UPSC PRELIMS 2020: ସୁପ୍ରିମକୋର୍ଟରେ ଆବେଦନ ଖାରଜ, ୪ ଅକ୍ଟୋବରରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସଭିଲ ସେବା ପରୀକ୍ଷା (ୟୁପିଏଏସି) ଆୟୋଜନ ରୋକିବା ନେଇ ହୋଇଥିବା ଆବେଦନ ଖାରଜ କରିଛନ୍ତି । ଏହା ପରେ ପରୀକ୍ଷା ଆୟୋଜନ ନେଇ ଯେଉଁ ଅନିଶ୍ଚିତତା ଦେଖାଯାଉଥିଲା ତାହା ଶେଷ ହୋଇଛି । ଏଥିସହିତ କୋର୍ଟ କହିଛନ୍ତି ଯେ, ପରୀକ୍ଷା ଆୟୋଜନ କରିବା ୟୁପିଏସିର ଦାୟିତ୍ୱ ।

ପରୀକ୍ଷା ନେଇ ୫୦ କୋଟି ଟଙ୍କା ଖର୍ଚ୍ଚ : ୟୁପିଏଏସି

ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, କରୋନା ଭାଇରସ ଯୋଗୁଁ ଉପୁଜିଥିବା ସମସ୍ୟା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ, ଏବଂ ସ୍ଥିତି ଅସ୍ୱାଭାବିକ । ଏଣୁ ଏସବୁ ଦୃଷ୍ଟିରୁ ପରୀକ୍ଷା ବାତିଲ କରାଯିବା କଥା । ତେବେ କୋର୍ଟ ପକ୍ଷରୁ କୁହାଯାଇଛି ଯେ, ୟୁପିଏସି ରାଜ୍ୟମାନଙ୍କୁ ପରିବହନ ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁପିଏସି ପକ୍ଷରୁ କୋର୍ଟରେ କୁହାଯାଇଛି ପରୀକ୍ଷା ଆୟୋଜନ କରିବା ନେଇ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯଦି ପରୀକ୍ଷା ଉପରେ ରୋକ୍ ଲଗାଯାଏ ତେବେ କ୍ଷତି ଉଠାଇବାକୁ ପଡ଼ିପାରେ । କୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ଯେଉଁ ସବୁ ବ୍ୟବସ୍ଥା କରାଯାଇଛି, ସେଥିରେ କୌଣସି ପ୍ରକାର ସୁଧାର ଆଣିବର ଆବଶ୍ୟକତା ଥିଲେ ଏ ନେଇ ଆଲୋଚନା କରାଯାଇପାରେ । କିନ୍ତୁ କୌଣସି ମତେ ପରୀକ୍ଷା ବାତିଲ କରିବା ଉଚିତ୍ ନୁହଁ  । ସୂଚନା ଯୋଗ୍ୟ ଯେ, ପୂର୍ବରୁ ୩୧ ମେ’ରେ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା ଯାହାକୁ ୪ ଅକ୍ଟୋବରକୁ ଘୁଞ୍ଚାଯାଇଛି ।

Leave a Reply