ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣ ବେହେରାଙ୍କ ସମେତ ୨ ସିକ୍ୟୁରିଟି ଗାର୍ଡ ସାମଲ ଓ ବିଜୟ ରାଉତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ  । ଗତକାଲି ରାତିରେ ପୁରୀ ଗୋପ ଅଞ୍ଚଳରୁ ଅନିରୁଦ୍ଧଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ  । ମାମଲାରେ ୧୬ ତାରିଖ ସୁଦ୍ଧା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ  । ଏପରିକି ମାମଲାରେ ପୋଲିସର ଶିଥିଳ ତଦନ୍ତ ନେଇ ମଧ୍ୟ ଭତ୍ସନା କରିଥିଲେ କୋର୍ଟ  । ପୋଲିସ ଡିଜି ଅଭୟ ହାଇକୋର୍ଟଙ୍କ ଆଗରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବା ସହ  ଅତିରିକ୍ତ ଡିଜି ମାମଲାର ଅଗ୍ରଗତି ନେଇ ଜଉମୁଦ ଲଫାପାରେ ସତ୍ୟପାଠ ଦାଖଲ କରିଥିଲେ  ।  ତେବେ ଅବଧି ସରିବା ପୂର୍ବରୁ ୪ ଅଭିଯୁକ୍ତଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ  । ଅକ୍ଟୋବର ୬ ତାରିଖ ଠାରୁ ଏହି ମାମଲା ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା  । ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କ୍ରାଇମବ୍ରାଞ୍ଚ ଏହି ତଦନ୍ତ ପାଇଁ ଅଧିକ ଦିନ ସମୟ ଦେବାକୁ ସତ୍ୟପାଠରେ ପ୍ରାର୍ଥନା କରିଥିଲା। ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ, କ୍ରାଇମବ୍ରାଞ୍ଚର ଜଣେ ଏସପିଙ୍କୁ ତଦନ୍ତଭାର ଦିଆଯାଇଛି ଓ ୪ ଜଣ ଇନ୍ସପେକ୍ଟର ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି । ଅଭିଯୁକ୍ତ ମାନଙ୍କୁ ପଚରାଉଚାରା କରାଯାଇଛି ଏବଂ ବୟାନ ମଧ୍ୟ ରେକର୍ଡ ହୋଇଛି। ସେମାନଙ୍କ ପଲିଗ୍ରାଫ୍ପରୀକ୍ଷା ମଧ୍ୟ ହୋଇଛି । ଗତ ମାର୍ଚ୍ଚ, ଏପ୍ରିଲ ମାସ ମଧ୍ୟରେ ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ଜଣେ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ମାଆ ପୂର୍ବତନ ଓଟିଭି କର୍ମଚାରୀ । ଗଣଦୁଷ୍କର୍ମ ଘଟଣାରେ ୪ଜଣ ଓଟିଭି କର୍ମଚାରୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ଅଗଷ୍ଟ ୩୦ରେ ଏନେଇ ଲିଖିତ ଏତଲା ଦେଇଥିଲେ ପୀଡ଼ିତାଙ୍କ ମାଆ ।

Leave a Reply