ଆଶ୍ୱସ୍ତ କଲେ ଡିସିଜିଆଇ: କହିଲେ ଟିକା ୧୧୦% ସୁରକ୍ଷିତ

1 min read

ନୂଆଦିଲ୍ଲୀ: ୨ କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ମିଳିଛି ଅନୁମତି । ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିସିଲ୍ଡ ଏବଂ ଭାରତ ବୟୋଟେକ୍‌ର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍‌ ଅଫ୍ ଇଣ୍ଡିଆ (DCGI) । ଏଥିସହିତ ଭାରତରେ କାଡିଲା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ମଧ୍ୟ ଅନୁମତି ମିଳିଛି ।

ସୂଚନା ଯୋଗ୍ୟ, କୋଭାକ୍ସିନର ଜରୁରୀକାଳୀନ ପ୍ରୟୋଗ ପାଇଁ CDSCO ପ୍ୟାନେଲ୍ ପକ୍ଷରୁ ଅନୁମତି ମିଳିଛି । ଭାରତ ବାୟୋଟେକ୍ ଓ ଆଇସିଏମଆର ଦ୍ବାରା ପ୍ରସ୍ତୁତ ହୋଇଛି କୋଭାକ୍ସିନ। ଦ୍ବିତୀୟ ଟିକା ଭାବେ କୋଭାକ୍ସିନକୁ ମିଳିଥିଲା ଅନୁମତି। ଏହା ପୂର୍ବରୁ କୋଭିସିଲ୍ଡକୁ ମଧ୍ୟ ମିଳିଥିଲା ଅନୁମତି। ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ପ୍ୟାନେଲ କୋଭାକ୍ସିନର କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ତେବେ ଡ୍ରାଏରନରରେ ଡିସିଜିଆଇ ପକ୍ଷରୁ ଏହି ଦୁଇ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦିଆଯାଇଛି । ତେବେ ଏଯାବତ୍ ଟିକାର ପରୀକ୍ଷଣରୁ ପ୍ରାପ୍ତ ରିପୋର୍ଟ ଅନୁଯାୟୀ ଟିକା ସୁରକ୍ଷିତ ଥିବା କହିଛନ୍ତି ଡିସିଜିଆଇ । ୨ ଟିକାର ବ୍ୟବହାରକୁ ଅନୁମତି ଦେବା ପରେ ଡିସିଜିଆଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଟିକା ୧୧୦% ସୁରକ୍ଷିତ । କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ସ୍ୱାଭାବିକ । ଜର ହେବା, ଆଲାର୍ଜି ଓ ଦରଜ କରିବା ଏଭଳି ପାର୍ଶ୍ୱ ପ୍ରତିକ୍ରିୟା ପ୍ରୟ ସମସ୍ତ ଭ୍ୟାକ୍ସିନରେ ଦେଖାଯାଏ । କିନ୍ତୁ କିଛି ଲୋକଙ୍କ ଠାରେ ଏଭଳି ସମସ୍ୟ ଦେଖାଯାଏ । ଲୋକଙ୍କ ଆଶ୍ୱସ୍ତ କରିବାକୁ ଯାଇ ଡିସିଜିଆଇ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ କୌଣସି ପ୍ରକାର ବି ଅସୁବିଧା ଥିଲେ ଟିକାକୁ ଅନୁମତି ଦିଆଯିବନାହିଁ ।

ଏଥିସହିତ ପଢ଼ନ୍ତୁ: କୋଭିସିଲ୍ଡ ପରେ ଏବେ କୋଭାକ୍ସିନକୁ ମିଳିଲା ଅନୁମତି

Leave a Reply