ଦିନରେ ଜଙ୍ଗଲରେ, ରାତି ହେଲେ ଜନବସତି ମୁହାଁ ହେଉଛନ୍ତି ଭାଲୁ ପଲ

ଭୁବନେଶ୍ୱର: ଶୀତୁଆ ରାତିକୁ ଗାଁ ଦାଣ୍ଡରେ ନିର୍ଭୟରେ ବୁଲୁଛି ଭାଲୁ । ଭାଲୁ ଭୟରେ ସଞ୍ଜ ନବୁଡ଼ୁଣୁ କବାଟ କିଳୁଛନ୍ତି ଗାଁଲୋକେ । ଗୋଟିଏ କି ଦୁଇଟି ଭାଲୁ ନୁହେଁ ଗାଁ ଦାଣ୍ଡରେ ଚାଲିଛି ଭାଲୁ ପଲଙ୍କ ରାଜୁତୀ । ସନ୍ଧ୍ୟା ହେଲେ ମାତ୍ରେ ଗାଁ ମୁହାଁ ହେଉଛନ୍ତି ଭାଲୁ ପଲ, ଭୟରେ ତାଟି କବାଟ ପକାଉଛନ୍ତି ଲୋକେ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଲଦିଯୋଡ଼ି ଗ୍ରାମର ଦୃଶ୍ୟ ସାମ୍ନାକୁ ଆସିଛି ।

କେମିତି ଭାଲୁ ଆସି ଗାଁଦାଣ୍ଡରେ ବୁଲୁଛି ବେଳେ ବେଳେ ପାଖରେ ଥିବା ବିଦ୍ୟାଳୟ ଭିତରକୁ ବି ପଶିଯାଉଥିବାର ନଜିର ରହିଛି । ଖାଦ୍ୟ ଅନ୍ୱେଷଣରେ କେବେ କେବେ ଭାଲୁ ଚାଲିଆସନ୍ତି ଗାଁକୁ । ଭୟରେ ଲୋକେ ସନ୍ଧ୍ୟା ନହେଉଣୁ କବାଟ ବନ୍ଦ କରି ଘରେ ରହୁଛନ୍ତି । ଏହି ରାସ୍ତା ଦେଇ ବିଳମ୍ବିତ ରାତି ଯାଏଁ ଲୋକଙ୍କ ଯାଆସ ଲାଗିରହୁଥିଲା ବେଳେ କିଛିଦିନ ତଳେ ଗାଁର ଦେବକି ବିଶୋଇଙ୍କୁ ଭାଲୁ ମାନେ ଆକ୍ରମଣ କରି କ୍ଷତାକ୍ତ କରିବା ପରେ ସମସ୍ତେ ଏବେ ଆତଙ୍କିତ ଅବସ୍ଥାରେ  ।

ସନ୍ଧ୍ୟା ହେଲେ ଭାଲୁ ଗାଁ ମୁହାଁ ହୋଉଥିବାରୁ ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି ଗାଁ ଲୋକେ ସମସ୍ତଙ୍କ ମନରେ ଭାଲୁ ଆକ୍ରମଣର ଭୟ । ତେବେ ବନବିଭାଗକୁ ବାରମ୍ବାର କହିବା ସତ୍ତ୍ୱେ କୌଣସି ପଦକ୍ଷେପ ନେଉନଥିବା କହିଛନ୍ତି ଗ୍ରାମବାସୀ ଏହାସହ ବନବିଭାଗ ପକ୍ଷରୁ ସୁରକ୍ଷା କର୍ମୀ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

Leave a Reply