spot_img
Home Blog Page 6399

ରାଜ୍ୟରେ ଶୀତ ପ୍ରବାହ, ଆଗାମୀ ୫ ଦିନରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଶୀତ ପ୍ରବାହ ଜାରି ରହିଛି। ଏହା ସହ ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳିଛି । ଆଗାମୀ ୫ ଦିନ ମଧ୍ୟରେ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ରାତିର ତାପମାତ୍ରା ଆଗାମୀ ୩ରୁ ୪ ଦିନ ଅପରିବର୍ତ୍ତିତ ରହିବ । ପରେ ରାତିର ତାପମାତ୍ରା ୪ ରୁ ୫ ଡିଗ୍ରୀ କମିବ । ଫଳରେ ଅଧିକ ଶୀତ ଅନୁଭୂତ ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ସେହିପରି କନ୍ଧମାଳରେ କମୁଛି ତାପମାତ୍ରା ବଢୁଛି ଶୀତ । ସକାଳୁ ସକାଳୁ ସବୁଠି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ତେବେ ଶୀତୁଆ ସକାଳର ମଜା ନେଉଛନ୍ତି ଜନସାଧାରଣ । କାକର ଭିଜା ଶୀତୁଆ ସକାଳକୁ ଉପଭୋଗ କରିବା ସହ ପ୍ରାତଃ ଭ୍ରମଣ କରୁଛନ୍ତି ଲୋକେ ।

ପୁଣି କାର୍ଯ୍ୟକ୍ଷମ ହେବ ସମ୍ବଲପୁରର ସଦର ମେଡିକାଲ

ସମ୍ବଲପୁର: କରୋନା ସଂକ୍ରମଣ କମିବା ପରେ ଧିରେ ଧିରେ ସବୁ ପ୍ରକାର କାର୍ଯ୍ୟ କଳାପ ଉପରୁ ରୋକ ଉଠାଇ ଦିଆଯାଇଛି । ସେହିପରି  ଆଜିଠାରୁ ପୁଣି କାର୍ଯ୍ୟକ୍ଷମ ହେବାକୁ ଯାଉଛି ସମ୍ବଲପୁରର ସଦର ମେଡିକାଲ । ଜିଲ୍ଲାରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାପରେ ଏପରି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ପୂର୍ବରୁ ସଦର ହସପିଟାଲକୁ କୋଭିଡ ହସ୍ପିଟାଲ କରାଯାଇଥିଲା । ତେବେ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ହସପିଟାଲରେ ସାଧାରଣ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । ଏଣିକି କରୋନା ଆକ୍ରାନ୍ତଙ୍କୁ ବୁର୍ଲା କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯିବ । ଏହାସହ କୋଭିଡ ଚିକିତ୍ସା ପାଇଁ ଆସିଥିବା ଅତ୍ୟାଧୁନିକ ଉପକରଣ ଆଇସିୟୁ, ଭେଣ୍ଟିଲେଟର ସଦର ହସ୍ପିଟାଲରେ ହିଁ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବିଧାନସଭାର ଶୀତ ଅଧିବେଶନ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍‌ । ପ୍ରତିଦିନ ଗୃହ ସାଢ଼େ ଚାରି ଘଣ୍ଟା ଚାଲିବ । ମୌସୁମୀ ଅଧିବେଶନ ପରି ଏଥର ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ । ଯେଉଁମାନଙ୍କ କୋଭିଡ ଟେଷ୍ଟ ରିର୍ପୋଟ ନେଗେଟିଭ୍‌ ଆସିଛି, ସେମାନଙ୍କୁ ବିଧାନସଭାକୁ ଯିବା ପାଇଁ ଅନୁମତି ମିଳିବ । ୨୯ରେ ଆସିବ ବ୍ୟୟ ମଞ୍ଜୁରୀ ବିଲ୍‌ । ଉଷ୍ଣ ହେବ ଏଥର ଶୀତ ଅଧିବେଶନ । ମୁହାଁମୁହିଁ ହେବେ ବିରୋଧୀ ଓ ଶାସକ । ମୁଖ୍ୟ ବିରୋଧୀ ଦଳ ବିଜେପି ଧାନମଣ୍ଡି, ସୀମା ବିବାଦ,ଆଇନଶୃଙ୍ଖଳା, ବିଦ୍ୟୁତ୍ ଦର ବୃଦ୍ଧି ପରି ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ।

ସେହିପରି କଂଗ୍ରେସ ସମାନ ପ୍ରସଙ୍ଗ ସହ କୋଭିଡ୍ ପରିଚାଳନା, ନିଶା କାରବାର, ବେକାରୀ, ସାରୁଅ ଜମି ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇବ । ସେପଟେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ଆଲୋଚନା ମାଧ୍ୟମରେ ତା’ର ଜବାବ ଦିଆଯିବ ବୋଲି ଶାସକ ବିଜେଡି କହିଛି  । ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇବା ସହ ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କହିଛି ବିଜେଡି ।

ତେବେ ଏନେଇ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୁତୟନ ହୋଇଛନ୍ତି ୨୬ ପ୍ଳାଟୁନ ପୋଲିସ ଫୋର୍ସ । ୨ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଏସିପି, ୧୦ଜଣ ଆଇଆଇସି ଓ ୬୧ ଜଣ ଏସଆଇଙ୍କ ସମେତ ୮୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାଛଡା ସାଧା ପୋଷାକଧାରୀ ପୋଲିସ, ରୁଫଟପ୍ ସିକ୍ୟୁରିଟି, କ୍ୟୁଆରଟି, ଷ୍ଟ୍ରାଇକିଙ୍ଗ ଫୋର୍ସ ମଧ୍ୟ ମୁତୟନ ହେବେ । ସିସିଟିଭି ସ୍କାନରରେ ରହିବ ମହାତ୍ମା ଗାନ୍ଧି ମାର୍ଗ । ବିଧାନସଭା ଭିତରେ ଓ ବାହାରେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରଯାଇଛି । କୋଭିଡ କଟକଣା ଯୋଗୁଁ ନଭେମ୍ବର ୩୦ ଯାଏଁ ରାଲି ଓ ଧାରଣା କରିବା ପାଇଁ କାହାରିକୁ ଅନୁମତି ଦିଆଯାଇ ନାହିଁ ।

ରୋଗୀଙ୍କୁ ଲୁଟୁଛି ଆପୋଲୋ ! ବିଲ୍ ନେଇ ଅଭିଯୋଗ ପରେ ୩୫ ହଜାର ଡିସକାଉଣ୍ଟ ଅଫର୍

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲ୍ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଚିକିତ୍ସା ଆଳରେ ମାତ୍ରାଧିକ ବିଲକୁ ନେଇ ଅସନ୍ତୋଷ । ଗତ ୧୭ ତାରିଖରେ ପ୍ରୀତିଲତା ପଟ୍ଟନାୟକ ନାମକ ଜଣେ ମହିଳା ଛାତିରେ ଯନ୍ତ୍ରଣା ହେବାରୁ ଅପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଗତକାଲି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବିଲ୍ ଦେଖିବା ପରେ ଚେତା ବୁଡ଼ି ଯାଇଥିଲା । ୩ ଦିନକୁ ପାଖାପାଖି ୨ ଲକ୍ଷର ବିଲ ଦେଇଥିଲା ହସ୍ପିଟାଲ । ଏହା ସହ ଦିନକୁ ୫୦ ଖଣ୍ଡ ଗ୍ଲୋବସର ବିଲ୍ ବି ଦିଆଯାଇଛି । ଦିନକୁ ୫ରୁ ୧୦ଟି ମାସ୍କର ବିଲ୍ ଦେଇଛି ଆପୋଲୋ ।

Allegation Against Apollo Hospital Treatment Bill

ଏହା ସହ ରୋଗୀ ବ୍ୟବହାର କରିନଥିବା ଅନେକ ମେଡିସିନ୍ ବିଲ୍ ଦେଇଛି ଆପୋଲୋ ହସ୍ପିଟାଲ । ଗତକାଲି ରାତିରେ ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲରେ ଅଭିଯୋଗ କରିବା ପରେ ପ୍ରଥମେ ୫ ହଜାର ଟଙ୍କା ଡିସକାଉଣ୍ଟ ଓ ତା’ପରେ ୩୫ ହଜାର ଡିସକାଉଣ୍ଟ କରି ଦେବୁ ବୋଲି ହସ୍ପିଟାଲ କହୁଛି । ଆପୋଲରେ ବିଲ୍‌ ନାମରେ ଲୁଟ୍ କରାଯାଉଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଏ ନେଇ ଆପୋଲୋର ଲୋକ ସମ୍ପର୍କ ଅଧିକାରୀଙ୍କ ସହ କଥା ହୋଇଥିଲେ ମଧ୍ୟ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ।

ଯାଜପୁର: ମେଡିକାଲ କଲେଜ ଭିତ୍ତିଭୂମି ତଦାରଖ କଲେ ବିଧାୟକ ପ୍ରଣବ ପ୍ରକାଶ, ଜିଲ୍ଲାପାଳ ଚକ୍ରବର୍ତ୍ତି ରାଠୋର

0

ଭୁବନେଶ୍ୱର :  ଆସନ୍ତା 2022 ସୁଦ୍ଧା ଯାଜପୁର ହେବ ମେଡିକାଲ ହବ୍ । ଯାଜପୁର ମେଡିକାଲ କଲେଜ ଭିତ୍ତିଭୂମି କାମର ଅନୁଧ୍ୟାନ କରିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋର । କରୋନା ପାଇଁ ପ୍ରକଳ୍ପ କାମ ଟିକେ ପଛେଇ ଯାଇଥିବାବେଳେ ଏହାକୁ ଦ୍ରୁତ ଗତିରେ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଭିତ୍ତିଭୂମିର ବିକାଶ ହେବା ପରେ ଏହି ମେଡିକାଲ କଲେଜର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ । ସେହିପରି ଯାଜପୁର ଜିଲ୍ଲାର ପାଣିକୋଇଲିଠାରେ ପ୍ରସ୍ତାବିତ ଟ୍ରମା କେୟାର ସେଣ୍ଟର ଏବଂ ଜିଲ୍ଲା ସଦର ମହକୁମାରେ ଦ୍ବିତୀୟ ଏମସିଏଚ ବିଲ୍ଡିଂ ହେବା ପରେ ୨ ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲା ମେଡିକାଲ ହବ ହେବାକୁ ଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଲେଖାଶ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରି ଘଟଗାଁରେ ପ୍ରଦର୍ଶନ

କେନ୍ଦୁଝର: ତେଜୁଛି ଲେଖାଶ୍ରୀ ନିଆଁ । ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥଙ୍କୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ସାରା ରାଜ୍ୟରେ ଝଡ଼ ସୃଷ୍ଟି କରିଛି । ଏନେଇ ଘଟଗାଁ ଡାକ ବଙ୍ଗଳା ପରିସରରେ ବିଜେଡି ମହିଳା ସଂଘ ସହ ବିଜେଡି ସମର୍ଥକଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଲେଖାଶ୍ରୀଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିବା ସହ ତାଙ୍କ ନାଁରେ ନାରାବାଜୀ କରିଛି ସଂଘ ।

Protest Against Lekhashree Puri Remarks In Ghatgaon

ଲେଖାଶ୍ରୀ ଶୀଘ୍ର ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ଲୋକଙ୍କଠାରୁ ରାଜନେତା ଏମିତିକି ନିଜ ଦଳ ବିଜେପିରୁ ବିରୋଧ କରାଯାଇଛି । ଅନ୍ୟପଟେ ଯାତ୍ରା କଳାକାର ରାନୀ ପଣ୍ଡାଙ୍କ ବିଭିନ୍ନ ସମୟରେ ଅଶ୍ଲୀଳ କଥାବାର୍ତ୍ତାକୁ ମଧ୍ୟ ସଂଘ ପକ୍ଷରୁ ବିରୋଧ କରାଯାଇଛି । ରାନୀ ନାରୀ ଜାତି ପାଇଁ କଳଙ୍କ ବୋଲି କହିଛି ସଂଘ ।

ହେଲମେଟ୍ ନପିନ୍ଧି ଗାଡ଼ି ଚଳାଇଲେ ୩ ମାସ୍ ପାଇଁ ବାତିଲ୍ ହେବ ଲାଇସେନ୍ସ

ଭୁବନେଶ୍ୱର: ଅମାନିଆ ଗାଡ଼ି ଚାଳକ ସାବଧାନ । ଟ୍ରାଫିକ ନିୟମ ମାନିବା ସହ ହେଲମେଟ ପିନ୍ଧି ଗାଡ଼ି ଚଲାନ୍ତୁ । ନହେଲେ ୩ ମାସ ପାଇଁ ବାତିଲ୍ ହେବ ଡ୍ରାଇଭିଂ ଲାଇସେନ୍ସ । ଏଥିସହ ହଜାରେ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡ଼ିବ । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ ରାଜ୍ୟ ସରକାରଙ୍କ ତରଫରୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଯାନବାହାନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି ।

Driving WithOut Helmet May Cancel DL For 3 Years

ଦୁଇ ଚକିଆ ଯାନ ପାଇଁ ୨୦୧୯ରେ ୪୬୮୮ଟି ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ୨୩୯୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୧୫୬ ଜଣ ଲୋକ ହେଲମେଟ ପିନ୍ଧି ନଥିଲେ ବୋଲି ଜଣାପଡ଼ିଛି । ଯାହାକୁ ଅତି ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଗତ ବର୍ଷ ୮ ଲକ୍ଷ ୫୦ ହଜାର ଲୋକ ଟ୍ରାଫିକ୍ ନିୟମ ଭାଙ୍ଗିଥିବା ସରକାର କହିଛନ୍ତି । ଗତ ୯ତାରିଖରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଟ୍ରାଫିକ୍ ନିୟମକୁ ନେଇ ସମୀକ୍ଷା ବୈଠକ କରିଥିଲେ ।

ମାଗଣାରେ ଚିକିତ୍ସିତ ହେବେ ରାଜ୍ୟର ହୃଦରୋଗ ଆକ୍ରାନ୍ତ ଶିଶୁ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବଡ଼ ପଦକ୍ଷେପ । ରାଜ୍ୟର ଗରିବ ଶିଶୁ ଶିଶୁଙ୍କ ଚିକିତ୍ସା ଲାଗି PMSRF ସହିତ ଚୁକ୍ତି ସ୍ଵାକ୍ଷର କଲେ ରାଜ୍ୟ ସରକାର । ଗରିବ ହୃଦରୋଗୀ ଶିଶୁଙ୍କ ମାଗଣା ଚିକିତ୍ସା ଲାଗି ଚୁକ୍ତି ସ୍ଵାକ୍ଷର । ଅହମଦାବାଦ ସତ୍ୟ ସାଇ ହସ୍ପିଟାଲରେ ଆସନ୍ତା ୨ ବର୍ଷ ଲାଗି ହେବ ମାଗଣା ଚିକିତ୍ସା । ଗରିବଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Odisha Govt. MOU Signed with PMSRF For

ଆଜି ବୁଝାମଣାପତ୍ର ଅବଧି ବୃଦ୍ଧି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ଜଜ୍ ଭିନୀତ ସରନ, ମୁଖ୍ୟ ବିଚାରପତି ଓଡ଼ିଶା ହାଇକୋର୍ଟ ମହମ୍ମଦ ରଫିକ, ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି କଳ୍ପେଶ ଜାଭେରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Odisha Govt. MOU Signed with PMSRF For Free Cardiac Treatment Of Poor Children Extended for Next 2 Years
FILE

ରାଜ୍ୟ ସରକାରଙ୍କ ଚୁକ୍ତି ଅନୁଯାୟୀ ସତ୍ୟ ସାଇ ହାର୍ଟ ହସ୍ପିଟାଲ ଅହମଦାବାଦ ଆସନ୍ତା ୨ ବର୍ଷ ଯାଏଁ ହୃଦରୋଗ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା କରିବ । ଏହି ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ହସ୍ପିଟାଲ କରିବାକୁ ଥିବାବେଳେ ରାଜ୍ୟ ସରକାର ଯାତାୟତ ଖର୍ଚ୍ଚ ବହନ କରିବେ । ସତ୍ୟ ସାଇ ହାର୍ଟ ହସ୍ପିଟାଲ ଏଯାବତ୍ ୧୦୧୯ ଜଣ ଶିଶୁଙ୍କ ମାଗଣା ହୃଦରୋଗ ଚିକିତ୍ସା କରିଛନ୍ତି । କୋଭିଡ୍ କଟକଣା ମଧ୍ୟରେ ଆଉ ଏକ ଶିଶୁଙ୍କ ବ୍ୟାଚକୁ ଚିକିତ୍ସା ଲାଗି ଖୁବଶୀଘ୍ର ପଠାଯିବ ।

Odisha Govt. MOU Signed with PMSRF For Free Cardiac Treatment Of Poor Children Extended for Next 2 Years
FILE

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ପାଇଁ ସତ୍ୟ ସାଇ ହାର୍ଟ ହସ୍ପିଟାଲକୁ ପ୍ରଶଂସା କରିଛନ୍ତି । ଏଥିସହ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି । ସମାଜର ଦୁର୍ବଳ ଶ୍ରେଣୀଙ୍କ ସେବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।

ଆନ୍ଧ୍ର ଏବଂ ଓଡ଼ିଶା ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ହସ୍ତକ୍ଷେପ କରିବ ଗୃହ କମିଟି

ଭୁବନେଶ୍ୱର: ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଚାଲିଥିବା ସୀମା ବିବାଦରେ ସ୍ଥାୟୀ ସମାଧାନ ପାଇଁ ହସ୍ତକ୍ଷେପ କରିବ ବିଧାନସଭା ଗୃହ କମିଟି । ଶୀତ ଅଧିବେଶନ ପରେ ଓଡ଼ିଶାର ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ସଂପର୍କିତ ରିପୋର୍ଟ ମାଗିବେ ବାଚସ୍ପତି । ରାଜସ୍ୱ ବିଭାଗକୁ ମଧ୍ୟ ମଗାଯିବ ରିପୋର୍ଟ । କମିଟିର ସବିଶେଷ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପଠାଯିବ ।

Assembly Speaker Will Seek Report On Andhra Odisha Border Dispute

ସୀମା ବିବାଦରେ ହସ୍ତକ୍ଷେପ କରିବ ଗୃହ କମିଟି । ରାଜସ୍ୱ ବିଭାଗକୁ ରିପୋର୍ଟ ମାଗିବେ ବାଚସ୍ପତି । ସରଜମିନ ରିପୋର୍ଟ ଦେବେ ଜିଲ୍ଲାପାଳ । କୋରାପୁଟ ଜିଲ୍ଲା ପଟାଙ୍ଗୀ ଉପରେ ଆନ୍ଧ୍ରର ହୁକୁମାତି ବଢ଼ିବାରେ ଲାଗିଛି । ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲା ଡ଼ୁମୁରିଗୁଡ଼ା ମଣ୍ଡଳ ଡ଼େକାପାରୁଓ କଲାପୁଟ ଗାଁର କିଛି ଲୋକ ଜବରଦସ୍ତ ସୁନାବେଡ଼ା ଗାଁ ଜଙ୍ଗଲ ଜମିରେ ଚାଷ କରୁଛନ୍ତି । ଗତବର୍ଷ କୋଟିଆରେ ଜନସେବା ନାଁରେ ଜମି ଅକ୍ତିଆର ପ୍ରୟାସ କରିଥିଲା ଆନ୍ଧ୍ର ।

Assembly Speaker Will Seek Report On Andhra Odisha Border Dispute

ବାଲେଶ୍ୱର ଜିଲ୍ଲା ତାଳସାରିରେ ପଶ୍ଚିମବଙ୍ଗ ସବୁ ସମୟର ନାଲିଆଖି ଦେଖାଇ ଆସୁଛି । ଔଷଧରୁ ଆରମ୍ଭ କରି ପଟ୍ଟା ବଣ୍ଟନରେ ହାତ ବଢାଉଛନ୍ତି ପଡ଼ୋଶୀ ରାଜ୍ୟର ଲୋକ ପ୍ରତିନିଧି । ଓଡ଼ିଶାର କିଛି ସୀମାନ୍ତ ଜିଲ୍ଲାରେ ପଡ଼ୋଶୀ ରାଜ୍ୟର ବୋର୍ଡ ଦେଖିବାକୁ ମିଳୁଛି । ଦୁଇ ରାଜ୍ୟର ଭୋଟର କାର୍ଡ ବି ରଖିଛନ୍ତି ସେଠାକାର ଲୋକ । ଏଥର ଆନ୍ଧ୍ରର ନଜର ପଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତ ସୁନାବେଡ଼ା ଗାଁ ଉପରେ । ବିଧାନସଭା ଶୀତ ଅଧିବେଶନ ପରେ ଗୃହ କମିଟି ଏଥିରେ ହସ୍ତକ୍ଷେପ କରିବ । ଉଭୟ ରାଜସ୍ୱ ବିଭାଗ ଓ ଜିଲ୍ଲାପାଳଙ୍କୁ ଯାଞ୍ଚ କରି ରିପୋର୍ଟ ମଗାଯିବ ।

Assembly Speaker Will Seek Report On Andhra Odisha Border Dispute

ବର୍ତ୍ତମାନର ସୀମା ବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଧାନସଭାରେ ସୀମା ବିବାଦ ନେଇ ଯାହା ନିଷ୍ପତ୍ତି ନିଆଯିବ, ତାକୁ କେନ୍ଦ୍ର ସରକାରଙ୍କୁ ବିହିତ ପଦକ୍ଷେପ ପାଇଁ ପଠାଯିବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଗତବର୍ଷ ନଭେମ୍ବର ମାସରେ ସୀମା ବିବାଦରେ ହସ୍ତକ୍ଷେପ କରିଥିଲା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି । କୋଟିଆରେ ପୋଲିସ ଥାନା ନିର୍ମାଣ ପାଇଁ ବାଚସ୍ପତି ସୂର୍ଯ୍ୟ ପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ବିନା କୋଚିଂରେ ଆଇଏଏସ୍ ଅଫିସର ହେଲେ ୨୨ ବର୍ଷୀୟ ଯୁବକ; ଜାଣନ୍ତୁ କେମିତି ଥିଲା ପ୍ରସ୍ତୁତି

0

ପାଟନା: ବିହାରର ମଧୁବନୀ ଜିଲ୍ଲାର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ମୁକୁନ୍ଦ କୁମାର ଝା ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ତାହା ପୁଣି ବିନା କୋଚିଂରେ । ଏପରିକି ସେ ପ୍ରଥମ ଥରରେ ହିଁ ଏହି ସଫଳତା ହାସଲ କରିଛନ୍ତି ।

ଆସନ୍ତୁ ଜାଣିବା କିଭଳି ଥିଲା ଆଇଏଏସ୍ ପାଇଁ ପ୍ରସ୍ତୁତି ହେବାର ଯାତ୍ରା…

ଏକ ସାକ୍ଷାତକାରରେ ମୁକୁନ୍ଦ କହିଛନ୍ତି ଯେ ଯେତେବେଳେ ସେ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀରେ ପଢୁଥିଲେ, ସେତେବେଳେ ସେ କେଉଁଠୁ ଆଇଏଏସ୍ ଓ ଆଇପିଏସ ଶବ୍ଦ ଶୁଣିଥିଲେ । ତା’ପରେ ସେ ଏନେଇ ତାଙ୍କ ପିତାଙ୍କୁ ପଚାରିଥିଲେ କି ଏହାର ଅର୍ଥ କ’ଣ ବୋଲି । ପିତାଙ୍କ ଠାରୁ ଏହାର ଅର୍ଥ ବୁଝିବା ପରେ ସେ ବଡ ହେଲେ ଏହାକୁ ନିଜ କ୍ୟାରିୟର କରିବେ ବୋଲି ଭାବିଥିଲେ ।

ସେ ତାଙ୍କ ପରିବାର ବିଷୟରେ କୁହନ୍ତି ଯେ ମୋ ବାପା ଜଣେ କୃଷକ ଏବଂ ମା’ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ହେଲେ ପରବର୍ତ୍ତି ସମୟରେ ସେ ଚାକିରି ଛାଡି ମୋତେ ଓ ମୋ ଭଉଣୀକୁ ପାଠ ପଢାଇବା ଆରମ୍ଭ କରିଥିଲେ । ଘରର ଆର୍ଥୀକ ସ୍ଥିତି ସ୍ବଚ୍ଛଳ ନଥିବାରୁ କୋଚିଂରେ ଯୋଗ ଦେଇନଥିଲେ। ମୁଁ ଜାଣିଥିଲି ଯଦି ମୁଁ ବାପାଙ୍କୁ କୋଚିଂ ପାଇଁ ଅଢେଇ-ତିନି ଲକ୍ଷ ଟଙ୍କା ମାଗିବି, ତେବେ ତାଙ୍କୁ କଷ୍ଟ ହେଲେବି ସେ ମନା କରିବେନି ।

ସେ ବିହାରର ଆବାସିକ ସରସ୍ୱତୀ ବିଦ୍ୟାମନ୍ଦିରରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଏହା ପରେ ସେ ଗୋଲପରାର ସୈନିକ୍ ସ୍କୁଲରେ ଦ୍ୱାଦଶ ପର୍ଯ୍ୟନ୍ତ ପଢିଥିଲା ବେଳେ ଗ୍ରାଜୁଏସନ୍ ଡିୟୁରୁ ସମାପ୍ତ କରିଥିଲେ । ତେବେ ସ୍ନାତକୋତ୍ତର ପରେ ମୋର ବୟସ ହୋଇନଥିବାରୁ ୨୦୧୮ ମସିହାଟା ପୁରା ପ୍ରସ୍ତୁତି କରିଥିଲି । ତାପରେ ବିନା କୋଚିଂରେ ୨୦୧୯ ମସିହାରେ ପ୍ରଥମ ଥର ପାଇଁ ପ୍ରିଲିମ୍ ପରୀକ୍ଷା ଦେଇଥିଲେ।

ମୁକୁନ୍ଦ ତାଙ୍କ ସାକ୍ଷାତକାରରେ କହିଛନ୍ତି ଯେ ସେ ୟୁପିଏସସି ପ୍ରସ୍ତୁତି ପାଇଁ କଡାକଡି ଟାଇମ୍ ଟେବୁଲ୍ ଅନୁସରଣ କରୁଥିଲି। ତା’ପରେ ସବୁ କିଛି ଛାଡି ଦେଇ ସଠିକ୍ ରଣନୀତି ଏବଂ ବୁକ୍ ଲିଷ୍ଟ ତିଆାରି କରିଥିଲି । ଦୈନିକ 12 ରୁ 14 ଘଣ୍ଟା ପଢାପଢି କରିବା ପରେ ୟୁପିଏସସି ପରୀକ୍ଷା ଦେଇଥିଲି ।