ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ

1 min read

ଭୁବନେଶ୍ୱର: ମୃତ ସମାଜସେବୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ  । ଫେସବୁକ୍ ଲାଇଫରେ ଆତ୍ମହତ୍ୟା ଉଦ୍ୟମ  । ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଦର୍ଶଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବିଦ୍ୟାଶ୍ରୀ । ୩୦ଟି ନିଦ ବଟିକା ଖାଇ ନିଦ ଆତ୍ମହତ୍ୟା ଉଦ୍ୟମ । ତାଙ୍କୁ ଗୁରୁତର ଅବସ୍ଥାରେ ଏସ୍ ସିବି ମେଡିକାଲରେ ଭର୍ତ୍ତି କରାଯାଇଛଇ । ଏଯାବତ୍ ଲାଇଫ୍ ଭିଡିଓକୁ ୧୧୯ ଜଣ ସେୟାର କରିଥିବା ବେଳେ ୮ ହଜାର ଲୋକେ ଭିଡିଓ ଦେଖିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ କିଛି ମାସ ତଳେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ହୋଇଥିଲା । ଏହାକୁ କେହି କେହି ଆତ୍ମହତ୍ୟା କହୁଥିବା ବେଳେ ଏ ନେଇ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଦାୟୀ କରୁଥିଲେ ।

ଆତ୍ମହତ୍ୟା ଉଦ୍ୟମ ବେଳେ ଫେସବୁକ୍ ଲାଇଫ୍‌ରେ ବିଦ୍ୟାଶ୍ରୀ କହିଛନ୍ତି ଯେ, କିଛି ଦିନ ହେଲେ ମୋତେ ବହୁତ ମାନସିକ ନିର୍ଯ୍ୟାତନା ଦିଆଯାଉଛି । ମୋର ଆଉ ଜମାରୁ ବଞ୍ଚିବାର ଇଚ୍ଛା ନାହିଁ । ସେ ଏକ ଡାଏରୀ ଦେଖାଇବା ସହ ଏଥିରେ ତାଙ୍କ ମୃତ୍ୟୁ ନେଇ ଯେଉଁମାନେ ଦାୟୀ ସେମାନଙ୍କ ନାମ ଲେଖିଥିବା କହିବା ସହ ଭିଡିଓରେ ଡାଏରୀକୁ ମଧ୍ୟ ଦେଖାଇଛନ୍ତି । ମୋ ସ୍ୱାମୀ ମରିଗଲେ ଏଥିପାଇଁ ମୋତେ ଦାୟୀ କରିଆସୁଛନ୍ତି । ମୋ ପରିବାରକୁ ମୋ ଠାରୁ ଅଲଗା କରିଦେଲେ ।  ମୁଁ ଏଯାବତ୍ ୩୦ଟି ନିଦ ବଟିକା ଖାଇସାରିଛି ଏ ଯାଏଁ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ମୋତେ ପ୍ରତିଦିନ ସମାଲୋଚନା କରାଯାଉଛି । ଅତ୍ୟନ୍ତ ଖରାପ ଭାଷାରେ ମୋତେ ସମାଲୋଚନା କରୁଛନ୍ତି । ଜଣେ ନାରୀ ହୋଇ ମଧ୍ୟ ନାରୀକୁ ଅସମ୍ନାନ କରୁଛନ୍ତି । ନିଦ ବଟିକା ଦେଖାଇବା ସହ ସେ ସବୁ ତକ ନିଦ ବଟିକା ଖାଇସାରିଥିବା କହିଛନ୍ତି । ଏଥିସହିତ ସେ ଡାଏରୀରେ ପ୍ରାୟ ଅଧିକାଂଶ ଲୋକଙ୍କ ନାଁ ଲେଖିଛନ୍ତି ଯଦି ମୋର କିଛି ହେଉଯାଉଛି ତେବେ ଯେଉଁମାନଙ୍କ ନାଁ ମୁଁ ଲେଖିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଆଦି ବିନା ମୁଁ କିଛି ବି ନୁହେଁ ।

https://www.youtube.com/watch?v=5bfLLM1OfVc

Leave a Reply