spot_img
Home Blog Page 6400

ବାବ୍ରି ରାୟ ଉପରେ ପ୍ରଶ୍ନ ଉଠାଇଲେ ଓୱେସୀ: ଏହା ଅନ୍ୟାୟ, କଣ ଯାଦୁରେ ଭାଙ୍ଗିଲା ମସଜିଦ୍ ?

ନୂଆଦିଲ୍ଲୀ: ବାବ୍ରି ମସଜିଦ୍ ଧ୍ୱଂସ ମାମଲାରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ନିଷ୍ପତ୍ତି ଶୁଣାଇଛନ୍ତି । ବୁଧବାର କୋର୍ଟ ରାୟରେ ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଶୀ ସମେତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି । ଏହାକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ପ୍ରଶ୍ନ ଉଠାଇଛନ୍ତି । ଓୱେସୀ କହିଛନ୍ତି- ସୁପ୍ରିମକୋର୍ଟ ମଧ୍ୟ ମାନିଛନ୍ତି ସେଠାରେ ଢାଞ୍ଚାକୁ ଭାଙ୍ଗି ଦିଆଯାଇଛି । କିନ୍ତୁ ଆଜିର ନିଷ୍ପତ୍ତି କଳା ଦିନ ଭଳି ମନେ ରହିବ ।

ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ କହିଛନ୍ତି- କଣ କୌଣସି ଯାଦୁରେ ମୂର୍ତ୍ତି ରଖାଯାଇଥିଲା । କଣ ଯାଦୁରେ ତାଲା ଖୋଲିଥିଲା, କଣ ପୁଣି ଯାଦୁରେ ହିଁ ମସଜିଦ୍ ଭାଙ୍ଗିଯାଇଥିଲା ବୋଲି ଓୱେସୀ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି କୋର୍ଟଙ୍କ ରାୟ ଦେଶ ପାଇଁ କଳା ଦିନ ଅଟେ । ଯେଉଁଠିକୁ ଏଲକେ ଆଡଭାନୀଙ୍କ ରଥଯାତ୍ରା ଯାଇଥିଲା ସେଠାରେ ରକ୍ତ ବୋହିଥିଲା । ଯଦି ଏତେ ମାସ ଆଗରୁ ପ୍ରସ୍ତୁତି ହୋଇଥିଲା ତ ପୁଣି ସବୁକିଛି ଅଚାନକ କେମିତି ହେଲା ?

AIMIM ସାଂସଦ ଓୱେସୀ କହିଛନ୍ତି ଯେତେବେଳେ ବାବ୍ରି ମସଜିଦ୍ ଭଙ୍ଗାଗଲା ତ ଲୋକ ମିଠା ବାଣ୍ଟୁଥିଲେ, ଖୁସି ମନାଉଥିଲେ । ଓୱେସୀ ଅଭିଯୋଗ କରିଛନ୍ତି ଉମା ଭାରତୀ ନାରା ଦେଇଥିଲେ ‘ଆଉ ଏକ ଧକ୍କା ଦିଅ, ବାବ୍ରି ମସଜିଦ୍ ଭାଙ୍ଗି ଦିଅ’ ।

ପୂରା ମାମଲାରେ ମୁସଲମାନମାନଙ୍କୁ ନ୍ୟାୟ ମିଳିନାହିଁ ବୋଲି ଓୱେସି କହିଛନ୍ତି । ସିବିଆଇ ଚାର୍ଜସିଟରେ କୁହାଯାଇଛି କଲ୍ୟାଣ ସିଂହ ରୋକିବାକୁ କହିଥିଲେ, ଭାଙ୍ଗିବାକୁ ନୁହେଁ । ଓୱେସୀ ଅଭିଯୋଗ କରିଛନ୍ତି- ଡିସେମ୍ବର ୫ ତାରିଖ ରାତିରେ ବିନୟ କଟିୟାର ଘରେ ବୈଠକ ହୋଇଥିଲା । ଯେଉଁଥିରେ ଲାଲକୃଷ୍ଣ ଆଡଭାନୀ ମଧ୍ୟ ସାମିଲ୍ ଥିଲେ ।

ସେତେବେଳେ ମୋତେ ଲାଗିଥିଲା ମୁଁ ମସଜିଦକୁ ରକ୍ଷା କରିପାରିବିନି ଏବେ ଏମିତି ନିଷ୍ପତ୍ତି ଆସିଛି । ବିଜେପି ସରକାରଙ୍କ ପକ୍ଷରୁ ଲାଲକୃଷ୍ଣ ଆଡଭାନୀଙ୍କୁ ସମ୍ମାନିତ କରାଯାଇଥିଲା । ସେତେବେଳେ ଜଣାପଡ଼ିଥିଲା ରାୟ କଣ ଆସିବ ।

ଓୱେସୀ ଅଭିଯୋଗ କରିଛନ୍ତି- ଅଦାଲତ ବାହାରେ ଛିଡ଼ା ହୋଇ ଜଣେ ଅଭିଯୁକ୍ତ ଧ୍ୱଂସ କରିଥିବା କଥାକୁ ମାନୁଥିବା ବେଳେ ଅଦାଲତ ଦୋଷମୁକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ- ଗତବର୍ଷ ରାମଜନ୍ମ ଭୂମିକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଥିଲେ । ସେତେବେଳେ ରାୟକୁ ବିରୋଧ କରିଥିଲେ ଓୱେସୀ ।

UPSC PRELIMS 2020: ସୁପ୍ରିମକୋର୍ଟରେ ଆବେଦନ ଖାରଜ, ୪ ଅକ୍ଟୋବରରେ ହେବ ପରୀକ୍ଷା

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସଭିଲ ସେବା ପରୀକ୍ଷା (ୟୁପିଏଏସି) ଆୟୋଜନ ରୋକିବା ନେଇ ହୋଇଥିବା ଆବେଦନ ଖାରଜ କରିଛନ୍ତି । ଏହା ପରେ ପରୀକ୍ଷା ଆୟୋଜନ ନେଇ ଯେଉଁ ଅନିଶ୍ଚିତତା ଦେଖାଯାଉଥିଲା ତାହା ଶେଷ ହୋଇଛି । ଏଥିସହିତ କୋର୍ଟ କହିଛନ୍ତି ଯେ, ପରୀକ୍ଷା ଆୟୋଜନ କରିବା ୟୁପିଏସିର ଦାୟିତ୍ୱ ।

ପରୀକ୍ଷା ନେଇ ୫୦ କୋଟି ଟଙ୍କା ଖର୍ଚ୍ଚ : ୟୁପିଏଏସି

ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, କରୋନା ଭାଇରସ ଯୋଗୁଁ ଉପୁଜିଥିବା ସମସ୍ୟା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ, ଏବଂ ସ୍ଥିତି ଅସ୍ୱାଭାବିକ । ଏଣୁ ଏସବୁ ଦୃଷ୍ଟିରୁ ପରୀକ୍ଷା ବାତିଲ କରାଯିବା କଥା । ତେବେ କୋର୍ଟ ପକ୍ଷରୁ କୁହାଯାଇଛି ଯେ, ୟୁପିଏସି ରାଜ୍ୟମାନଙ୍କୁ ପରିବହନ ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁପିଏସି ପକ୍ଷରୁ କୋର୍ଟରେ କୁହାଯାଇଛି ପରୀକ୍ଷା ଆୟୋଜନ କରିବା ନେଇ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯଦି ପରୀକ୍ଷା ଉପରେ ରୋକ୍ ଲଗାଯାଏ ତେବେ କ୍ଷତି ଉଠାଇବାକୁ ପଡ଼ିପାରେ । କୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ଯେଉଁ ସବୁ ବ୍ୟବସ୍ଥା କରାଯାଇଛି, ସେଥିରେ କୌଣସି ପ୍ରକାର ସୁଧାର ଆଣିବର ଆବଶ୍ୟକତା ଥିଲେ ଏ ନେଇ ଆଲୋଚନା କରାଯାଇପାରେ । କିନ୍ତୁ କୌଣସି ମତେ ପରୀକ୍ଷା ବାତିଲ କରିବା ଉଚିତ୍ ନୁହଁ  । ସୂଚନା ଯୋଗ୍ୟ ଯେ, ପୂର୍ବରୁ ୩୧ ମେ’ରେ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା ଯାହାକୁ ୪ ଅକ୍ଟୋବରକୁ ଘୁଞ୍ଚାଯାଇଛି ।

ହାଥରସ୍ ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ କଥାହେଲେ ପିଏମ୍ ମୋଦି, କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ…

ନୂଆଦିଲ୍ଲୀ: ହାଥରସ୍ ଗଣଦୁଷ୍କର୍ମ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି । ଏନେଇ ଯୋଗୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପିଏମ୍ ମୋଦି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି । ଏହି ମାମଲାର ଯାଞ୍ଚ ପାଇଁ ଉତ୍ତରପ୍ରଦେଶ ସରକାର ଏସଆଇଟି ଗଠନ କରିଛନ୍ତି ।

Hathras Gangrape Dalit girl Death PM Narendra Modi CM Yogi Adityanath UP Police

ହାଥରସରେ ଘଟିଥିବା ଦୁଷ୍କର୍ମକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ଦୋଷୀ ରକ୍ଷା ପାଇବେ ନାହିଁ କହିଛନ୍ତି । ମାମଲାର ପୂରା ଯାଞ୍ଚ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ ହୋଇଛି । ତଦନ୍ତକାରୀ ଦଳ ଆସନ୍ତା ୭ ଦିନ ଭିତରେ ଯାଞ୍ଚ ରିପୋର୍ଟ ଦେବ । ତ୍ୱରିତ ନ୍ୟାୟ ପାଇଁ ଏହି ମାମଲାର ବିଚାର ଫାଷ୍ଟ ଟ୍ରାକରେ କରାଯିବ ।

ହାଥରସ୍ ପୋଲିସର ପ୍ରତିକ୍ରିୟା

Hathras Gangrape Dalit girl Death PM Narendra Modi CM Yogi Adityanath UP Police

ପରିବାରର ସହମତି ବିନା ଯୁବତୀଙ୍କ ଅନ୍ତିମ ସଂସ୍କାର ନେଇ ହାଥରସ୍ ପୋଲିସ ପ୍ରତିକ୍ରିୟା ରଖିଛି । ଟ୍ୱିଟରେ ହାଥରସ୍ ପୋଲିସ ଘଟଣାକୁ ଖଣ୍ଡନ କରିଛି । ଅଭିଯୋଗ ହୋଇଥିଲା ପୋଲିସ ଜବରଦସ୍ତି ପରିବାରର ବିନା ସହମତିରେ ରାତିରେ ଶବ ସତ୍କାର କରିଛି । ମଙ୍ଗଳବାର ରାତିରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହାଥରସ୍ ଚନ୍ଦପା ଦୁଷ୍କର୍ମ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଏହା ପୂର୍ବରୁ ମୃତଦେହକୁ ଅନ୍ତ୍ୟେଷ୍ଟି ସ୍ଥାନକୁ ନେବା ନେଇ ଗ୍ରାମବାସୀ ବିରୋଧ କରିଛନ୍ତି । ପରିବାର ଲୋକ ଆମ୍ବୁଲାନ୍ସ ଆଗରେ ଶୋଇ ପଡ଼ିଥିଲେ । ସେମାନଙ୍କ ଦାବି ଥିଲା ମୃତଦେହକୁ ପ୍ରଥମେ ଘରକୁ ନିଆଯାଉ । ଏହାକୁ ନେଇ ପୋଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ ।

Hathras Gangrape Dalit girl Death PM Narendra Modi CM Yogi Adityanath UP Police

ରାତି ପ୍ରାୟ ସାଢ଼େ ୨ଟା ଯାଏଁ ଏଭଳି ଉତ୍ତେଜନା ଲାଗି ରହିଥିଲା । ପରେ ପୋଲିସ ବଳପୂର୍ବକ ଆମ୍ବୁଲାନ୍ସ ଆଗରେ ଥିବା ମହିଳାଙ୍କୁ ହଟାଇଥିଲା । ଏହି ସମୟରେ ପୋଲିସ ସହ ଲୋକଙ୍କ ମୁଥ ମରାମାରି ହୋଇଥିଲା । ଏହା ପରେ ଅନ୍ତିମ ସଂସ୍କାର କରିଥିଲା ।

ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ । କରୋନା ନେଇ ଗୃହରେ ବିରୋଧୀଙ୍କ ମୁଲତବି ନୋଟିସ୍ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ବିବୃତି ରଖିଛନ୍ତି । ରାଜ୍ୟରେ ମୋଟ ସକ୍ରିୟ ମାମଲା ୩୬ ହାଜରରୁ ଅଧିକ । ରାଜ୍ୟରେ ୨୯ ହଜାର କରୋନା ରୋଗୀ ଆଇସୋଲେସନରେ ଅଛନ୍ତି । ୭ହଜାର ୩୪୮ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯଦି ସରକାର ବିଫଳ ତେବେ ରୋଗୀ ସୁସ୍ଥ କିପରି ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ଜାତୀୟ ମୃତ୍ୟୁ ହାର ୧.୬୦ ଥିବା ବେଳେ ଓଡ଼ିଶାରେ ୦.୩୮ରହିଛି । ଲାକଡାଉନ ଯୋଗୁଁ ସଂକ୍ରମଣ ନିୟନ୍ତ୍ରଣରେ ଥିଲା। କିନ୍ତୁ ପ୍ରବାସୀ ଫେରିବା ପରେ ବଢିଥିଲା। ରୋଗୀଙ୍କ ଚିକିତ୍ସା ପାଇଁ ତ୍ରିସ୍ତରୀୟ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା।  କୋଭିଡ କିଟ କ୍ରୟରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଏନେଇ ତଦନ୍ତ ଚାଲିଛି, ଯିଏ ଦୋଷୀ ହେବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ରାଜ୍ୟରେ କୋଭିଡ ପରିଚାଳନା ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ ଉଠାଇଥିଲେ ।

କୋଭିଡ୍ ପରିଚାଳନା ନେଇ ଓଡ଼ିଶାକୁ ଡବ୍ଲୁଏଚ୍ଓର ପ୍ରଶଂସା । ଆଗୁଆ ପଦକ୍ଷେପ ନେଇଥିଲା ରାଜ୍ୟ ।

କୋଭିଡ୍‌ ପରିଚାଳନା ନେଇ ଓଡ଼ିଶାକୁ ଡବ୍ଲୁଏଚ୍‌ଓର ପ୍ରଶଂସା… ଆଗୁଆ ପଦକ୍ଷେପ ନେଇଥିଲା ରାଜ୍ୟ

ଉତ୍ତରପ୍ରଦେଶ ହାଥରାସର ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା । ତଦନ୍ତ କରିବ ଏସଆଇଟି, ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଉତ୍ତରପ୍ରଦେଶ ହାଥରାସର ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା…. ତଦନ୍ତ କରିବ ଏସଆଇଟି, ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ବାବ୍ରି ମସଜିଦ୍ ଭଙ୍ଗ ମାମଲାର ସମସ୍ତ ୩୨ଅଭିଯୁକ୍ତ ଦୋଷମୁକ୍ତ

ବାବ୍ରି ମସ୍‌ଜିଦ୍ ଭଙ୍ଗ ମାମଲାର ସମସ୍ତ ୩୨ଅଭିଯୁକ୍ତ ଦୋଷମୁକ୍ତ

‘ଜହ୍ନମାମୁ’କୁ ପଢିଥିବା ଓ ଏହାର ବିଶିଷ୍ଟ ଚିତ୍ରଶିଳ୍ପୀ ‘ଶଙ୍କର’ଙ୍କୁ ଜାଣି ନଥିବା ଏମିତି ହୁଏତ ଖୁବ୍ କମ୍ ପାଠକ ଥିବେ…

ଜହ୍ନମାମୁର ସ୍ୱତନ୍ତ୍ରତା ଥିଲା ଏହାର କଥାକୁହା ଜୀବନ୍ତ ରଙ୍ଗୀନ ଛବି ସବୁ । ଏହା ସତ ଯେ, ଆଜିକାର ଅନେକ ପ୍ରତିଷ୍ଠିତ, ପେଷାଦାର ତଥା ସୌଖିନ୍ ଚିତ୍ରଶିଳ୍ପୀମାନେ ଜହ୍ନମାମୁର ଛବି ଦେଖି ଦେଖି ହିଁ ଚିତ୍ରକଳାରେ ଶ୍ରୀଗଣେଶ (ଖଡିଛୁଆଁ) କରିଛନ୍ତି ।

ଜହ୍ନମାମୁ ପତ୍ରିକାଟେ ବଜାରରୁ କିଣି ଆଣିଲେ ମୁଁ ତାର ଛବି ଗୁଡିକୁ ପ୍ରଥମେ ତନ୍ନତନ୍ନ କରି ଦେଖିନିଏ । ଛବିତଳେ ଚିତ୍ରଶିଳ୍ପୀଙ୍କ ଦସ୍ତଖତକୁ ଲୁଚେଇ ଦେଲେ ବି ଛବିରୁ ଅନାୟାସରେ ମୁଁ ଏହାର ଚିତ୍ରକରଙ୍କ ନାଁ କହିଦିଏ ନିର୍ଭୁଲରେ । ଜହ୍ନମାମୁର କିଛି ପ୍ରସିଦ୍ଧ ଚିତ୍ରଶିଳ୍ପୀ ହେଲେ- ରାଜୀ, ଜୟ, ଚିତ୍ର, ଭାପା, ବୀର, ଶକ୍ତି । ତେବେ ଶଙ୍କର ହିଁ ଜହ୍ନମାମୁର ଲୋକପ୍ରିୟ ଓ ସବୁଠାରୁ ସଫଳତମ ଚିତ୍ରଶିଳ୍ପୀର ମର୍ଯ୍ୟାଦା ପାଇଥିଲେ । ବେଳେବେଳେ ଲାଗେ ଶଙ୍କର ଜହ୍ନମାମୁ ଲାଗି ହିଁ ଜନ୍ମ ନେଇଥିଲେ । ଶଙ୍କରଙ୍କ ପୂରା ନାମ କେ.ଚନ୍ଦ୍ରଶେଖରନ୍ ଶିବଶଙ୍କରନ୍ ।

Eminent Cartoonist KC Shivashankar

‘ଜହ୍ନମାମୁ’ର ଧାରାବାହିକ ବେତାଳ କଥା କହିଲେ ଶଙ୍କରଙ୍କ ଅଙ୍କିତ ସେଇ ଚିତ୍ର ଆପେଆପେ ମନେ ପଡ଼ିଯାଏ । ପଶ୍ଚାଦମୁଖୀ ରାଜା ବିକ୍ରମାଦିତ୍ୟଙ୍କ, କାନ୍ଧରେ ଶବରୂପୀ ବେତାଳ । ରାଜାଙ୍କ ହାତରେ ଉନ୍ମୁକ୍ତ ଏକ ତରବାରୀ । ତା ସହ ଶ୍ମଶାନର ପାଣ୍ଡୁର ଭୟାକୁଳ ଛବିଟିଏ ।

ଶଙ୍କରଙ୍କର ଜନ୍ମ ତାମିଲନାଡୁର ଇରୋଡ଼ ଠାରେ ୧୯ ଜୁଲାଇ ୧୯୨୪ ମସିହାରେ । ଶଙ୍କରଙ୍କର ବାପା ଜଣେ ଶିକ୍ଷକ ଥିଲେ । ଶଙ୍କର ପିଲାଟି ଦିନରୁ ଚିତ୍ରକଳା ପ୍ରତି ଖୁବ୍ ଆକର୍ଷିତ ଥିଲେ । ୧୯୪୧ରେ ଶଙ୍କର ବିଦ୍ୟାଳୟ ଶିକ୍ଷା ଶେଷ କରି ମାଡ୍ରାସ୍ ସରକାରୀ ଚାରୁକଳା ବିଦ୍ୟାଳୟରେ ନାମ ଲେଖାଇ ଥିଲେ । ସେଠାରୁ ଉତ୍ତୀର୍ଣ୍ଣ ହେବା ପରେ ସେ କିଛି ବିଜ୍ଞାପନ ସଂସ୍ଥା ଓ ପ୍ରକାଶନ ସଂସ୍ଥାରେ ସ୍ୱଳ୍ପ ବେତନରେ କାମ କରୁଥିଲେ । ୧୯୫୨ରେ ଜହ୍ନମାମୁର ସୁଯୋଗ୍ୟ ସମ୍ପାଦକ ନାଗୀ ରେଡ୍ଡି ତାଙ୍କୁ ‘ଜହ୍ନମାମୁ’କୁ ଡାକି ନେଇଥିଲେ ଓ ମାସକୁ ୩୫୦ ଟଙ୍କା ଦରମା ଦେଲେ । ସେବେଠାରୁ ସେ ଜହ୍ନମାମୁ ପାଇଁ ଜଣେ ସମର୍ପିତ ଚିତ୍ରଶିଳ୍ପୀ ଭାବେ ରହି ଆସିଛନ୍ତି ।

Eminent Cartoonist KC Shivashankar

ଶେଷ ପର୍ଯ୍ୟନ୍ତ ଶଙ୍କରଙ୍କ ହାତର ତୁଳୀ କଥା କହୁଥିଲା। ବ୍ୟକ୍ତିଗତ ଭାବରେ ମୁଁ ଜହ୍ନମାମୁର ଛବି ଦେଖି ଦେଖି, ବିଶେଷତଃ ଶଙ୍କରଙ୍କ ଜ୍ୟାମିତିକ ରେଖାଚିତ୍ର, ରଙ୍ଗ ଚୟନ, ଚିତ୍ର ଉପରେ ରଙ୍ଗର ବିଚ୍ଛୁରଣ, ପରିପାର୍ଶ୍ୱ ବର୍ଣ୍ଣନ, ନିଖୁଣ ପରିସ୍ପୁଟନ, ଚିତ୍ରଚରିତ୍ରଙ୍କ ଲାସ୍ୟ, ଅଙ୍ଗଭଙ୍ଗୀ ଓ ଆହୁରି ଅନେକ କିଛିକୁ ମୁଁ ଅନୁକରଣ କରି ଆସିଛି । ଅନେକ ଦିନଯାଏଁ ମୁଁ ତାଙ୍କୁ ଜଣେ ଓଡ଼ିଆ ଭାବେ ମନେ କରୁଥିଲି । ୯୭ ବର୍ଷ ବୟସରେ ଏଇ ମହାନ୍ ଚିତ୍ରଶିଳ୍ପୀଙ୍କ ନିଧନ ହୋଇଛି । ତେବେ ନିଜ ନିରଳସ ସାଧନା ଓ ଜଣେ ପେଶାଦାର ତଥା ମର୍ଯ୍ୟାଦାବନ୍ତ ଶିଳ୍ପୀ ଭାବେ କୋଟି କୋଟି ଚିତ୍ରଶିଳ୍ପୀଙ୍କୁ ଆଜିର ଡିଜିଟାଲ୍ ଦିନରେ ପ୍ରଭାବିତ କରିଥିବା ଶଙ୍କରଙ୍କ ପରି ଆଉ ଜଣେ ବ୍ୟକ୍ତି ବିରଳ ନିଶ୍ଚୟ । ତାଙ୍କ ଅବର୍ତ୍ତମାନରେ ତାଙ୍କପ୍ରତି ଅକୁଳାଣ ଶ୍ରଦ୍ଧାଞ୍ଜଳି ଓ ଶେଷ ପ୍ରଣାମ ।

ଗିରିଜା ପ୍ରସାଦ ମିଶ୍ର

ସଦସ୍ୟ, ସାହିତ୍ୟ ଏକାଡେମୀ

ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ କହି କୋର୍ଟ କହିଲା, ‘ସେମାନେ ବାବ୍ରି ମସଜିଦ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ’

0

ଲକ୍ଷ୍ନୌ: ଲକ୍ଷ୍ନୌର ସ୍ପେଶାଲ CBI ଅଦାଲତରେ ପ୍ରାୟ ୨୮ ବର୍ଷ ପରେ ବାବ୍ରି ମସଜିଦ ମାମଲାରର ଶୁଣାଣି କରିଛନ୍ତି । ସ୍ପେଶାଲ CBI ବିଚାରପତି ଏସ. କେ ଯାଦବ ରାୟ ଶୁଣାଇ କହିଛନ୍ତି ଯେ, ଘଟଣାଟି ଯୋଜମାବଦ୍ଧ ନଥିଲା । ଯାହା ବି ହୋଇଥିଲା, ଅଚାନକ ହୋଇଥିଲା ।

ଏହା କହି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିଲେ । ଏହା ସହିତ ଏହି ଅଭିଯୁକ୍ତଙ୍କ ସମ୍ପୃକ୍ତି ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରମାଣ ଆଣିପାରି ନାହିଁ । ଏହାସହିତ କୋର୍ଟ ଏହା ମଧ୍ୟ କହିଛି ଯେ, ଏହି ୩୨ ଅଭିଯୁକ୍ତ ବାବ୍ରି ମସଜିଦକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ପଛରୁ ଏକ ଭିଡ଼ ଆସି ସେମାନେ ଢାଞ୍ଚା ଭାଙ୍ଗିଦେଲେ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତ ସେମାନଙ୍କୁ ଉତ୍ତେଜିତ କରିବା ପାଇଁ କୌଣସି ରୂପରେ କାର୍ଯ୍ୟ କରିନାହାଁନ୍ତି ।

କଣ ଥିଲା ପୂରା ମାମଲା-

୧୯୯୨ ମସିହା ଡିସେମ୍ବର ୬ ତାରିଖ ଘଟଣା । ଦିନ ପ୍ରାୟ ୧୨.୧୫ ମିନିଟରେ ଜଣେ ସେବକ ବ୍ୟାରିକେଡ୍ ଭାଙ୍ଗି ବାବ୍ରି ମସଜିଦ୍ ଭିତରକୁ ପ୍ରବେଶ କରିଥିଲା । ଏହାପରେ ଅନେକ ସେବକ ତାଙ୍କ ପଛରେ ମସଜିଦ ପରିସରରେ ପ୍ରବେଶ କରଥିଲେ । ଆଇନଗତ ଭାଷାରେ, ଏହି ମସଜିଦ ପରିଷରକୁ ଏକ ବିବାଦୀୟ ଗଠନ କୁହାଯାଏ । ପ୍ରଥମ ଘଣ୍ଟାରେ ମସଜିଦର ପ୍ରଥମ ଗୋଲକ ଭାଙ୍ଗିଥିଲା ଏବଂ ଧୀରେ ଧୀରେ ସେବକମାନେ ମସଜିଦକୁ ଭାଙ୍ଗି ଦେଇଥାଏ । ସେହି ଦିନ ସନ୍ଧ୍ୟା ପ୍ରାୟ ୫.୧୫ ମିନିଟରେ ବାବ୍ରି ମସଜିଦ ଭାଙ୍ଗିବା ମାମଲାର ପ୍ରଥମ ଏଫଆଇଆର ଷ୍ଟେସନ ରାମ ଜନ୍ମ ଭୂମିରେ ପଞ୍ଜିକୃତ ହୋଇଛି । ପୋଲିସ ଷ୍ଟେସନ ଦାଯିତ୍ୱରେ ଥିଲେ ପ୍ରିୟମ୍ବଦା ନାଥ ଶୁକ୍ଲା । FIR ନମ୍ବର ୧୯୭/୯୨ ରେ  ଅଜ୍ଞାତ ସେବକଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ ହୋଇଥିଲା । ଏହି ଏଫ୍ଆଇଆରେ ଡକାୟତି, ଧର୍ମଶାଳାକୁ କ୍ଷତି ପହଞ୍ଜାଇବା ଏବଂ ଧାର୍ମିକ ସୌହାର୍ଦ୍ଦ୍ୟକୁ ବିଗାଡିବା ଭଳି ଆଠଟି ବିଭାଗରେ ମାମଲା ରୁଜୁ ହୋଇଥିଲା ।

ଏହାର ଠିକ୍ ୧୦ ମିନିଟ ପରେ ତଥା ୫:୨୫ ମିନିଟରେ ସେହି ଥାନାରେ ଗଙ୍ଗା ପ୍ରସାଦ ତିୱାରୀଙ୍କ ଇଞ୍ଜାର୍ଜରେ ଆଠ ଜଣଙ୍କ ବିରୁଦ୍ଧରେ ଆଉ ଏକ ମାମଲା ରୁଜୁ ହେଲା, FIR ସଂଖ୍ୟା ୧୯୮/୯୨ । ଧାର୍ମିକ ଉତ୍ତେଜନା ସୃଷ୍ଟି କରିବା, ଗୁଜବ ପ୍ରଚାର କରିବା, ଜୀବନ ପ୍ରତି କ୍ଷତି ପହଞ୍ଚାଇବା ଏବଂ ଅପରାଧ ଷଡ଼ଯନ୍ତ୍ର ଭଳି ଗମ୍ଭୀର ବିଭାଗରେ ମାମଲା ରୁଜୁ ହୋଇଥିଲା । ଏହି ଏଫଆରରେ ବଡ଼ ବଡ଼ ନାମ ସାମିଲ ଥିଲା । ଏଥିରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, ବିନୟ କଟିୟାର, ଅଶୋକ ସିଙ୍ଘଲ, ଗିରିରାଜ କିଶୋର, ବିଷ୍ଣୁ ହରି ଡାଲମିୟା ଏବଂ ସାଧ୍ୱୀ ରିତାମ୍ଭରାଙ୍କ ନାମ ସାମିଲ ଥିଲା । ଏଥି ମଧ୍ୟରୁ ଅଶୋକ ସିଙ୍ଗଲ, ଗିରିରାଜ କିଶୋର ଏବଂ ବିଷ୍ଣୁ ହରି ଡାଲମିୟାଙ୍କ ମୃତ୍ୟୁ ହୋଇସାରିଛି ।

ରାଜ୍ୟରେ ୨୪ଘଣ୍ଟାରେ ୩,୪୪୩ ସଂକ୍ରମିତ ଚିହ୍ନଟ, ୧୪ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ନିୟନ୍ତ୍ରଣରେ ଆସୁଛି କରୋନା ମାହାମାରୀ । ସରକାରଙ୍କ ପଦକ୍ଷେପ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୪୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୧୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୪୨୬ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛି । ଆଉ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଖୋର୍ଦ୍ଧାରୁ ସର୍ବାଧିକ ସର୍ବାଧିକ ୬୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି ସେହିପରି କଟକରୁ ୩୫୯ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୦୦, ବାଲେଶ୍ୱରରୁ  ୧୫୨ , ବରଗଡ଼ରୁ ୧୧୧, ଭଦ୍ରକରୁ ୯୫ ବଲାଙ୍ଗୀରରୁ ୧୧୪, ବୌଦ୍ଧରୁ ୧୦, ଦେଓଗଡ଼ରୁ ୧୩, ଢେଙ୍କାନାଳରୁ ୪୭, ଗଜପତିରୁ ୧୮, ଗଞ୍ଜାମରୁ ୫୪, ଜଗତସିଂହପୁରରୁ ୭୮ , ଯାଜପୁର ୧୩୦ ଝାରସୁଗୁଡ଼ାରୁ ୭୭, କଳାହାଣ୍ଡିରୁ ୬ , କନ୍ଧମାଳରୁ ୧୦୩, କେନ୍ଦ୍ରାପଡ଼ାରୁ ୧୦୧, କେନ୍ଦୁଝରରୁ୯୭, କୋରାପୁଟରୁ ୫୨, ମାଲକାନଗିରିରୁ ୨୯, ମୟୁରଭଞ୍ଜରୁ ୧୪୧, ନବରଙ୍ଗପୁରରୁ ୮୯, ନୟାଗଡ଼ରୁ ୮୮, ନୂଆପଡ଼ାରୁ ୮୭, ପୁରୀରୁ ୧୩୨ , ରାୟଗଡ଼ାରୁ ୨୯, ସମ୍ବଲପୁର ୧୩୧, ସୁନ୍ଦରଗଡ଼ରୁ ୮୧, ସୋନପୁରରୁ ୯୪,ଷ୍ଟେଟ ପୁଲ୍ ୧୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨ ଲକ୍ଷ ୧୯ହଜାର ୧୧୯କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୧୩ରେ ପହଞ୍ଚିଛି । ଏବେ ସୁଦ୍ଧା ୧ ଲକ୍ଷ ୮୧ ହଜାର ୪ଶହ ୮୧ ସୁସ୍ଥ ହୋଇଥିବା ବେଳେ, ୩୬ ହଜାର ୭ ଶହ ୪୩ ସକ୍ରିୟ ମାମଲା ରହିଛି । ସେହିଭଳି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୪୨ରେ ପହଞ୍ଚିଛି ।