ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ସହ ‘କିଷାନ ପରେଡ୍’ କରିବେ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ: ଦିଲ୍ଲୀରେ ‘କିଷାନ ପରେଡ୍’ କରିବେ ଆନ୍ଦୋଳନରତ ଚାଷୀ । ଦିଲ୍ଲୀ ମଧ୍ୟକୁ ପ୍ରବେଶ କରିବା ସହ ଆସନ୍ତା ଜାନୁଆରୀ ୨୬ରେ ଟ୍ରାକ୍ଟର ଓ ଜାତୀୟ ପତାକା ସହ  ପରେଡ କରିବେ ଆନ୍ଦୋଳନରତ କୃଷକ । ସୋମବାର କୃଷକ ଓ ସରକାରଙ୍କ ମଧ୍ୟରେ କୃଷି ବିଲ୍‌କୁ ନେଇ ପୁଣି ଥରେ ଆଲୋଚନା ହେବାକୁ ଥିବା ବେଳେ ଏଭଳି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ କୃଷକ । ଆମେ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରୁଛୁ ଏବଂ କୃଷି ଆଇନ ଉଚ୍ଛେଦ ହେବା ଯାଏଁ ଶାନ୍ତପୂର୍ଣ୍ଣଭାବେ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ଆନ୍ଦୋଳନରତ କୃଷକ । ଏବଂ ଜାନୁଆରୀ ୨୬ ପାଇଁ ଦିଲ୍ଲୀରେ ଟ୍ରାକ୍ଟର ପରେଡ କରିବାକୁ ଡାକରା ଦିଆଯାଇଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

          ଦିଲ୍ଲୀ ପ୍ରେସକ୍ଳବରେ ଆନ୍ଦୋଳନରତ ଚାଷୀଙ୍କୁ ସୂଚନା ଦେଇ କହିଛନ୍ତି ତାଙ୍କର ଆସନ୍ତା ଜାନୁଆରୀ ୨୬ ରେ ହେବାକୁ ଥିବା ଟ୍ରାକ୍ଟର ପରେଡର ନାମ ହେଉଛି କିଷାନ ପରେଡ୍  । ଏବଂ ଏହା ସାଧାରଣତନ୍ତ୍ର ଦିବସ ପରେଡ ପରେ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି । ଜାତୀୟ ପତକା ନେଇ ଟ୍ରାକ୍ଟରେ ଯାତ୍ରା କରିବୁ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ତେବେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପରେଡରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ମୁଖ୍ୟ ଅତିଥିଭାବେ ଯୋଗଦେବେ ।

ଏଥିସହିତ ପଢ଼ନ୍ତୁ: ମହିଳାଙ୍କୁ ଡ୍ରାଇଭିଂ ଅଧିକାର ଦାବି କରିବାରୁ ଜେଲ, ଲାଗିଲା ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ

Leave a Reply