spot_img
Home Blog Page 641

ଏଥର ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା

ଏଥର ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା। ପୂଜା ପେଣ୍ଡାଲ ନିକଟରୁ ହଟିବେ ବୁଲା କୁକୁର। ପୂଜାକୁ ନେଇ ବିମଏସିର ପ୍ରସ୍ତୁତି ବୈଠକରେ ନିଆଗଲା ନିଷ୍ପତ୍ତି। ବୈଠକରେ ବିଦ୍ୟୁତ ସମସ୍ୟାକୁ ନେଇ ପାଟିତୁଣ୍ଡ ଏବଂ ହୋହଲ୍ଲା। ପୂଜାରେ ପାର୍କିଂକୁ ଗୁରୁତ୍ୱ। ପାର୍କିଂ ନଥିଲେ ପଡିବନି ମିନା ବଜାର, ମିଳିବନି ରାବଣ ପୋଡି ପାଇଁ ଅନୁମତି। ପ୍ଲାଷ୍ଟିକ ମୁକ୍ତ ହେବ ପୂଜା। ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ ପୂଜା କମିଟି । ସବୁ ଭଷାଣି ସ୍ଥାନରେ ଖୋଲିବ କଣ୍ଟ୍ରୋଲରୁମ। ପୂଜା ପାଣ୍ଡଲ ଏବଂ ଭସାଣି ପୋଖରୀ ନିକଟରେ ରଖାଯିବ ଆମ୍ବୁଲାନ୍ସ। ପୂଜା ପେଣ୍ଡାଲରେ ନିଶାକୁ ନା ର ସଚେତନତା ଵାର୍ତା ବାଣ୍ଟିବ ପୋଲିସ। ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ ଗୁରୁତ୍ୱ। ରାସ୍ତା ଖରାପ ନେଇ PWD ର ବିଭାଗୀୟ ଅଧିକାରୀଙ୍କୁ କମିଶନରଙ୍କ ତାଗିଦ। ପୂଜା ପୂର୍ବରୁ ସବୁ ରାସ୍ତା ମରାମତି କାମ ସାରିବା ନେଇ ଦେଲେ ଡେଡ଼ ଲାଇନ। ରାସ୍ତା ଖାଲଖମାର ମରାମତି ନେଇ ସବୁ ୱାର୍ଡକୁ ଦିଆଯିବ ପାଞ୍ଚ ଲକ୍ଷ୍ୟ ଟଙ୍କା। ବୈଠକରେ ବିଏମସି କମିଶନର,ମେୟର,ବିଭିନ୍ନ ୱାର୍ଡର କର୍ପୋରେଟର, ସମସ୍ତ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ, ପୋଲିସ, watco, ଫାୟାର, ଏବଂ ସମସ୍ତ ବିଭାଗୀୟ ଅଧିକାରୀ ସାମିଲ ଥିଲେ।

ଚାଷୀଙ୍କୁ ଘାରିଛି ସାର ଚିନ୍ତା: ଖରିଫ ଚାଷ ପାଇଁ ମିଳୁନି ସାର 

ଚାଷୀଙ୍କୁ ଘାରିଛି ସାର ଚିନ୍ତା  । ଖରିଫ ଚାଷ ପାଇଁ ମିଳୁନି ସାର  । କେଉଁଠି ଆବଶ୍ୟକ ଠାରୁ ଚଢ଼ା ଦରରେ ସାର ମିଳୁଛି ତ କେଉଁଠି ସାର ନପାଇ ନିରାଶ ହୋଇ ଫେରୁଛନ୍ତି ଚାଷୀ  । ବୌଦ୍ଧ ଜିଲ୍ଳାରେ ସାଂଘାତିକ ସ୍ଥିତିରେ ସାର ସଙ୍କଟ  । ସାରର ଅଭାବ ଯୋଗୁଁ ମୁଣ୍ଡରେ ହାତ ଦେଲେଣି ଚାଷୀ  । ଖରିଫ ଚାଷ ପାଇଁ ଏବେ ସାର ଜରୁରୀ ହୋଇ ପଡିଛି । ବର୍ତ୍ତମାନ ଧାନଚାଷ ପାଇଁ ସାର ପକାଇବାର ଉପଯୁକ୍ତ ସମୟ । ହେଲେ ସାର ମିଳୁନଥିବାରୁ ଚାଷ ନଷ୍ଟ ହେବା ଆଶଂକା ବୃଦ୍ଧି ପାଇଲାଣି । ଜିଲ୍ଲାର କିଛିସ୍ଥାନରେ ବର୍ଷାର ଅଭାବ ଥିବା ବେଳେ ଓ ସାର ଅଭାବ ଯୋଗୁଁ ପତ୍ର ହଳଦିଆ ହେବାକୁ ବସିଲାଣି  । କିଛି ସ୍ଥାନରେ ଚଢ଼ା ଦରରେ ସାର ବିକ୍ରି ହେଉଥିବା ବେଳେ ଅନ୍ୟ କୌଣସି ଉପାୟ ନପାଇ ବାଧ୍ୟ ହୋଇ ଚଢ଼ାଦରରେ ସାର କିଣିବାକୁ ପଡୁଛି ବୋଲି କହିଛନ୍ତି ଚାଷୀ।

ଅନ୍ୟପଟେ ସାର ସଙ୍କଟ ନେଇ ବିଜେଡି ମଧ୍ୟ ସ୍ବର ଉଠାଇଛି। ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନେତୃତ୍ୱ ଏକ ଟିମ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛି। ଚାଷୀଙ୍କ ପାଇଁ ସାରର ଅଭାବ ଦୂର କରିବାକୁ ଦାବି ରଖିଛି ବିଜେଡି  । ସେପ୍ଟେମ୍ବର ପହିଲା ବେଳକୁ ସରକାରଙ୍କ ଗୋଦାମରେ ୟୁରିଆ କିମ୍ବା ଅନ୍ୟାନ୍ୟ ସାର ମିଳୁନାହିଁ  । ଯେଉଁ ସାର ୨୬୦ ରୁ ୬୫ ଟଙ୍କାରେ ମିଳିବା କଥା ତାହା ୫୦୦ରୁ ଅଧିକ ଦାମରେ କିଣି ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି । ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ଦାବି କରିଛି ବିଜେଡି l ଅନ୍ୟପଟେ ଦିନେ ଦୁଇଦିନରେ ରାଙ୍କ ଆସିବ ଓ ଚାଷୀଙ୍କୁ ସାର ମିଳିବ ବୋଲି ଫୋନ ଯୋଗେ କହିଛନ୍ତି କଣ୍ଟାମାଳ ବ୍ଲକ କୃଷି ଅଧିକାରୀ।

ମହିଳାଙ୍କୁ ସ୍ବାବଲମ୍ବୀ କରିଛି କୋଟପାଡ଼ ମିରିଗାନ କପଡ଼ା

ମହିଳାଙ୍କ ହାତରେ କଇଁଚି ଓ ସିଲେଇ ମେସିନ। ଚାଲିଛି ସିଲେଇ । ମାସ୍କ ଠାରୁ ଆରମ୍ଭ କରି ବ୍ୟାଗ, ବ୍ଲେଜର ଓ ଜ୍ୟାକେଟ, ଭଳିକି ଭଳି ଡିଜାଇନର ସାର୍ଟ । ଭ୍ୟାନିଟି ବ୍ୟାଗ ସହ ଭିନ୍ନ ଭିନ୍ନ କିଷମର ଉତ୍ପାଦ। କୋଟପାଡ଼ ମିରିଗାନ ବସ୍ତ୍ରରେ ପ୍ରସ୍ତୁତ ହେଉଛି ବର୍ଣ୍ଣିକା ବ୍ରାଣ୍ଡର ବିଭିନ୍ନ ପୋଷାକ । ଆଉ ଏସବୁ ତିଆରି କରୁଛନ୍ତି ମହିଳା । ଖୋଦ ଜୟପୁର ବ୍ଲକ ପ୍ରଶାସନ ଅଧିକରୁ ଅଧିକ ମହିଳାଙ୍କୁ ଆତ୍ମନିର୍ଭର କରିବାକୁ ପ୍ରଶିକ୍ଷଣ ଦେବାକୁ ଉଦ୍ୟମ କରିଛି । ଏବେସୁଦ୍ଧା ୧୯ ପ୍ରକାର ଭେରାଇଟିର ମିରିଗାନ ବସ୍ତ୍ରରେ ପ୍ରସ୍ତୁତ କରାଯାଉଛି ପୋଷାକ । ମିରିଗାନ ବସ୍ତ୍ରର ସିଲେଇ ପ୍ରଶିକ୍ଷଣ ସହ ନିଜେ ସିଲେଇ କରୁଛନ୍ତି ।

ବ୍ରହ୍ମପୁରର ବୋମକେଇ ପାଟ ହେଉ କି ସମ୍ବଲପୁରୀ ବସ୍ତ୍ର। ଏବେ ଧୀରେ ଧୀରେ କୋଟପାଡ଼ ମିରିଗାନ୍‌ ବସ୍ତ୍ରର ଚାହିଦା ବଢିଚାଲିଛି । ଜାତୀୟ ସ୍ତରରେ ମିରିଗାନ ବସ୍ତ୍ରର ପ୍ରମୋଟ ସହ ଚାହିଦା ବଢେଇବାକୁ ଲକ୍ଷ୍ୟ ରଖାଯାଇଛି। ବର୍ଣ୍ଣିକା ତାଲିମ କେନ୍ଦ୍ରର ଉଦଘାଟନ କରିଛନ୍ତି ଜିଲ୍ଲାପାଳ। ଯୁବତୀ ଓ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବତନ୍ତ୍ର ଭାବେ ବର୍ଣ୍ଣିକା ଗୃହ ତଥା ବର୍ଣ୍ଣିକା ସିଲେଇ ତାଲିମ ଏବଂ ଗୋଷ୍ଟୀ ଉତ୍ପାଦନ କେନ୍ଦ୍ର ଖୋଲାଯାଇଥିବା ଜୟପୁର ବ୍ଲକ ବିଡିଓ ସୂଚନା ଦେଇଛନ୍ତି। ଶାଢ଼ୀରୁ ପ୍ରସ୍ତୁତ ଆକର୍ଷୀଣ ପୋଷାକ ରପ୍ତାନୀ କରି ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ବେଦାନ୍ତ ଆଲୁମିନିୟମର ଭେଦକ୍ଷତା ତାଲିମ କେନ୍ଦ୍ର ଗ୍ରାମୀଣ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରୁଛି

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ଼ ଜିଲ୍ଲାର ବିଲେଇମୁଣ୍ଡା ଗ୍ରାମରେ ଏହାର ପ୍ରମୁଖ ଭେଦକ୍ଷତା ତାଲିମ କେନ୍ଦ୍ର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନକୁ ଆଗେଇ ନେଉଛି। ଆଜି ପର୍ଯ୍ୟନ୍ତ, ଏହି କାର୍ଯ୍ୟକ୍ରମ ଅଧୀନରେ ତାଲିମପ୍ରାପ୍ତ ୮୭ ଜଣ ଯୁବପିଢ଼ି ଭାରତର ବିଭିନ୍ନ ପ୍ରତିଷ୍ଠିତ ସଂଗଠନରେ ନିଯୁକ୍ତି ପାଇଛନ୍ତି, ଯାହା ସ୍ଥାନୀୟ ଯୁବକମାନଙ୍କୁ ଶିଳ୍ପଜନିତ ଦକ୍ଷତା ସହିତ ସ୍ଥାୟୀ ଜୀବିକା ସୃଷ୍ଟି କରିବା ପାଇଁ ବେଦାନ୍ତର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି।

ଡିସେମ୍ବର ୨୦୨୪ରେ ଆରମ୍ଭ ହୋଇଥିବା ଭେଦକ୍ଷତା ଅଭିଯାନ ସ୍କୁଲ ନେଟ୍ ଇଣ୍ଡିଆ ଲିମିଟେଡ୍, ଜାତୀୟ ଦକ୍ଷତା ବିକାଶ ନିଗମ (NSDC) ଏବଂ ଲର୍ଣ୍ଣ ନେଟ ସ୍କିଲ ଲିମିଟେଡର ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହୋଇଛି। ଏହି କେନ୍ଦ୍ର ୩ଟି ବୃତ୍ତି ନିମନ୍ତେ ମାଗଣା ତାଲିମ ପ୍ରଦାନ କରେ। ଯଥା, ସିଲାଇ ମେସିନ ପରିଚାଳନା, ବୈଦ୍ୟୁତିକ ରକ୍ଷଣାବେକ୍ଷଣ, ଖାଦ୍ୟ ଏବଂ ପାନୀୟ ସେବା। ଆଗାମୀ ୩ ବର୍ଷ ମଧ୍ୟରେ, ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଘୋଘରପାଲି, ଜାମଖାନି ଏବଂ କୁରାଲୋଇରେ ଏହାର କୋଇଲା ଖଣି ପ୍ରକଳ୍ପ ପାଖରେ ଥିବା ସମ୍ପ୍ରଦାୟର ୭୦୦ରୁ ଅଧିକ ଗ୍ରାମୀଣ ଯୁବପିଢ଼ିଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରଖିଛି। ଏ ପର୍ଯ୍ୟନ୍ତ, ୩୬ ଜଣ ସହାୟକ ବିଦ୍ୟୁତ କର୍ମଚାରୀ, ୩୧ ଜଣ ସିଲେଇ ମେସିନ୍ ଅପରେଟର ଏବଂ ୨୦ ଜଣ ଖାଦ୍ୟ ଏବଂ ପାନୀୟ  ସେବା ପରିଚାଳକଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତାର ସହ ନିଯୁକ୍ତି ଦିଆଯାଇଛି। ଗ୍ରାମୀଣ ଯୁବକମାନଙ୍କୁ ଏକ ସ୍ଥାୟୀ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଛି।

ଏହି ପ୍ରୟାସ ବିଷୟରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ଯୁବପିଢିଙ୍କ ବ୍ୟବସାୟିକ କୌଶଳ ବିକାଶ ମାଧ୍ୟମରେ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଆମ ସମ୍ପ୍ରଦାୟର ସମ୍ଭାବନାକୁ ଉନ୍ମୋଚନ କରିବା ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିକୁ ଆଗେଇ ନେବାର ପ୍ରମୁଖ କାରଣ। ଭେଦକ୍ଷତା ମାଧ୍ୟମରେ, ଆମେ ଗ୍ରାମୀଣ ଓଡ଼ିଶାର ଯୁବକମାନଙ୍କୁ ବ୍ୟବହାରିକ ଦକ୍ଷତା ସହିତ ସଜ୍ଜିତ କରୁଛୁ ଏବଂ ସେମାନଙ୍କୁ ଅର୍ଥପୂର୍ଣ୍ଣ ନିଯୁକ୍ତି ସୁଯୋଗ ସହିତ ସଂଯୋଗ କରୁଛୁ।”

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରୀୟ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି। ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା ପ୍ରତିପ୍ରତିବଦ୍ଧତାକୁ ରେଖାଙ୍କିତ କରେ। ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ଉନ୍ନତି ପ୍ରତି ସମ୍ପ୍ରଦାୟ ଅବଦାନର ଭାବନାକୁ ପ୍ରୋତ୍ସାହିତ କରେ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ଗୁଡ଼ିକ ଦୃଶ୍ଯ ସାମାଜିକ ଓ ଆର୍ଥିକ ପ୍ରଗତି ଆଡ଼କୁ ନେଇଯିବ।

ସମ୍ବଲପୁର ମହାନଗର ନିଗମ ନିର୍ବାଚନ ବାଟ ଖୋଲିଲା

ସମ୍ବଲପୁର ମହାନଗର ନିଗମ ନିର୍ବାଚନ ବାଟ ଖୋଲିଲା । 2015 ରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଧ କଲେ ହାଇକୋର୍ଟ । 6 ସପ୍ତାହ ଭିତରେ ସାନି ନିର୍ବାଚନ ବିଜ୍ଞପ୍ତି ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ l ସଂରକ୍ଷଣ ନିୟମ ଆଧାରରେ ସାନି ବିଜ୍ଞପ୍ତି ପାଇଁ ନିର୍ଦ୍ଦେଶ ଦିଆ ଯାଇଛି l 2015ରେ ୱାର୍ଡ ସଂରକ୍ଷଣ 50 ପ୍ରତିଶତ ଟପିବାରୁ ବିବାଦ ଦେଖାଦେଇଥିଲା । 12 ବର୍ଷ ପରେ ଏହି ଖୁସି ଖବର ଶୁଣି ଉତ୍ସାହିତ ସମ୍ବଲପୁରବାସୀ ।

କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା କଲେ ବିରୋଧୀ ଦଳ ନେତା

କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଓଡ଼ିଶାର ବିଶିଷ୍ଟ ସଂଗୀତଜ୍ଞ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଏମସରେ ଭର୍ତ୍ତି ହେବା ଶୁଣି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଉତ୍ତମ ସ୍ଵାସ୍ଥ୍ୟ କାମନା କରିଛନ୍ତି ବିରୋଧୀ ଦଳ ନେତା ନବୀନ  ।

ପଶ୍ଚିମବଙ୍ଗ ବିଧାନସଭାରେ ହଙ୍ଗାମା: ଟିଏମସି ଓ ବିଜେପି ବିଧାୟକଙ୍କ ମଧ୍ୟରେ ହାତାହାତି

ପଶ୍ଚିମବଙ୍ଗ ବିଧାନସଭାରେ ହଙ୍ଗାମା। ଟିଏମସି ଓ ବିଜେପି ବିଧାୟକଙ୍କ ମଧ୍ୟରେ ହାତାହାତି। ଗୃହ ମଧ୍ୟରେ ମୁହାଁମୁହିଁ ହୋଇ ଆହତ ହୋଇଛନ୍ତି ପଶ୍ଚିମବଂଗ ବିରୋଧୀ ଦଳ ମୁଖ୍ୟ ସଚେତକ ଶଙ୍କର ଘୋଷ। ବିରୋଧୀ ଦଳ ନେତା ଶୁଭେନ୍ଦୁଙ୍କ ପରେ ଏବେ ଶଙ୍କର ଘୋଷଙ୍କୁ ମଧ୍ୟ ଗୃହରୁ ନିଲମ୍ବିତ କଲେ ବାଚସ୍ପତି। ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କୁ ନିଲମ୍ବିତ କରାଯିବା ପରେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବିଜେପି ବିଧାୟକମାନେ ବିଧାନସଭା ଭିତରେ ନାରାବାଜି କରିବା ଆରମ୍ଭ କରିଦେଲେ। ପରିସ୍ଥିତି ଏତେ ବିଗିଡ଼ିଗଲା ଯେ ମାର୍ଶଲ ଏବଂ ସୁରକ୍ଷା କର୍ମୀଙ୍କୁ ଶଙ୍କର ଘୋଷଙ୍କୁ ବାହାରକୁ ଆଣିବାକୁ ପଡିଲା। ବିଜେପି ବିଧାୟକମାନେ ଘୋଷଙ୍କୁ ଘେରି ଯାଇଗଲେ। ତାଙ୍କୁ ବାହାରକୁ ଯିବାରୁ ବାରଣ କରିବାକୁ ଚେଷ୍ଟା କଲେ। ଫଳରେ ଗୃହ ଭିତରେ ଠେଲାପେଲା ହୋଇଗଲା। ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ହାତାହାତି ହୋଇଥିଲା। ଏଥିରେ ବିଜେପି ମୁଖ୍ୟ ସଚେତକ ଶଙ୍କର ଘୋଷ ଆହତ ହୋଇଥିବା ଜଣାପଡ଼ିଛି। ମାମଲା ଏତେ ବଢ଼ିଗଲା ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଧାୟକମାନଙ୍କୁ ଶାନ୍ତ କରିବାକୁ ପଡିଥିଲା। ପୂର୍ବରୁ ବିଜେପିର ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କୁ ବିଧାନସଭାରୁ ଦିନକ ଲାଗି ନିଲମ୍ବିତ କରାଯାଇଥିଲା। ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ନିଲମ୍ବିତ କରିଥିଲେ।

ସୋଲାରରେ ଚାକିରି ଦେବାକୁ କହି ଶତାଧିକ ଯୁବକ ଯୁବତୀଙ୍କୁ ଠକେଇ

ସୋଲାରରେ ଚାକିରି ଦେବାକୁ କହି ଶତାଧିକ ଯୁବକ ଯୁବତୀଙ୍କୁ ଠକେଇ । ଢେଙ୍କାନାଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଏକ ଏନଜିଓ ସଂସ୍ଥାର ଜଣେ କର୍ମଚାରୀ ୩୬ ପଞ୍ଚାୟତର ଶତାଧିକ ଯୁବକ ଯୁବତୀଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ଠକେଇର ଶିକାର ଯୁବକ ଯୁବତୀ ରାସୋଳ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ରାସୋଳ ଥାନା ନୂଆପାଟଣା ଗାଁର ରାଜା ହରିଶଙ୍କର ବାରିକ ନାମକ ଜଣେ ଯୁବକ ସୋଲାର କାମରେ ନିଯୁକ୍ତି ସହ ମୋଟା ଅଙ୍କର ଦରମା ମିଳିବା ଆଶା ଦଖାଇ ମାସ ମାସ ଧରି ଠକେଇ କରିଥିବା ଅଭିଯୋଗ ହୋଇଛି । ଶତାଧିକ ଯୁକକ ଯୁବତୀ ତାଙ୍କ ଜାଲରେ ଫସି ଟଙ୍କା ଦେଇ ହତାଶ ହୋଇପଡିଛନ୍ତି । ବାରମ୍ବାର ପଇସା ମାଗିବା ପରେ ମହିଳା ଏବଂ ଯୁବତୀ ମାନଙ୍କୁ ବିଭିନ୍ନ ଅଶାଳୀନ ବ୍ୟବହାର ପ୍ରର୍ଦଶାନ କରିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ପୋଲିସ ଯଦି ଏମାନଙ୍କୁ ସାହାଯ୍ୟ ନକରେ ତେବେ ସେମାନେ ଜିଲ୍ଲାପାଳ ଏବଂ ଏସପିଙ୍କୁ ଭେଟିବା ପରେ ଦୃଢ଼ ପଦକକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

ପୂଜା ଆସିଲା ଲୁଟେରା ମାତିଲେ: ପୁଣି ଆପାର୍ଟମେଣ୍ଟରେ ପଶି ଲୁଟେରା ବୁଲାଇଲେ କଳାକନା

ପୂଜା ଆସିଲା ଲୁଟେରା ମାତିଲେ । ଚନ୍ଦକା ଅଞ୍ଚଳରୁ ସିରିଜ ଲୁଟ । ପୁଣି ଆପାର୍ଟମେଣ୍ଟରେ ପଶି ଲୁଟେରା ବୁଲାଇଲେ କଳାକନା । ନନ୍ଦିଘୋଷ ଟିଭି ହାତରେ ଲାଗିଛି exclusive ଭିଜୁଆଲ ଓ ସିସିଟିଭି ଫୁଟେଜ । ଏକାଧିକ ଫ୍ଲାଟରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଓ ମୂଲ୍ୟବାନ୍ ସାମଗ୍ରୀ । ଲୁଟ ପରେ ଆପାର୍ଟମେଣ୍ଟ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ସିସିଟିଭିରେ କଏଦ ହେଲା ଲୁଟେରାଙ୍କ କାରନାମା । ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଥାନା ଅଞ୍ଚଳରେ ୨ଟି ଆପାର୍ଟମେଣ୍ଟରେ ଲୁଟେରା ପାଖାପାଖି ୬ଟି ଫ୍ଲାଟରୁ ଲୁଟପାଟ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ବର୍ଷା ପରେ ରାସ୍ତାରେ ଜମିଥିବା କାଦୁଅରେ ଚାଲୁଛନ୍ତି କି ? ହୋଇପାରେ ଏହିସବୁ ଭୟଙ୍କର ରୋଗ

ସାଧାରଣ ଭାବେ ବର୍ଷା ପରେ ରାସ୍ତାରେ କାଦୁଅ ଜମି ରହିଥାଏ । ଆଉ ଏହି କାଦୁଅରେ ବୁଲିବାକୁ ଛୋଟ ଛୋଟ ପିଲାମାନେ ଭଲ ପାଆନ୍ତି । ବର୍ଷା ପରେ ଚାରିଆରେ ପାଣି, କାଦୁଆରେ ଭର୍ତ୍ତି ହୋଇଥିବାରୁ ଲୋକମାନେ ବାଧ୍ୟ ହୋଇ ସେହି ରାସ୍ତାରେ ଯିବାଆସିବା କରିଥାନ୍ତି । ତେବେ ଆପଣମାନେ ଜାଣନ୍ତି କି, ଏହା ଆପଣଙ୍କ ପାଇଁ ଏକ ବଡ଼ ବିପଦ ନେଇ ଆସିପାରେ । କାଦୁଅରେ ଚାଲିବା ଫଳରେ ଆପଣ କିଛି ରୋଗର ଶିକାର ହୋଇ ପାରନ୍ତି । ବିଶେଷ କରି ଘା’, କ୍ଷତ ଚିହ୍ନ ଥିବା ବ୍ୟକ୍ତିଙ୍କ ପାଇଁ ଏହା ବିପଦପୂର୍ଣ୍ଣ ହୋଇପାରେ । କାରଣ ମାଟିରେ ରହିଥିବା ବ୍ୟାକ୍ଟେରିଆ ଓ କୀଟାଣୁ ଘା’ ମାଧ୍ୟମରେ ଆପଣ୍କ ଶରୀରରେ ପ୍ରବେଶ କରିପାରନ୍ତି । ଫଳରେ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ ।

କାଦୁଆରେ ରହିଥିବା Staphylococcus ଓ Streptococcus ପରି ବ୍ୟାକ୍ଟେରିଆ ଚର୍ମର କ୍ଷତ ଚିହ୍ନ ଦେଇ ଶରୀରରେ ପ୍ରବେଶ କରିପାରନ୍ତି । ତାହା ସଂକ୍ରମଣ କାରଣ ହୋଇପାରେ । କାଦୁଅରେ ରହିଥିବା ବ୍ୟାକ୍ଟେରିଆ ଓ ପରଜୀବୀ ଯେପରିକି E. coli T Salmonella ପେଟରେ ସଂକ୍ରମଣର କାରଣ ସାଜିଥାନ୍ତି । ଫଳରେ ଡାଇରିଆ, ବାନ୍ତି, ଜ୍ବର ହୋଇପାରେ । କାଦୁଅରେ ରହିଥିବା ବ୍ୟାକ୍ଟେରିଆ ସଂପର୍କରେ ଆସି ଏକ ଗମ୍ଭୀର ବ୍ୟାକ୍ଟୀରିୟଲ ସଂକ୍ରମଣ ହୋଇପାରେ । ବୁଖାର, ମାଂସପେଶୀରେ ଯନ୍ତ୍ରଣା ଏହାର ଲକ୍ଷଣ ଅଟେ । ତେଣୁ କାଦୁଅ ପାଣି ସଂପର୍କରେ ଆସିବା ପରେ ହାତ, ଗୋଡ଼କୁ ସାବୁନ ଓ ପାଣିରେ ଭଲରେ ଧୁଅନ୍ତୁ । ଯଦି ତ୍ବଜାରେ କ୍ଷତ ଚିହ୍ନ ରହିଥାଏ, ତେବେ ମେଡିକାଲ ସହାୟତା ନିଅନ୍ତୁ ।