ଆମେରିକାରେ ଆଜିଠୁ ଟିକାକରଣ; ପ୍ରଥମ ଦିନରେ ୧୪୫ ସ୍ଥାନରେ ଟିକା ବିତରଣ

Serum Institute Vaccine Covishield Gets DCGI Approvals

ଓ୍ୱାଶିଂଟନ୍: ଆମେରିକାରେ ଆଜିଠାରୁ ଟିକାକରଣ ଆରମ୍ଭ ହେଉଛି । ଆମେରିକୀୟ କମ୍ପାନୀ ଫାଇଜର ଓ ଜର୍ମାନୀ କମ୍ପାନୀ ବାୟୋଏନଟେକ୍ ଦ୍ୱାରା ବିକଶିତ ଟିକା ପ୍ରଦାନ କରାଯାଉଛି।

ସୂଚନା ମୁତାବକ ଆଜି ପ୍ରଥମ ଦିନରେ ଦେଶର ୧୪୫ ସ୍ଥାନରେ ଟିକା ବିତରଣ ହେବାକୁ ଥିବାବେଳେ ମଙ୍ଗଳବାର ୪୨୫ ସ୍ଥାନରେ ଦିଆଯିବ । ସେହିପରି ବୁଧବାର ଦିନ ୬୬ଟି ସ୍ଥାନରେ ଟିକା ପ୍ରଦାନ କରାଯିବ । ଟିକାର ସମସ୍ତ କ୍ଲିନିକାଲ ଟ୍ରାଏଲ ପରେ ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ପକ୍ଷରୁ ଟିକା ବ୍ୟବହାର ଅନୁମତି ଦିଆଯାଇଥିଲା ।

ପୂର୍ବ ଘୋଷଣା ଅନୁସାରେ ଆବଶ୍ୟକତା ଅନୁଯାୟୀ ଟିକା ବିତରଣ ନେଇ ସମସ୍ତ ବ୍ୟବସ୍ଥା କରିଛନ୍ତି ଆମେରିକା ସରକାର । ପୂର୍ବରୁ ବ୍ରିଟେନରେ ମଧ୍ୟ ଫାଇଜର ଟିକାର ବ୍ୟବହାର ହୋଇସାରିଛି ।

ତେବେ ଏହି ଟିକା କରୋନା ରୋଗୀଙ୍କ କ୍ଷେତ୍ରରେ ୯୫ ପ୍ରତିଶତ ପ୍ରଭାବଶାଳୀ ହେଉଥବା ନେଇ ଦାବି କରାଯାଇଥିଲା । ଏଥିସହିତ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ କ୍ଷେତ୍ରରେ ଫାଇଜର ଟିକା ଫଳପ୍ରଦ ହେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Leave a Reply