spot_img
Home Blog Page 6347

‘ଆଦିପୁରୁଷ’ ଠାରୁ ଆରମ୍ଭ କରି ‘ରାଧେ ଶ୍ୟାମ’ ପର୍ଯ୍ୟନ୍ତ, ପ୍ରଭାସଙ୍କ ଉପରେ ଲାଗିଛି ୧୦୦୦ କୋଟି ଟଙ୍କା

ମୁମ୍ବାଇ: ଅଭିନେତା ପ୍ରଭାସ ଚଳଚିତ୍ର ଜଗତର ବାହୁବଳୀ ନାମରେ ଖୁବ ଜଣାଶୁଣା । ପ୍ରଭାସ ସାଉଥ ଇଣ୍ଡଷ୍ଟରିର ସବୁଠୁ ବିଜି ଏବଂ ଚର୍ଚ୍ଚିତ ଅଭିନେତା ଅଟନ୍ତି । ଫିଲ୍ମ ପ୍ରୋଜେକ୍ଟର କଥା କହିବାକୁ ଗଲେ, ପ୍ରଭାସଙ୍କ ପାଖରେ ଏବେ ବହୁ ବଡ଼ ବଡ଼ ପ୍ରୋଜେକ୍ଟ ରହିଛି । ବର୍ତ୍ତମାନ ପ୍ରଭାସ ଆଦିପୁରୁଷ, ରାଧେ ଶ୍ୟାମ ଏବଂ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ସାଇନ୍ସ ଫିକସନ ଫୁଲ୍ମରେ କାମ କରୁଛନ୍ତି । ସୂଚନା ଅନୁଯାୟୀ ଏସବୁ ପ୍ରୋଜେକ୍ଟର ଦାମ ୧୦୦୦ କୋଟି ଟଙ୍କାରୁ ମଧ୍ୟ ଅଧିକ ରହିଛି । ଆଜ୍ଞା ହଁ କେବଳ ପ୍ରଭାସଙ୍କ ଉପରେ ଇଣ୍ଡଷ୍ଟ୍ରିର ୧୦୦୦ କୋଟି ଟଙ୍କା ଦାଉ ଲାଗିଛି ।

ରାଧେ ଶ୍ୟାମରେ ପ୍ରଭାସ ଅଭିନେତ୍ରୀ ପୂଜା ହେଗଡେଙ୍କ ସହ ନଜର ଆସିବେ । ଏହା ଏକ ପିରିୟଡ ଡ୍ରାମା ଏବଂ ରୋମାନ୍ସ ଫିଲ୍ମ ଅଟେ ଯାହାର ବଜେଟ ରହିଛି ୨୫୦ କୋଟି ଟଙ୍କା । ଫୁଲ୍ମର ପୋଷ୍ଟରକୁ ନିକଟରେ ରିଲିଜ କରାଯାଇଛି, ଯାହାକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି । ରାଧେ ଶ୍ୟାମର ନିର୍ଦ୍ଦେଶନା ଦେଇଛନ୍ତି ରାଧା କୃଷ୍ଣା କୁାମର ।

 

ପ୍ରଭାସଙ୍କ ଦ୍ୱିତାୟ ଫିଲ୍ମ ଆଦିପୁରୁଷ ଏକ ବଡ଼ ପ୍ରୋଜେକ୍ଟ ଅଟେ । ନିର୍ଦ୍ଦେଶକ ଓମ ରାଉତ ଏହି ଫିଲ୍ମଟିକୁ ରାମାୟଣର ମହାଗାଥା ଉପରେ ନିର୍ମାଣ କରୁଛନ୍ତି । ସୂଚନା ଅନୁଯାୟୀ ପ୍ରଭାସ ଫିଲ୍ମରେ ରାମ ଏବଂ ସୈଫ ଅଲ୍ଲୀ ଖାନ ଏଥିରେ ରାବଣ ଭୂମିକାରେ ନଜର ଆସିପାରିନ୍ତି । ସୂଚନା ମୁତାବକ ଏହି ଫିଲ୍ମର ବଜେଟ ୪୫୦ କୋଟି ଟଙ୍କା ଅଟେ । ଏହି ଫିଲ୍ମ ୨୦୨୨ ମସିହା ଅଗଷ୍ଟ ୧୧ ତାରିଖ ଦିନ ରିଲି୍ଜ ହେବାକୁ ଯାଉଛି ।

ଅଭିନେତ୍ରା ଦୀପିକା ପାଦୁକୋନଙ୍କ ସହ ମଧ୍ୟ ପ୍ରଭାସ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ଅଶ୍ୱିନଙ୍କ ସାଇନ୍ସ ଫିକ୍ସନ ଫିଲ୍ମର ଟାଇଟଲ  ଏଯାଏଁ ସ୍ଥିର କରାଯାଇନାହିଁ । କିନ୍ତୁ ଏହାକୁ ନେଇ ଖୁବ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହି ଫିଲ୍ମର ବଜେଟ ୩୦୦ କୋଟି ଟଙ୍କା ରହିଥିବବେଳେ ଏହା ଦୀପିକା ପାଦୁକୋନଙ୍କ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ ଫିଲ୍ମ ହେବାକୁ ଯାଉଛି ।

ବର୍ତ୍ତମାନ ପ୍ରଭାସ ରାଧେ ଶ୍ୟାମର ସୁଟିଂ କରୁଛନ୍ତି । ଏଥିରେ ପ୍ରଭାସ ଜଣେ ହାତ ପଢ଼ିପାରୁଥିବା ଜ୍ୟୋତିଷଙ୍କ ଭୂମିକାରେ ନଜର ଆସିବେ ଏବଂ ଅଭିନେତ୍ରୀ ପୂଜା ହେଗଡେ ଜଣେ ମ୍ୟୁଜିକ ଟିଚର ଚରିତ୍ରରେ ନଜର ଆସିବେ । ରାଧେ ଶ୍ୟାମ ହିନ୍ଦୀ, ତାମିଲ ଏବଂ ମଲୟାଲମ ଭାଷାରେ ରିଲିଜ ହେବାକୁ ଯାଉଛି ।

ପରୀ ମୃତ୍ୟୁ ମାମଲା: ଆତ୍ମାହୁତି ଦେବାକୁ ପ୍ରବର୍ତ୍ତାଇଥିବା ଲକ୍ଷ୍ମୀପ୍ରସାଦର ସରପଞ୍ଚଙ୍କ ବିରୋଧରେ ବିଭିନ୍ନ ଥାନାରେ ରହିଛି ବହୁ ଫୌଜଦାରୀ ମାମଲା

ଭୁବନେଶ୍ୱର: ବିଧାନସଭା ଆଗରେ ପରୀର ବାପା ଓ ମା’ଙ୍କୁ ଆତ୍ମାହୁତି ଦେବାକୁ ପ୍ରବର୍ତ୍ତାଇବାଠୁ ଆରମ୍ଭ କରି ମନ୍ତ୍ରୀଙ୍କ ସହ କଥାବାର୍ତ୍ତାର ଅଡିଓ ଭାଇରାଲ କରିବା ପର୍ଯ୍ୟନ୍ତ ବିଭିନ୍ନ ଘଟଣା ଏବେ ପରୀ ମାମଲା ସହ ଯୋଡ଼ି ହୋଇଛି । ଆଉ ଏହି ଘଟଣାକୁ ଘଟାଇଛନ୍ତି ଲକ୍ଷ୍ମୀପ୍ରସାଦର ସରପଞ୍ଚ । ଖବର ନେବାରୁ ଜଣାପଡିଛି ଯେ, ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ବିରୋଧରେ ବିଭିନ୍ନ ଥାନାରେ ରହିଛି ବହୁ ଫୌଜଦାରୀ ମାମଲା । ଏପରିକି ଅନ୍ୟମାନଙ୍କ ବିରୋଧରେ ମିଛ ମାମଲା କରିବା ଭଳି ଅଭିଯୋଗ ମଧ୍ୟ ରହିଛି ।

ତାଙ୍କ ନାଁରେ ୨୦୧୬ ମସିହାରେ ନୟାଗଡ ଥାନାରେ ୨୯୪, ୩୪୧, ୩୫୪-କ, ୩୨୩, ୩୪ ଭଳି ଦଫାରେ ମାମଲା ହୋଇ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି । ୨୦୧୮ରେ ପୁଣି ଏକ ମାମଲାରେ ତାଙ୍କ ବିରୋଧରେ ୩୪୧, ୩୨୩, ୩୭୯, ୨୯୪, ୫୦୬ ଦଫାରେ ନୟାଗଡ ଥାନାରେ ମାମଲା ହୋଇଥିଲା ।

ସେହିଭଳି ୨୦୧୯ ଓ ୨୦୨୦ ମସିହାରେ ମଧ୍ୟ ସଦର ଥାନା ଓ ନୟାଗଡ଼ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି । ସୌମ୍ୟ ରଂଜନ ପ୍ରଧାନ ୨୦୧୯ରେ ଥାନାରେ ମିଛ ଅଭିଯୋଗ କରିଥିଲେ ଯେ, ତାଙ୍କ ପ୍ରତିପକ୍ଷ ତାଙ୍କ ଘର ଉପରକୁ ବୋମା ପକାଇଥିଲେ । କିନ୍ତୁ ତଦନ୍ତ ବେଳେ ଏହା ମିଛ ଅଭିଯୋଗ ଥିଲା ବୋଲି ଧରା ପଡିଥିଲା ।

ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

କେନ୍ଦୁଝର: ଅବହେଳା ପାଇଁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ । ଆମ୍ବୁଲାନ୍ସରେ ଅକ୍ସିଜେନ ଯୋଗାଇ ନଦେବାରୁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ଯୋଗୁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ କେନ୍ଦୁଝର ଜିଲ୍ଲା ଘସିପୁରା ମେଡିକାଲରେ ଉତ୍ତେଜନା ଦେଖା ଦେଇଛି । ନାବାଳିକାଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦା ମେଡ଼ିକାଲରେ ହୋ ହାଲା କରିଛନ୍ତି । ଘଟଣାସ୍ଥଳରେ ଘସିପୁରା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି ।

ଅଭିଯୋଗ ଅନୁସାରେ, ନନ୍ଦିପଦା ଥାନା ଖେତୁଆଳୀର ବସନ୍ତ ବେହେରାଙ୍କ ଝିଅର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସରେ ଆସିବା ସମୟରେ ନାବାଳିକାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା । ମେଡିକାଲ ଆସିବା ବାଟରେ ଶ୍ୱାସକ୍ରିୟାରେ ଅଧିକ କଷ୍ଟ ଅନୁଭବ କରିଥିଲେ ଏବଂ ଠିକରେ ନିଶ୍ୱାସ ନେଇପାରି ନଥିଲେ । ଏନେଇ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଝିଅକୁ ଅକ୍ସିଜେନ ଦେବାକୁ ନେହୁରା ହୋଇଥିଲେ ପରିବାର ଲୋକେ । କିନ୍ତୁ ସେମାନଙ୍କ କଥା ଶୁଣି କର୍ମଚାରୀ ଜଣଙ୍କ ଏବଂ ଅକ୍ସିଜେନ ବି ଦେଇନଥିବା ଅଭିଯୋଗ ହୋଇଛି । ଫଳରେ ମେଡିକାଲ ପହଞ୍ଚିବା ପୂର୍ବରୁ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା ।

ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇବାରେ କାହିଁକି ବିଳମ୍ବ କରୁଛନ୍ତି ପୁତିନ?

ନୂଆଦିଲ୍ଲୀ:  ବିଶ୍ୱର ଏକାଧିକ ଦେଶ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଜଣାଇ ସାରିଥିବା ବେଳେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ କିନ୍ତୁ ଏଥିରେ ବିଳମ୍ବ କରୁଛନ୍ତି । ନିକଟରେ ଏହା ପଛର କାରଣ କ’ଣ ବୋଲି ଏକ ସାକ୍ଷାତକାରରେ ଦର୍ଶାଇଛନ୍ତି ପୁତିନ । ପୁତିନ କହିଛନ୍ତିଯେ, ବ୍ଲାଦିମିର ପୁତିନ କହିଛନ୍ତିଯେ ସେ କାନୁନ ଲଢେଇର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି । ନିଷ୍ପତ୍ତି ଆସିବା ପରେ ସେ ଶୁଭେଚ୍ଛା ଜଣାଇବେ । ଔପଚାରିକ ଶୁଭେଚ୍ଛା ଜଣାଇବାରେ ବିଳମ୍ବ ହେଲେ ମଧ୍ୟ ଆମେରିକା ଏବଂ ଋଷ ମଧ୍ୟରେ ଥିବା ସମ୍ପର୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପୁତିନ ବୟାନରେ ଉଲ୍ଲେଖ କରିଛନ୍ତି ।

ଆମେରିକା ଏବଂ ଋଷ ମଧ୍ୟରେ ପୂର୍ବରୁ ସମ୍ପର୍କ ଏତେ ଭଲ ନୁହେଁ । କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁବେଳେ ପୁତିନଙ୍କ ପ୍ରଶଂସା କରି ଆସିଛନ୍ତି । ନିକଟରେ ତାଙ୍କ ଉପରେ ରାଷ୍ଟ୍ରପତି ହେବାପାଇଁ ଋଷଠାରୁ ସାହାଯ୍ୟ ନେଇଥିବା ଅଭିଯୋଗ ଆସିସାରିଛି ।

ତେବେ ଶୁଭେଚ୍ଛା ନ ଜଣାଇ ପୁତିନ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଖରାପ କରୁନାହାଁନ୍ତି କି ବୋଲି ପ୍ରଶ୍ନ କରିବାରୁ ସେ କହିଲେ ଯେଉଁ ସମ୍ପର୍କ ପୂର୍ବରୁ ଖରାପ ତାହା ଆଉ କ’ଣ ଖରାପ ହେବ? ଦୁଇ ପାର୍ଶ୍ୱରୁ ସମ୍ମାନଜନକ ସମ୍ବଦ୍ଧ ରହିଛି । ଡୋନାଲ୍ଡ ଟ୍ରମ୍ପ ଏବଂ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଉଭୟଙ୍କ ମଧ୍ୟରେ ସମାନ ସମ୍ପର୍କ ରହିଛି । କାହାକୁ ନେଇ କୌଣସି ସମସ୍ୟା ନାହିଁ । ଏହା ଏକ ଔପଚାରିକ ମାମଲା । ଆମର କୌଣସି ଗୁପ୍ତ ଏଜେଣ୍ଡା ନାହିଁ । ତେବେ ଔପଚାରିକତାରେ ଖୁବଶୀଘ୍ର ଶୁଭେଚ୍ଛା ଜଣାଇଲେ ତିକ୍ତତାରେ ମଧୁରତା ଆସିଯାଏ ନାହିଁ । ଯେଉଁମାନେ ଶୁଭେଚ୍ଛା ଜଣାଇଛନ୍ତି ସେମାନେ ଖୁବ ଅନୁଭବୀ ଏବଂ ସେମାନେ ଭଲ ଭାବରେ ଜାଣନ୍ତି କେତେବେଳେ କ’ଣ କରିବାକୁ ପଡ଼େ । ପୂର୍ବଥର ହିଲେରୀ କ୍ଲିଣ୍ଟେନଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ, କିନ୍ତୁ ବିଜୟ ପାଇଥିଲେ ଟ୍ରମ୍ପ । ଆମେରିକାରେ ଯେକୌଣସି ରାଷ୍ଟ୍ରପତିଙ୍କ ସହିତ ଆମେ କାମ କରିବାକୁ ପ୍ରସ୍ତୁତ । ତେବେ କେବଳ ଋଷ୍ ନୁହେଁ ବରଂ ଉତ୍ତର କୋରିଆ, ବ୍ରାଜିଲ ଏବଂ ମେକ୍ସିକୋ ଭଳି ଦେଶ ଏପର୍ଯ୍ୟନ୍ତ ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇ ନାହାଁନ୍ତି ।

ମମତାଙ୍କୁ ବଡ଼ ଝଟ୍‌କା, ପାଓ୍ୱାରଫୁଲ୍‌ ମନ୍ତ୍ରୀ ସୁଭେନ୍ଦୁ ଛାଡ଼ିଲେ ଦଳ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ବଡ଼ ଝଟ୍‌କା । ଦଳରୁ ଇସ୍ତଫା ଦେଲେ ଦଳର ବରିଷ୍ଠ ନେତା ତଥା ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଏନେଇ ଶୁଭେନ୍ଦୁ ଟୁଇଟ୍ କରି ସୂଚନା ଦେଇଛନ୍ତି । ପୂର୍ବରୁ ଶୁଭେନ୍ଦୁ ହୁଗୁଳି ବ୍ରିଜ କମିଶନର ଅଧ୍ୟକ୍ଷ ପଦ ମଧ୍ୟ ଛାଡ଼ିଥିଲେ ।

Suvendu Adhikari Resignation

ତେବେ ଇସ୍ତଫାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚା ହେଉଛି । ଶୁଭେନ୍ଦୁଙ୍କ ଇସ୍ତଫା ପରେ ପରିବହନ ମନ୍ତ୍ରଣାଳୟର ପୋର୍ଟଫୋଲିଓ ତାଙ୍କ କାର୍ଯ୍ୟାଳୟ ସହିତ ରଖିବେ ବୋଲି ମମତା ନିଷ୍ପତ୍ତି ନେଇଛନ୍ତି । ସେପଟେ ଶୁଭେନ୍ଦୁ ଯଦି ବିଜେପିକୁ ଆସନ୍ତି ତାଙ୍କୁ ସ୍ୱାଗତ କରାଯିବ ବୋଲି ବିଜେପି କହିଛି । ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ବରିଷ୍ଠ ନେତା ଦଳ ଛାଡିବା ତୃଣମୂଳ କଂଗ୍ରେସ ଉପରେ ପ୍ରଭାବ ପକାଇବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Mamata Banarjee

ସବୁଠୁ ଶସ୍ତା ୪ଜି ସ୍ମାର୍ଟ ଫୋନ୍ ଆଣୁଛି ରିଲାଏନ୍ସ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର 4G ଫିଚର ଫୋନ୍ ୟୁଜର୍ସଙ୍କୁ ସ୍ମାର୍ଟ ଫୋନରେ ମାଇଗ୍ରେଟ୍ କରିବା ଲାଗି ପ୍ରସ୍ତୁତି ଚଳାଇଛି । ଏହାବ୍ୟତୀତ କମ୍ପାନୀ ପକ୍ଷରୁ ଭୋଡାଫୋନ୍-ଆଇଡିଆ ଓ ଭାରତି ଏୟାରଟେଲ୍ ଭଳି କମ୍ପାନୀର 2G ୟୁଜର୍ସଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ପ୍ରଚେଷ୍ଟା କରୁଛି ।

ମିଡିଆ ରିପୋର୍ଟ ମୁତାବକ, ଟେଲିକମ୍ କମ୍ପାନୀ ଖୁବ୍ ଶୀଘ୍ର ଭିବୋର ପାର୍ଟନରସିପରେ ଜିଓ ଏକ୍ସକ୍ଲ୍ୟୁସିଭ୍ ସ୍ମାର୍ଟ ଫୋନ୍ ଲଞ୍ଚ କରିବ । ଏହାବ୍ୟତୀତ ଓଟିଟି ପ୍ଲାର୍ଟଫର୍ମର ଫ୍ରି ଏକ୍ସିସ୍, ଡିସକାଉଣ୍ଟ, ଓ୍ବାନ୍-ଟାଇମ୍ ସ୍କ୍ରିନ୍ ରିପ୍ଲେସମେଣ୍ଟ, ସପିଂ ବେନେଫିଟ୍ସ ଭଳି ଅଫର୍ସ ବି ଦେଉଛି ।

ରିପୋର୍ଟ ଅନୁଯାୟୀ ରିଲାଏନ୍ସ ଜିଓ, କାର୍ବନ, ଲାଭା ବ୍ୟତୀତ କିଛି ଚାଇନିଜ୍ ବ୍ରାଣ୍ଡସ ଭଳି ସ୍ଥାନୀୟ ମେନୁଫେକଚର ଭଳି କମ୍ପାନୀ ସହ ଆଲୋଚନା କରୁଛି । ତେବେ ଏହାର ଦାମ୍ ୮ ହଜାର କିମ୍ବା ତା’ଠାରୁ କମ ମୂଲ୍ୟ ରଖିବା ପାଇଁ କମ୍ପାନୀ ଚାହୁଁଥିବା ନେଇ ସୁତ୍ରରୁ ପ୍ରକାଶ ।

ରାଜ୍ୟରେ ଖସୁଛି କରୋନା ଗ୍ରାଫ: ସର୍ବାଧିକ ସଂକ୍ରମିତ ଅନୁଗୁଳରୁ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଗ୍ରାଫ । ପୁଣି ୬ଶହ ତଳକୁ ଖସିଲା କରୋନା ସଂକ୍ରମଣ । ଶନିବାର ଦିନ ୨୮ଟି ଜିଲ୍ଲା ଓ ଷ୍ଟେଟପୁଲରୁ ସମୁଦାୟ ୫୫୦ କେରାନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତକାଲି ମଧ୍ୟ ୫୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ସମୁଦାୟ ୫୫୦ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୧୭ ସଂକ୍ରମିତ ଓ ୨୩୩ଟି ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଦିନକରେ ୧୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଶନିବାର ଦିନ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଅନୁଗୁଳରୁ ୫୩, ଖୋର୍ଦ୍ଧାରୁ ୪୯, ସୁନ୍ଦରଗଡ଼ରୁ ୪୭, ମୟୂରଭଞ୍ଜରୁ ୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୨୧, ବରଗଡରୁ ୨୫, ଭଦ୍ରକରୁ ୫, ବଲାଙ୍ଗୀରରୁ ୨୧, ବୌଦ୍ଧରୁ ୨, କଟକରୁ ୩୫, ଦେଓଗଡ଼ରୁ ୭, ଢେଙ୍କାନାଲରୁ ୫, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୯, ଯାଜପୁରରୁ ୧୯, ଝାରସୁଗୁଡାରୁ ୨୫, କାଲାହାଣ୍ଡିରୁ ୧୯, କେନ୍ଦ୍ରାପଡାରୁ ୧୬, କେଉଁଝରରୁ ୧୩, ଖୋର୍ଦ୍ଧାରୁ ୪୯, କୋରାପୁଟରୁ ୨, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୮, ନୟାଗଡ଼ରୁ ୨, ନୁଆପଡାରୁ ୩୧, ପୁରୀରୁ ୨୬, ରାୟାଗଡାରୁ ୨, ସମ୍ବଲପୁରରୁ ୩୭, ସୋନେପୁରରୁ ୩, ସୁନ୍ଦରଗଡରୁ ୪୭ ଷ୍ଟେଟପୁଲରୁ ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ସମୁଦାୟ ୩ଲକ୍ଷ ୧୭ହଜାର ୭୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୭୩୦ରେ ପହଞ୍ଚିଛି । ତେବେ ରାଜ୍ୟରେ ସମୁଦାୟ ୩ଲକ୍ଷ ୯ହଜାର ୭୪୭ଜଣ କରୋନା ଆକ୍ରନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୬ହଜାର ୨୫୯ ସଂକ୍ରିୟ ମାମଲା ରହିଛି ।

ରାଜନୈତିକ ସଚିବଙ୍କ ଆତ୍ମହତ୍ୟା ଉଦ୍ୟମ, ୟେଦୁ କହିଲେ ମୁଁ କିଛି ଜାଣିପାରିଲିନି…

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ ରାଜନୈତିକ ସଚିବ ତଥା ସମ୍ପର୍କୀୟ ଏନ.ଆର. ସାନ୍ତୋଷଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ତାଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶନିବାର ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପୋଲିସର କହିବାନୁଯାୟୀ, ଡଲାର୍ସ କଲୋନୀସ୍ଥିତ ବାସଭାବନରେ ସଚିବଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପାଇବା ପରେ ପରିବାର ଲୋକ ତୁରନ୍ତ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ଶୁକ୍ରବାର ବିଳମ୍ବିତ ରାତିରେ ସନ୍ତୋଷଙ୍କୁ ଦେଖିବା ପାଇଁ ୟେଦୁରୁପ୍ପା ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ୟେଦୁ କହିଥିଲେ ଯେ, ତାଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଉଛି । ହେଲେ ସେ ଆହୁରି କହିଛନ୍ତି ଯେ, ସନ୍ତୋଷ ଜଣେ ଖୁସିବାସିଆ ଲୋକ ଥିଲେ । ତାଙ୍କୁ ସବୁବେଳେ ଖୁସି ମିଜାଜରେ ଥିବା ଦେଖାଯାଏ । ଶୁକ୍ରବାର ସକାଳେ ମଧ୍ୟ ତାଙ୍କ ସହ ମୁଁ କଥା ହୋଇଥିଲି ସେ ଖୁସିଥିଲେ । କିନ୍ତୁ ହଠାତ୍‌ ଏଭଳି ଉଦ୍ୟମ କରିବେ ବୋଲି ସେ କେବେ କଳ୍ପନା ବି କରିନଥିଲେ । ସନ୍ତୋଷଙ୍କ ପରିବାର ସହ ଆଲୋଚନା କରି ଏବିଷୟରେ ଜାଣିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ନିଜେ ୟେଦୁ ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣା ପଛରେ ରହସ୍ୟ କ’ଣ ରହିଛି ସେନେଇ ତଦନ୍ତ କରାଯିବ । ସାନ୍ତୋଷଙ୍କୁ ଚଳିତ ବର୍ଷ ମେ ମାସରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା । ହେଲେ ୟେଦୁରାପ୍ପାଙ୍କ କିଛି ଖାସ୍‌ ଲୋକଙ୍କ ସହ ମତଭେଦ ଥିବାରୁ ସନ୍ତୋଷ ରାଜନୈତିକ ସଚିବ ପଦରୁ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଖବର ଆସିଥିଲା ।

ଲୋକଙ୍କ ଆଖିରେ ହିରୋ ପାଲଟିଲେ ସିପାହୀ, ଗୁଳି ଚଳାଉଥିବା ଯୁବକଙ୍କ ଉପରକୁ ଡ଼େଇଁ ଛଡ଼ାଇଲେ ବନ୍ଧୁକ

ଭୁବନ: ରାତିରେ ବସ୍‌ ଚାଲିଥିଲା ତାର ଗନ୍ତବ୍ୟ ସ୍ଥଳ ଆଡ଼କୁ । ଠିକ୍‌ ସେହି ସମୟରେ କିଛି ଦୁର୍ବୃତ୍ତ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ । ଆଉ ତାପରେ ବସ୍‌ ଭିତରେ ଥିବା ଯାତ୍ରୀ ଭୟରେ ଚିତ୍କାର କରି ଉଠିଥିଲେ । ସେହି ସମୟରେ ଫିଲ୍ମ ଷ୍ଟାଇଲ୍‌ରେ ଲୋକଙ୍କ ଜୀବନ ବଞ୍ଚାଇଲେ ଜଣେ ପୋଲିସ କର୍ମଚାରୀ  । ଗୁଳି ଚଲାଉଥିବା ଦୁର୍ବୃତ୍ତ ମାନଙ୍କ ଉପରେ ବିନା ଭୟରେ ଝାମ୍ପ ମାରିଥିଲେ । ସେମାନଙ୍କ ହାତରୁ ବନ୍ଧୁକ ଛଡ଼ାଇ ଅଟକ ରଖିଥିଲେ ସିପାହୀ ଜଣକ ।  ଆଉ ସେଥିପାଇଁ ସିପାହୀ ଏବେ ଲୋକଙ୍କ ଆଖିରେ ହିରୋ ପାଲଟି ଯାଇଛନ୍ତି ।

ଘଟଣାଟି ଠିକ୍‌ ଫିଲ୍ମ ଷ୍ଟାଇଲ୍‌ରେ ଘଟିଛି । ବସ୍‌ ଉପରକୁ ଫାଇରିଂ ବେଳେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ସିପାହୀ ହିମାଂଶୁ ଶେଖର ପାତ୍ରଙ୍କୁ ପ୍ରଶଂସା କରିଛନ୍ତି ଆଇପିଏସ୍ ଅମିତାଭ୍ ଠାକୁର୍ । ଦୁବୃର୍ତ୍ତମାନେ ଫାଇରିଂ କରୁଥିବା ବେଳେ ସେମାନଙ୍କଠାରୁ ବନ୍ଧୁକ ଛଡ଼ାଇବା ନିଶ୍ଚିତ ଭାବେ ସହସିକତାର କାମ ବୋଲି ଅମିତାଭ୍ ଟୁଇଟ୍ କରିଛନ୍ତି ।

ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏଭଳି ଏକ ଘଟଣା ଘଟିଥିଲା । ବାଜିରାଉତ ସେତୁ ନିକଟ ଛକରେ ଏକ ବସ୍‌ ଉପରକୁ ବାଇକ୍‌ରେ ଯାଉଥିବା ଜଣେ ଯୁବତୀ ଓ ଯୁବକ ଗୁଳି ଚଳାଇଥିଲେ । ସେହି ବସ୍‌ରେ ସିପାହୀ ହିମାଂଶୁ ଯାତ୍ରା କରୁଥିଲେ । ରାସ୍ତାରେ ବସ୍ ଉପରକୁ ଫାଇରିଂ ହେବାରୁ ସେ ଗାଡ଼ିରୁ ଓହ୍ଲାଇ ଆସି ଦୁର୍ବୃତ୍ତଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇଥିଲେ । ଏହାପରେ ଦୁବୃର୍ତ୍ତମାନେ ଘଟଣାସ୍ଥଳକୁ ଫେରାର ହୋଇଯାଇଥିଲେ ।

‘ଦ କପିଲ୍ ଶର୍ମା ଶୋ‘: ଗୋଟିଏ ଏପିସୋଡ ପାଇଁ କାହାର କେତେ ଫିସ୍ ?

ନୂଆଦିଲ୍ଲୀ: ସୋନି ଟିଭିରେ ପ୍ରସାରିତ ‘ଦ କପିଲ୍ ଶର୍ମା ଶୋ’ ଖୁବ୍ ଲୋକପ୍ରିୟ ହୋଇପାରିଛି । ଏମିତିକି କରୋନା କାଳରେ ଲକଡାଉନ୍ ଯୋଗୁଁ ଦର୍ଶକମାନେ ଶୋ’କୁ ଯାଇପାରିନଥିଲେ ତଥାପି ବିନା ଅଡିଏନ୍ସରେ ଭରପୂର ଏଣ୍ଟରଟେନମେଣ୍ଟ ଯୋଗାଇଥିଲା ଏହି ଶୋ’ ।

ଏହି ଶୋ’ର କଳାକାର ମାନଙ୍କର କମେଡି ଆଜିବି ଦର୍ଶକଙ୍କୁ  ହସେଇ ହସେଇ ବେଦମ କରିଥାଏ । ହେଲେ କେବେ ଭାବିଛନ୍ତି କି ଲୋକମାନଙ୍କୁ ହସାଇବା ଲାଗି ପ୍ରତି ଏପିସୋଡରେ ଏହି କଳାକାର ମାନେ କେତେ ଟଙ୍କା ନେଇଥାନ୍ତି ? 

କପିଲ ଶର୍ମା-

କପିଲ ତାଙ୍କର କଥା କହିବା ଶୖେଳୀ ଓ କମେଡି ପାଇଁ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବଲିଉଡ ସେଲିବ୍ରିଟିମାନେ ତାଙ୍କ ଶୋ’କୁ ଆସିବାକୁ ବହୁତ ଏକ୍ସାଇଟେଡ୍ ରହିଥାନ୍ତି । ଶୋ’ରେ ଥରେ ଉଦିତ ନାରାୟଣ କହିଥିଲେ ଯେ କପିଲ ଶର୍ମା ଗୋଟିଏ ଏପିସୋଡ ପାଇଁ ୧ କୋଟି ଟଙ୍କା ନେଇଥାନ୍ତି। ଏହା ଶୁଣିବା ପରେ ସମସ୍ତେ ଚକିତ ହୋଇପଡିଥିଲେ ।

କୃଷ୍ଣା ଅଭିଷେକ-

କୃଷ୍ଣା ଅଭିଷେକ ହେଉଛନ୍ତି ଗୋବିନ୍ଦାଙ୍କ ଭଣଜା । ଏହି ଶୋ’ରେ ସେ ‘ସପନା’  ଚରିତ୍ରରେ ଖୁବ୍ ପରିଚିତ ଏବଂ ତାଙ୍କର ଏକ ବିୟୁଟି ପାର୍ଲର ବି ରହିଛି । ସେଲିବ୍ରିଟିମାନେ ତାଙ୍କର ଅଜବ ମସାଜ ବିଷୟରେ ଶୁଣି ହସିହସି ବେଦମ ହୋଇଯାଇଥାନ୍ତି । ତେବେ ଶୋ’ ଗୋଟିଏ ଏପିସୋଡରେ ଅଭିନୟ ପାଇଁ କୃଷ୍ଣା ପାଖାପାଖି ୧୦ରୁ ୧୨ ଲକ୍ଷ ଟଙ୍କା ନେଇଥା’ନ୍ତି ।

ଚନ୍ଦନ ପ୍ରଭାକର (ଚାନ୍ଦ)-

ପ୍ରାୟ ସମସ୍ତେ ଜାଣିଥିବେ ଚନ୍ଦନ ପ୍ରଭାକର ହେଉଛନ୍ତି କପିଲଙ୍କ ବନ୍ଧୁ । ଶୋ’ରେ ଚନ୍ଦନ ଚା’ ବିକାଳି ଚରିତ୍ରରେ ନଜର ଆସିଥାନ୍ତି । ଆଉ ଭୁରିଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥାନ୍ତି ହେଲେ କିନ୍ତୁ ଭୁରୀ ତାଙ୍କୁ ଟିକେ ବି ଖାତିର କରନ୍ତି ନାହିଁ । ଏକଦା ଅକ୍ଷୟ କୁମାର ଥଟ୍ଟାମଜା କରି କହିଥିଲେ ଯେ ଚନ୍ଦନ ଗୋଟିଏ ଏପିସୋଡ୍ ପାଇଁ ସାତ ଲକ୍ଷ ଟଙ୍କା ନେଉଛନ୍ତି ।

ଭାରତୀ ସିଂ-

ଭାରତୀ ସିଂ ‘ଦ କପିଲ ଶର୍ମା ଶୋ’ରେ ସବୁବେଳେ ଭିନ୍ନଭିନ୍ନ ଚରିତ୍ରରେ ନଜର ଆସିଥାନ୍ତି । ବେଳେବେଳେ ସେ କପିଲଙ୍କ ଦିଲ୍ଲୀ ମାଉସୀ ହୁଅନ୍ତି ତ ଆଉ କେତେବେଳେ ବଚ୍ଚା ଯାଦବଙ୍କ ପତ୍ନୀ ତିତଲି ଭୂମିକାରେ ଦର୍ଶକଙ୍କୁ ଖୁବ୍ ହସାଇଥାନ୍ତି ।ଶୋ’ରେ ମାତ୍ର ୫ରୁ ୭ମି. ନଜର ଆସୁଥିବା ଭାରତୀ ପ୍ରତି ସପ୍ତାହରେ ୧୦ରୁ ୧୨ ଲକ୍ଷ ଟଙ୍କା ନେଇଥାନ୍ତି ।

ସୁମୋନା ଚକ୍ରବର୍ତ୍ତୀ-

‘ଦ କପିଲ ଶର୍ମା ଶୋ’ରେ ସୁମୋନା ଚକ୍ରବର୍ତ୍ତୀ ଭୁରୀ ଭୂମିକାରେ ଅଭିନୟ କରିଥାନ୍ତି। ଖାସକରି କପିଲ ତାଙ୍କ ଓଠକୁ ନେଇ ମଜାକ ଉଡାଇଥାନ୍ତି । ଏଥିରେ ବିରକ୍ତ ହୋଇ ଶୋ’କୁ ଆସୁଥିବା ଗେଷ୍ଟଙ୍କ ପାଖରେ ଅଭିଯୋଗ କରିଥାନ୍ତି ସେ । ସୁମୋନା ପ୍ରତି ସପ୍ତାହରେ ୬ରୁ ୭ ଲକ୍ଷ ଟଙ୍କା ନେଇଥାନ୍ତି ।

କିକୁ ଶାରଦା-

ଶୋ’ରେ ବଚ୍ଚା ଯାଦବ ଭୂମିକାରେ ଅଭିନୟ କରୁଥିବା କିକୁ ଯାଦବଙ୍କ ଏଣ୍ଟ୍ରି ଖୁବ୍ ମଜାଦାର ହୋଇଥାଏ । ସେ ପ୍ରତି ଏପିସୋଡ୍ ପାଇଁ ପାଖାପାଖି ୬ରୁ ୭ ଲକ୍ଷ ଟଙ୍କା ନେଇଥାନ୍ତି ।

ଅର୍ଚ୍ଚନା ପୁରଣ ସିଂ-

ନବଜୋତ ସିଂ ସିଦ୍ଦୁଙ୍କ ସ୍ଥାନ ନେଇଛନ୍ତି ଅର୍ଚ୍ଚନା ପୁରଣ ସିଂ । ସେ କେବଳ ହସିବା ଲାଗି ଟଙ୍କା ନିଅନ୍ତି ବୋଲି କପିଲ୍ କହିଥାନ୍ତି । ସୂଚନା ଅନୁଯାୟୀ ଗୋଟିଏ ଏପିସୋଡ ପାଇଁ ସେ ୧୦ ଲକ୍ଷ ଟଙ୍କା ନେଇଥାନ୍ତି।