ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ୨ ଅଟକ

ଭଦ୍ରକ: ନକଲି ନକଲିରେ ହଜୁଛି ଅସଲି ଜିନିଷର ପରିଚୟ । ଅତ୍ୟାବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ସାମାନ୍ୟ ସାମଗ୍ରୀ ସବୁଥିରେ ନକଲି ଜିନିଷର ଛାପ । ଗତକାଲି କଟକର ନକଲି ପନୀର ଜବତ ହେବା ପରେ ଏବେ ନକଲି ଜର୍ଦ୍ଦା ଜବତ କରିଛି ପୋଲିସ । ଭଦ୍ରକରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଗାଡି ଜବତ କରିଛି ଟାଉନଥାନା ପୋଲିସ ।  

ଏବଂ ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ଭଦ୍ରକ ଟାଉନ ଥାନା ପକ୍ଷରୁ ପାଟ୍ରୋଲିଂ ଚାଲୁଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ପେଟ୍ରୋଲ ପମ୍ପ ନିକଟରେ ଏକ ଗାଡ଼ିରେ ନକଲି ଜର୍ଦ୍ଦା ଯାଉଥିବା ପୋଲିସ ଖବର ପାଇଥିଲା । ପରେ ଏଥିରେ ବ୍ୟବହୃତ ହୋଇଥିବା ଗାଡ଼ିଟିକୁ ଧରିବାକୁ ପ୍ରୟାସ କରିଥିଲା ପୋଲିସ ।

ଏବଂ ଟେମ୍ପୋ ସହ ଆଉ କାରକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ଦୁଇଟି ଗାଡିକୁ ଥାନାକୁ ଆଣିବା ସହ ଏଥିରେ ସମ୍ପୃକ୍ତ ୨ ଜଣକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ସମ୍ପୃକ୍ତ ବ୍ୟକ୍ତି ପାଟଣାସାହିରୁ ନକଲି ଜର୍ଦ୍ଦା ନେଇ ବାହାର ଜିଲ୍ଲାକୁ ଯାଉଥିବା ବେଳେ ଧରାପଡ଼ିଛନ୍ତି । ଜବତ ହୋଇଥିବା ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୫୦,୦୦୦ ଟଙ୍କା ହୋଇଥିବା ଜଣାପଡ଼ିଛି ।

Leave a Reply