ହାଥରସ୍ ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ କଥାହେଲେ ପିଏମ୍ ମୋଦି, କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ…

1 min read
UP Assembly Elction 2022 BJP Yogi Adityanath Govt Trying To Damage Control

ନୂଆଦିଲ୍ଲୀ: ହାଥରସ୍ ଗଣଦୁଷ୍କର୍ମ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି । ଏନେଇ ଯୋଗୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପିଏମ୍ ମୋଦି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି । ଏହି ମାମଲାର ଯାଞ୍ଚ ପାଇଁ ଉତ୍ତରପ୍ରଦେଶ ସରକାର ଏସଆଇଟି ଗଠନ କରିଛନ୍ତି ।

Hathras Gangrape Dalit girl Death PM Narendra Modi CM Yogi Adityanath UP Police

ହାଥରସରେ ଘଟିଥିବା ଦୁଷ୍କର୍ମକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ଦୋଷୀ ରକ୍ଷା ପାଇବେ ନାହିଁ କହିଛନ୍ତି । ମାମଲାର ପୂରା ଯାଞ୍ଚ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ ହୋଇଛି । ତଦନ୍ତକାରୀ ଦଳ ଆସନ୍ତା ୭ ଦିନ ଭିତରେ ଯାଞ୍ଚ ରିପୋର୍ଟ ଦେବ । ତ୍ୱରିତ ନ୍ୟାୟ ପାଇଁ ଏହି ମାମଲାର ବିଚାର ଫାଷ୍ଟ ଟ୍ରାକରେ କରାଯିବ ।

ହାଥରସ୍ ପୋଲିସର ପ୍ରତିକ୍ରିୟା

Hathras Gangrape Dalit girl Death PM Narendra Modi CM Yogi Adityanath UP Police

ପରିବାରର ସହମତି ବିନା ଯୁବତୀଙ୍କ ଅନ୍ତିମ ସଂସ୍କାର ନେଇ ହାଥରସ୍ ପୋଲିସ ପ୍ରତିକ୍ରିୟା ରଖିଛି । ଟ୍ୱିଟରେ ହାଥରସ୍ ପୋଲିସ ଘଟଣାକୁ ଖଣ୍ଡନ କରିଛି । ଅଭିଯୋଗ ହୋଇଥିଲା ପୋଲିସ ଜବରଦସ୍ତି ପରିବାରର ବିନା ସହମତିରେ ରାତିରେ ଶବ ସତ୍କାର କରିଛି । ମଙ୍ଗଳବାର ରାତିରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହାଥରସ୍ ଚନ୍ଦପା ଦୁଷ୍କର୍ମ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଏହା ପୂର୍ବରୁ ମୃତଦେହକୁ ଅନ୍ତ୍ୟେଷ୍ଟି ସ୍ଥାନକୁ ନେବା ନେଇ ଗ୍ରାମବାସୀ ବିରୋଧ କରିଛନ୍ତି । ପରିବାର ଲୋକ ଆମ୍ବୁଲାନ୍ସ ଆଗରେ ଶୋଇ ପଡ଼ିଥିଲେ । ସେମାନଙ୍କ ଦାବି ଥିଲା ମୃତଦେହକୁ ପ୍ରଥମେ ଘରକୁ ନିଆଯାଉ । ଏହାକୁ ନେଇ ପୋଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ ।

Hathras Gangrape Dalit girl Death PM Narendra Modi CM Yogi Adityanath UP Police

ରାତି ପ୍ରାୟ ସାଢ଼େ ୨ଟା ଯାଏଁ ଏଭଳି ଉତ୍ତେଜନା ଲାଗି ରହିଥିଲା । ପରେ ପୋଲିସ ବଳପୂର୍ବକ ଆମ୍ବୁଲାନ୍ସ ଆଗରେ ଥିବା ମହିଳାଙ୍କୁ ହଟାଇଥିଲା । ଏହି ସମୟରେ ପୋଲିସ ସହ ଲୋକଙ୍କ ମୁଥ ମରାମାରି ହୋଇଥିଲା । ଏହା ପରେ ଅନ୍ତିମ ସଂସ୍କାର କରିଥିଲା ।

Leave a Reply