spot_img
Home Blog Page 6410

ଉପନିର୍ବାଚନରେ ବିଭିନ୍ନ ରାଜ୍ୟର ୬୪ଟି ବିଧାନସଭା ଆସନ ପାଇଁ ଆଜି ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ: ଉପନିର୍ବାଚନ ପାଇଁ ଆଜି ଘୋଷଣା ହେବ ତାରିଖ । ଓଡ଼ିଶାର ବାଲେଶ୍ୱସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ସମେତ ବିଭିନ୍ନ ରାଜ୍ୟର ୬୪ଟି ବିଧାନସଭା ଆସନ ପାଇଁ ଆଜି ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ ଆୟୋଗ । ସେହିଭଳି ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ହେବ । ଓଡିଶାର ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ କସରତ ଆରମ୍ଭ କରିସାରିଛନ୍ତି । ଆଜି ନିର୍ବାଚନ ତାରିଖ ଘୋଷଣା ପରେ ତିନି ଦଳର ପ୍ରାର୍ଥୀ ତାଲିକା ଖୁବ ଶୀଘ୍ର ପ୍ରକାଶ ପାଇବ । ବିଜେଡି , ବିଜେପି ଓ କଂଗ୍ରେସ ତିନି ଦଳ ପାଇଁ ଏହି ଉପନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ କିଏ ମାରୁଛି ବାଜି ତାହା ଉପରେ ରହିଛି ରାଜ୍ୟବାସୀଙ୍କ ନଜର ।

ଲୁଟର ନୂଆ ତରିକା, ଗ୍ରାହକ ବେଶରେ ଆସି ଦୋକାନୀଙ୍କ ଠାରୁ ଲୁଟିଲେ ସୁନା ଚେନ

ଖୋର୍ଦ୍ଧା: ବଢୁଛି ଲୁଟ୍ , ବଦଳୁଛି ଲୁଟ୍‌ର ତରିକା । କରୋନା ଲକ୍‌ଡାଉନରେ ସକ୍ରିୟ ହୋଇଛନ୍ତି ଲୁଟେରା । ଏବେ ରାଜ୍ୟରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । କେତେବେଳେ କଳା ବଲସରରେ ଲୁଟ କଲାଣିତ ପୁଣି କିଏ ଘର ସାମ୍ନାରେ ବନ୍ଧୁକ ଦେଖାଇ କରୁଛନ୍ତି ଲୁଟ । ତେବେ ଯଦି ଦଖିବା ଏହି ୫ ମାସ ମଧ୍ୟରେ ପୋଲିସକୁ ଲୁଟେରା ମାନେ କଡ଼ା ଟକ୍କର ଦେଉଛନ୍ତି । ତେବେ ଲୁଟେରାଙ୍କର ଏକ ନୂଆ ଆକ୍ସନ ଖୋର୍ଦ୍ଧାରେ ଦେଖିବାକୁ ମିଳିିଛି । ଗ୍ରାହକ ବେଶରେ ଆସି ମହିଳା କର୍ମଚାରୀଙ୍କ ବେକରୁ ସୁନା ଚେନ୍ ଲୁଟିଛି ଲୁଟେରା । ଲୁଟର ଲାଇଭ୍ ଭିଜୁଆଲ୍ସ ଦେଖିବାକୁ ମିଳିଛି ।

ନନ୍ଦିଘୋଷ ଟିଭି ହାତରେ ଲାଗିଛି ଲୁଟର ସିସଟିଭି ଭିଜୁଆଲ୍ସ । ଘଟଣା ଘଟିଛି ଜଟଣୀ ବଜାରରେ ଥିବା ମା କମ୍ୟୁନିକେସନ ସେଣ୍ଟରରେ । ମୁହଁରେ ମାସ୍କ, ଏବଂ ହେଲମେଟ୍ ପିନ୍ଧି ନିଜକୁ କ୍ୟାମେରାରୁ ଲୁଚାଇବାକୁ ଲୁଟେରାର ଉଦ୍ୟମ । ଦେଖନ୍ତୁ କିପରି ଗ୍ରାହକ ବେଶରେ ଆସି ମହିଳାଙ୍କ ସହ କଥାବାର୍ତ୍ତା ଏବଂ ପରେ ମହିଳାଙ୍କୁ ଜୋରଜବରଦସ୍ତ ମାଡିବସି ତାଙ୍କ ସହ ଧସ୍ତାଧସ୍ତି କରି ବେକରୁ ସୁନା ଚେନ୍ ଭିଡି ନେଇଯାଇଛି । ଏହି ସମୟରେ ମହିଳା ଜଣଙ୍କ ଭୀଷଣ ପାଟିରେ ଚିଲାଇଥିଲେ ।

ସ୍ଥାନୀୟ ଲୋକେ ଆସିବା ବେଳକୁ ଦୁର୍ବୃତ୍ତ ସୁନା ଚେନ୍ ନେଇ ସେଠାରୁ ଖସି ପଳାଇଛି । ଏସବୁ ଦୃଶ୍ୟ ଦୋକାନ ଭିତରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଦେଖନ୍ତୁ କିପରି ଦିନ ଦି ପହରେ ବଜାର ଭିତରୁ ଦୋକାନରେ ପଶି ଏପରି ଲୁଟ୍ କରୁଛନ୍ତି ଲୁଟେରା । ଯାହା ଖୋଲାଖୋଲି ପୋଲିସକୁ ଚ୍ୟାଲେଞ୍ଜ ।

ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି ବିଧାନସଭା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏହାପୂବର୍ରୁ ତିନି ପ୍ରମୁଖ ଦଳ ପ୍ରସ୍ତୁତ କରିଛନ୍ତି ରଣନୀତି। ବିଭିନ୍ନ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ବିଧାୟକ ଦଳ ବୈଠକରେ ଯୋଜନା ଚୂଡାନ୍ତ କରିଛନ୍ତି । ସେପଟେ ବିଜେଡି ବିଧାୟକ ଦଳର ବୈଠକରେ ମଧ୍ୟ ମୌସୁମୀ ଅଧିବେଶନ ପାଇଁ ରଣନୀତି ହୋଇଛି । କୋଭିଡ ସମୟରେ ଅଧିବେଶନ ନେଇ ଦଳୀୟ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଦୂରତା ଓ ମାସ୍କ ପିନ୍ଧବାକୁ ପରାମର୍ଶ ଦେଇଛନ୍ତି । ବିରୋଧୀଙ୍କ ରଣନୀତିକୁ ସାମନା କରିବାକୁ ବିଧାୟକମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । କଂଗ୍ରେସ କୃଷି ଵିଲ ପ୍ରସଙ୍ଗରେ ହଟ୍ଟଗୋଳ କରିବାକୁ ଯୋଜନା କରୁଥିବା ବେଳେ ଏନେଇ ବିଜେଡିର ନୀତି ସ୍ପଷ୍ଟ ବୋଲି କହିଛନ୍ତି ବିଧାୟକ ଅମର ଶତପଥୀ ।

ସେପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି ବିଧାନସଭା । ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିୟୋଜିତ ହେବେ ୨୬ ପ୍ଲାଟୁନ ପୋଲିସ । ଏହାଛଡ଼ା ୨ଜଣ ଅତିରିକ୍ତ ଡିସିପି, ୭ଜଣ ଏସିପି, ୧୦ ଆଇଆଇସି ଓ ୨୯ଜଣ ଏସଆଇଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ସାଧା ପୋଷାକଧାରୀ ପୋଲିସ, ରୁଫ୍‌ଟପ୍‌ ସିକ୍ୟୁରିଟି ଓ କ୍ୟୁଆର୍‌ଟି ବ୍ୟବସ୍ଥା କରାଯାଇଛି । କରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀ ବି ସୁରକ୍ଷା ଦାୟିତ୍ୱରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ସେପଟେ କୋଭିଡ୍‌ କଟକଣା ଅନୁସାରେ ବିଧାନସଭା ଅଧିବେଶନ ବେଳେ ରାଲି ଓ ଧାରଣା ପାଇଁ କାହାରିକୁ ଅନୁମତି ଦିଆଯାଇ ନାହିଁ । ଏଯାଏଁ କୋଣସି ସଂଗଠନ ପୋଲିସକୁ ଆବେଦନ କରିନାହାନ୍ତି । କେହି ଆବେଦନ କଲେ କୋଭିଡ୍‌ ନିୟମ ଅନୁସାରେ ଅନୁମତି ଦିଆଯିବ କି ନାହିଁ ବିଚାର କରାଯିବ ।

୨୦ ଟଙ୍କା ପାଇଁ ପୁଅ ସାମ୍ନାରେ ବାପାକୁ ପିଟି ପିଟି ହତ୍ୟା, ୨ ଗିରଫ

ନୂଆଦିଲ୍ଲୀ: ୨୦ ଟଙ୍କା ପାଇଁ କିଏ କାହା ଜୀବନ ନେଇ ପାରେ ଏହା ଶୁଣିଲେ ହୁଏତ କେହି ବିଶ୍ୱାସ କରିବେ ନାହିଁ । ହେଲେ ରାଜଧାନୀ ଦିଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମାତ୍ର ୨୦ ଟଙ୍କା ପାଇଁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ଘଟଣାଟି ଦିଲ୍ଲୀର ବୁରାଡ଼ି ଅଞ୍ଚଳର । ୨୦ ଟଙ୍କା ପାଇଁ ଜଣେ ବ୍ୟକ୍ତିଙ୍କୁ ତାଙ୍କ ୧୩ ବର୍ଷର ପୁଅ ସାମ୍ନାରେ ବାଡିରେ ପିଟିପିଟି ହତ୍ୟା କରିଛନ୍ତି ଅଭିଯୁକ୍ତ । କୌଣସି କାରଣ ନେଇ ସେମାନଙ୍କ ମଧ୍ୟରେ ପ୍ରଥମେ ବିବାଦ ସୃଷ୍ଟି ହୋଇଥିଲା । ପରେ ଜଣା ପଡ଼ିଥିଲା ଯେ, ୨୦ ଟଙ୍କା ନେଇ ସେମାନେ ଝଗଡ଼ା ଲାଗିଥିଲେ । ପରବର୍ତ୍ତୀ ସମୟରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । ତେବେ ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ମୃତକ ହେଉଛି ୩୮ ବର୍ଷୀୟ ରୂପେଶ ସନ୍ତ। ଗତକାଲି ରୂପେଶ ତାଙ୍କ ଘର ନିକଟରେ ଥିବା ସେଲୁନକୁ ବାଳ କାଟିବାକୁ ଯାଇଥିଲେ । ଦୋକାନ ମାଲିକ ସାନ୍ତୋଶ ଏବଂ ସରୋଜ ରୂପେଶଙ୍କୁ ୫୦ ଟଙ୍କା ମାଗିଥିଲେ । କିନ୍ତୁ ରୂପେଶ ମାତ୍ର ୨୦ ଟଙ୍କା ଦେଇ ବାକି ଟଙ୍କା ପରେ ଦେବେ ବୋଲି କହିଥିଲେ । ୩୦ ଟଙ୍କା ପରେ ଦେବେ ବୋଲି କହିବା ପରେ ରୂପେଶଙ୍କୁ ସେଠାରେ ପିଟିବା ଆରମ୍ଭ କରିଦେଇଥିଲେ ସାନ୍ତୋଶ ଏବଂ ସରୋଜ । ଘଟଣାସ୍ଥଳରେ ରୂପେଶଙ୍କ ପୁଅ ମଧ୍ୟ ପହଞ୍ଚିଥିଲେ । ସେ ତାଙ୍କ ବାପାଙ୍କୁ ମାଡ଼ ଖାଉଥିବା ଦେଖି ସେଠାରେ ମାରପିଟ୍ ବନ୍ଦ କରିବାକୁ ବହୁତ ଚେଷ୍ଟା କରିଥିଲେ । ସେ ନିଜ ବାପାଙ୍କୁ ରକ୍ଷା କରିବାକୁ ଚାହୁଁଥିଲେ, ହେଲେ ସେଠାରେ ଉତ୍ତେଜନା ଧିରେ ଧିରେ ବଢିବାରେ ଲାଗିଥିଲା । ପରେ ରୂପେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ଡାକ୍ତର ତାଙ୍କ ମୃତ୍ୟୁ ନେଇ ଘୋଷଣା କରିଥିଲେ ।

ସୁପର ମ୍ୟାଚ୍‌ରେ ସୁପର ଓଭର, ଆରସିବି ଆଗରେ ମୁମ୍ବାଇ ଇଣ୍ଡିଆନ୍ସର ଚେଷ୍ଟା ବିଫଳ

ଦୁବାଇ: ଛକା ଚୌକାରେ ବର୍ଷୁଛି ଆଇପିଏଲ ୧୩ । ଦମଦାର ମ୍ୟାଚ୍‌ ସହ ଖେଳାଳି କରୁଛନ୍ତି ଗୋଟେ ପରେ ଗୋଟେ ରେକର୍ଡ । ମ୍ୟାଚ୍‌ ଭରପୁର ରୋମାଞ୍ଚକର ହେବା ସହ ଭରି ରହିଛି ଥ୍ରୀଲିଂ । ତେବେ ଏମଆଇ ଏବଂ ଆରସିବି ମଧ୍ୟରେ ହୋଇଥିବା ମ୍ୟାଚରେ ମଧ୍ୟ ଭରି ରହିଥିଲା ଥ୍ରୀଲର । ମ୍ୟାଚ୍‌ ଏମିତି ହୋଇଥିଲା ଯେ ସୁପର ଓଭର ପର୍ଯ୍ୟନ୍ତ ଖେଳ ଯାଇଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବି ଡି ଭିଲିୟର୍ସଙ୍କ କମାଲରେ ହାଇ ସ୍କୋରର ମ୍ୟାଚ୍‌ କରିବା ସହ ସୁପର ଓଭରରେ ନବଦୀପ ସୈନିଙ୍କ କଡ଼ା ବୋଲିଂ ସହ ମୁମ୍ବାଇ ଇଣ୍ଡିଆନ୍ସକୁ ହାର ମାନିବାକୁ ବାଧ୍ୟ କରିଛି । ଯାହାଫଳରେ ଆଇପିଏଲରେ ଆରସିବି ବହୁ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରି ଆର୍‌ସିବି  ତିନିଟି ଓ୍ୱିକେଟ ହରାଇ ଏକ ବିଶାଳ ସ୍କୋର ୨୦୧ ଛିଡ଼ା କରିଥିଲା । ଏହାର ଜବାବରେ ମୁମ୍ବାଇ ଦଳ ପାଞ୍ଚ ୱିକେଟ୍ ହରାଇ ସମାନ ୨୦୧ ରନ୍ ସଂଗ୍ରହ କରି ମ୍ୟାଚକୁ ସୁପର ଓଭରକୁ ନେଇଥିଲା । ୯୯ ରନ୍‌ର ଉତ୍କୃଷ୍ଟ ଇନିଂସ ଖେଳିଥିବା ଇଶାନ କିଶାନଙ୍କ ବଦଳରେ ସୁପର ଓଭରରେ ବ୍ୟାଟିଂ କରିବାକୁ ମୁମ୍ବାଇ ଇଣ୍ଡିଆନ୍ସର କିରନ ପୋଲାର୍ଡ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମୈଦାନକୁ ଆସିଥିଲେ । ଏକାନଙ୍କୁ ଟକ୍କର ଦେପା ପାଇଁ ନବଦୀପ ସୈନି ସୁପର ଓଭରରେ ବୋଲିଂ ପାଇଁ ଆସିଥିଲେ । ତେବେ ସୁପର ଓଭରରେ ଏମ୍‌ଆଇ ମାତ୍ର ୭ ରନର ଲକ୍ଷ ଆର୍‌ସିବିକୁ ଦେଇଥିଲା ।

ମୁମ୍ବାଇ ପାଇଁ ଜସପ୍ରୀତ ବୁମରା ପ୍ରଥମ ତିନୋଟି ବଲରେ ମାତ୍ର ଦୁଇ ରନ୍ ଦେଇଥିଲେ । କିନ୍ତୁ ଡି ଭିଲିୟର୍ସ ଚତୁର୍ଥ ବଲରେ ଚୌକା ମାରିଥିଲେ । ଏହା ପରେ ଡି ଭିଲିୟର୍ସ ଏକ ରନ କରି କୋହଲିଙ୍କୁ ଷ୍ଟାଇକ ଦେଇଥିଲେ । ତେବେ କୋହଲି ବୁମରାଙ୍କ ଫୁଲଟଜ ବଲରେ ବିଜୟ ହାସଲ କରିଥିଲେ ।

ଏହି ରାଶିର ବ୍ୟକ୍ତିମାନେ ଆଜି କର୍ମକ୍ଷେତ୍ରରେ ହରାଇବେ ସମ୍ମାନ

ଆଜିର ପଞ୍ଚାଙ୍ଗ:

୨୯ ସେପ୍ଟେମ୍ବର, ୨୦୨୦, ମଙ୍ଗଳବାର

୧୪୨୮ ସାଲ, ୧୯୪୨ଶକାବ୍ଦ, ୨୦୭୭ ସମ୍ବତ୍,

କନ୍ୟା ୧୪ ଦିନ, ଆଶ୍ୱିନ ମଳମାସ, ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି

ସୂର୍ଯ୍ୟ ରହିବେ କନ୍ୟା ରାଶିରେ, ଚନ୍ଦ୍ର ରହିବେ କୁମ୍ଭ ରାଶିରେ

– ଶତଭିଷା ନକ୍ଷତ୍ର

-ଘାତଚନ୍ଦ୍ର- ମିଥୁନ, ମୀନ ରାଶିର

– ଘାତବାର-

ଯୋଗିନୀ ଦକ୍ଷିଣରେ ରହିବେ, ରାତି ୧୦ଟା ୩୬ ପରେ ପଶ୍ଚିମକୁ ଯିବେ

ଏହା ପରେ ଯୋଗିନୀ ଐଶାନ୍ୟ କୋଣକୁ ଯିବେ

– ଶୁଭ ସମୟ –

ସକାଳ ୯ଟା ୩୭ ରୁ  ଦିନ ୧୦ଟା ୨୫

ରାତି ୭ଟା ୫୯ ରୁ ରାତି ୧୧ଟା ୧୨

– ଅଶୁଭ ସମୟ –

ଦିନ ୨ଟା ୩୬ ରୁ ଅପରାହ୍ନ ୪ଟା ୦୫ ମଧ୍ୟରେ

ଆଜି ମୃତେ ୧ ପାଦ ପୁଷ୍କର ଦୋଷ ରହିବ, ରାତି ୧୨ଟା ୫୦ ପରେ ଦୁଇ ପାଦ ପୁଷ୍କର ଦୋଷ

ପ୍ରତିକାର ସ୍ୱରୁପ ଭୂମି ଓ ତିଳକାଞ୍ଚନ ଦାନ କରନ୍ତୁ

ଆଜି ବାଇଗଣ ଖାଇବେ ନାହିଁ

ମେଷ ରାଶି-

ଅଶ୍ୱିନୀ ନକ୍ଷତ୍ର- କୌଣସି ଜାଗାରେ ପୁଞ୍ଜି ନିବେଶ ପୂର୍ବରୁ ଭାବିବେ, ଅର୍ଥ କ୍ଷତି ହୋଇପାରେ

ଦ୍ୱିଜା ନକ୍ଷତ୍ର – କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ଯୋଗୁ ପ୍ରଶଂସା ଏବଂ ଧନଲାଭ ହୋଇପାରେ

କୃତ୍ତିକା ନକ୍ଷତ୍ର- କଠିନ ପରିଶ୍ରମ କରିଲେ ମଧ୍ୟ କର୍ମକ୍ଷେତ୍ରରେ ସମ୍ମାନ ପାଇବେ ନାହିଁ

ରକ୍ତଚନ୍ଦନ ଟୋପା ମଥାରେ ଲଗାନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ବନ୍ଧୁ ପରିଜନଙ୍କ ସହ ମତାନ୍ତର ହୋଇପାରେ, ସୁଖରେ ବାଧା

ରୋହିଣି ନକ୍ଷତ୍ର – ନିଜ ଲୋକଙ୍କଠାରୁ ସ୍ନେହ, ଶ୍ରଦ୍ଧା, ସମ୍ମାନ ପାଇଁ ଅତି ଖୁସି ରହିବେ

ମୃଗଶିରା ନକ୍ଷତ୍ର – ପିଲାଙ୍କ ଚିନ୍ତା ଯୋଗୁ ସୁଖରେ ବାଧା,ପରିବାରରେ ଅଶାନ୍ତି ରହିବ

ପକ୍ଷୀମାନଙ୍କୁ କିଛି ଖାଦ୍ୟ, ପାଣି ଦିଅନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ବଡଭଉଣୀଙ୍କ ସହ ମତାନ୍ତର ହୋଇପାରେ, ସତର୍କ ରହିଥିବେ

ଆର୍ଦ୍ରା ନକ୍ଷତ୍ର – ପୂଜାର୍ଚ୍ଚନାରେ ସମୟ ଦିଅନ୍ତୁ ,ମନରେ ଶାନ୍ତି ଆସିବ

ପୁନର୍ବସୁ- ବନ୍ଧୁ କିମ୍ବା ଭାଇ,ଭଉଣୀଙ୍କ ସହ ମତାନ୍ତର ହୋଇପାରେ

ଦେବୀ ମନ୍ଦିରରେ ଦୁବ,ନାଲି ମନ୍ତାର ଅର୍ପଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ବ୍ୟବସାୟୀମାନଙ୍କର ଆର୍ଥିକ ପରିସ୍ଥିତି ଖରାପ ହୋଇପାରେ, ସତର୍କ ରହିବେ

ପୁଷ୍ୟା ନକ୍ଷତ୍ର – ଆଜି  କୌଣସି ବି ଜାଗାରେ ଅର୍ଥ ଲଗାନ୍ତୁ , ଲାଭ ପାଇବେ

ଅଶ୍ଲେଷା ନକ୍ଷତ୍ର – ଧନ ଲାଭ ସହ ମାନସମ୍ମାନ ମିଳିବାର ଦିନ

ଘରେ ମା’ଙ୍କୁ ପ୍ରଣାମ କରି ଦହି,ମିଶ୍ରି ଖାଇବାକୁ ଦିଅନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – କୌଣସି ବନ୍ଧୁଙ୍କ ଯୋଗୁ ଅସୁବିଧାରେ ପଡିପାରନ୍ତି, ପୁଞ୍ଜି ଲଗାନ୍ତୁ ନାହିଁ

ପୂର୍ବାଫାଲଗୁନି ନକ୍ଷତ୍ର – ସବୁ କାମରେ ସଫଳ ରହିବେ, ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲ ରହିବ

ଉତ୍ତରାଫାଲଗୁନୀ ନକ୍ଷତ୍ର – କୌଣସି କଥାକୁ ନେଇ ବାପାଙ୍କ ସହିତ ମତାନ୍ତର ରହିପାରେ, ମନ ଅଶାନ୍ତ ରହିବ

ସୂର୍ଯ୍ୟଦେବଙ୍କ ବୀଜ ମନ୍ତ୍ର ପାଠ କରି ତମ୍ବାଢାଳରେ ଜଳ ଅର୍ପଣ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର- କୌଣସି ଜିନିଷ ହଜିବାର ଯୋଗ ରହିଛି, ଆପଣ ଚିନ୍ତିତ ରହିବେ

ହସ୍ତା ନକ୍ଷତ୍ର – ପୁରୁଷ ଓ ମହିଳାଙ୍କ ପାଇଁ ଦିନଟି ଭଲ ରହିବ

ଚିତ୍ରା ନକ୍ଷତ୍ର – ଅଯଥା ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ପରିବାରରେ ଅପ୍ରିତୀକର ପରିସ୍ଥିତି ହୋଇପାରେ

ଅଧିକ ଭାବରେ ସବୁଜ ରଙ୍ଗର ବ୍ୟବହାର କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ପିଲାଙ୍କ ପାଇଁ ଚିନ୍ତାରେ ରହିବେ

ସ୍ୱାତୀ ନକ୍ଷତ୍ର – ଆୟ, ବ୍ୟୟ ସମାନ ରହିବ, ପରିବାରରେ ଶାନ୍ତି, ଶୃଙ୍ଖଳା ଯୋଗୁ ମନ ଖୁସି ରହିବ

ବିଶାଖା ନକ୍ଷତ୍ର – ଭାଇ କିମ୍ବା ଗୁରୁଜନଙ୍କ ସହ ମତାନ୍ତର ହୋଇପାରେ, କଥା ଉପରେ ଧ୍ୟାନ ଦେବେ

ଘରେ ଆଜି କର୍ପୂର ଆଳତୀ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ଘରୁ ବାହାରିବା ବେଳେ ସବୁ ଜିନିଷକୁ ଭଲ ଭାବରେ ଦେଖିନେବେ

ଅନୁରାଧା ନକ୍ଷତ୍ର – ସମସ୍ତ କାର୍ଯ୍ୟରେ ସଫଳତା ସହ ଦୁର ଯାତ୍ରା ବି କରିପାରନ୍ତି

ଜ୍ୟେଷ୍ଠା ନକ୍ଷତ୍ର – ଧନ ଲାଭ ସହ ବନ୍ଧୁ ମିଳନ ହୋଇପାରେ

ମଥାରେ କେଶରର ତିଳକ ଲଗାନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – କୌଣସି ବନ୍ଧୁଙ୍କ ଯୋଗୁ କର୍ମ କ୍ଷେତ୍ରରେ ଅପମାନ ପାଇପାରନ୍ତି

ପୂର୍ବାଷାଢା ନକ୍ଷତ୍ର – ପରିବାର ଏବଂ କର୍ମ କ୍ଷେତ୍ରରେ ନିଜର ପରିଶ୍ରମ ଯୋଗୁ ମାନ,ସମ୍ମାନ ପାଇବେ

ଉତ୍ତରାଷାଢା ନକ୍ଷତ୍ର – ସାମାନ୍ୟ କଥା ଯୋଗୁ ଅପମାନିତ ହୋଇପାରନ୍ତି, ଜଗିରଖି କଥା କୁହନ୍ତୁ

ହଳଦୀ,ଅଟାରେ ସ୍ୱସ୍ତିକ ଚିହ୍ନ କରି ଘର ଆଗରେ ଆଙ୍କନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ପୂଜା କର୍ମରେ  ମନ ଦିଅନ୍ତୁ , ମନସ୍ତାପ ହୋଇପାରେ

ଶ୍ରବଣା ନକ୍ଷତ୍ର – ବହୁ ଦିନରୁ ଚିନ୍ତାରେ  ଥିବା କାମରେ ସଫଳତା ପାଇବେ

ଧନିଷ୍ଠା ନକ୍ଷତ୍ର – ନିଜର ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ

କଳା ରାଶି, ଗୁଡ ମିଶାଇ ଓସ୍ତ ଗଛ ମୂଳରେ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – କଠିନ ପରିଶ୍ରମ କରିଲେ ମଂଧ୍ୟ କୌଣସି ପ୍ରଶଂସା ପାଇବେ ନାହିଁ

ଶତଭିଷା ନକ୍ଷତ୍ର – ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ

ପୂର୍ବଭାଦ୍ର ନକ୍ଷତ୍ର – ଅର୍ଥଜନିତ ସମସ୍ୟା ଯୋଗୁ ଚିନ୍ତାରେ ରହିବେ

ବଳଦକୁ ବିରି ଜାତୀୟ ଖାଦ୍ୟ ଦିଅନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – କୌଣସି ଅଘଟଣ ଘଟଣା ହୋଇପାରେ, ସତର୍କ ରୁହନ୍ତୁ

ଉତ୍ତରଭାଦ୍ର ନକ୍ଷତ୍ର – ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ

ରେବତୀ ନକ୍ଷତ୍ର – ନିଜର କାର୍ଯ୍ୟରେ ବଡ ଭାଇଙ୍କ ସହଯୋଗ ସଫଳତା ଆଣିଦେବ

କୁଆ ମାନଙ୍କୁ କିଛି ଖାଦ୍ୟ ଦିଅନ୍ତୁ

 

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

ଯୋଗାଯୋଗ – 8456014477

 

କେନ୍ଦ୍ରର ନୂଆ ନିୟମ, ରାସ୍ତାରେ ଗାଡ଼ି ଅଟକାଇ ମାଗିପାରିବେନି ଡକ୍ୟୁମେଣ୍ଟ…

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ରେ ଅନେକ ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ଦ୍ୱାରା ସ୍ଥିରିକୃତ ନୂଆ ମୋଟର ଯାନ ନିୟମ ୧ ଅକ୍ଟୋବର ୨୦୨୦ ରୁ କାର୍ଯ୍ୟକାରୀ ହେବ | ମନ୍ତ୍ରଣାଳୟ ଅନୁଯାୟୀ, ଆଇଟି ସେବା ଏବଂ ଇଲେକ୍ଟ୍ରୋନିକ୍ ମନିଟରିଂ ମାଧ୍ୟମରେ ଟ୍ରାଫିକ୍ ନିୟମକୁ ସମଗ୍ର ଦେଶରେ ଉତ୍ତମ ରୂପେ କାର୍ଯ୍ୟକାରୀ କରାଯାଇପାରିବ । ନୂତନ ନିୟମ ଅନୁଯାୟୀ, କେବଳ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ରାସ୍ତାରେ କୌଣସି ଯାନକୁ ଅଟକା ଯାଇପାରିବ ନାହିଁ । ଏହାଦ୍ୱାରା ଲୋକମାନେ ସମସ୍ୟା ଏବଂ ଲଜ୍ଜାରୁ ମୁକ୍ତି ପାଇବେ ।

ନୂତନ ନିୟମ ଅନୁଯାୟୀ, ଯଦି କୌଣସି ଯାନର କାଗଜପତ୍ର କମ୍ କିମ୍ବା ଅସମ୍ପୂର୍ଣ୍ଣ ଥିବ, ତେବେ ଏହାର ପଞ୍ଜୀକରଣ ନମ୍ବର ମାଧ୍ୟମରେ ଡକ୍ୟୁମେଣ୍ଟଗୁଡିକ ଅନ୍‌ଲାଇନ୍‌ରେ ଯାଞ୍ଚ କରାଯାଇପାରିବ ଏବଂ ଇ-ଚାଲାଣ ପଠାଯିବ । ଅର୍ଥାତ୍, ଗାଡ଼ି କାଗଜପତ୍ର ଯାଞ୍ଚ ପାଇଁ ଫିଜିକାଲ୍‌ ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଯଦି ଫିଜିକାଲ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ନାହିଁ ତେବେ କେମିତି ଜଣାପଡ଼ିବ ଗାଡ଼ିର କାଗପତ୍ର ସଠିକ୍‌ ଅଛି କି ବୈଧତା ଶେଷ ହୋଇଛି ।

ଏନେଇ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଲାଇସେନ୍ସ ଅଥରିଟି ପକ୍ଷରୁ ଅଯୋଗ୍ୟ କିମ୍ବା ରଦ୍ଦ ହୋଇଥିବା ଡ୍ରାଇଭିଂ ଲାଇସେନ୍ସର ବିବରଣୀ ପୋର୍ଟାଲରେ ରେକର୍ଡ ରହିବ । ଯାହା ସମୟ ସମୟରେ ଅପଡେଟ୍ ହେବ। ଏହି ଅପଡେଟ୍ ଡାଟା ପୋର୍ଟାଲରେ ସ୍ପଷ୍ଟ ଜଣାପଡ଼ିବ | ଯଦି କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍‌ଲାଇନ୍ ମାଧ୍ୟମରେ ଜାଣିପାରିବେ ଯେ, ଗାଡ଼ିର ସମସ୍ତ ଡକ୍ୟୁମେଣ୍ଟ ଠିକ୍‌ ରହିଛି । ତେବେ ଯାଞ୍ଚ ପାଇଁ ଫିଜିକାଲ ଡକ୍ୟୁମେଣ୍ଟ ଦାବି କରିପାରିବେ ନାହିଁ । ଏଥିରେ ଏହା ମଧ୍ୟ ଉପଲବ୍ଧ ହେବ ଯେ, କେଉଁ ଡ୍ରାଇଭର ନିୟମ ଉଲଂଘନ କରିଛି ଏବଂ କେଉଁ ଡକ୍ୟୁମେଣ୍ଟ ଜବତ କରାଯିବ ।

ଭାରତ ଉପରେ ଚୀନର ସାଇବର ଆଟାକରେ ସହାୟତା କରୁଛନ୍ତି ପାକିସ୍ତାନୀ ହ୍ୟାକର୍ସ

ନୂଆଦିଲ୍ଲୀ: ଭୟଙ୍କର ସାଇବର ଆଟାକ୍ କ୍ୟାମ୍ପେନ ଅପରେସନ୍ ସାଇଡକପି ପଛରେ ପାକିସ୍ତାନ ହ୍ୟାକର ଗ୍ରୁପ୍ ଟ୍ରାନ୍ସପରେଣ୍ଟ ଟ୍ରାଇବ୍ ହାତ ରହିଛି । ଏହି ସାଇବର ଆଟାକ ଦ୍ୱାରା ଭାରତର ଇନଫ୍ରାଷ୍ଟ୍ରକ୍ଚର ସମ୍ବନ୍ଧୀୟ ରଣନୈତିକ ଡାଟା ଚୋରି ପାଇଁ ଚେଷ୍ଟା କରାଯାଉଛି । କ୍ୱିକ୍ ହିଲ୍ ସାଇବର ସିକ୍ୟୋରିଙ୍ଗ ୱିଙ୍ଗ ମୁତାବକ ଏହି ସାଇବର ଆଟାକରେ ବ୍ୟବହାର ସିଗ୍ନେଚର ଟୁଲ୍ସ ଟ୍ରାନ୍ସପରେଣ୍ଟ ଟ୍ରାଇବ୍ ସମ୍ପୃକ୍ତି ଆଡ଼କୁ ଇସାରା କରୁଛି । ଟ୍ରାନ୍ସପରେଣ୍ଟ ଟ୍ରାଇବ୍ ହ୍ୟାକର୍ ଭାରତର ଡାଟା ଚୋରି ପାଇଁ ଚୀନକୁ ସାହାଯ୍ୟ କରୁଛି ।

Pakistan Hackers Helping China In Suspected Operation Sidecopy Cyber Attacks On India

କ୍ୱିକ୍ ହିଲ୍ ସିକ୍ୟୁରିଟି ଲ୍ୟାବ୍ସ ନିର୍ଦ୍ଦେଶକ ହିମାଂଶୁ ଦୁବେଙ୍କ ଅନୁସାରେ, ସାଇଡ୍ କପି ସାଇବର ଆଟାକ୍ ୨୦୧୯ ମସିହାରୁ ଲଗାତାର ଜାରି ରହିଛି । ମୁଖ୍ୟତଃ ଏହି ଆଟାକ୍ ଭାରତ ଉପରେ ହେଉଛି । ଏହି ଆକ୍ରମଣରେ କେନ୍ଦ୍ରର ଡାଟା ଚୋରି ହୋଇଛି । ଏହି ପ୍ରକାର ସାଇବର ଆକ୍ରମଣ ଭାରତର ସାଇବର ସୁରକ୍ଷା ପ୍ରତି ବଡ଼ ବିପଦ । ଏହାର ପରିଣାମ କଣ ହେବ ସେନେଇ ସରକାରଙ୍କୁ ଅବଗତ କରାଯାଇଛି । ଏହାର ଉରଯୋଗ କରି ସରକାର କୌଣସି ପଦକ୍ଷେପ ନେଲେ ଗୋପନୀୟ ଡାଟାକୁ ସୁରକ୍ଷିତ ରଖାଯାଇ ପାରିବ ।

Pakistan Hackers Helping China In Suspected Operation Sidecopy Cyber Attacks On India

ଭାରତ ସହ ସୀମା ବିବାଦ ଲାଗି ରହିଥିବା ବେଳେ ଚୀନ ସାଇବର ସିକ୍ୟୁରିଟି ଜରିଆରେ ପ୍ରତିଶୋଧ ନେବାକୁ ଚେଷ୍ଟା କରୁଛି । ଭାରତର ପ୍ରମୁଖ କ୍ଷେତ୍ର ସମେତ ଜନମତ ଜାଣିବାକୁ ଚେଷ୍ଟା କରାଯାଉଥିବା ସୁରକ୍ଷା ବିଶେଷଜ୍ଞ କହିଛନ୍ତି । ଏଥିରେ ଚୀନକୁ ପାକିସ୍ତାନୀ ହ୍ୟାକର୍ସ ଗ୍ରୁପ୍ ସହାୟତା କରୁଥିବା କୁହାଯାଉଛି ।

ହାଇପ୍ରୋଫାଇଲ୍‌ ଓକିଲଙ୍କୁ ରିୟା କେମିତି ଦେଉଛନ୍ତି ଫିସ୍‌ ? ସତୀଶ ମାନସିନ୍ଦେ ଦେଲେ ଉତ୍ତର…

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବେ ବି ରହସ୍ୟ ଘେରରେ । ଦିନକୁ ଦିନ ଏହି ମାମଲାରେ ବଲିଉଡ୍‌ ତାରକାମାନେ ଛନ୍ଦି ହୋଇଯାଉଛନ୍ତି । ଏହି ମାମଲା ଏବେ ହାଇପ୍ରୋଫାଇଲ୍‌ ହୋଇସାରିଛି । ତଦନ୍ତର ପ୍ରତ୍ୟେକ ଦିଗ ଉପରେ ଲୋକଙ୍କ ନଜର । ମାମଲା କେତେବେଳେ କେଉଁ ମୋଡ଼ ନେଉଛି ତାହା ଜାଣିବାକୁ ସମସ୍ତଙ୍କ ମନରେ ଏକ ପ୍ରକାର ରୋମାଞ୍ଚ ରହିଛି ।

ତେବେ ଏହି ଘଟଣାକୁ ନେଇ ଏବେ ଏକ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି । ତାହା ହେଲା ରିୟା ଚକ୍ରବର୍ତ୍ତିଙ୍କ ଭଳି ଜଣେ ସାଧାରଣ ଅଭିନେତ୍ରୀ ସତୀଶ ମାନସିନ୍ଦlଙ୍କ ଭଳି ବଡ଼ ଓକିଲଙ୍କ ଫିସ୍‌ କେମିତି ଦେଉଛନ୍ତି ? ଅନ୍ୟପଟେ ଦୀର୍ଘ ବର୍ଷ ଧରି ରିୟାଙ୍କର ନା କିଛି ପିଲ୍ମ ଆସିଛି ନା କିଛି ଆଡ୍‌ ଫିଲ୍ମରେ ସେ କାମ କରିଥିବା ଦର୍ଶକ ଜାଣିଛନ୍ତି । ସତୀଶଙ୍କ ଭଳି ବଡ଼ ଓକିଲଙ୍କୁ ସେ ଫିସ୍‌ କେମିତି ଦେଉଛନ୍ତି ? ଏତେ ଟଙ୍କା କୋଉଠୁ ଆସୁଛି ? ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଢ଼େର ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହି ଚର୍ଚ୍ଚାକୁ ନେଇ ଖୋଦ୍‌ ବରିଷ୍ଠ ଆଇନ୍‌ଜୀବୀ ସତୀଶ ମାନ୍‌ସିନ୍ଦେ କହିଛନ୍ତି ଯେ, ‘ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ହେବା ଉଚିତ୍‌ ନୁହେଁ । ମୁଁ ମୋ କ୍ଲାଇଣ୍ଟ ରିୟାଙ୍କଠାରୁ କେତେ ଫିସ୍‌ ନେଉଛି ତାହା ଆମ ଭିତର କଥା । ଏଥିନେଇ ସମସ୍ତେ ଜାଣିବା ଜରୁରୀ ନୁହେଁ । ଏମିତିକି କିଛି ଲୋକ କହୁଛନ୍ତି ଯେ, ମୁଁ ରିୟାଙ୍କ କେସ୍‌ ଫ୍ରି’ରେ ଲଢ଼ୁଛି । ଏହା କିନ୍ତୁ ସତ୍ୟ ନୁହେଁ ।’ ଶେଷରେ ସତୀଶ ତାତ୍ସଲ୍ୟ କରି କହିଛନ୍ତି ଯେ, ଯେଉଁ ମିଡିଆ ହାଉସ୍‌ ଏଭଳି ଚର୍ଚ୍ଚା କରୁଛନ୍ତି ସେମାନେ କେବଳ ଖୁସିରେ ରୁହନ୍ତୁ ।

ଏହାପୂର୍ବରୁ ସତୀଶ ସୁଶାନ୍ତ ମୃତ୍ୟୁ ମାମଲାକୁ ନେଇ ଗଠିତ ଡାକ୍ତରୀ ଟିମ୍‌ ଉପରେ ମଧ୍ୟ ଟିପ୍ପଣୀ ରଖିଥିଲେ । ସେ କହିଥିଲେ- ‘ସୁଶାନ୍ତ କେସରେ ଡାକ୍ତରୀ ଟିମ୍‌ର ନେତୃତ୍ୱ ନେଉଛନ୍ତି AIIMS ର ଡକ୍ଟର ସୁଧୀର ଗୁପ୍ତା । ସୁଶାନ୍ତଙ୍କ ମୃତ୍ୟୁ ବେଳର ଫଟୋକୁ ଦେଖି ୨୦୦ ପ୍ରତିଶତ କେସ୍‌ ସାମାଧାନ ହୋଇଥିବା ନେଇ ଯେଉଁ ଗୁଜବ ବାହାରିଛି ତାହା ଅତ୍ୟନ୍ତ ବିପଜ୍ଜନକ । ମାମଲାର ତଦନ୍ତକୁ ନିରେପେକ୍ଷ କରିବା ପାଇଁ ସିବିଆଇ ଏକ ନୂତନ ମେଡିକାଲ ବୋର୍ଡ ଗଠନ କରିବା ଉଚିତ୍ ।

ଚାଷୀଙ୍କ ସ୍ୱାର୍ଥକୁ ବିଜେଡିର ପ୍ରାଥମିକତା, କୃଷି ବିଲ୍ ର ତର୍ଜମା ପାଇଁ ଗଠନ ହେବ କମିଟି

ଭୁବନେଶ୍ୱର: ଚାଷୀ ଆମ ରାଜ୍ୟ ତଥା ଦେଶର ଅର୍ଥନୀତିର ମେରୁଦଣ୍ଡ । ଚାଷୀ ଏବଂ ଚାଷର ସୁରକ୍ଷା ଯେକୌଣସି ସରକାରର ପ୍ରାଥମିକତା । ବିଜୁ ଜନତା ଦଳ(ବିଜେଡି) ସବୁ ସମୟରେ ଚାଷୀଙ୍କ ସହ ରହିଆସିଛି । ଚାଷୀ ଏବଂ ଚାଷର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ବହୁ ପୂର୍ବରୁ ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କରାଯିବାର ଆବଶ୍ୟକତା ରହିଛି । ଏହି ମୌଳିକ ଦାବି ପ୍ରତି ବିଜେଡିର ସବୁବେଳେ ସମର୍ଥନ ରହିଛି  ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ।

ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ନବୀନ ଦେଶର ସବୁଠୁ ଚର୍ଚ୍ଚିତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ନବୀନ କହିଛନ୍ତି ଯେ, ନିକଟରେ ଯେଉଁ ବିଲ ଗୃହୀତ ହୋଇଛି । ତାହାର ତନ୍ନତନ୍ନ ପର୍ଯ୍ୟାଲୋଚନା ସପକ୍ଷରେ ବିଜେଡି ମତ ଦେଇଥିଲା । ଏପରିକି ଲୋକସଭା ଏବଂ ରାଜ୍ୟସଭାରେ ଏ ନେଇ ଦଳ ସ୍ପଷ୍ଟ ମତ ରଖିଥିଲା । ଏହାକୁ ଆହୁରି ବିଚାରବିମର୍ଶ କରିବା ପାଇଁ ଦଳର ଅଭିଜ୍ଞ ନେତା,ବିଧାୟକ, ଏମପିମାନଙ୍କୁ ନେଇ କମିଟି ଗଠନ କରାଯିବ । ଏହି କମିଟି ଆଇନର ସମସ୍ତ ଦିଗକୁ ତର୍ଜମା କରିବ । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ନବୀନ ପଟ୍ଟନାୟକ ଦୃଢ ମତ ପୋଷଣ କରିଛନ୍ତି ।

Bihar Election 2020 PM Narendra Modi Agriculture Bills Farmers Protest

ଅନୁରୂପଭାବେ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ତର୍ଜମା ପାଇଁ ରାଜ୍ୟ ପକ୍ଷରୁ ଏକ କମିଟି ଗଠନ କରାଯିବ । ଭାଷାଭିତ୍ତିରେ ଗଠିନ ହୋଇଥିବା ସର୍ବପ୍ରଥମ ରାଜ୍ୟ ହେଉଛି ଓଡ଼ିଶା । ତେଣୁ ଶିକ୍ଷା କ୍ଷେତ୍ରରେ ମାତୃଭାଷା ଓଡ଼ିଶାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ ବୋଲି ବିଜେଡି ସଭାପତି କହିଛନ୍ତି । ନୂଆ ଶିକ୍ଷାନୀତି ଦ୍ୱାରା ଗ୍ରାମାଞ୍ଚଳର ଶିକ୍ଷା କିପରି ପ୍ରଭାବିତ ହେବ, ଏହାର କି ପ୍ରଭାବ ପଡିବ ତାହାର ଅନୁଶୀଳନକୁ ରାଜ୍ୟ ସର୍ବାଗ୍ରେ ପ୍ରାଧାନ୍ୟ ଦେବ ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି । ଆଗାମୀ ଦିନରେ ବିଦ୍ୟୁତ ବ୍ୟବହାର ବଢିବ । ରାଜ୍ୟରେ ଶିଳ୍ପ ଏବଂ ଅର୍ଥନୀତି ଆହୁରି ସକ୍ରିୟ କରିବା ପାଇଁ ରାଜ୍ୟ ସରକାର ଅନେକଗୁଡିକ ପଦକ୍ଷେପ ନେବେ । ରାଜ୍ୟରେ ଆଗାମୀ ଦିନରେ ପ୍ରାୟ ୨୦ କୋଟି ଶ୍ରମ ଦିବସ ସୃଷ୍ଟି କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରାଯାଇଛି । କୃଷକ, ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ । ବିରୋଧୀଙ୍କ ଦ୍ୱାରା ଆସୁଥିବା ସମସ୍ତ ଗଠନଧର୍ମୀ ପ୍ରସ୍ତାବ ଏବଂ ସମାଲୋଚନାକୁ ସକରାତ୍ମକଭାବେ ଦଳ ଗ୍ରହଣ କରିବ ବୋଲି ବିଜେଡି ସଭାପତି କହିଛନ୍ତି ।