ଆଜି ପ୍ରକାଶ ପାଇବ ସିବିଏସ୍‌ଇ ପରୀକ୍ଷା ତାରିଖ

1 min read

ନୂଆଦିଲ୍ଲୀ: ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଲାଗି ପରୀକ୍ଷା ତାରିଖ ଗୁରୁବାର ଦିନ ପ୍ରକାଶ ପାଇବାକୁ ଯାଉଛି।  ଏନେଇ ଘୋଷଣା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ।

ସୂଚନା ମୁତାବକ ଆଜି ସନ୍ଧ୍ୟା ୬ଟା ବେଳେ ତାରିଖ ଘୋଷଣା କରାଯିବ । ଏସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପୋଖରିୟାଲ ନିଜ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।

ପରୀକ୍ଷା ତାରିଖ ଘୋଷଣା ହେବା ପରେ ଛାତ୍ରଛାତ୍ରୀମାନେ ସିବିଏସ୍ଇ ଓ୍ୱେବସାଇଟରୁ ପରୀକ୍ଷା ସମ୍ପର୍କୀତ ସବିଶେଷ ତଥ୍ୟ ପାଇପାରିବେ । ଏହଛଡ଼ା ଫେବୃୟାରୀ ପୂର୍ବରୁ ପରୀକ୍ଷା ଶେଷ ହେବ ବୋଲି ପୋଖରିୟାଲ ସୂଚନା ଦେଇଛନ୍ତି । ତେବେ ଅଫ୍‌ଲାଇନ୍‌ରେ ପରୀକ୍ଷା ହେବ ବୋଲି ଏକ ସାକ୍ଷାତକାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରକାଶ କରିଥିଲେ ।

ପୂର୍ବରୁ ୨୦୨୧ରେ କେଉଁ ସବୁ ପରୀକ୍ଷା କେବେ ହେବ ସେନେଇ ଚଳିତ ବର୍ଷ ଶେଷରେ ଘୋଷଣା କରାଯିବ ବୋଲି ପ୍ରକାଶ କରାଯାଇଥିଲା । ଯେଉଁ ତାରିଖ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ଘୋଷଣା କରିବାକୁ ଯାଉଛି।

ସୂଚନାଯୋଗ୍ୟ, ୨୦୨୦ ବର୍ଷରେ କରୋନା ଯୋଗୁଁ ସିବିଏସଇର କେତେକ ପରୀକ୍ଷା ବିଳମ୍ବିତ ହୋଇଥିଲା । ଏପରିକି କୋଭିଡ୍ ପାଇଁ କ୍ଲାସ୍ ରୁମ୍ ପରିବର୍ତ୍ତେ ଅନଲାଇନରେ ପାଠପଢ଼ା ଚାଲିଛି । ଏସବୁ ଭିତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରୀକ୍ଷା ତାରିଖ ଘୋଷଣା କରିବେ । ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଆହୁରି ମଧ୍ୟ ନିକଟ ଅତୀତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଜାନୁଆରୀ ଓ ଫେବ୍ରୁଆରୀ ମାସରେ CBSE ବୋର୍ଡ ପରୀକ୍ଷା ନକରିବାକୁ ନିଷ୍ପତ୍ତି ନେଇଥିଲେ । ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ପରୀକ୍ଷା ପାଇଁ ନୂଆ ତାରିଖ ଆଗାମୀ ଦିନରେ ଘୋଷଣା କରାଯିବ ବୋଲି ପ୍ରକାଶ କରିଥିଲେ ।

ଶିକ୍ଷା ସମ୍ବାଦର ୨୨ତମ ସଂସ୍କରଣ କାଳରେ ଆଜି ଶିକ୍ଷକଙ୍କ ସହ ଲାଇଭ୍ ଅନଲାଇନ୍ ମତ ଆଦାନପ୍ରଦାନ କାଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହି ଘୋଷଣା କରିଥିଲେ । ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଶିକ୍ଷାମନ୍ତ୍ରୀ ଆଲୋଚନା କାଳରେ କରୋନା କାରଣରୁ ପରୀକ୍ଷା ପରିଚାଳନାରେ ଆସୁଥିବା ସମସ୍ୟା ବାବଦରେ ମଧ୍ୟ ସେ ମତ ରଖିଥିଲେ ।

Leave a Reply