ରାଜ୍ୟରେ ସାଇବର ଅପରାଧ ରୋକିବାକୁ ଗୁରୁତ୍ୱ, ଇଣ୍ଟରପୋଲ ଅଫିସର ଦେଲେ ଟିପ୍ସ

MM Oberoi

ଭୁବନେଶ୍ୱର: ରାଜ୍ୟରେ ସାଇବର ଅପରାଧ ରୋକିବାକୁ ଯୁଗ୍ମ ସାଇବର କ୍ରାଇମ ଇନଭେଷ୍ଟିଗେସନ ଉପରେ ଗୁରୁତ୍ୱ । ୬୨ତମ ପୋଲିସ ଅଫିସର ସମ୍ମିଳନୀର ତୃତୀୟ ଦିନରେ ଆଲୋଚନାର ବିଷୟ ବସ୍ତୁ ଥିଲା କମ୍ବାଟିଂ ସାଇବର କ୍ରାଇମ୍‌: ଏ ହୋଲିଷ୍ଟିକ୍‌ ଆପ୍ରୋଚ୍‌ ।

ଏହି ଅବସରରେ ସାଇବର କ୍ରାଇମ ରୋକିବା ଦିଗରେ ପଦକ୍ଷେପ ନେଇ ବିସ୍ତୃତ ଆଲୋଚନା ହୋଇଛି । ଇଣ୍ଟରପୋଲ ପରିଚାଳକ ନିର୍ଦ୍ଦେଶକ ଏମଏମ୍ ଓବରୟେ ଯୋଗଦେଇ ଅଧିକାରୀଙ୍କୁ ସାଇବର କ୍ରାଇମର ବିଭିନ୍ନ ଦିଗ ଉପରେ ବୁଝାଇବା ସହ ସହ ଅନେକ ଟିପ୍ସ ଦେଇଛନ୍ତି । ଏହି ଅବସରରେ ସେ ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସୀମା ନିର୍ବିଶେଷରେ ଗୁଇନ୍ଦା ତଥ୍ୟ ସଂଗ୍ରହ, ଫରୋନ୍ସିକ, ସାମର୍ଥ୍ୟ ବୃଦ୍ଧି, ପ୍ରଶିକ୍ଷଣ, ଯୁଗ୍ମ ସାଇବର ଅପରାଧ ତଦନ୍ତ ଉପରେ ଗୁରୁତ୍ୱ ଦେଇଛନ୍ତି ।

ସେହିପରି ଗୁଇନ୍ଦା ବିଭାଗକୁ ସକ୍ରିୟ କରିବା ସହ ବୈଷୟିକ ଜ୍ଞାନକୌଶଳର ସହଯୋଗିତା ଉପରେ ଆଲୋକପାତ କରିଥିଲେ କାପୁର ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଏ କରନ୍ଦିକର । ପୋଲିସ୍ ଅଧିକାରୀମାନଙ୍କୁ ନୂତନ ପ୍ରଯୁକ୍ତି ବିଦ୍ୟାର ସଦୁପଯୋଗ କରି ସନ୍ତ୍ରାସବାଦ, ଉଗ୍ରବାଦ ଓ ସୁରକ୍ଷାଜନିତ ଭୟକୁ ଦୂର କରିବାକୁ ଆହ୍ୱାନ ଦେଇଛନ୍ତି । ପରେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମ ଅଭିଯାନକୁ ସାମ୍ନା କରିବା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା ।

Leave a Reply