ଜାଡ଼ ସାଙ୍ଗକୁ ପ୍ରବଳ ବର୍ଷା, ତଥାପି ଜାରି ରହିଛି କୃଷକଙ୍କ ଆନ୍ଦୋଳନ

1 min read

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀ ଦାବି ପୂରଣ ନହେବା ଯାଏଁ ପଛକୁ ହଟିବାକୁ ପ୍ରସ୍ତୁତ ନଥିବା ବେଳେ ଏବେ ପରୀକ୍ଷା ନେଉଛି ବର୍ଷା । ପ୍ରବଳ ଜାଡ଼ ସାଙ୍ଗକୁ ଲଗାତାର ବର୍ଷା ଯୋଗୁଁ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଚାଷୀ ।

ଦିଲ୍ଲୀର ଭିନ୍ନ ଭିନ୍ନ ବର୍ଡରରେ ଡେରା ପକାଇଥିବା କୃଷକଙ୍କ ପାଇଁ ସେତେବେଳେ ସମସ୍ୟା ଉପୁଜିଥିଲା ଯେତେବେଳେ ଆଜି ସକାଳେ ପୁଣି ବର୍ଷା ହୋଇଥିଲା । ବର୍ଷାରୁ ନିଜକୁ ରକ୍ଷା କରିବା ପାଇଁ କିଛି କୃଷକ ଟେଣ୍ଟ ତଳେ ପହଞ୍ଚିଥିଲେ । ପ୍ରବଳ ଥଣ୍ଡା ସାଙ୍ଗକୁ ଏଭଳି ବର୍ଷା ଚାଷୀଙ୍କ ସମସ୍ୟା ଆହୁରି ବଢ଼ାଇଦେଇଛି । ଏଭଳି ସମୟରେ କିଛି କୃଷକ ତ ବର୍ଷା ଓଦା ହୋଇ ଏହି ଆଇନ ରଦ୍ଧ କରିବାକୁ ଦାବି କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ସରକାର କାଲି ଦାବି ମାନିନେବେ ବୋଲି ଆଶାବାଦୀ

କୃଷକ ଆଇନ ବିରୋଧୀ ଆନ୍ଦୋଳନ ଆଜି ୩୮ ଦିନରେ ପହଞ୍ଚିଛି । ବର୍ଷା ଯୋଗଁ କୃଷକଙ୍କୁ ଶୋଇବା ପାଇଁ ପ୍ରସ୍ତୁତ କରାଯାଇଥିବା ଟେଣ୍ଟ, କପଡ଼ା, ଟ୍ରୋଲି ଉପରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ଟେଣ୍ଟ ମଧ୍ୟ ଓଦା ହୋଇଯାଇଛି । ବର୍ଷା ଏବଂ ଥଣ୍ଡା ମଧ୍ୟରେ ଗାଜିପୁର(ଦିଲ୍ଲୀ-ୟୁପି ବର୍ଡର) ଉପରେ କୃଷକଙ୍କ ଧାରଣା ଜାରି ରହିଛି । ଆମେ ଏଭଳି ପ୍ରତିକୂଳ ପରିସ୍ଥିତିରେ ପ୍ରଦର୍ଶନ ଜାରି ରଖିଛୁ ଆଶା କରୁଛି ସରକାର ଆମ ଦାବି ମାନିନେବେ ।

Leave a Reply