ଜାନୁଆରୀରୁ ଭାରତରେ ଆରମ୍ଭ ହୋଇପାରେ କରୋନା ଟିକାକରଣ

1 min read

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀରୁ ଭାରତରେ କରୋନା ଟିକାକରଣ ଆରମ୍ଭ ହୋଇପାରେ ବୋଲି ପ୍ରକାଶ କରିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସିଇଓ ଆଦର୍ଶ ପୁନାୱାଲା ।

ତାଙ୍କ କହିବାନୁଯାୟୀ ଚଳିତ ମାସ ଶେଷ ସୁଦ୍ଧା ତାଙ୍କ କମ୍ପାନୀ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିପାରିବ। ଆଉ ଅକ୍ଟୋବର ସୁଦ୍ଧା ସମସ୍ତ ଦେଶବାସୀ ଏହି ଟିକା ପାଇପାରିବେ।

ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର୍ଶ ପୁନାୱାଲା କହିଛନ୍ତି ଯେ ୨୦୨୧ ଅକ୍ଟୋବର ସୁଦ୍ଧା ଭାରତରେ ସମସ୍ତେ ଟିକାକରଣ ପାଇବେ ବୋଲି ଆମେ ଆଶା କରୁଛୁ । ଯାହା ପରେ ସାଧାରଣ ଜୀବନ ପୁନଶ୍ଚ ଆରମ୍ଭ ହୋଇପାରିବ।

ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁ ଦିନ ଭାରତର ଜନସଂଖ୍ୟାର ୨୦ ପ୍ରତିଶତ ଲୋକଙ୍କୁ କରୋନାଭାଇରସ୍  ଟିକା ପ୍ରଦାନ କରାଯିବ ସେତେବେଳେ ଆତ୍ମବିଶ୍ୱାସ ପୁନର୍ଜୀବିତ ହେବ । ଆସନ୍ତା ବର୍ଷ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ସର୍ବସାଧାରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ହେବ ।

ତେବେ ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କରି କରୋନା ଟିକା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହି ଅବସରରେ ପୁନାୱାଲା କହିଥିଲେ ଯେ ଆଷ୍ଟ୍ରା ଜେନେଙ୍କା ଟିକାକୁ ସର୍ବପ୍ରଥମେ ଭାରତରେ ଦେବା ଲାଗି ତାଙ୍କ କମ୍ପାନୀର ଫୋକସ୍ ରହିଛି । ଯାହା ପରେ ଅନ୍ୟଦେଶକୁ ଯୋଗାଣ କରାଯିବ ।

Leave a Reply