ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ କଳ୍ପତରୁ ବହିଷ୍କୃତ: ବିଶୃଙ୍ଖଳାକୁ ବରଦାସ୍ତ କରିବନି ଦଳ: ବ୍ୟୋମକେଶ

ଭୁବନେଶ୍ୱର: ବିଜୁ ଜନତା ଦଳରୁ କଳ୍ପତରୁ ଓଝା ବହିଷ୍କୃତ । ଦଳରୁ ବହିଷ୍କାର କଲେ  ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି  ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । କଳ୍ପତରୁ ଗତ କିଛି ଦିନ ତଳେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ ।

ଅପରପକ୍ଷରେ କଳ୍ପତରୁଙ୍କ ବହିଷ୍କାର ନେଇ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ତାଙ୍କୁ ବହିଷ୍କାର କରିବାକୁ ଗତକାଲି ଠାରୁ ସୁପାରିସ କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଆଜି ଦଳର ସଭାପତି ନବୀନ ପଟ୍ଟନାୟକ କଳ୍ପତରୁଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଏହା ଦ୍ୱାରା ଦଳ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ଦଳ ବିରୋଧୀ କାର୍ଯ୍ୟ ଏବଂ ବିଶୄଙ୍ଖଳିତ ଆଚରଣକୁ ଦଳ କେବେ ବରଦାସ୍ତ କରବ ନାହିଁ ।

Chandbali MLA Dr Byomkesh Ray tests COVID-19 positive – prameyanews.com

 ସୂଚନା ଯୋଗ୍ୟ ଯେ, କିଛିଦିନ ପୂର୍ବେ ଯୁବ ଏବଂ ଛାତ୍ର  ବିଜେଡି ରାଜ୍ୟସ୍ତରୀୟ କମିଟି ଘୋଷଣା ହୋଇଥିଲା । ଏହି କମିଟିରେ ସମଗ୍ର ଓଡ଼ିଶାର ସମସ୍ତ ଜିଲା, ସମସ୍ତ ବର୍ଗକୁ ପ୍ରାଧାନ୍ୟ ଦିଆଯାଥିଲା । ବିଶେଷ କରି ଉଭୟ କମିଟିରେ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯାଇଥିଲା । ଛାତ୍ର ରାଜନୀତିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଯୁବବର୍ଗ ରାଜ୍ୟସ୍ତରୀୟ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଅମରେଶ ପତ୍ରୀ ଯୁବ ବିଜେଡି ଏବଂ ରାଣାପ୍ରତାପ ପାତ୍ର ଛାତ୍ର ବିଜେଡି ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ରାଣାପ୍ରତାପଙ୍କୁ ନିକଟରେ ଯୁବ ଜନତା ଦଳରେ ନୂଆ ଦାୟିତ୍ୱ ଦିଆଯାଇଛି । ସେହିପରି ଯୁବ ବିଜେଡି ସଭାପତି ଦାୟିତ୍ୱ ତୁଲାଇଥିବା ଅମରେଶ ପତ୍ରୀଙ୍କୁ ରାଜ୍ୟ ଉଠାଜଳସେଚନ ନିଗମ ଅଧ୍ୟକ୍ଷଭାବେ ନିଯୁକ୍ତ କରାଯାଇଥିଲା । ଏହି କ୍ରମରେ କଳ୍ପତରୁ ଓଝା ମଧ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ ।

 

ଦୁଇ ଛାମୁଆ ସଙ୍ଗଠନର ସଭାପତି ନିଯୁକ୍ତ କଲା ବିଜେଡି, ବ୍ୟୋମକେଶଙ୍କୁ ଯୁବ ଓ ଦେବୀଙ୍କୁ ଛାତ୍ର ଦାୟିତ୍ୱ

Leave a Reply