରା ଆପାର୍ଟମେଣ୍ଟରେ ରେଡ଼ । କମିଶନରେଟ ପୋଲିସ ସହାୟତରେ ଛାପା ମାରୁଛି ଆସାମ ପୋଲିସ। ଆପାର୍ଟମେଣ୍ଟ ଭିତରେ ଜଣେ ମୋଷ୍ଟ ୱାଣ୍ଟେଡ଼ ରହୁଥିବା ନେଇ ସୂଚନା । ରେଡ଼ ବେଳେ ଅଭିଯୁକ୍ତକୁ ଧରିଲା ଆସାମ ପୋଲିସ। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ । ରଘୁନାଥପୁର ଅଞ୍ଚଳରେ ଅଭିଯୁକ୍ତର ମାଲିକାନାରେ ଥିବା ଏକ ବିବାହ ମଣ୍ଡପରେ ମଧ୍ୟ ରେଡ଼ ।

ରାଜଧାନୀରେ ମଦ ପିଇ ଗାଡିଚାଳନା ; ଧରାପଡିଲେ ଯୁବକ ଯୁବତୀ

ଭୁବନେଶ୍ବର : ମେ’ ଫେୟାର ହୋଟେଲ ନିକଟରେ ମଦ ପିଇ ଗାଡିଚାଳନା କରୁଥିବାବେଳେ ଧରାପଡିଲେ ଯୁବକ ଯୁବତୀ । ବେପରୁଆ ଗାଡି ଚଳାଇବା ପରେ ଧରିଲା ନୟାପଲ୍ଲୀ ଥାନା ପୋଲିସ । ଗାଡି ସିଜ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଏତଲା ରୁଜୁ କରିବା ସହ ପୋଲିସ ତଦନ୍ତ ଜାରି ରଖିଛି । ମାତ୍ରାଧିକ ମଦ୍ୟପାନ କରିଥିବା ନେଇ ସୂଚନା ପାଇଛି ପୋଲିସ । ଖୁବଶୀଘ୍ର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ନୟାପଲ୍ଲୀ ଥାନାଧିକାରୀ ।

ଶିଖର ଧାୱନଙ୍କୁ EDର ଜେରା; ଅନଲାଇନ୍ ବେଟିଂ ଆପ୍ ମାମଲାରେ ପଚରାଉଚରା

ନୂଆଦିଲ୍ଲୀ : କ୍ରିକେଟର ଶିଖର ଧାୱନଙ୍କୁ EDର ଜେରା। ଅନଲାଇନ୍ ବେଟିଂ ଆପ୍ ମାମଲାରେ ପଚରାଉଚରା କରୁଛି ଇଡି। ଦିଲ୍ଲୀ ED ଅଫିସରେ ହାଜର ହୋଇଛନ୍ତି କ୍ରିକେଟର ଶିଖର ଧାୱନ। ବେଟିଂ ଆପ ମାମଲାରେ ଅନଲାଇନ ଅର୍ଥ କାରବାର ଏବଂ ନିବେଶ ପ୍ରସଙ୍ଗରେ ଚାଲିଛି ପଚରାଉଚରା। ଅବୈଧ ଅନଲାଇନ ଜୁଆ ଖେଳ ନେଇ ତନଘନା କରୁଛି ଇଡି। ୱାନ ଏକ୍ସ ବେଟ୍ ଏକ ଅବୈଧ ବେଟିଂ ଆପ୍ ତଦନ୍ତ ସହିତ ଜଡିତ ମନି ଲଣ୍ଡରିଂ ନିବାରଣ ଆଇନ PMLA ଅଧୀନରେ ଧାୱନଙ୍କ ବୟାନ ରେକର୍ଡ କରୁଛି ଇଡି। ୩୯ ବର୍ଷୀୟ ପୂର୍ବତନ ଭାରତୀୟ କ୍ରିକେଟର ଅନଲାଇନ୍ ବେଟିଂ ଆପ୍ ସହିତ ଜଡିତ ଥିବା ସନ୍ଦେହ କରାଯାଉଛି। ପଚରାଉଚରା ସମୟରେ ଆପ୍ ସହିତ ତାଙ୍କର ଲିଙ୍କ୍ ଯାଞ୍ଚ କରିବାକୁ ଇଡି ଖୋଳତାଡ଼ କରୁଛି।

ବେଆଇନ ବେଟିଂ ପ୍ଲାଟଫର୍ମ ସହିତ ଜଡିତ ଅନେକ ମାମଲାର ତଦନ୍ତ କରୁଛି । ଅନେକ ଲୋକଙ୍କ କୋଟି କୋଟି ଟଙ୍କା ଏବଂ ନିବେଶକଙ୍କୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ରହିଛି। ଗତ ମାସରେ ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କୁ ସମାନ ଏହି ମାମଲାରେ ଇଡି ପଚରାଉଚରା କରିଥିଲା। ଇଡି ଅବୈଧ ଅନଲାଇନ୍ ବେଟିଂ ପ୍ଲାଟଫର୍ମ ବିରୋଧରେ ତଦନ୍ତ କରୁଛି ଏବଂଏହିପରି ବେଟିଂ ପ୍ଲାଟଫର୍ମ ପାଇଁ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଏବଂ କ୍ରିକେଟରମାନଙ୍କ ଦ୍ୱାରା କରାଯାଉଥିବା ବିଜ୍ଞାପନ ଉପରେ ଧ୍ୟାନ ଦେଉଛି । ନିଷିଦ୍ଧ ବେଟିଂ ପ୍ଲାଟଫର୍ମ 1xBet, FairPlay, Parimatch ଏବଂ Lotus365 ପାଇଁ ବିଜ୍ଞାପନରେ ଏହି ମାମଲା ଚାଲିଛି ।

ପୁଅ ଥିବା ସତ୍ତ୍ବେ ଝିଅକୁ କାହିଁକି ଉତ୍ତରାଧିକାରୀ କରିବାକୁ ଚାହୁଁଛନ୍ତି କିମ୍ ଜୋଙ୍ଗ ?

ନନ୍ଦିଘୋଷ ବ୍ୟୁରୋ: ବେଜିଂ ଗସ୍ତରେ ଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ଝିଅ କିମ୍ ଜୁ-ଏ  ପୁଣି ଥରେ ଚର୍ଚ୍ଚାରେ । ୧୫ ବର୍ଷୀୟ କିମ୍ ଜୁ-ଏଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀଙ୍କ ଉତ୍ତରାଧିକାରୀ ବୋଲି ବିବେଚନା କରାଯାଏ। କିମ୍ ଜୁ-ଏ ଙ୍କୁ ପୂର୍ବରୁ ଅନେକ ସାର୍ବଜନୀନ କାର୍ଯ୍ୟକ୍ରମରେ ତାଙ୍କ ବାପାଙ୍କ ସହ ଦେଖାଯାଇଛି। କିମ୍ ଜୋଙ୍ଗ ଉନଙ୍କର ୩ଟି ସନ୍ତାନ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଗୋଟିଏ ପୁଅ ମଧ୍ୟ ଅଛି । କିନ୍ତୁ ପ୍ରଶ୍ନ ଉଠୁଛି ଯେ କିମ୍ ତାଙ୍କ ବଡ଼ ପୁଅକୁ ପଛରେ ପକାଇ କାହିଁକି ତାଙ୍କ ଝିଅକୁ ଆଗକୁ ବଢ଼ାଉଛନ୍ତି ?

୨୦୧୦ ମସିହାରେ ଜନ୍ମଗ୍ରହଣ କରିଥିବା କିମ୍ ଜୁ-ଏ କୌଣସି ସ୍କୁଲରେ ପାଠ ପଢ଼ି ନାହାଁନ୍ତି । କିମ୍ ଜୁ-ଏ ଘୋଡା ଚାଳନରେ ଆଗ୍ରହୀ । ସର୍ବୋଚ୍ଚ ନେତା କିମ୍ ଜୋଙ୍ଗ ଉନ ନିଜେ ତାଙ୍କ ଘୋଡା ଚାଳନାର ପ୍ରଶଂସକ ବୋଲି କୁହାଯାଏ।  କିମ୍ ଜୋଙ୍ଗ ଉନଙ୍କ ପରେ କିମ୍ ଜୁ ଏ ହେଉଛନ୍ତି ଏକମାତ୍ର ପରିବାର ସଦସ୍ୟ ଯାହାଙ୍କୁ ଅଧିକାରୀମାନେ ସମ୍ମାନଜନକ ଭାବରେ ସମ୍ବୋଧନ କରନ୍ତି । ଯେତେବେଳେକି ଉତ୍ତର କୋରିଆରେ କେବଳ ସର୍ବୋଚ୍ଚ ନେତାଙ୍କୁ ସମ୍ମାନନୀୟ କୁହାଯାଏ ।

କିମ୍ ଜୁ-ଏ ଙ୍କୁ କାହିଁକି ପ୍ରାଧାନ୍ୟ ଦିଆଯାଉଛି ? ଜାଣନ୍ତୁ କାରଣ ….

ପୁରୁଷତନ୍ତ୍ର ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ ପ୍ରୟାସ

ଉତ୍ତର କୋରିଆର ଏକଛତ୍ରବାଦୀ କିମ୍ ଜୋଙ୍ଗ ଉନଙ୍କ ପରିବାର ୧୯୪୮ ମସିହାରୁ ଦେଶକୁ ଶାସନ କରିଆସୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ସେଠାରେ ଶାସନ କରିଥିବା ସମସ୍ତ ଏକଛତ୍ରବାଦୀ ପୁରୁଷ। କିମ୍ ପରିବାର ଉପରେ ପୁରୁଷତନ୍ତ୍ରର ଅଭିଯୋଗ ଆସିଛି । ତେଣୁ ଏହି ଅଭିଯୋଗକୁ ଖଣ୍ଡନ କରିବା ପାଇଁ ୨୦୧୪ ମସିହାରେ କିମ୍ ତାଙ୍କ ଭଉଣୀଙ୍କୁ ଉତ୍ତର କୋରିଆ ରାଜନୀତିରେ ପ୍ରବେଶ କରାଇଥିଲେ। ତଥାପି ତାଙ୍କ ଭଉଣୀ ସରକାରରେ କୌଣସି ବଡ଼ ପଦବୀ ପାଇପାରିଲେ ନାହିଁ। କିମଙ୍କ ଭଉଣୀ ବର୍ତ୍ତମାନ ଦଳରେ କେବଳ ଏକ ବରିଷ୍ଠ ପଦବୀରେ ଅଛନ୍ତି  ।

କିମଙ୍କ ସନ୍ତାନ

କିମ୍ ଜୋଙ୍ଗ ଉନ୍‌ଙ୍କର ୩ଟି ସନ୍ତାନ ଅଛନ୍ତି । ଜଣେ ବଡ଼ ପୁଅ, ତା’ପରେ ଝିଅ କିମ୍ ଜୁ-ଏ ଏବଂ ତା’ପରେ ଗୋଟିଏ ସାନ ଛୁଆ । କିମ୍‌ଙ୍କ ବଡ଼ ପୁଅ ଏବଂ ସାନ ପିଲା ବିଷୟରେ ଅଧିକ ସୂଚନା ମିଳୁନାହିଁ । ସେମାନଙ୍କୁ ମଧ୍ୟ ତାଙ୍କ ବାପାଙ୍କ ସହ ଅଧିକ ଦେଖାଯାଏ ନାହିଁ। ଏହା ମଧ୍ୟ କୁହାଯାଉଛି ଯେ କିମ୍ ତାଙ୍କ ପୁଅକୁ ଆଗକୁ ରଖି ଉତ୍ତରାଧିକାରୀ ପାଇଁ ଲଢ଼େଇକୁ ତୀବ୍ର କରିବାକୁ ଚାହାଁନ୍ତି ନାହିଁ । ସେଥିପାଇଁ କିମ୍ ବହୁତ ସତର୍କତାର ସହିତ ଆଗକୁ ବଢ଼ୁଛନ୍ତି ।

ଭଉଣୀ ମଧ୍ୟ କିମ୍ ପାଇଁ ବିପଦ

ତାଙ୍କ ବ୍ୟତୀତ କିମ୍ ଙ୍କର ପରିବାରରେ କିମ୍ ୟୋ ଜୋଙ୍ଗ ନାମକ ଜଣେ ଭଉଣୀ ଅଛନ୍ତି । କିମ୍ ୟୋ ଜୋଙ୍ଗ ତାଙ୍କ ବୟାନ ଯୋଗୁଁ ଖବରର ଶିରୋନାମାରେ ରହିଆସୁଛନ୍ତି । କିମ୍ ୟୋ ଜୋଙ୍ଗଙ୍କୁ ଥରେ ତାଙ୍କ ଭାଇଙ୍କ ଉତ୍ତରାଧିକାରୀ ବୋଲି ବିବେଚନା କରାଯାଉଥିଲା କିନ୍ତୁ ଏହାପରେ ତାଙ୍କୁ କୌଣସି ସରକାରୀ ପଦବୀ ଦିଆଯାଇ ନଥିଲା । ଏବେ କିମ୍ ଯେଉଁଭଳି ଭାବରେ ତାଙ୍କ ଝିଅକୁ ପ୍ରୋତ୍ସାହିତ କରୁଛନ୍ତି ସେଥିରୁ ଜଣାପଡୁଛି ଯେ ଆଗାମୀ ସମୟରେ କିମ୍ ତାଙ୍କ ଭଉଣୀ ବଦଳରେ ତାଙ୍କ ଝିଅକୁ କିଛି ପଦବୀ ହସ୍ତାନ୍ତର କରିପାରନ୍ତି।

 

ପୁଣି ବିଭ୍ରାଟ, ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ

ପୁରୀ: ପୁଣି ଶ୍ରୀଜଗନ୍ନାଥ ମନ୍ଦିର ପରିସରରୁ ଫଟୋ ଭାଇରାଲ। ମହାରାଷ୍ଟ୍ର ଭକ୍ତ ଵୈଭବ ଦୁରେ ପାଟିଲ ଏହି ଫଟୋ ଭାଇରାଲ କରିଥିବା ଜଣାପଡିଛି। ମନ୍ଦିର ପରିସରରେ ଥିବା ଛାତ ଉପରେ ଛିଡାହୋଇ ଫଟୋ ଉଠାଇଥିବା ସୂଚନା ମିଳିଛି। ଫଟୋକୁ ସେ ଇନଷ୍ଟାଗ୍ରାମ ସାଇଚରେ ପୋଷ୍ଟ କରିଛନ୍ତି।

ତେବେ କେମିତି ଓ କିପରି ମୋବାଇଲ କିମ୍ବା କ୍ୟାମେରା ନେଇ ଶ୍ରୀମନ୍ଦିରରେ ପ୍ରବେଶ କଲେ ଯୁବକ ଜଣଙ୍କ, ତାକୁ ନେଇ ଉଠିଲା ପ୍ରଶ୍ନ । ବାରମ୍ବାର ବାରଣ ସତ୍ୱେ ଏପରି ତ୍ରୁଟି କିପରି ହେଉଛି, ତାକୁ ନେଇ ଉଠୁଛି ପ୍ରଶ୍ନ । ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି ।

ଏମ୍ସରେ ଭର୍ତ୍ତିହେଲେ ଅଭିଜିତ ମଜୁମଦାର ; ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ସୂଚନା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ଏମ୍ସରେ ଭର୍ତ୍ତିହେଲେ ବିଶିଷ୍ଟ ସଙ୍ଗୀତକାର ଅଭିଜିତ ମଜୁମଦାର। ଭେଣ୍ଟିଲେଟର ସାହାଯ୍ୟରେ ତାଙ୍କୁ କଟକରୁ ଅଣାଯାଇ ଏମସରେ ଭର୍ତ୍ତି କରାଯାଇଛି । ତାଙ୍କୁ ଟ୍ରମାକେୟାରରେ ରଖାଯାଇ ଚିକିତ୍ସା ଆରମ୍ଭ କରିଛନ୍ତି ଡାକ୍ତର । ପରେ ତାଙ୍କୁ କ୍ରିଟିକାଲ ଆଇସିୟୁକୁ ସ୍ଥାନାନ୍ତର କରାଯିବ। ତାଙ୍କ ବ୍ରେନ୍ ରେ ସୋଡ଼ିଅମ୍ କମୁଥିବା ସୂଚନା ମିଳିଛି ।

ତାଙ୍କ ସହ ଅଛନ୍ତି ପରିବାର ଓ ଓଲିଉଡ ଅଭିନେତା ବାବୁସାନ। ଧୀରେ ଧୀରେ ଅଭିଜିତ ସୁସ୍ଥ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଡାକ୍ତର। ଗୁରୁତର ଅସୁସ୍ଥ ହୋଇଥିବାରୁ ତାଙ୍କୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶରୀରରେ ସୋଡିୟମର ମାତ୍ରା କମିଯିବାରୁ ତାଙ୍କର ଚିକିତ୍ସା କରାଯାଇଥିଲା।

ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି: ୫ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ଗୁରୁବାର ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ବିଧି ଅନୁସାରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତି ମଧ୍ୟାହ୍ନ ଧୂପ ବଢିବା ପରେ କରାଯିବ । ଏହା ସହ ଆଜି ମଧ୍‍ୟ ଶ୍ରୀ ନଅରରେ କଟା ହେବ ଗଜପତି ମହାରାଜାଙ୍କ ନୂଆ ଅଙ୍କ। ମହାରାଜାଙ୍କୁ ରାଜାଭିଷେକ କରାଯାଇ ତାଙ୍କ ଶାସନର ନୂତନ ବର୍ଷକୁ ଜନସାଧାରଣଙ୍କୁ ଜଣାଇ ଦେବାର ପରମ୍ପରା ପାଳନ କରାଯିବ।

ମହାପ୍ରଭୁଙ୍କ ବାମନ ଜନ୍ମକୁ ସ୍ୱତନ୍ତ୍ର ନୀତି ଭାବେ ପାଳନ କରାଯାଇଥାଏ।  ଜୟବିଜୟ ଦ୍ୱାର ବନ୍ଦ ହୋଇ ଭିତର ଚନ୍ଦନ ଅର୍ଗଳିରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଅଙ୍କନ କରିବେ । ପରେ ତିନି ବାଡ଼ରେ ବନ୍ଦାପନା କରାଯାଇ କଳସ ବରୁଣ ପୂଜା ସମ୍ପନ୍ନ ହେବା ସହ ପତିମହାପାତ୍ର ଓ ମୁଦିରସ୍ତ ଥାଇ ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣ ଘରେ ଭୋଗ ଶେଷ ହେବା ପରେ କୃଷ୍ଣ (ବାମନ)ଙ୍କୁ ଭିତର ସିଂହାସନକୁ ବିଜେ କରାଯିବ । ମୁଦିରସ୍ତ ଶ୍ରୀଅଙ୍ଗରେ ଧଣ୍ଡିପ୍ରସାଦ ଲାଗି କରିବା ପରେ କୃଷ୍ଣଙ୍କୁ ସର୍ବତ୍ର ଭଦମଣ୍ଡଳ ଉପରେ ବିଜେ କରାଇବେ । ପରେ ଖଣ୍ଡୁଆ ଘୋଡ଼ାଇ ଜନ୍ମବିଧି ନୀତି ସମ୍ପନ୍ନ କରାଯିବ। ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅବସରରେ ପଇତା ଲାଗି ଓ ଇନ୍ଦ୍ରଧ୍ବଜା ପୂଜା ଵିଧି ମଧ୍ୟ ଅନୁଷ୍ଠିତ ହେବ ।

ଆଜି ପବିତ୍ର ସୁନିଆଁ ପର୍ବ ଅବସରରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ୧୪୩୩ ସାଲ ଓ ୬୯ଅଙ୍କ ଆରମ୍ଭ ହେବ।ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ସୁନିଆଁ ପର୍ବ ଦିନ ଗଜପତିଙ୍କ ନୂତନ ଅଙ୍କ ପ୍ରଚଳନ ର ବିଧି ରହିଥିବା ବେଳେ ଆଜି ଠାରୁ ଗଜପତି ଙ୍କ ନବବର୍ଷ ବୋଲି ପରିଗଣିତ କରାଯାଏ। ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ,ନୃସିଂହ ଆଦି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବେ ଗଜପତି ମହାରାଜ ।  ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନିତୀ ସମ୍ପାଦନ କରାଯିବ । ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବ।