spot_img
Home Blog Page 6325

ଫିଲ୍ମରେ ଆସିବା ପୂର୍ବରୁ ଓ୍ୱେଟର କାମ କରୁଥିଲେ ‘୩ଇଡିଅଟ୍ସ’ର ଭାଇରସ୍; ଜାଣନ୍ତୁ ତାଙ୍କ ସିନେ ଯାତ୍ରା ସମ୍ପର୍କରେ…

ମୁମ୍ବାଇ: ବଲିଉଡ ଫିଲ୍ମ ମୁନ୍ନାଭାଇ ଏମବିବିଏସ୍ ଓ ୩ଇଡିଅଟ୍ସ ଭଳି ଚଳଚ୍ଚିତ୍ରରେ ଲିଡ୍ ରୋଲରେ ସଞ୍ଜୟ ଦତ୍ତ ଏବଂ ଆମୀର ଖାନ୍ ରହିଥିବା ବେଳେ ଦର୍ଶକଙ୍କ ହୃଦୟ ଜିତିଥିଲା ବୋମନ ଇରାନୀଙ୍କ ଦମଦା ଚରିତ୍ର ।

ଡିସେମ୍ବର ୨ ତାରିଖ ତଥା ଆଜିର ଦିନରେ ବୋମନ ଇରାନୀ ୬୧ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ସିନେ ଯାତ୍ରା ସମ୍ପର୍କରେ …

ବୋମନ୍ ପିଲାଦିନରୁ ଚଳଚ୍ଚିତ୍ର ଦେଖିବା ଲାଗି ଖୁବ୍ ଭଲ ପାଉଥିଲେ । ଏପରିକି ସ୍କୁଲ ପରେ ସେ ଫିଲ୍ମ ଦେଖିବାକୁ ଯାଉଥିଲେ, ହେଲେ କେବେ ଭାବି ନଥିଲେ ଯେ ସେ ନିଜେ ସିନେମାରେ ଅଭିନୟ କରିବେ ବୋଲି । ଜନ୍ମ ପୂର୍ବରୁ ବୋମନଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମା ତାଙ୍କର ଲାଳନପାଳନ କରିଥିବା ବେଳେ ଏକଦା ସେ ଘରର ବେକେରୀ ସପ୍ ମଧ୍ୟ ସମ୍ଭାଳୁଥିଲେ।

ଇରାନର ଜୋରାଷ୍ଟ୍ରିଆନ୍ ପରିବାରରେ ଜନ୍ମ ଗ୍ରହଣ କରିଥିବା ବୋମନ୍ ସେଣ୍ଟ୍ ମେରି ସ୍କୁଲରୁ ତାଙ୍କର ପାଠପଢା ଆରମ୍ଭ କରିଥିଲେ । ଏହା ପରେ ସେ ମୁମ୍ବାଇର ମିଠିବାଇ କଲେଜରୁ ୱେଟର ପଲିଟେକ୍ନିକ୍ ରେ ଡିପ୍ଲୋମା ପାଠ୍ୟକ୍ରମ କରିଥିଲେ। କୋର୍ସ ସରିବା ପରେ ବୋମନ ତାଜମହଲ ପ୍ୟାଲେସ ଆଣ୍ଡ ଟାୱାରରେ ୱେଟର ଭାବରେ କାମ କରିବା ଆରମ୍ଭ କଲେ ।

 

କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠା ଏବଂ ସଚ୍ଚୋଟତା ହେତୁ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା। ଏହା ପରେ ସେ ଫ୍ରେଞ୍ଚ ରେଷ୍ଟୁରାଣ୍ଟ ରେଣ୍ଡେଜଭୋସ ରେ ୱେଟର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ତାଜ ପ୍ୟାଲେସରେ କାମ କରୁଥିବାବେଳେ ବୋମନ୍ ଗ୍ରାହକମାନଙ୍କ ଦ୍ୱାରା ଦିଆଯାଉଥିବା ଟିପ୍ସକୁ ଏକଜୁଟ କରି ରଖୁଥିଲେ । ଏହି ଟଙ୍କାରେ ଗୋଟିଏ କ୍ୟାମେରା କିଣି ସ୍କୁଲ୍ କ୍ରିକେଟ୍-ଫୁଟବଲ୍ ମ୍ୟାଚର ଫଟୋ ଉଠାଇବା ସଙ୍ଗେସଙ୍ଗେ ଏହାକୁ ୨୦-୩୦ ଟଙ୍କାରେ ବିକ୍ରି କରୁଥିଲେ ।

ୱେଟର କାମ ଏବଂ ଫଟୋଗ୍ରାଫି କରିବା ପରେ ବୋମନ ୨୦୦୦ ମସିହାରେ ସିନେ ଜଗତ ଆଡକୁ ମୁହାଁଇଥିଲେ । ସେ ଫିଲ୍ମ ‘ଡରନା ମନା ହେଁ’ରେ ଏକ ଛୋଟିଆ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ପୂର୍ବରୁ ବୋମନ ଏଭରିବଡି ସେଜ୍ ଆଇ ଆମ୍ ଫାଇନ୍ ଓ ଲେଟ୍ସ ଟମରେ ନଜର ଆସିଥିଲେ । ପରେ ସେ ୨୦୦୩ରେ ‘ବୁମ’ ଫିଲ୍ମରେ ନଜର ଆସିଥିଲେ । ବୁମ୍ ପରେ ମୁନ୍ନାଭାଇ ଏମବିବିଏସ୍ ଚଳଚ୍ଚିତ୍ରରେ ଡ. ଜେସି ଆସ୍ଥାନା ଭୂମିକାରେ ଅଭିନୟ କରିଥିଲେ ।

ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ସ୍କ୍ରିନ୍ ବିକଲିରେ ଆଓ୍ୱାର୍ଡ ଫର୍ ବେଷ୍ଟ ପରଫର୍ମାନ୍ସ ଇନ୍ କମିକ୍ ରୋଲ ପୁରସ୍କାର ମିଳିଥିଲା । ୨୦୦୬ରେ ରିଲିଜ ହୋଇଥିବା ମୁନ୍ନାଭାଇ ଏମବିବିଏସରେ ତାଙ୍କୁ ଫିଲ୍ମଫେୟାରର ବେଷ୍ଟ ଭିଲେନ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସେହିପରି ୨୦୦୯ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ୩ଇଡିଅଟ୍ସ ଫିଲ୍ମରେ ବୋମନ ‘ବିରୁ ସହସ୍ରବୁଦ୍ଧେ’ ଓରଫ୍ ‘ଭାଇରସ୍’ର ଚରିତ୍ରରେ ଅଭିନୟ କରିଥିଲେ। ଯେଉଁ ଭୂମିକା ପାଇଁ ତାଙ୍କୁ ଷ୍ଟାର୍ ସ୍କ୍ରିନ୍ ଆଓ୍ୱାର୍ଡ ଫର୍ ବେଷ୍ଟ ଭିଲେନ୍, ଫିଲ୍ମଫେୟାର ଆଓ୍ୱାର୍ଡ ଫର୍ ବେଷ୍ଟ ସପୋର୍ଟିଂ ଆକ୍ଟର ଓ ଆଇଫା ଆଓ୍ୱର୍ଡ ଫର୍ ବେଷ୍ଟ ପରଫୋମାନ୍ସ ଇନ୍ ନେଗେଟିଭ୍ ରୋଲ ଭଳି ପୁରସ୍କାର ପ୍ରଦାନ କରାଯାଇଥିଲା ।

 

ରେଳ ଷ୍ଟେସନ୍‌ରୁ ୭୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଜିଆର୍‌ପି

କଣ୍ଟାବାଞ୍ଜି: ପୁଣି ଉଦ୍ଧାର ହେଲେ ଦାଦନ ଶ୍ରମିକ । କଣ୍ଟାବାଞ୍ଜି ରେଳଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟ ବାହାରକୁ ଚାଲାଣ ବେଳେ ସେମାନଙ୍କୁ ଉଦ୍ଧାର କରିନ୍ତି ଜିଆରପି ଓ ପୋଲିସ ଅଧିକାରୀ । ସେମାନଙ୍କ ମଧ୍ୟରେ ୪୨ ପୁରୁଷ ଓ ୩୨ ଜଣ ମହିଳା ଅଛନ୍ତି ।

Kantabanji Bonded Labour

ସେହିପରି ଦାଦନଙ୍କ ସହ ଥିବା ୧୩ ଜଣ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଦାଦନ ମାନେ ବଲାଙ୍ଗିର ଜିଲ୍ଲା ବେଳପଡ଼ା, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ଓ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି ।

Kantabanji Bonded Labour

ଦାଦନ ସର୍ଦ୍ଦାର ଠାରୁ ମୁଣ୍ଡପିଛା ୩୦ ହଜାର ଟଙ୍କା ଲେଖାଏ ଅଗ୍ରୀମ ନେଇ ବିଶାଖାପାଟଣା ଯାଉଥିବା ବେଳେ, ସେମାନଙ୍କୁ ପୋଲିସ ଉଦ୍ଧାର କରିଥିଲା । ଉଦ୍ଧାର ଶ୍ରମିକ ମାନଙ୍କ ପାଖରେ କୌଣସି କାଗଜ ପତ୍ର ନଥିବା ବେଳେ, ସମସ୍ତେ ଆନ୍ଧ୍ରର ଏକ ଇଟାଭାଟିକୁ କାମ କରିବାକୁ ଯାଉଥିଲା । ଘଟଣାସ୍ଥଳରେ କଣ୍ଟାବାଞ୍ଜି ତହସିଲଦାର ପହଞ୍ଚି ସମସ୍ତ ଶ୍ରମିକଙ୍କୁ ଘରକୁ ପଠେଇବାର ବ୍ୟବସ୍ଥା କରିଛନ୍ତି।

ଫେଲ୍ ମାରିଲା ସରକାରଙ୍କ ସହ ଆଲୋଚନା !

ନୂଆଦିଲ୍ଲୀ: ଫେଲ୍ ମାରିଲା ସରକାରଙ୍କ ସହ ଆଲୋଚନା, ସପ୍ତମ ଦିନରେ ଚାଲିଛି ଚାଷୀଙ୍କ ଆନ୍ଦୋଳନ । ଦିଲ୍ଲୀ ସୀମାରେ ଥଣ୍ଡା କାକରରେ ହକର ଲଢେଇ ଜାରି ରଖିଛନ୍ତି ହଜାର ହଜାର ଚାଷୀ। ଦାବିପୂରଣ ନହେଲା ଯାଏ ଚାଷୀ ପଛକୁ ହଟିବାକୁ ମନା କରିଦେଇଛନ୍ତି । ସେପଟେ ସିନ୍ଧୁ, ଟିକିରି, ଗାଜିପୁର ଏବଂ ଅନ୍ୟ ସୀମାରେ ଲଗାତର ଭାବେ ଚାଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପଞ୍ଜାବ ଓ ହରିଆଣାରୁ ଆହୁରି କୃଷକ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ।

ରାସନ, ଔଷଧ ଓ  ଅନ୍ୟାନ ଅତ୍ୟାବଶ୍ୟକ ସାମଗ୍ରୀ ଧରି କୃଷକ ମାନେ ଦିଲ୍ଲୀ ଆସୁଛନ୍ତି । ଚାଷୀଙ୍କ ଗର୍ଜନ ବଢାଇବାକୁ ପଞ୍ଜାବର ପଞ୍ଚାୟତ ମାନଙ୍କର ପ୍ରତି ପରିବାରରୁ ଜଣେ ଲେଖାଏଁ ସାମିଲ ହେବାକୁ ଅପିଲ କରାଯାଇଛି । ଚାଷୀଙ୍କ ଭିଡ ଦେଖି ସୀମାରେ ସୁରକ୍ଷା ବଢାଇଛି ଦିଲ୍ଲୀ ପୋଲିସ । ସେପଟେ ଚାଷୀଙ୍କ ସମାବେଶରେ ପଞ୍ଜାବ ଖେଳ ଜଗତର ତାରକା ମଧ୍ୟ ସାମିଲ ହୋଇଛନ୍ତି । ଚାଷୀଙ୍କ ସମର୍ଥକରେ ବାହାରିଥିବା ପଞ୍ଜାବର ଖେଳାଳି ମାନେ କହିଛନ୍ତି, ଯଦି ସରକାର ୫ ଦିନ ଭିତରେ ଚାଷୀଙ୍କ ଦାବିପୂରଣ ନକରନ୍ତି, ତେବେ ବିରୋଧ ସ୍ୱରୂପ ନିଜ ମେଡାଲ ଫେରାଇଦେବେ।

ପଞ୍ଜାବୀ ପିଲ୍ମ ଜଗତର କଳାକାର, ଲେଖକ, କଣ୍ଠଶିଳ୍ପୀ ମଧ୍ୟ ଚାଷୀଙ୍କ ସପକ୍ଷରେ ସ୍ୱର ଉଠାଇଛନ୍ତି । ଗତକାଲି ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା କୌଣସି ପ୍ରସ୍ତାବରେ ରାଜି ହୋଇନାହାଁନ୍ତି ଚାଷୀ । ଫଳରେ ଆସନ୍ତାକାଲି ଆଉ ଥରେ ଚାଷୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର ।

ଆଜି ଅଷ୍ଟ୍ରେଲିଆରେ ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ବିରାଟଙ୍କୁ ଦରକାର ଆଉ ମାତ୍ର..

0

କାନବେରା: ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆ ଖେଳୁଥିବା ୱାନଡେ ସିରିଜକୁ ଜିତିବାର ଆସା ମଉଳି ଯାଇଛି । ବୁଧବାର ଦିନ ତୃତୀୟ ତଥା ଅନ୍ତିମ ମ୍ୟାଚରେ ବିରାଟ ବାହିନୀ ଇଜତ୍ ବଞ୍ଚାଇବାକୁ ଚେଷ୍ଟା କରିବ । ପୂର୍ବରୁ ଖେଳାଯାଇଥିବା ୨ଟି ମ୍ୟାଚରେ ଭାରତୀୟ ଦଳ ଯଥାକ୍ରମେ ୬୬ଏବଂ ୫୧ ରନରେ ହାରିଛି । ଆଜି ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ ୯.୧୦ ରେ ଆରମ୍ଭ ହୋଇଛି ।

କାନବେରାରେ ଅଷ୍ଟ୍ରେଲିଆ ୦-୩ କ୍ଲିନ୍ ସୁଇପ୍ ଏଡାଇବାକୁ ଟିମ୍ ଇଣ୍ଡିଆ ମଇଦାନରେ ଓହ୍ଲାଇବ । ଏହାସହ ଆଜିର ମ୍ୟାଚରେ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ ବଡ଼ ସଫଳତା ହାସଲ କରିବାର ସୁଯୋଗ ରହିଛି ।

ଯଦି ଆଇସିସି ର଼୍ୟାଙ୍କିଙ୍ଗରେ ବିଶ୍ୱର ନମ୍ବର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ କାନବେରାରେ ଆଉ ୨୩ ସ୍କୋର କରନ୍ତି, ତେବେ ସେ ୱାନଡେ ଇଣ୍ଟରନ୍ୟାସନାଲରେ ଦ୍ରୁତ ଗତିରେ ୧୨ହଜାର ରନ୍ ପୂରଣ କରିବାର ବିଶ୍ୱ ରେକର୍ଡ କରିବେ । ୩୨ ବର୍ଷୀୟ ବିରାଟ କୋହଲି ସର୍ବନିମ୍ନ, ତଥା ୨୪୨ ଇନିଂସରେ ଏହି ସଫଳତା ହାସଲ କରିବାରେ ସଫଳ ହେବେ । ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ଛାଡିଦେବେ, ଯିଏ କି ୩୦୦ ଇନିଂସରେ ୧୨୦୦୦ ରନ୍ କରିଥିଲେ । ବିରାଟ କୋହଲିଙ୍କ ନାଁରେ ସବୁଠୁ ଦ୍ରୁତତମ ୮ହଜାର, ୯ହଜାର, ୧୦ହଜାର ଏବଂ ୧୧ହଜାର ରନର ରେକର୍ଡ ରହିଛି ।

ବିରାଟ କୋହଲି ଏପର୍ଯ୍ୟନ୍ତ ସୁଦ୍ଧା କେତେ ଇନିଂସରେ ୧୦୦୦-୧୧୦୦୦ ରନ୍ କରିଛନ୍ତି

୨୪ ଇନିଂସରେ ହଜାର ରନ୍

୫୩ ଇନିଂସରେ ଦୁଇ ହଜାର ରନ୍

୭୫ ଇନିଂସରେ ତିନି ହଜାର ରନ୍

୯୩ ଇନିଂସରେ ୪ହଜାର ରନ୍

୧୧୪ ଇନିଂସରେ ୫ହଜାର ରନ୍

୧୩୬ ଇନିଂସରେ ୬ ହଜାର ରନ୍

୧୬୧ ଇନିଂସରେ ୭ ହଜାର ରନ୍

୧୭୫ ଇନିଂସରେ ୮ହଜାର ରନ୍

୧୯୪ ଇନିଂସରେ ୯ହଜାର ରନ୍

୨୦୫ ଇନିଂସରେ ୧୦ହଜାର ରନ୍

୨୨୨ ଇନିଂସରେ ୧୧ହଜାର ରନ୍

ବିରାଟ କୋହଲି ଏପର୍ଯ୍ୟନ୍ତ ୪୩ ଶତକ ଏବଂ ୫୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଅଧିକାଂଶ ଶତକ ବିଷୟରେ କହିବାକୁ ଗଲେ ଏହି ରେସରେ କେବଳ ସଚିନ ତେନ୍ଦୁଲକର ଏହି ରେକର୍ଡ କରିଛନ୍ତି, ଯିଏ ତାଙ୍କ କ୍ୟାରିୟରରେ ୪୯ ଶତକ ହାସଲ କରିଛନ୍ତି।

ସ୍ୱାଭାବିକ‌ ହେଲା ଓଡ଼ିଶା ରାଜ୍ୟ ପରିବହନ ନିଗମର ବସ୍ ସେବା

ଭୁବନେଶ୍ୱର: ଦୀର୍ଘଦିନ ପରେ ସ୍ୱାଭାବିକ୍‌ ହେଲା ଓଡ଼ିଶା ରାଜ୍ୟ ପରିବହନ ନିଗମର ବସ୍ ସେବା । ବୁଧବାରଠାରୁ ସବୁ ରୁଟ୍‌ରେ ଆରମ୍ଭ ହୋଇଛି ବସ ଚଳାଚଳ । ବସ୍ ସେବା ସହିତ ଅନ୍ ଲାଇନ୍ ଟିକେଟ କାଉଣ୍ଟର ମଧ୍ୟ ଖୋଲାଯାଇଛି ।

କୋଭିଡ୍‌ କଟକଣା ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ଥିଲା ପରିବହନ ସେବା । ବୁଧବାରଠାରୁ ବସ୍ ସେବା ତଥା ଯାତ୍ରୀଙ୍କ ସୁବିଧା ପାଇଁ ଅନ୍ୟ ସମସ୍ତ ସେବା ଆରମ୍ଭ ନେଇ ନିଗମ ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରା ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ବସ୍ ଚଳାଚଳ ଆରମ୍ଭ ହୋଇଥିଲେ ହେଁ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ବସରେ ଯାତ୍ରୀଙ୍କ ସଂଖ୍ୟା ଓ ମାସ୍କ ପରିଧାନ ଏପରିକି ନିୟମିତ ବିଶୋଧନ ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ନିର୍ଦେଶ ରହିଛି ।

ଓଏସ୍ଆରଟିସି ବସ୍ ସେବା ଆରମ୍ଭ ପରେ ଯାତ୍ରୀଙ୍କ ଗମନାଗମନ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ନିଗମ ଆଶା ରଖିଛି ।

ବଦଳିବ ସ୍ମାର୍ଟ ସିଟିର ଡ୍ରେନେଜ୍ ବ୍ୟବସ୍ଥା, NEERI ସହିତ MOU ସ୍ୱାକ୍ଷରିତ

ଭୁବନେଶ୍ୱର: ବଦଳିବ ସ୍ମାର୍ଟ ସିଟିର ଡ୍ରେନେଜ୍ ବ୍ୟବସ୍ଥା । ଭୁବନେଶ୍ୱରର ପ୍ରମୁଖ ନାଳ ତଥା କେନାଲଗୁଡିକର ଉନ୍ନତି କରଣ ପାଇଁ ଅଣ୍ଟାଭିଡ଼ିଛି ସ୍ମାର୍ଟ ସିଟି ଲିମିଟେଡ୍‌ । ଏଥିପାଇଁ ଦେଶର ଅନ୍ୟତମ ପ୍ରମୁଖ ସଂସ୍ଥା ତଥା ନାଗପୁରର ନ୍ୟାସନାଲ ଏନ୍‌ଭାର୍ଣ୍ଣନମେଣ୍ଟ୍‌ ଇଂଜିନିୟରିଂ ରିସର୍ଚ୍ଚ ସେଣ୍ଟର (NEERI) ସହିତ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

BMC Received IOS Certificate For Faecal Sludge & Septage Management In Country As First Muncipal 

ପ୍ରଥମ ପର୍ଯ୍ୟାୟରେ ୭ ଓ ୧୦ନମ୍ବର ଦୁଇଟି ବଡନାଳର ଉନ୍ନତି କରଣ କାର୍ଯ୍ୟ ହାତକୁ ନିଆଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ଅନୁମୋଦନ ମିଳିବା ପରେ ସ୍ମାର୍ଟସିଟି ପକ୍ଷରୁ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ସ୍ମାର୍ଟିସିଟିର ସିଇଓ ପ୍ରେମଚାନ୍ଦ ଚୌଧରୀଙ୍କ ଉପସ୍ଥିତିରେ NEERI ପ୍ରତିନିଧି ଡକ୍ଟର ନୀତିନ ଗୋୟଲ ଓ ସ୍ମାର୍ଟ ସିଟି ଭାରପ୍ରାପ୍ତ ପ୍ରକଳ୍ପ ଅଧିକାରୀ ଦୀପ୍ତିରାଣି ସାହୁ ଏମ୍ଓୟୁ ସ୍ୱାକ୍ଷରିତ କରିଥିଲେ । ଭୁବନେଶ୍ୱରର ପରିବେଶ ସୁରକ୍ଷା, ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ବୈଶୟିକ ସହାୟତା ଯୋଗାଇବ NEERI ।

ସାରା ରାଜ୍ୟରେ ଶୀତ ଲହରୀ, ସୋନପୁରରେ ପାରା ୯ ଡିଗ୍ରୀ ତଳେ !

ସୋନପୁର: ସୁବର୍ଣ୍ଣପୁରରେ ଖସୁଛି ପାରଦ । ସକାଳୁ ସକାଳୁ କୁହୁଡ଼ିର ଆସ୍ତରଣ ତଳେ ରହୁଛି ସାରା ସହର । ଲୋକେ ପ୍ରାତଃ ଭ୍ରମଣ ସହିତ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି । ବିଗତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ଶୀତରେ ରେକର୍ଡ ଭାଙ୍ଗିଥିବା ବେଳେ ଚଳିତ ବର୍ଷ ଶୀତ ବିଳମ୍ବରେ ଆସିଛି । ହେଲେ ଶୀତର ପ୍ରକୋପ ଆରମ୍ଭ ହୋଇସାରିଲାଣି ।

ଅନ୍ୟପଟେ ସାରା ରାଜ୍ୟରେ ମଧ୍ୟ ଶୀତ ଲହରି ଜାରି ରହିଛି । ଚାରିଆଡେ କୁହୁଡିମୟ ପରିବେଶ । ଗତ କିଛି ଦିନ ହେଲା ରାଜ୍ୟରେ ବଢିବାରେ ଲାଗିଛି ଶୀତ । ଦେଢ ଡିଗ୍ରୀ ତଳକୁ ଖସି ଆସୁଛି ସବର୍ନିମ୍ନ ତାପମାତ୍ରା । ଗତ ୨୪ ଘଣ୍ଟାରେ ଓଡ଼ିଶାର ୨ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ରେକର୍ଡ ହୋଇଥିବା ବେଳେ ମୋଟ ୧୩ ସହର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ।

ସୋନପୁରଠାରେ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଦାରିଙ୍ଗବାଡ଼ିରେ ବି ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରହିଥିଲା । ଅନ୍ୟପଟେ ୧୧ ସହର ତାପମାତ୍ରା ୧୫ଡିଗ୍ରୀ ତଳକୁ ଖସିଆସିଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହା ଆସନ୍ତା ୧୨ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ । ୨୪ଘଣ୍ଟାରେ ଗଭୀର ଅବପାତ ସାମୁଦ୍ରିକ ବାତ୍ୟାର ରୂପ ନେଇ ଶ୍ରୀଲଙ୍କା ଉପକୂଳ ଦେଇ ଅତିକ୍ରମ କରିବ । ତେବେ ଏହାର ପ୍ରଭାବ ଭାରତ ଉପରେ ରହିବ କି ନାହିଁ ତାହା ବୁଧବାର ଦିନ ସ୍ପଷ୍ଟ କରିବ ପାଣିପାଗ ବିଭାଗ ।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଅକ୍ଷୟ କୁମାର

ଲକ୍ଷ୍ନୗେ: ଦୁଇ ଦିନିଆ ମହାରାଷ୍ଟ୍ର ଗସ୍ତରେ ଆସିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମଙ୍ଗଳବାର ଦିନ ସେ ମୁମ୍ବାଇରେ ପହଞ୍ଚିବା ପରେ ସନ୍ଧ୍ୟାସମୟରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଭେଟିଛନ୍ତି।

ସୂଚନା ଅନୁଯାୟୀ ୟୁପିର ଗୗେତମ ବୁଦ୍ଧ ନଗରରେ ଯମୁନା ଏକ୍ସପ୍ରେସ୍ ନିକଟରେହେବାକୁ ଥିବା ଫିଲ୍ମସିଟି ଉପରେ ସେ ଅକ୍ଷୟଙ୍କ ସହ ଆଲୋଚନା କରିଛନ୍ତି।

ଅକ୍ଷୟଙ୍କୁ ଭେଟିବା ପରେ ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ଆଜି ମୁମ୍ବାଇରେ ଭାରତୀୟ ସିନେ ଜଗତର ଲୋକପ୍ରିୟ ଅଭିନେତା ଅକ୍ଷୟଙ୍କ ସହ ଭେଟ କରିଛି । ଚଳଚ୍ଚିତ୍ର ଜଗତର ବିଭିନ୍ନ ବିଷୟ ସମ୍ପର୍କରେ ତାଙ୍କ ସହ ବିଚାର ବିମର୍ଶ ହୋଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବମ୍ବେ ଷ୍ଟକ୍ ଏକ୍ସେଚଞ୍ଜରେ ପ୍ରାୟ ୨୦୦ କୋଟି ଟଙ୍କା ବିନିମୟରେ ଲକ୍ଷ୍ନୗେ ନଗର ପାଳିକା ଓ୍ୱାନଡ୍ ର ଶୁଭାରମ୍ଭ କରିବା ଲାଗି ମୁମ୍ବାଇରେ ପହଞ୍ଚିଛନ୍ତି । ଏପରିକି ସେ ବୁଧବାର ସକାଳ ୯ଟାରେ ଓବରୟ ହୋଟେଲରୁ ଲକ୍ଷ୍ନୗେ ମୁନସିପାଲ୍ କର୍ପୋରେସନ୍ ରବାନଡ୍ ଲିଷ୍ଟିଂ ଲାଗି ବେମ୍ବ ଷ୍ଟକ ଏକ୍ସେଚଞ୍ଜ ଅଭିମୁଖେ ବାହାରିବେ। ତତପରେ ସେ ହୋଟେଲ ଫେରିଆସିବେ ବୋଲି ସୂଚନା ମିଳିଛି ।

ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ଜଗିଙ୍କୁ ଜେରା କରିବେ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର: ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା ନେଇ ଆଜି ପୁଣି ହେବ ଶୁଣାଣି । ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ଏହି ମାମଲାର ଶୁଣାଣି କରିବେ । ବ୍ୟକ୍ତିଗତ ହାଜର ପାଇଁ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ସମେତ ୪ଜଣଙ୍କୁ ପୂର୍ବରୁ ନୋଟିସ ହୋଇଥିଲା ।କମିଶନଙ୍କ ନିକଟରେ ହାଜର ହେବା ପରେ ସେମାନଙ୍କ ବୟାନ ରେକର୍ଡ କରାଯିବ ।

ଯଦି ବୁଧବାର ଓଟିଭି ଏମ୍‌ଡି ନଆସନ୍ତି ତେବେ ପୋଲିସ ଜରିଆରେ ତାଙ୍କୁ ହାଜର ପାଇଁ ସମନ ଜାରି କରାଯିବ । ଗତ ୧୮ ତାରିଖରେ ହୋଇଥିଲା ମାମଲାର ପ୍ରଥମ ଶୁଣାଣି । ଏଥିରେ ପୀଡ଼ିତାଙ୍କ ମା’ ଓ ଓଟିଭି କର୍ତ୍ତୃପକ୍ଷଙ୍କ ପ୍ରତିନିଧି ହାଜର ହୋଇଥିବା ବେଳେ ଡିସିପି ଓ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ସମୟ ନେଇଥିଲେ । ଅଭିଯୋଗକାରୀଙ୍କ ବୟାନ ରେକର୍ଡ ହୋଇଥିଲା ।

ତେବେ ଏହି ଶୁଣାଣିରେ ଓଟିଭି ଏମଡିଙ୍କ ଅସଲ ଚେହେରା ପଦାରେ ପଡିଥିଲା । ପୀଡ଼ିତାଙ୍କ ମା ବିସ୍ଫୋରକ ବୟାନ ଦେଇଥିଲେ । ସବୁ ଜାଣିଶୁଣି ମାମଲାକୁ ଚପାଇ ଦେବାକୁ ଓଟିଭି ଏମ୍‌ଡି ଉଦ୍ୟମ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ । ତେବେ ବୁଧବାର ଶୁଣାଣିରେ ଜଗି ପଣ୍ଡା ହାଜର ହେଉଛନ୍ତି କି ନାହିଁ ତାଉପରେ ସମସ୍ତଙ୍କ ନଜର ରହିଛି । କାରଣ ପୂର୍ବରୁ ଅନେକ ଥର ନୋଟିସ୍‌ ପରେ ମଧ୍ୟ ମାଡାମ୍‌ ପଣ୍ଡା ହାଜର ହୋଇନାହାନ୍ତି ।

ଲକଡାଉନ କାରଣରୁ ଆପଣଙ୍କ ଚାକିରିର ବୟସ ସୀମା ସରିଯାଇଛି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର

ଉତ୍ତରାଖଣ୍ଡ: କୋଭିଡ -୧୯ ମହାମାରୀ କାରଣରୁ ଯେଉଁମାନଙ୍କର ସରକାରୀ ଚାକିରି ପାଇଁ ବୟସ ସୀମା ଅତିକ୍ରମ କରିଯାଇଛି ସେମାନଙ୍କ ପାଇଁ ଖୁସି ଖବର ରହିଛି । ହଜାର ହଜାର ଆବେଦନକାରୀଙ୍କୁ ଉତ୍ତରପ୍ରଦେଶ ସରକାର ଏକ ସୁଯୋଗ ଦେବାକୁ ଯାଉଛନ୍ତି । ସମସ୍ତ ଆବେଦନକାରୀ ପୁନର୍ବାର ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ । ରାଜ୍ୟ ସରକାର ବୟସ ସୀମା ମଧ୍ୟରେ ୬ ମାସର କୋହଳ କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏହା ଉପରେ ଅନୁମତି ଦେଇଛନ୍ତି । ତେବେ ଏହା ଖୁବ ଶିଘ୍ର ଜାରି ହେବାକୁ ଯାଉଛି ।

ରାଜ୍ୟରେ ସରକାରୀ ଚାକିରିର ସର୍ବାଧିକ ବୟସ ସୀମା ହେଉଛି ୪୨ ବର୍ଷ । ଏହି ବୟସ ସୀମାର ଅତି ନିକଟତର ଆବେଦନକାରୀଙ୍କ ଆଶା କରୋନା ଲକଡ଼ାଉନ ପାଇଁ ମଉଳି ଯାଇଉଥିଲା । ଲକଡାଉନ୍ ଏବଂ କୋଭିଡ୍ ସଂକ୍ରମଣ କାରଣରୁ ଉତ୍ତରାଖଣ୍ଡ ଲୋକସେବା ଆୟୋଗ ଏବଂ ଉତ୍ତରପ୍ରଦେଶ ଅଧିନସ୍ଥ ସେବା ଚୟନ ଆୟୋଗ ତରଫରୁ ଖାଲି ଥିବା ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇ ନାହିଁ । ପ୍ରବେଶିକା ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଥିଲା। ସେଠାରେ ହଜାର ହଜାର ଆବେଦନକାରୀ ଥିଲେ, ଯେଉଁମାନଙ୍କ ପାଇଁ ସରକାରୀ ଚାକିରିର ଆବେଦନ କରିବାର ଶେଷ ସୁଯୋଗ ଥିଲା କିନ୍ତୁ ବୟସ ଅଧିକ କାରଣରୁ ହୋଇପାରି ନାହିଁ । ଏବଂ କରୋନା କାରଣରୁ ହୋଇଥିବା ଲକଡାଉନ ପାଇଁ ଚାକିରିର ବିଜ୍ଞପ୍ତି ବାହାରିବା ବନ୍ଦ ହୋଇଯାଇଥିଲା ।

ତେବେ ଏନେଇ ଅନେକ ଆବେଦନକାରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବୟସ ସୀମାରେ କୋହଳ କରିବାକୁ ଅନୁରୋଧ କରିଥିଲେ । ସେ ଯୁକ୍ତି ବାଢିଥିଲେ ଯେ, ଲକଡାଉନ୍ ପରେ ଯେତେବେଳେ ଖାଲି ପଦବୀ ଏବଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହେଲା, ସେତେବେଳେ ସେମାନେ ଚାକିରି ପାଇଁ ଥିବା ବୟସ ସୀମାକୁ ଅତିକ୍ରମ କରିଦେଛନ୍ତି । ତାଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଅତି କମରେ ୬ମାସ ବୟସ ସୀମା ବଢାଇବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

୨୫୦୦ ପଦବୀରେ ପ୍ରକ୍ରିୟା ଆରମ୍ଭ

ଉତ୍ତରାଖଣ୍ଡ ଅଧିନସ୍ଥ ସେବା ଚୟନ ଆୟୋଗ ସ୍ତରରେ, ଚଳିତ ବର୍ଷ ୨୫ଶହ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ହଜାର ପୋଷ୍ଟ ପାଇଁ ପ୍ରକ୍ରିୟା ଚାଲିଛି । କୋଭିଡ -୧୯ ମହାମାରୀ ଯୋଗୁଁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହୋଇଛି ବୋଲି ସରକାର ସ୍ୱୀକାର କରିଛନ୍ତି। ବୟସ୍କ ଆବେଦନକାରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ବୟସ ସୀମା ମଧ୍ୟରେ କୋହଳ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।