ଚାଷୀଙ୍କ ସ୍ୱାର୍ଥକୁ ବିଜେଡିର ପ୍ରାଥମିକତା, କୃଷି ବିଲ୍ ର ତର୍ଜମା ପାଇଁ ଗଠନ ହେବ କମିଟି

ଭୁବନେଶ୍ୱର: ଚାଷୀ ଆମ ରାଜ୍ୟ ତଥା ଦେଶର ଅର୍ଥନୀତିର ମେରୁଦଣ୍ଡ । ଚାଷୀ ଏବଂ ଚାଷର ସୁରକ୍ଷା ଯେକୌଣସି ସରକାରର ପ୍ରାଥମିକତା । ବିଜୁ ଜନତା ଦଳ(ବିଜେଡି) ସବୁ ସମୟରେ ଚାଷୀଙ୍କ ସହ ରହିଆସିଛି । ଚାଷୀ ଏବଂ ଚାଷର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ବହୁ ପୂର୍ବରୁ ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କରାଯିବାର ଆବଶ୍ୟକତା ରହିଛି । ଏହି ମୌଳିକ ଦାବି ପ୍ରତି ବିଜେଡିର ସବୁବେଳେ ସମର୍ଥନ ରହିଛି  ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ।

ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ନବୀନ ଦେଶର ସବୁଠୁ ଚର୍ଚ୍ଚିତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ନବୀନ କହିଛନ୍ତି ଯେ, ନିକଟରେ ଯେଉଁ ବିଲ ଗୃହୀତ ହୋଇଛି । ତାହାର ତନ୍ନତନ୍ନ ପର୍ଯ୍ୟାଲୋଚନା ସପକ୍ଷରେ ବିଜେଡି ମତ ଦେଇଥିଲା । ଏପରିକି ଲୋକସଭା ଏବଂ ରାଜ୍ୟସଭାରେ ଏ ନେଇ ଦଳ ସ୍ପଷ୍ଟ ମତ ରଖିଥିଲା । ଏହାକୁ ଆହୁରି ବିଚାରବିମର୍ଶ କରିବା ପାଇଁ ଦଳର ଅଭିଜ୍ଞ ନେତା,ବିଧାୟକ, ଏମପିମାନଙ୍କୁ ନେଇ କମିଟି ଗଠନ କରାଯିବ । ଏହି କମିଟି ଆଇନର ସମସ୍ତ ଦିଗକୁ ତର୍ଜମା କରିବ । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ନବୀନ ପଟ୍ଟନାୟକ ଦୃଢ ମତ ପୋଷଣ କରିଛନ୍ତି ।

Bihar Election 2020 PM Narendra Modi Agriculture Bills Farmers Protest

ଅନୁରୂପଭାବେ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ତର୍ଜମା ପାଇଁ ରାଜ୍ୟ ପକ୍ଷରୁ ଏକ କମିଟି ଗଠନ କରାଯିବ । ଭାଷାଭିତ୍ତିରେ ଗଠିନ ହୋଇଥିବା ସର୍ବପ୍ରଥମ ରାଜ୍ୟ ହେଉଛି ଓଡ଼ିଶା । ତେଣୁ ଶିକ୍ଷା କ୍ଷେତ୍ରରେ ମାତୃଭାଷା ଓଡ଼ିଶାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ ବୋଲି ବିଜେଡି ସଭାପତି କହିଛନ୍ତି । ନୂଆ ଶିକ୍ଷାନୀତି ଦ୍ୱାରା ଗ୍ରାମାଞ୍ଚଳର ଶିକ୍ଷା କିପରି ପ୍ରଭାବିତ ହେବ, ଏହାର କି ପ୍ରଭାବ ପଡିବ ତାହାର ଅନୁଶୀଳନକୁ ରାଜ୍ୟ ସର୍ବାଗ୍ରେ ପ୍ରାଧାନ୍ୟ ଦେବ ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି । ଆଗାମୀ ଦିନରେ ବିଦ୍ୟୁତ ବ୍ୟବହାର ବଢିବ । ରାଜ୍ୟରେ ଶିଳ୍ପ ଏବଂ ଅର୍ଥନୀତି ଆହୁରି ସକ୍ରିୟ କରିବା ପାଇଁ ରାଜ୍ୟ ସରକାର ଅନେକଗୁଡିକ ପଦକ୍ଷେପ ନେବେ । ରାଜ୍ୟରେ ଆଗାମୀ ଦିନରେ ପ୍ରାୟ ୨୦ କୋଟି ଶ୍ରମ ଦିବସ ସୃଷ୍ଟି କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରାଯାଇଛି । କୃଷକ, ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ । ବିରୋଧୀଙ୍କ ଦ୍ୱାରା ଆସୁଥିବା ସମସ୍ତ ଗଠନଧର୍ମୀ ପ୍ରସ୍ତାବ ଏବଂ ସମାଲୋଚନାକୁ ସକରାତ୍ମକଭାବେ ଦଳ ଗ୍ରହଣ କରିବ ବୋଲି ବିଜେଡି ସଭାପତି କହିଛନ୍ତି ।

Leave a Reply