ମହିଳା କମିଶନରେ ମୁହାଁମୁହିଁ ହେଲେ ବର୍ଷା-ଅନୁଭବ, ପାରିବାରିକ ବିବାଦରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ

1 min read

ଭୁବନେଶ୍ୱର: ମହିଳା କମିଶନରେ ମୁହାଁମୁହିଁ ହେଲେ ବର୍ଷା-ଅନୁଭବ । ଓଲିଉଡ୍ ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲାରେ ଉଭୟଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ଆଲୋଚନା ପରେ ପାରିବାରିକ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବା ନେଇ କମିଶନ ଅଧ୍ୟକ୍ଷା ଆଶାବାଦୀ ଅଛନ୍ତି ।

ସେପଟେ ଅନୁଭବ ମହାନ୍ତିଙ୍କ ବାପା ମାଆଙ୍କୁ ହାଜର ପାଇଁ ନୋଟିସ୍ ଜାରି ହୋଇଥିଲା । ହେଲେ ବ୍ୟକ୍ତିଗତ କାରଣରୁ ଅନୁଭବଙ୍କ ବାପା-ମା’ ହାଜର ହୋଇପାରି ନାହାନ୍ତି । ନ୍ୟାୟ ପାଇଁ ବର୍ଷା ଗତ ୧୫ ତାରିଖରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । କମିଶନ ମାମଲାକୁ ଗ୍ରହଣ କରି ନୋଟିସ ଜାରି କରିଥିଲେ । ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ପାରିବାରିକ ବିବାଦ ମାମଲା ହାଇକୋର୍ଟରେ ମଧ୍ୟ ବିଚରାଧୀନ ଅଛି ।

ମହିଳା କମିଶନରୁ ବାହାରିବା ପରେ ସାଂସଦ ଅନୁଭବ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମା ଓ ମହିଳାଙ୍କ ସୁବିଧା ପାଇଁ ମହିଳା କମିଶନ  ଗଠିତ ହୋଇଛି । ଏଠାରେ ସେମାନେ ନିଜ ସମସ୍ୟା ଜଣାଇବେ । ସେମାନଙ୍କୁ ସୁରକ୍ଷା ଦେବା ପାଇଁ, ରକ୍ଷା କରିବା ପାଇଁ ମହିଳା କମିଶନ ଗଠିତ । ବର୍ଷା  ତାଙ୍କ ସମସ୍ୟା ନେଇ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମହିଳା କମିଶନ ନୋଟିସ କରିଥିଲେ  ତେଣୁ ତାଙ୍କୁ ସମ୍ମାନ ଜଣାଇ ଆସିଥିଲେ ବୋଲି କହିଛନ୍ତି ଅନୁଭବ ।

Leave a Reply