ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି #BanAashramWebseries

1 min read

ମୁମ୍ବାଇ: ଏମଏକ୍ସ ପ୍ଲେୟରର ଓ୍ୱେବ୍ ସିରିଜ ‘ଆଶ୍ରମ’କୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଏହି ସିରିଜକୁ ବ୍ୟାନ୍ କିମ୍ବା ବଏକଟ୍ କରିବା ପାଇଁ ସୋସିଆଲ୍ ମିଡିଆରେ #BanAashramWebseries ଟ୍ରେଣ୍ଡ୍ କରୁଛି ।

ଏହି ସିରିଜ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିଥିବା ନେଇ ଅଭିଯୋଗ ହୋଇଛି । ନିକଟରେ ଅଭିନେତା ବବି ଦେଓଲ ଓ ନିର୍ମାତା-ନିର୍ଦ୍ଦେଶକ ପ୍ରକାଶ ଝାଙ୍କୁ ଯୋଧପୁରର ଏକ ଅଦାଲତ ନୋଟିସ୍ ଜାରି କରିଛି ।

ଯାହାର ଶୁଣାଣି ଜାନୁୟାରୀ ୧୧ ତାରିଖରେ ହେବାକୁ ଯାଉଛି ।

ଏହି ସିରିଜର ଦ୍ୱିତୀୟ ସିଜନ୍ ‘ଆଶ୍ରମ ଚେପ୍ଟର ୨- ଦ ଡାର୍କ ସାଇଡ୍’ ନଭେମ୍ବର ୧୧ରେ ଏମଏକ୍ସ ପ୍ଲେୟରରେ ଷ୍ଟ୍ରିମ୍ ହୋଇଥିଲା । ଯେଉଁଥିରେ ବବି ଦେଓଲ ଜଣେ ଧର୍ମ ଗୁରୁ ଭାବେ ନଜର ଆସିଛନ୍ତି ।

ଏହି ସିରିଜରେ କୁହାଯାଇଛି ଯେ ଆମେ କୌଣସି ଧାର୍ମିକ ଭାବନାକୁ ଆଘାତ କରୁନାହୁଁ । ହେଲେ ଏଥିରେ ହିନ୍ଦୁ ମାନଙ୍କ ଧର୍ମୀୟ ଭାବନାକୁ ଆଘାତ କରାଯାଇଥିବା ଅଭିଯୋଗ ହୋଇଛି ।

Leave a Reply