ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ମନା, ଅମାନିଆଙ୍କୁ ଜଗିବେ ୧୨ ସ୍କ୍ୱାଡ୍

1 min read

ଭୁବନେଶ୍ୱର: ଜିରୋ ନାଇଟକୁ ଦୃଷ୍ଟିରେ ରଖି କଡ଼ାକଡ଼ି ହେବ ସିକ୍ୟୁରିଟି । ରାଜଧାନୀରେ ନିୟୋଜିତ ହେବେ କମିଶନରେଟ ପୋଲିସର ୧୨ଟି ସ୍ପେଶାଲ ଟିମ୍ । ହୋଟେଲ କିମ୍ବା ପବରେ ଭିଡ଼ ଜମାଇଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ଏହା ବ୍ୟତୀତ ବ୍ଲକିଂ ଓ ଚେକିଂକୁ ମଧ୍ୟ ବ୍ୟାପକ କରାଯିବ ।

Commissionrate Police Will Deploy 12 Squad For Zero Night Checking

ଜିରୋ ନାଇଟରେ ଜିରୋ ଟଲେରାନ୍ସ । ଅମାନିଆ ହେଲେ ସାବାଡ଼ କରିବ ପୋଲିସ୍ । ଛକ ଛକରେ ଚେକିଂ ସାଙ୍ଗକୁ ହେବ ବ୍ଲକିଂ । ମଦୁଆଙ୍କୁ ଧରିବ ବ୍ରେଥ୍ ଆନାଲାଇଜର । ନୂଆବର୍ଷ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ବ୍ରିଟେନରେ କୋଭିଡ୍‌ର ଦ୍ୱିତୀୟ ସଂକ୍ରମଣ ଦେଖାଯିବା ପରେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜଧାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳ, ପାର୍କ, ମାର୍କେଟ, ମଲ୍‌, ହୋଟେଲରେ ଜନଗହଳି ବଢ଼ିଛି । ଯାହାକୁ ନେଇ କମିଶନରେଟ୍ ପୋଲିସର ଚିନ୍ତା ବଢ଼ିଛି । ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟକୁ ସରକାର ଅନୁମତି ଦେଇନାହାଁନ୍ତି ।

Commissionrate Police Will Deploy 12 Squad For Zero Night Checking
FILE

କୋଭିଡ୍ କଟକଣା ଯୋଗୁଁ ଏଥର ଡିସେମ୍ବର ୩୧ରେ କୌଣସି ହୋଟେଲ, କ୍ଲବ୍‌ ଓ ବାର୍‌ରେ ଜିରୋ ନାଇଟ୍‌ ପାଳନ ହେବନାହିଁ । ଅନ୍ୟପଟେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପ୍ରସ୍ତୁତ ରହିଛି କମିଶନରେଟ ପୋଲିସ । ସହର ଉପକଣ୍ଠରେ ଯେଭଳି ଭୋଜିଭାତ ଓ ପିକନିକ୍ ନହୁଏ ସେ ଉପରେ ନଜର ରଖାଯିବ । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କମିଶନରେଟ ପୋଲିସ ପକ୍ଷରୁ ୧୨ଟି ସ୍କ୍ୱାଡ୍ ଗଠନ କରାଯାଇଥିବା କହିଛନ୍ତି ଡିସିପି ।

Commissionrate Police Will Deploy 12 Squad For Zero Night Checking
FILE

ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଦୁଇଦିନ ରାଜଧାନୀର ବିଭିନ୍ନ ଛକରେ ପୋଲିସ ମୁତୟନ କରାଯିବା ସହିତ ବ୍ଲକିଂ ଓ ଚେକିଂ କରାଯିବ । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ରୋକିବା ଲାଗି ବ୍ରେଥ୍‌ ଆନାଲାଇଜର ମାଧ୍ୟମରେ ଯାଞ୍ଚ କରାଯିବ । ଏହାବ୍ୟତୀତ ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରିପଲ୍ ରାଇଡିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

Leave a Reply