spot_img
Home Blog Page 6414

IPL 2020: ତେଓ୍ୱାତିଆଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଭୟଭୀତ ହୋଇଯାଇଥିଲେ ଯୁବରାଜ, ଟ୍ୱିଟ୍ କରି ଜଣାଇଲେ ଧନ୍ୟବାଦ

0

ଦୁବାଇ: ସାରଜା କ୍ରିକେଟ୍ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ରନ୍‌ର ବର୍ଷା ହୋଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କିଙ୍ଗସ୍ ଇଲେଭେନ୍ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୨୨୩/୨  ରନ୍ କରିଥିଲା । ଏତେ ବଡ଼ ରନ୍ କରିବା ପରେ କେବେ ପଞ୍ଜାବ ଭାବି ବି ନଥିବ ତାକୁ ପରାଜୟ ବରଣ କରିବାକୁ ପଡ଼ିପାରେ । ସାରଜାର ଛୋଟ ଗ୍ରାଉଣ୍ଡରେ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ଛୋଟ ବାଉଣ୍ଡି ହୋଇଥିବାରୁ ବ୍ୟାଟ୍ସମ୍ୟାନ୍ ଏହାର ଭରପୂର ଫାଇଦା ଉଠାଇଥିଲେ । ୨୭ ବର୍ଷୀୟ ରାହୁଲ ତେଓ୍ୱାତିଆଙ୍କୁ କିଛି ଚିନ୍ତା କରି କ୍ୟାପଟେନ୍ ସ୍ମିଥ୍ ୪ର୍ଥ ନମ୍ୱରରେ ବ୍ୟାଟିଂ ପାଇଁ ପଠେଇଥିଲେ । ଟିକେ ବିଳମ୍ୱରରେ ହେଲେ ମଧ୍ୟ ସେ ନିଜ କୌଶଳ ଦେଖାଇଥିଲେ । ଏବଂ ଗୋଟିଏ ଓଭରରେ ୫ ଛକା ଲଗାଇଥିଲେ । ଯାହା ୨୨୪ ଭଳି ଏକ ବିଶାଳ ଟାର୍ଗେଟକୁ ହାସଲ କରିବାରେ ସହାୟକ ହୋଇଥିଲା ।

            ତେଓ୍ୱାତିଆ ପ୍ରଥମ ୨୩ ବଲରେ ମାତ୍ର ୧୭ ରନ୍ କରି ଖେଳ ଜାରି ରଖିଥିଲେ । କିନ୍ତୁ ୧୮ ନମ୍ୱର ଓଭରରେ ସେ ପଞ୍ଜାବ ପାଖରୁ ଏକ ପ୍ରକାର ମ୍ୟାଚ୍‌ ଛଡ଼ାଇ ଆଣିଥିଲେ । ସେହି ଓଭରରେ ତାଙ୍କ ଦ୍ୱାରା ମରାଯାଇଥିବା ୫ଟି ଛକା (୬,୬,୬,୬,୦,୬) ରାଜସ୍ଥାନ ରାୟାଲ୍ସ ମନରେ ଆଶା ସଂଚାର କରିଥିଲା ।

            ଆଉ ଏହି ମ୍ୟାଚ୍ ଦେଖୁଥିବା ଟିମ୍ ଇଣ୍ଡିଆର ପୂର୍ବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ତେଓ୍ୱାତିଆଙ୍କ ଏଭଳି ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେଓ୍ୱାତିଆ ଲଗାତାର ୪ଟି ଛକା ମାରିବା ପରେ ପଞ୍ଚମ ବଲଟି ମିସ୍ କରିଦେଇଥିଲେ । ଏହା ପରେ ଟ୍ୱିଟ୍ କରିଥିଲେ ଯୁବରାଜ ସିଂହ । ଲେଖିଥିଲେ ମିଷ୍ଟର ରାହୁଲ ତେଓ୍ୱାତିଆ.. ନା ଭାଇ ନା । ଗୋଟିଏ ବଲ୍ ମିସ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ । ସୂଚନା ଯୋଗ୍ୟ ଯେ, ୧୩ ବର୍ଷ ପୂର୍ବେ ଯୁବରାଜ ସିଂହ ୬ଟି ବଲରେ ୫ଟି ଛକା ମାରିଥିଲେ । ତେବେ ତାଙ୍କର ରେକର୍ଡ ଭାଙ୍ଗିନଥିବାରୁ ବା ସମକକ୍ଷ ହୋଇନଥିବାରୁ ସେ ଏଭଳି ଟ୍ୱିଟ୍ କରିଥାଇପାରନ୍ତି ।

ଆମେରିକାରେ ଟିକ୍‌-ଟକ୍ ବନ୍ଦ ହେବନାହିଁ: ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ଫେଡରାଲ୍ କୋର୍ଟ

ନୂଆଦିଲ୍ଲୀ: ଆମେରିକାରେ ବନ୍ଦ ହେବ ନାହିଁ ଚାଇନିଜ୍ ଭିଡିଓ ସେୟାରିଂ ଆପ୍ ଟିକ୍-ଟକ୍ । ଏ ନେଇ ଆମେରିକାର ଫେଡରାଲ୍ କୋର୍ଟ ରାୟ ଶୁଣାଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଟିକ୍-ଟକ୍ ବନ୍ଦ କରାଯିବା ନେଇ ନିର୍ଦ୍ଦେଶ ଜାରି କରିଥିଲେ । ଯାହା ବିରୋଧରେ କୋର୍ଟର ଆଶ୍ରୟ ନେଇଥିଲା କମ୍ପାନୀ ।  ଆଉ ଏହି ମାମଲା ଶୁଣାଣି ଆମେରିକୀୟ ଫେଡରାଲ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଆମେରିକାରେ ଡାଟା ସୁରକ୍ଷା ନେଇ ଉଦ୍‌ବେଗ ପ୍ରକାଶ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିବନ୍ଧକ ଆଦେଶ ଦେଇଥିଲେ ।

TikTok says it's suing US over ban, is no security threat | Technology News,The Indian Express

ଆମେରିକାରେ ଡାଟା ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରି ରାଷ୍ଟ୍ରପତି ପ୍ରତିବନ୍ଧକ ଲଗାଇବା ପାଇଁ ଆଦେଶ ଦେଇଥିଲେ। ଏହା ପରେ, ଆମେରିକାର ଅନେକ କମ୍ପାନୀ  ଟିକ୍-ଟକ୍ କିଣିବା ଦିଗରେ କାମ ଆରମ୍ଭ କରିଥିଲେ । ଯଦି ନିର୍ଦ୍ଦାରିତ ସମୟ ମଧ୍ୟରେ କୌଣସି ଆମେରିକୀୟ କମ୍ପାନୀ ଟିକ୍‌ଟକ୍ କିଣିନିଅନ୍ତି ତା’ ହେଲେ  ପ୍ରତିବନ୍ଧକ ଲାଗୁ କରାଯାଇନଥାନ୍ତା । ସେପ୍ଟେମ୍ୱର ୨୮ରେ ଆମେରିକା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମୟ ଅବଧି ଶେଷ ହେଉଥିବା ବେଳେ ଗୋଟେ ଦିନ ପୂର୍ବରୁ ଟକ୍‌ ଟକ୍ ବ୍ୟାନ୍ ଉପରେ ରୋକ ଲଗାଇଛନ୍ତି ଫେଡରାଲ୍ କୋର୍ଟ । କୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ଆମେରିକାରେ ଲୋକେ ଟିକ୍-ଟକ୍ ଡାଉନଲୋଡ କରି ବ୍ୟବହାର କରିପାରିବେ । କୋର୍ଟ ପକ୍ଷରୁ ଆହୁରୀ କୁହାଯାଇଛି ଯେ, ଆପ୍ କିଣିବା ନେଇ କମ୍ପାନୀ ଗୁଡ଼ିକ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ କେମିତି ଆପ୍ ଉପରେ ପ୍ରତିବନ୍ଧକ ଳଗାଯାଇପାରିବ? ଏହି ସବୁ ଦିଗକୁ ଧ୍ୟାନରେ ରଖି ଆପ୍ ଉପରେ ପ୍ରତିବନ୍ଧକ ନଲଗାଯିବାକୁ କୋର୍ଟ ପକ୍ଷରୁ ରାୟ ଶୁଣାଯାଇଛି ।

ଲୋନ ମୋରାଟୋରିୟମ ମାମଲା : ୫ ଅକ୍ଟୋବରରେ ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟକୁ ସମୟ ମାଗିଲେ ସରକାର

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଷ୍ୟରେ ବାପାମା’ଙ୍କ ଦାବିପତ୍ର

ଭୁବନେଶ୍ୱର: ବାପା ମାଆଙ୍କ କୋହଭରା ଆଖି । ମନରୁ ଲିଭୁନି ପୁଅର ମୁହଁ । ପୁଅକୁ ନ୍ୟାୟ ଦେବାକୁ ସବୁ ପ୍ରକାର ପ୍ରୟାସ ଚଳାଇଛନ୍ତି ଆଦିତ୍ୟଙ୍କ ବାପା ମାଆ ।ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି । ତେଣୁ ଆଜି ଆଦିତ୍ୟଙ୍କ ବାପା ମା’ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଦିତ୍ୟ ଦାଶ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଏହି ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଏହାକୁ ବୌଦ୍ଧର କିଛି ଜନସାଧାରଣ ସମର୍ଥନ ମଧ୍ୟ କରିଛନ୍ତି ।

କେବଳ ସେତି ନୁହେଁ ଆଦିତ୍ୟଙ୍କୁ ନ୍ୟାୟ ଦାବିରେ ସମର୍ଥକମାନେ ଶୋଭାଯାତ୍ରାରେ ଆସି ନାରାବାଜି ମଧ୍ୟ କରିଛନ୍ତି  । ପୂର୍ବରୁ ଆଦିତ୍ୟଙ୍କ ବାପା ମା’ ହାଇକୋର୍ଟରେ ସିବିଆଇ ତଦନ୍ତ ଦାବି କରି ଆବେଦନ କରିସାରିଛନ୍ତି  । କ୍ରାଇମବ୍ରାଞ୍ଚ ପୂର୍ବରୁ ଆଦିତ୍ୟଙ୍କ ପୂର୍ବତନ ବାନ୍ଧିବୀ ଚିନ୍ମୟୀ ମହାପାତ୍ରଙ୍କୁ ଜେରା କରିଥିଲା  ।

ଲୋନ ମୋରାଟୋରିୟମ ମାମଲା : ୫ ଅକ୍ଟୋବରରେ ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟକୁ ସମୟ ମାଗିଲେ ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସୋମବାରକୁ ଲୋନ ମୋରେଟୋରିୟମ ମାମଲାର ଶୁଣାଣିକୁ ୫ ଅକ୍ଟୋବରକୁ ଟାଳି ଦିଆଯାଇଛି । କେନ୍ଦ୍ର ସରକାର ସୋମବାର ଦିନ ଶୁଣାଣି ସମୟରେ କୋର୍ଟକୁ ସମୟ ମାଗିଛନ୍ତି । ଏହି ମାମଲାରେ RBI ସହିତ ଆଲୋଚନା କରୁଛନ୍ତି ଏବଂ ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର । ତେଣୁ କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ କିଛି ସମୟର ଆବଶ୍ୟକତା ରହିଛି ବୋଲି ମଧ୍ୟ କେନ୍ଦ୍ର ସରକାର କହିଛନ୍ତି । ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରୁଛନ୍ତି । କୋର୍ଟ କେନ୍ଦ୍ର ସରକାର ଆଫିଡେବିଟ ରଖିବା ପାଇଁ କେନ୍ଦ୍ରକୁ ୧ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେଇଛନ୍ତି ।

ସଲିସିଟର ଜେନେରାଲ ତୁଷାର ମେହତା କୋର୍ଟକୁ ସମୟ ମାଗି କହିଛନ୍ତି କି, ଏହା ଏକ ଜଟିଳ ମାମଲା ଏବଂ କେତେକ ଆର୍ଥିକ ସମସ୍ୟା ସାମ୍ନାକୁ ଆସୁଛି । ଏହାକୁ ନେଇ RBI ସହିତ ଆଲୋଚନା କରୁଥିବା ସେ  ଉଲ୍ଲେଖ କରିଛନ୍ତି ।


ଏହା ପୂର୍ବରୁ ୧୦ ସେପ୍ଟେମ୍ବରକୁ ସୁପ୍ରିମକୋର୍ଟ କହିଥିଲେ କି ମାମଲାକୁ ବାରମ୍ବାର ଟାଳି ଦିଆଯାଇଛି । କିନ୍ତୁ ଏବେ ଦୁଇ ସପ୍ତାହର ସମୟ ଦିଆଯାଇଛି । ତେବେ ଏହିଥର ମଜବୁତ ଯୋଜନା ସହିତ କୋର୍ଟରେ ପହଞ୍ଚିବା ପାଇଁ କୁହାଯାଇଛି । ଏହି ମୋରାଟୋରିୟମର ବ୍ୟବସ୍ଥା ଅନୁସାରେ ଯେଉଁ ବ୍ୟକ୍ତି EMI ଦେଇ ପାରିବେ ନାହିଁ, ତାଙ୍କ ନିକଟରେ EMI ସ୍ଥଗିତ କରିବା ପାଇଁ ବିକଳ୍ପ ହେବ । କିନ୍ତୁ ଏହାଦ୍ୱାରା ଲୋକଙ୍କୁ କୌଣସି ପ୍ରକାରର ଲାଭ ମିଳୁନଥିବା ପିଟିସନରେ ଉଲ୍ଲେଖ ରହିଛି । କାରଣ ଯେଉଁମାନେ EMI ସ୍ଥଗିତ ରଖୁଛନ୍ତି, ସେମାନଙ୍କୁ ଏହି ସମୟ ମଧ୍ୟରେ ସୁଧ ଦେବାକୁ ପଡ଼ୁଛି ।

ସରକାରଙ୍କ କହିବା ଅନୁସାରେ ଉକ୍ତ ସମୟର ସୁଧକୁ ସ୍ଥଗିତ କରି ରଖିବା ଦ୍ୱାରା ବ୍ୟାଙ୍କକୁ କ୍ଷତି ସହିବାକୁ ପଡ଼ିବ । ଏହା ସହିତ ଯେଉଁମାନେ ଚକ୍ରବୁଦ୍ଧି ସୁଦ୍ଧ ଦେଇ ସାରିଛନ୍ତି ସେମାନଙ୍କୁ କ୍ଷତି ସହିବାକୁ ପଡ଼ିବ । ସରକାର ଏବଂ RBI ତରଫରୁ ଦଲିଲ ପୈଠ କରି ୧୦ ସେପ୍ଟେମ୍ବର ଦିନ ତୁଷାର ମେହତା କୋର୍ଟରେ କହିଥିଲେ କି ସୁଧ ଛାଡ଼ ହୋଇପାରିବ ନାହିଁ, କିନ୍ତୁ ସମସ୍ୟାର ଚାପ ସାମାନ୍ୟ କୋହଳ ହୋଇଯିବ । ତେବେ ବ୍ୟାଙ୍କିଙ୍କ ସେକ୍ଟର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ । ତେଣୁ ଏହାକୁ ଦୁର୍ବଳ କଲାଭଳି କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ । ତେବେ ମୋରେଟୋରିୟମର ଲକ୍ଷ୍ୟ ନୁହେଁ ସୁଧ ଛାଡ଼ କରିବା ବୋଲି ତୁଷାର ମେହତା କହିଛନ୍ତି ।

ଲୋନ ମୋରେଟୋରିୟମର ଅବଧି ଶେଷ ହୋଇ ଯାଇଛି । ଏହି ମଧ୍ୟରୁ ଲୋକଙ୍କ ନିକଟକୁ EMI ସୁଜିବା ପାଇଁ ଫୋନ କଲ୍ସ ଏବଂ ଇମେଲ ଆସିବା ଆରମ୍ଭ ହୋଇଗଲାଣି । ତେବେ ହୁଏତ ବ୍ୟାଙ୍କ ଲୋନ ଆକାଉଣ୍ଟକୁ ନନ ପର୍ଫମିଙ୍ଗ ଆସେଟ ଘୋଷଣା କରିଦିଆଯିବାର ଚିନ୍ତା ଲୋକଙ୍କୁ ଘାରିଲାଣି । ତେବେ  ଏଥିପାଇଁ ସରକାରଙ୍କ ତରଫରୁ ମଜବୁତ ଯୋଜନା  କୋର୍ଟରେ ପୈଠ କରିବାକୁ ପଡ଼ିବ ।

ପ୍ରକାଶ ପାଇଲା ଯୁକ୍ତ ୩ ଆଡ୍‌ମିଶନ ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୩ ଆଡ୍‌ମିଶନ ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ଚଳିତବର୍ଷ ନାମ ଲେଖାଇବା ପାଇଁ ଆବେଦନ କରିଛନ୍ତି ୨ ଲକ୍ଷ ୧୩ ହଜାର ୯୫୯ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୫୮ ହଜାର ୫୪୦ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କଳାରେ ନାମ ଲେଖାଇବେ ୯୫ ହଜାର ୬୪୯ । ସେଲ୍‌ଫ ଫାଇନାନ୍‌ସିଂ କୋର୍ସରେ ୧ ହଜାର ୮୧, ବାଣିଜ୍ୟରେ ୧୬ ହଜାର ୬୮୨, ସଂସ୍କୃତରେ ୩ ହଜାର ୮୧୮, ଫିଜିକ୍ସରେ ୨୩ ହଜାର ୮୧୭ ଓ ବାୟୋଲୋଜିରେ ୪୯୩ ଜଣ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି ।

କଳା ଭୂଗୋଳ ବିଭାଗରେ ୯୩ ପ୍ରତିଶତ କଟ ଅଫ ମାର୍କ ସହ ଆଗରେ ରହିଛି ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ । ଫିଜିକାଲ୍ ସାଇନ୍ସର ଗଣିତ ବିଭାଗରେ ୯୫ ଦଶମିକ ୩ ପ୍ରତିଶତ ସହ ଆଗରେ ରହିଛି ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ । ବାୟୋଲୋଜି ସାଇନ୍ସର ପ୍ରାଣୀ ବିଜ୍ଞାନରେ ୯୫ ଦଶମିକ ୫ ପ୍ରତିଶତ ସହ ବିଜେବି କଲେଜ ୧ ନମ୍ବରରେ ରହିଛି ।

ବାଣିଜ୍ୟରେ ମଧ୍ୟ ୯୮ଦଶମିକ ୬୭ ପ୍ରତିଶତ ସହ ବିଜେବି କଲେଜ ଆଗରେ ରହିଛି । ମୋଟ ୧ହଜାର ୨୯ଟି  ଶିକ୍ଷାନୁଷ୍ଠାନରେ ନାମଲେଖା ହେବ।  ଆସନ୍ତା ୧ ତାରିଖ ସୁଦ୍ଧା ଅନଲାଇନ୍‌ରେ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ । ଆସନ୍ତାକାଲି ୨୯ ତାରିଖରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇବ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ।

ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ କଳ୍ପତରୁ ବହିଷ୍କୃତ: ବିଶୃଙ୍ଖଳାକୁ ବରଦାସ୍ତ କରିବନି ଦଳ: ବ୍ୟୋମକେଶ

ଭୁବନେଶ୍ୱର: ବିଜୁ ଜନତା ଦଳରୁ କଳ୍ପତରୁ ଓଝା ବହିଷ୍କୃତ । ଦଳରୁ ବହିଷ୍କାର କଲେ  ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି  ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । କଳ୍ପତରୁ ଗତ କିଛି ଦିନ ତଳେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ ।

ଅପରପକ୍ଷରେ କଳ୍ପତରୁଙ୍କ ବହିଷ୍କାର ନେଇ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ତାଙ୍କୁ ବହିଷ୍କାର କରିବାକୁ ଗତକାଲି ଠାରୁ ସୁପାରିସ କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଆଜି ଦଳର ସଭାପତି ନବୀନ ପଟ୍ଟନାୟକ କଳ୍ପତରୁଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଏହା ଦ୍ୱାରା ଦଳ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ଦଳ ବିରୋଧୀ କାର୍ଯ୍ୟ ଏବଂ ବିଶୄଙ୍ଖଳିତ ଆଚରଣକୁ ଦଳ କେବେ ବରଦାସ୍ତ କରବ ନାହିଁ ।

Chandbali MLA Dr Byomkesh Ray tests COVID-19 positive – prameyanews.com

 ସୂଚନା ଯୋଗ୍ୟ ଯେ, କିଛିଦିନ ପୂର୍ବେ ଯୁବ ଏବଂ ଛାତ୍ର  ବିଜେଡି ରାଜ୍ୟସ୍ତରୀୟ କମିଟି ଘୋଷଣା ହୋଇଥିଲା । ଏହି କମିଟିରେ ସମଗ୍ର ଓଡ଼ିଶାର ସମସ୍ତ ଜିଲା, ସମସ୍ତ ବର୍ଗକୁ ପ୍ରାଧାନ୍ୟ ଦିଆଯାଥିଲା । ବିଶେଷ କରି ଉଭୟ କମିଟିରେ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯାଇଥିଲା । ଛାତ୍ର ରାଜନୀତିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଯୁବବର୍ଗ ରାଜ୍ୟସ୍ତରୀୟ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଅମରେଶ ପତ୍ରୀ ଯୁବ ବିଜେଡି ଏବଂ ରାଣାପ୍ରତାପ ପାତ୍ର ଛାତ୍ର ବିଜେଡି ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ରାଣାପ୍ରତାପଙ୍କୁ ନିକଟରେ ଯୁବ ଜନତା ଦଳରେ ନୂଆ ଦାୟିତ୍ୱ ଦିଆଯାଇଛି । ସେହିପରି ଯୁବ ବିଜେଡି ସଭାପତି ଦାୟିତ୍ୱ ତୁଲାଇଥିବା ଅମରେଶ ପତ୍ରୀଙ୍କୁ ରାଜ୍ୟ ଉଠାଜଳସେଚନ ନିଗମ ଅଧ୍ୟକ୍ଷଭାବେ ନିଯୁକ୍ତ କରାଯାଇଥିଲା । ଏହି କ୍ରମରେ କଳ୍ପତରୁ ଓଝା ମଧ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ ।

 

ଦୁଇ ଛାମୁଆ ସଙ୍ଗଠନର ସଭାପତି ନିଯୁକ୍ତ କଲା ବିଜେଡି, ବ୍ୟୋମକେଶଙ୍କୁ ଯୁବ ଓ ଦେବୀଙ୍କୁ ଛାତ୍ର ଦାୟିତ୍ୱ

କମୁଛି ସଂକ୍ରମଣ: ୨୪ଘଣ୍ଟାରେ ଚିହ୍ନଟ ହେଲେ ୩,୨୩୫ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୨୩୫ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧ ହଜାର ୯୧୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୩୨୦ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛି । କରୋନାରେ ଗତ ୨୪ଘଣ୍ଟାରେ ୧୬ଜଣ ପ୍ରାଣ ହରାଇଛନ୍ତି  ।

ସୋମବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଖୋର୍ଦ୍ଧାରୁ ସର୍ବାଧିକ ସର୍ବାଧିକ ୫୦୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୧୮, ବରଗଡ଼ରୁ ୧୩୭, ଯାଜପୁରରୁ ୧୧୦, ସମ୍ବଲପୁରରୁ ୧୨୦ ଆକ୍ରାନ୍ତ ଅଛନ୍ତି ।  । ସେହିଭଳି ଅନୁଗୁଳରୁ ୧୭୯, ବାଲେଶ୍ୱରରୁ  ୧୦୦ , ଭଦ୍ରକରୁ ୬୭, ବଲାଙ୍ଗୀରରୁ ୧୦୧, ବୌଦ୍ଧରୁ ୪୨, ଦେଓଗଡ଼ରୁ ୧୨, ଢେଙ୍କାନାଳରୁ ୬୯, ଗଜପତିରୁ ୩୧, ଗଞ୍ଜାମରୁ ୨୮, ଜଗତସିଂହପୁରରୁ ୮୬ , ଝାରସୁଗୁଡ଼ାରୁ ୭୧, କଳାହାଣ୍ଡିରୁ ୪୨ , କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୧୦୩ , କେନ୍ଦୁଝରରୁ ୮୬, କୋରାପୁଟରୁ ୫୯ , ମାଲକାନଗିରିରୁ ୨୧, ମୟୁରଭଞ୍ଜରୁ ୧୧୮, ନବରଙ୍ଗପୁରରୁ ୧୨୪, ନୟାଗଡ଼ରୁ ୪୩, ନୂଆପଡ଼ାରୁ ୧୦୬, ପୁରୀରୁ ୭୯ , ରାୟଗଡ଼ାରୁ ୧୦୧, ସୁନ୍ଦରଗଡ଼ରୁ ୧୦୧, ସୋନପୁରରୁ ୬୫,ଷ୍ଟେଟ ପୁଲ୍ ୧୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨ ଲକ୍ଷ ୧୨ ହଜାର ୬୦୯କୁ ବୃଦ୍ଧି ପାଇଛି । ସୋମବାରରେ ରାଜ୍ୟରେ ଆଉ ୧୬ମୁଣ୍ଡ ନେଇଛି କରୋନା । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୧୩ରେ ପହଞ୍ଚିଛି । ଏବେ ସୁଦ୍ଧା ୧ ଲକ୍ଷ ୭୩ ହଜାର ୫ଶହ ୭୧ ସୁସ୍ଥ ହୋଇଥିବା ବେଳେ, ୩୮ ହଜାର ୧ ଶହ ୭୨ ସକ୍ରିୟ ମାମଲା ରହିଛି ।

 

ଦେଶରେ ୬୦ ଲକ୍ଷ ଟପିଲା କରୋନା ସଂକ୍ରମଣ

ଦେଶରେ ୬୦ ଲକ୍ଷ ଟପିଲା କରୋନା ସଂକ୍ରମଣ

ପ୍ରତି ଦୁଇ ସପ୍ତାହରେ କୋଭିଡ୍ ହସ୍ପିଟାଲରେ ହେବ ଫାୟାର ଅଡିଟ୍

ପ୍ରତି ଦୁଇ ସପ୍ତାହରେ କୋଭିଡ୍‌ ହସ୍‌ପିଟାଲରେ ହେବ ଫାୟାର ଅଡିଟ୍

ଆଇନ୍ ହେଲା କୃଷି ବିଲ୍, ହେଲେ ଥମିନି ବିରୋଧ… ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ

 

ଆଇନ୍ ହେଲା କୃଷି ବିଲ୍, ହେଲେ ଥମିନି ବିରୋଧ… ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ