spot_img
Home Blog Page 6326

ଲକଡାଉନ କାରଣରୁ ଆପଣଙ୍କ ଚାକିରିର ବୟସ ସୀମା ସରିଯାଇଛି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର

ଉତ୍ତରାଖଣ୍ଡ: କୋଭିଡ -୧୯ ମହାମାରୀ କାରଣରୁ ଯେଉଁମାନଙ୍କର ସରକାରୀ ଚାକିରି ପାଇଁ ବୟସ ସୀମା ଅତିକ୍ରମ କରିଯାଇଛି ସେମାନଙ୍କ ପାଇଁ ଖୁସି ଖବର ରହିଛି । ହଜାର ହଜାର ଆବେଦନକାରୀଙ୍କୁ ଉତ୍ତରପ୍ରଦେଶ ସରକାର ଏକ ସୁଯୋଗ ଦେବାକୁ ଯାଉଛନ୍ତି । ସମସ୍ତ ଆବେଦନକାରୀ ପୁନର୍ବାର ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ । ରାଜ୍ୟ ସରକାର ବୟସ ସୀମା ମଧ୍ୟରେ ୬ ମାସର କୋହଳ କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏହା ଉପରେ ଅନୁମତି ଦେଇଛନ୍ତି । ତେବେ ଏହା ଖୁବ ଶିଘ୍ର ଜାରି ହେବାକୁ ଯାଉଛି ।

ରାଜ୍ୟରେ ସରକାରୀ ଚାକିରିର ସର୍ବାଧିକ ବୟସ ସୀମା ହେଉଛି ୪୨ ବର୍ଷ । ଏହି ବୟସ ସୀମାର ଅତି ନିକଟତର ଆବେଦନକାରୀଙ୍କ ଆଶା କରୋନା ଲକଡ଼ାଉନ ପାଇଁ ମଉଳି ଯାଇଉଥିଲା । ଲକଡାଉନ୍ ଏବଂ କୋଭିଡ୍ ସଂକ୍ରମଣ କାରଣରୁ ଉତ୍ତରାଖଣ୍ଡ ଲୋକସେବା ଆୟୋଗ ଏବଂ ଉତ୍ତରପ୍ରଦେଶ ଅଧିନସ୍ଥ ସେବା ଚୟନ ଆୟୋଗ ତରଫରୁ ଖାଲି ଥିବା ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇ ନାହିଁ । ପ୍ରବେଶିକା ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଥିଲା। ସେଠାରେ ହଜାର ହଜାର ଆବେଦନକାରୀ ଥିଲେ, ଯେଉଁମାନଙ୍କ ପାଇଁ ସରକାରୀ ଚାକିରିର ଆବେଦନ କରିବାର ଶେଷ ସୁଯୋଗ ଥିଲା କିନ୍ତୁ ବୟସ ଅଧିକ କାରଣରୁ ହୋଇପାରି ନାହିଁ । ଏବଂ କରୋନା କାରଣରୁ ହୋଇଥିବା ଲକଡାଉନ ପାଇଁ ଚାକିରିର ବିଜ୍ଞପ୍ତି ବାହାରିବା ବନ୍ଦ ହୋଇଯାଇଥିଲା ।

ତେବେ ଏନେଇ ଅନେକ ଆବେଦନକାରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବୟସ ସୀମାରେ କୋହଳ କରିବାକୁ ଅନୁରୋଧ କରିଥିଲେ । ସେ ଯୁକ୍ତି ବାଢିଥିଲେ ଯେ, ଲକଡାଉନ୍ ପରେ ଯେତେବେଳେ ଖାଲି ପଦବୀ ଏବଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହେଲା, ସେତେବେଳେ ସେମାନେ ଚାକିରି ପାଇଁ ଥିବା ବୟସ ସୀମାକୁ ଅତିକ୍ରମ କରିଦେଛନ୍ତି । ତାଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଅତି କମରେ ୬ମାସ ବୟସ ସୀମା ବଢାଇବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

୨୫୦୦ ପଦବୀରେ ପ୍ରକ୍ରିୟା ଆରମ୍ଭ

ଉତ୍ତରାଖଣ୍ଡ ଅଧିନସ୍ଥ ସେବା ଚୟନ ଆୟୋଗ ସ୍ତରରେ, ଚଳିତ ବର୍ଷ ୨୫ଶହ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ହଜାର ପୋଷ୍ଟ ପାଇଁ ପ୍ରକ୍ରିୟା ଚାଲିଛି । କୋଭିଡ -୧୯ ମହାମାରୀ ଯୋଗୁଁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହୋଇଛି ବୋଲି ସରକାର ସ୍ୱୀକାର କରିଛନ୍ତି। ବୟସ୍କ ଆବେଦନକାରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ବୟସ ସୀମା ମଧ୍ୟରେ କୋହଳ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ, ଚାରିପଟୁ ସୀମା ସିଲ୍‌ କଲା ପୋଲିସ

ମାଲକାନଗିରି: ଆଜିଠୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ । ସିପିଆାଇ ମାଓବାଦୀଙ୍କ ପକ୍ଷରୁ ପାଳନ କରାଯାଉଛି ଏହି ସପ୍ତାହ । ଫଳରେ ମାଓ ହିଂସାକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଜିଲ୍ଲାର ସମସ୍ତ ଥାନାକୁ ହାଇଆଲର୍ଟରେ ରଖାଯାଇଛି । ସୀମା ଏବଂ ମାଓ ପ୍ରବଣ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଜିଲ୍ଲାକୁ ପ୍ରବେଶ କରୁଥିବା ଗାଡି ଗୁଡିକୁ ବିଏସଏଫ୍, ସିଆରପି ଯବାନଙ୍କ ପକ୍ଷରୁ ତନତନ କରି ଯାଞ୍ଚ କରାଯାଉଛି । କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ କୁହାଯାଇଛି ।

ଗତବର୍ଷ  ମଧ୍ୟ ମାଓବାଦୀଙ୍କ ପକ୍ଷଣଉ ପିଏଲଜିଏ ସପ୍ତାହ ପାଳନ କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ମାଓପ୍ରବଣ ଅଞ୍ଚଳମାନଙ୍କରେ ବସ୍ ଚଳାଚଳ ବନ୍ଦ କରାଯାଇଥିଲା । ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପୋଷ୍ଟର ତଥା ବ୍ୟାନର ମାରି ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ୱାନ ଦିଆଯାଇଥିଲା ।

Maoists Killed 4 Villagers In Praja Court Bijapur Chhattisgarh
FILE Photo

ଗତ ଦୁଇ ବର୍ଷ ପୂର୍ବେ ବିଚ୍ଛିନ୍ନାଞ୍ଚଳ ତଥା ବର୍ତ୍ତମାନର ସ୍ୱାଭିମାନ ଅଞ୍ଚଳ ପଣସପୁଟଠାରେ ଏନକାଉଣ୍ଟରରେ ମାଓନେତ୍ରୀ ମୀନାଙ୍କ ମୃତ୍ୟୁ ହୋଇଥିଲା । ଏହାସହ ସୁନ୍ଦରପାଲ୍ଲୀଠାରେ ଏନକାଉଣ୍ଟରରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଗତ ଅକ୍ଟୋବରରେ ଜଣେ ମାଓ କମାଣ୍ଡରଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଏହାଦ୍ୱାରା ମାଓ ସଙ୍ଗଠନକୁ ଶକ୍ତ ଧକ୍କା ଲାଗିଛି । ଏଥିପାଇଁ ରକ୍ତମୁଖା ହୋଇ ଏହାର ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ରହିଛି ସଙ୍ଗଠନ ।

Fire Exchange Between SOG And Maoist, Four Naxal Dead Belghar
File Photo

ନୂତନ ଭାବେ ଦାୟିତ୍ୱ ନେଇଥିବା କେନ୍ଦ୍ରୀୟ କମିଟିର ଆମ୍ବାଲା କେଶବ ରାଓଙ୍କ ନେତୃତ୍ୱରେ ସଙ୍ଗଠନ ସୁଦୃଢ଼ କରିବା ଉଦେଶ୍ୟରେ ଲାଲ ସଙ୍ଗଠନ ରହିଛି । ସଙ୍ଗଠନର ସମସ୍ତ ରଣନୀତିକୁ ଉଚିତ ଜବାବ ଦେବା ସହ ଏହାକୁ ବିଫଳ କରିବାକୁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭିନ୍ନ ସମୟରେ କୁମ୍ବିଂ ଅପରେସନ ସହ ତଲାସୀ ଅଭିଯାନକୁ ବ୍ୟାପକ କରାଯାଉଛି । ପୂର୍ବ ଅପେକ୍ଷା ମାଓ ହିଂସା ରୋକିବାରେ ପୋଲିସ ସଫଳ ହୋଇଛି ।

ବିଜେପି ସାଂସଦ ସନି ଦେଓଲଙ୍କୁ କରୋନା

ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ପାଲଟିଥିବା ସନି ଦେଓଲ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟ ସଚିବ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟ ସଚିବ ଅମିତାଭ ଅବସ୍ଥି କହିଛନ୍ତି ଯେ ସନି ଦେଓଲ ଗତ କିଛି ଦିନ ହେବ କୁଲ୍ଲୁରେ ରହୁଛନ୍ତି ।

କୁଲ୍ଲୁର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସନି ଦେଓଲ ଓ ତାଙ୍କ ସାଙ୍ଗମାନେ ମୁମ୍ବାଇ ଅଭିମୁଖେ ଆସିଥାନ୍ତେ । ହେଲେ ତା’ ପୂର୍ବରୁ ବିଜେପିର ଏହି ସାଂସଦ ମଙ୍ଗଳବାର ଦିନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମହମ୍ମଦ ଅଲୀ ଜିନ୍ନାଙ୍କ ନାମରେ ମଦ; ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଲାହୋର: ପାକିସ୍ତାନର ସଂସ୍ଥାପକ ମହମ୍ମଦ ଅଲୀ ଜିନ୍ନାଙ୍କ ନାମ ଉପରେ ମଦ ର ନାମ ରଖାଯାଇଛି ।

ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜଣେ ଟ୍ୱିଟର ୟୁଜର୍ସ ଜିନ୍ନାଙ୍କ ନାମ ଉପରେ ‘ଗିନ୍ନା’ ନାମରେ ଏକ ବୋତଲ ଫଟୋ ପୋଷ୍ଟ କରିଥିଲେ । ଆଉ ସେହି ବୋତଲର ଲେବଲ ଉପରେ ଲେଖା ଯାଇଛି, ‘‘ଇନ୍ ଦ ମେମୋରୀ ଅଫ୍ ଦ ମେନ୍ ଅଫ୍ ପ୍ଲେଜର, ହୁ ବାଜ: ଗିନ୍ନା’ ।

ସେହି ବୋତଲର ଲେବଲ ଉପରେ ଜିନ୍ନାଙ୍କ ସମ୍ପର୍କରେ ଲେଖାଯାଇଛି ଯେ, ଜିନ୍ନା ପାକିସ୍ତାନର ସଂସ୍ଥାପକ ଥିଲେ ଯିଏକି ୧୯୪୭ରେ  ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ଅସ୍ତିତ୍ୱ ପାଇଥିଲା । ଆଉ ଯେଉଁସବୁ କାମ ଇସଲାମରେ ବର୍ଜିତ ରହିଛି, ପୁଲ୍ ବିଲିୟର୍ଡ୍ସ, ସିଗାର, ପୋର୍କ ସାସେଜ୍ ସହ ଶାନଦାର ସ୍କଚ, ହ୍ୱିସ୍କି ଓ ମଦ ସେବନ ଆଦି ଜିନ୍ନା ଖୁବ୍ କରିଛନ୍ତି ।

ସୂଚନା ଅନୁଯାୟୀ ଟ୍ୱିଟର ୟୁଜର୍ସ ମାନେ ଗିନ୍ନା ଙ୍କ ଉପରେ ଲଗାତାର ପୋଷ୍ଟ କରିବାରେ ଲାଗିଛନ୍ତି ।

ମହମ୍ମଦ ଅଲୀ ଜିନ୍ନା ୧୮୭୬ ମସିହା ଡିସେମ୍ବର ୨୫ ତାରିଖରେ କରାଚିରେ ଜନ୍ମଗ୍ରହଣ କରିଥିଲେ । ଯେଉଁ ସ୍ଥାନ ଏବେ ପାକିସ୍ତାନ ଅଧିନରେ ରହିଛି ।  ଯିଏକି ଭାରତ ଠାରୁ ଅଲଗା ହେବା ପାଇଁ ଏକ ସ୍ୱତନ୍ତ୍ର ପାକିସ୍ତାନ ଗଠନ ପାଇଁ ଜୋରଦାର ଆନ୍ଦୋଳନ ଚଳାଇଥିଲେ ।

ତେବେ ଜିନ୍ନାଙ୍କୁ ପାକିସ୍ତାନରେ ’କାଏଦେ-ଏ ଆଜମ ତଥା ‘ମହାନ ନେତା’ ରୂପେ ପରିଚିତ ଥିଲେ ।

IIFL ଲୁଟ୍‌ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ

କଟକ: କଟକ ନୂଆସଡ଼କ IIFL ଫାଇନାନ୍ସ ଲୁଟ ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଦେବାଶିଷ ହାଜରା ଓ ନୀଳମଣି ସାହୁ । ଦୁଇ ଅଭିଯୁକ୍ତ ଚଞ୍ଚକତା କରି ବ୍ୟାଙ୍କରୁ ସୁନା ହଡ଼ପ କରିବା ସହିତ ଋଣ କାରବାରରେ ସଂପୃକ୍ତ ଥିଲେ । ପୋଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି । ଗିରଫ ହୋଇଥିବା ଦୁଇ ଜଣକୁ ମିଶାଇ ଗିରଫ ସଂଖ୍ୟା ୧୨ରେ ପହଞ୍ଚିଛି । ପୂର୍ବରୁ ଘଟଣାର ମାଷ୍ଟରମାଇଣ୍ଡ ଲାଲା ଅମ୍ରିତ ରାୟକୁ ଗିରଫ କରିସାରିଛି କମିଶନରେଟ ପୋଲିସ ।

IIFL Gold Loot Case, Police Arrested Former Security Guard

ଏହି ଲୁଟ୍‌ ଘଟଣାରେ ଅଭିଯୁକ୍ତଙ୍କଠାରୁ ଏଯାଏଁ ୧୦ କିଲୋ ସୁନା ଗହଣା ଉଦ୍ଧାର ହୋଇସାରିଛି । ଏହା ସହିତ ୭ ଲକ୍ଷ ଟଙ୍କା, ତିନୋଟି କାର, ତିନୋଟି ମୋଟର ସାଇକେଲ ଜବତ କରିଛି ପୋଲିସ । ମାଣପୁରମର ଦୁଇଟି ବ୍ରାଞ୍ଚରୁ ୬ କିଲୋ ୭ ଶହ ସୁନା ମିଳିଥିଲା । ସଂସ୍ଥାରୁ ଠାବ ହୋଇଥିବା ସମସ୍ତ ସୁନା ପୋଲିସ ହେପାଜତରେ ରହିଛି ।

IIFL Gold Loot Case, Police Arrested Former Security Guard

ସୂଚନାଯୋଗ୍ୟ, ଲୁଟ୍‌ ହେବାର ମାତ୍ର ୬ ଦିନରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା । କଟକ ଡିସିପିଙ୍କ ନେତୃତ୍ୱରେ ହୋଇଥିଲା ତଦନ୍ତ । ପ୍ରେସମିଟ୍‌ କରି ସୂଚନା ଦେଇଥିଲେ ପୋଲିସ କମିଶନର । ଲୁଟ୍‌ର ପର୍ଦ୍ଦାଫାସ କରିଥିବାରୁ ଡିସିପିଙ୍କୁ ଶୁଭେଚ୍ଛା ଜଣାଇଥିଲେ ପୋଲିସ କମିଶନର ।

ସବୁଠାରୁ ବଡ଼ କଥା ହେଉଛି ଏହି ବ୍ୟାଙ୍କ୍‌ ଲୁଟ୍‌ ପଛର ମୁଖ୍ୟ ସୂତ୍ରଧର ଥିଲେ ସେହି ବ୍ୟାଙ୍କର କର୍ମଚାରୀ ଲାଲା ଅମ୍ରିତ ରାୟ । ଏହି ଲୁଟ୍‌ ପଛରେ ମୁଖ୍ୟତଃ ୪ ଜଣ ସମ୍ପୃକ୍ତ ଥିଲେ । କିନ୍ତୁ ବାହାରେ ରହି ଲୁଟ୍‌କୁ ପରିଚାଳନା କରୁଥିଲେ ଆଉ ଜଣେ ବ୍ୟକ୍ତି ରଞ୍ଜନ ବେହେରା । କିଶନ ନଗର ଅଞ୍ଚଳରେ ରଞ୍ଜନ ବେହେରାଙ୍କର ଘର । ଲାଲା ଅମ୍ରିତ ରାୟ ଏବଂ ରଞ୍ଜନ ବେହେରା ହେଉଛନ୍ତି ପିଲା ବେଳର ସାଙ୍ଗ । ଦୁହେଁ ମିଳିତ ଭାବରେ ପ୍ଲାନ୍‌ କରି ଏହି ଲୁଟ କରିଥିବା ଜଣାପଡ଼ିଛି ।

IIFL Gold Loot Case, Police Arrested Former Security Guard

ତେବେ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ବ୍ୟାଙ୍କର ସବୁ ସୁରକ୍ଷା ବ୍ୟବସ୍ଥା ଅକାମି ରହିଥିଲା । ବନ୍ଧୁକଧାରୀ ସୁରକ୍ଷାକର୍ମୀ ଛୁଟିରେ ଥିଲେ, ସିସିଟିଭି କ୍ୟାମେରା ଖରାପ ଥିଲା, ଆଲାରାମ କାମ କରୁନଥିଲା, ଡିଜିଟାଲ ଲକର ମଧ୍ୟ ଖରାପ ହୋଇପଡ଼ିଥିଲା । ବ୍ୟାଙ୍କ କର୍ମଚାରୀ ଅମ୍ରିତ ରାୟ ଆଗରୁ ବ୍ୟାଙ୍କର ଅନ୍ୟ ଗୋଟିଏ ବ୍ରାଂଚରୁ ଏକ କିଲୋ ସୁନା ଲୁଟ୍ କରିଥିବା କଥା ମଧ୍ୟ ତଦନ୍ତରୁ ଜଣାପଡିଛି ।

ବର-କନ୍ୟା ବେଶରେ ଝଟକୁଛନ୍ତି ଆଦିତ୍ୟ-ସ୍ୱେତା, ଦେଖନ୍ତୁ ବିବାହର କିଛି ଫଟୋ

ମୁମ୍ବାଇ: ବିବାହ ବନ୍ଧନରେ ବନ୍ଧିହେଲେ ଆଦିତ୍ୟ ନାରାୟଣ ଆଉ ତାଙ୍କ ପ୍ରେମିକା ସ୍ୱେତା ଅଗରୱାଲ । ବିବାହ ପରେ ସେମାନଙ୍କ ପ୍ରଥମ ଫଟୋ ଏବେ ସୋସିଆଲ ମିଡ଼ିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଆଦିତ୍ୟ  ତାଙ୍କ ପ୍ରେମିକା ସ୍ୱେତାଙ୍କ ହାତ ଧରିଥିବା ନଜର ଆସିଛନ୍ତି । ବର ସାଜିଥିବା ଆଦିତ୍ୟ ଏବଂ କନ୍ୟା ସ୍ୱେତାଙ୍କ ଜୋଡ଼ିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ତେବେ ବର କନ୍ୟା ବେଶରେ ଦୁହେଁ ବହୁତ ସୁନ୍ଦର ଲାଗୁଛନ୍ତି । ସ୍ୱେତା ଗୋଟିଏ ହଲକା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ କୁନ୍ଦନର ଗହଣା ପିନ୍ଧିଛନ୍ତି ।ସେହିଭଳି ଆଦିତ୍ୟ ମଧ୍ୟ ଏକ କ୍ରିମ ରଙ୍ଗର ସେରୱାନୀ, ମୁଣ୍ଡରେ ପଗଡ଼ି, ଗଳାରେ କୁନ୍ଦନର ହାର ପିନ୍ଧିଛନ୍ତି । ଏହାସହ ସେ ହଳଦୀଆ ରଙ୍ଗର ଏକ ଚସମା ପିନ୍ଧିଛନ୍ତି  ।

ଆଦିତ୍ୟଙ୍କ ଫଟୋ ମଧ୍ୟ ଖୁବ ଭାଇରାଲ ହୋଇଛି । ତେବେ ବିବାହରେ ବାପା ଉଦତ୍ ନାରାୟଣ ମାଆ ଦୀପା ନାରାୟଣ ଏବଂ ପୂରା ପରିବାର ମଜାମସ୍ତିରେ ନଜର ଆସିଛନ୍ତି ।

ପୁଅ ବିବାହରେ ଉଦିତ ନାରାୟଣଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଯେଉଁଥିରେ ଉଦିତ ପୁଅର ବିବାହରେ ନାଚୁଥିବାର ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ  ଆଦିତ୍ୟଙ୍କ  ମା ଦୀପା ନାରାୟଣ ମଧ୍ୟ ପୁଅକୁ ଆଶିର୍ବାଦ ଦେଉଥିବାର ଦେଖାଯାଇଛି । ସମସ୍ତ ବରଯାତ୍ରୀ ମଧ୍ୟ ନାଚୁଥିବା ଦେଖିବାକୁ ମିଳିଥିଲା ।

ଆଦିତ୍ୟଙ୍କ ବାପା ଉଦିତ ନାରାୟଣ ମଧ୍ୟ ତାଙ୍କ ପୁଅର ବିବାହ ଉତ୍ସବରେ ଖୁବ୍ ଖୁସି ନଜର ଆସିଛନ୍ତି। ହାଲୁକା କମଳା ରଙ୍ଗର ଶେରୱାନିରେ ଉଦିତ ଖୁବ୍ ଭଲ ଲାଗୁଥିଲେ । ଏହାପୂର୍ବରୁ ଆଦିତ୍ୟଙ୍କ ହଳଦୀ ଏବଂ ସଙ୍ଗୀତର ଭିଡିଓ ଭାଇରାଲ ହୋଇଥିଲା। ଏଗୁଡ଼ିକରେ ମଧ୍ୟ ଆଦିତ୍ୟ ଭୟଙ୍କର ଥରିଥିବାର ନଜର ଆସିଥିଲେ। ସେହି ଭିଡ଼ିଓ ଗୁଡ଼ିକରେ ସେ ମଧ୍ୟ ନାଚୁଥିବାର ନଜର ଆସିଥିଲେ ।

ନକଲି ମାଓବାଦୀ ସାଜି ଲୁଟୁଥିଲେ, ପୋଲିସ ହାତରେ ଫସିଗଲେ

ରାୟପୁର: ପଙ୍ଖାଜୁର ପୋଲିସକୁ ସଫଳତା । ନିଜକୁ ମାଓବାଦୀ କହି ବିପୁଳ ମାତ୍ରାରେ ଟଙ୍କା ଠକିଥିବା 5 ନକଲି ମାଓବାଦୀଙ୍କୁ ଗିରଫ କରିଛି ପୋଲିସ । ଗିରଫ 5 ଜଣଙ୍କ ନାଁରେ ପୂର୍ବରୁ ବିଭିନ୍ନ ଅଭିଯୋଗ ରହିଆସିଛି । ଏମାନେ ନିକଟସ୍ଥ ଅଢ୍ଚଳରେ ଲୋକଙ୍କୁ ଧମକ ଚମକ ଦେଇ ଟଙ୍କା ମାଗୁଥିଲେ । ଏହାସହ ନିକଟରେ ଜଣେ ମତ୍ସ୍ୟଜୀବୀଙ୍କ ଘରେ ପଶି ବନ୍ଧୁକ ଦେଖାଇ 5 ଲକ୍ଷ ନଗଦ ଟଙ୍କା ଓ 2 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଲୁଟି ନେଇଥିଲେ ।

ଏହି ନକଲି ମାଏବାଦୀଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ପାଖରୁ ଗୋଟିଏ 9 ଏମଏମ ମାଉଜର , ଅଫୁଟା ଗୁଳି, ଲୁଟ ହୋଇଥିବା ସୁନା ଗହଣା ସମେତ ଟଙ୍କା ଓ ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ ଜବତ କରିଛି । ସେହିପରି 3 ଟି ମୋଟରସାଇକେଲ ମଧ୍ୟ ଜବତ କରିଛି ପୋଲିସ । ତେବେ ପ୍ରାଥମିକ ତଦନ୍ତ ଅନୁସାରେ ଏମାନେ ସ୍ଥାନୀୟ ଅଞ୍ଚଳର ମାଓବାଦୀ ବୋଲି ପରିଚୟ ଦେଇଆସୁଥିଲେ ।

ଗିରଫ ସମସ୍ତ ଅଭିଯୁକ୍ତ ଏକାଧିକ ଲୁଟ ଘଟଣା ଘଟାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ । କିନ୍ତୁ ସ୍ଥାନୀୟ ଲୋକେ ମାଓବାଦୀଙ୍କ ଭୟରେ ମୁହଁ ଖୋଲୁନଥିବା ପୋଲିସ କହିଛି । ତେବେ ସମସ୍ତ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଖିବା ବେଳେ ସେମାନେ କିପରି ଓ କେଉଁଠୁ ଏସବୁ ମାରଣାସ୍ତ୍ର ପାଇବାରେ ସଫଳ ହେଲେ ଖୋଲତାଡ ଜାରି ରଖିଛି ପୋଲିସ ।

ବାହାଘରର ଦିନକ ପୂର୍ବରୁ ବରକୁ ଟାର୍ଗେଟ୍, ଘର ଆଗରେ ଗୁଳି କଲେ ମୁଖାଧାରୀ ଦୁର୍ବୃତ୍ତ

ବ୍ରହ୍ମପୁର: ଅଶାନ୍ତ ହେଉଛି ଗଞ୍ଜାମ । ଗର୍ଜୁଛି ମାଉଜର । ବାହାଘର ଦିନକ ପୂର୍ବରୁ ଫୁଟିଲା ଗୁଳି । ବେଦୀକୁ ଯିବା ପୂର୍ବରୁ ଆହତ ହେଲେ ବର । ମଙ୍ଗଳବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ଖଲ୍ଲିକୋଟ ଥାନା ମଣିକପୁର ଗାଁରେ ଜଣେ ଯୁବକଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ । ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମଙ୍ଗୁଳୁ ଦିହୁଡ଼ି ଗୁରୁତର ଆହତ ହୋଇଛନ୍ତି ।

Miscreants Attacked Youth Before One Day Of Marriage

ତେବେ, ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଗୁରୁତର ଆହତ ମଙ୍ଗୁଳୁକୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ ଯୁବକ ଜଣଙ୍କର ଆସନ୍ତାକାଲି ବାହାଘର ରହିଛି । ଭୋଜି ସାମଗ୍ରୀ କିଣି ଘର ବାହାରେ ଛିଡ଼ା ହୋଇଥିବା ସମୟରେ ହଠାତ୍ କିଛି ମୁଖାଧାରୀ ଦୁର୍ବୃତ୍ତ ଆସି ମଙ୍ଗୁଳୁ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିବା ସହ ବୋମା ଫିଙ୍ଗିଥିଲେ । ଏଥିରେ ଗୁରୁତର ଆହତ ହୋଇଥିଲେ ମଙ୍ଗୁଳୁ ।

ବ୍ୟାପକ ହେଉଛି ଚାଷୀ ଆନ୍ଦୋଳନ, ଟ୍ରାକ୍ଟର ଧରି ରାଜଧାନୀ ଅଭିମୁଖେ କୃଷକ

ନୂଆଦିଲ୍ଲୀ: ବାରମ୍ବାର ଆଲୋଚନା ସ୍ବତେ ସରକାରଙ୍କ ସବୁ ଆଲୋଚନା ବିଫଳ । ନିଜ ଦାବିରେ ଅଡି ବସିଛି ଚାଷୀ ସଂଘଠନ । ଦୀର୍ଘ ୬ ଦିନ ଧରି କଥାବାର୍ତ୍ତା ଚାଲିଥିଲେ ମଧ୍ୟ କୃଷକ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି । ଗୋଟେପଟେ ପଞ୍ଜାବର କ୍ରୀଡ଼ା ଜଗତ ଚାଷୀ ଆନ୍ଦୋଳନର ସମର୍ଥନରେ ବାହାରିଥିବା ବେଳେ ଅନ୍ୟପଟେ ପଞ୍ଜାବ, ହରିଆଣା ଚାଷୀ ଆନ୍ଦୋଳନ ବ୍ୟାପକ କରିବାକୁ ହେଉଛନ୍ତି ସଜବାଜ ।

ଦିଲ୍ଲୀରେ କୃଷକ ସଂଗଠନର ହାଲ୍ଲାବୋଲରେ ରାଜଧାନୀ କମ୍ପୁଥିବା ବେଳେ, ଅସ୍ତବ୍ୟସ୍ତ ହୋଇପଡିଛନ୍ତି ଦିଲ୍ଲୀ ବାସିନ୍ଦା । ସେପଟେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ସଜବାଜ ହେଉଛି ବିଭିନ୍ନ କୃଷକ ସଂଗଠନ । ଫଳରେ ଆଗାମୀ ଦିନରେ ଦିଲ୍ଲୀ ବାସୀ ଅଣନିଶ୍ବାସୀ ହୋଇପଡିବା ଅନୁମେୟ ।

ପଞ୍ଜାବ ଏବଂ ହରିଆଣାର ପ୍ରତି ପଞ୍ଜାୟତରୁ ଦିଲ୍ଲୀ ଅଭିମୁଖେ ବାହାରିଛି ବ୍ୟାପକ ଟ୍ରାକ୍ଟର । ଖାଦ୍ୟ, ଔଷଧ ଏବଂ ବିଭିନ୍ନ ସାମଗ୍ରୀକୁ ଟ୍ରାକ୍ଟରେ ଧରି ବୁଧବାର ଦିଲ୍ଲୀ ଗସ୍ତ କରିବେ ଚାଷୀ । ତୃଳମୁଳ ସ୍ତରରେ ସ୍ଥିତି ଏପରି ହେଲାଣି କି, ପ୍ରତିପରିବାରରୁ ଜଣେ ଜଣେ ବ୍ୟକ୍ତି ଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ରାଜଧାନୀରେ ଆନ୍ଦୋଳନରତ କୃଷକଙ୍କ ସାହାସକୁ ବୃଦ୍ଧି କରିବା ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଥିବା କହିଛନ୍ତି କୃଷକ ।

‘ବ୍ରହ୍ମୋସ ସୁପରସୋନିକ୍ କୃଜ୍’ କ୍ଷେପଣାସ୍ତ୍ରର ଆଣ୍ଟି-ସିପ୍ ସଂସ୍କରଣ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଚୀନ୍ ସୀମାରେ ବିବାଦ ଭିତରେ ‘ବ୍ରହ୍ମୋସ ସୁପରସୋନିକ୍ କୃଜ୍’ କ୍ଷେପଣାସ୍ତ୍ରର ଆଣ୍ଟି-ସିପ୍ ସଂସ୍କରଣ ପରୀକ୍ଷା କରିଛି ଭାରତ । ଆଣ୍ଡାମାନ-ନିକୋବର ଦ୍ବୀପରେ ଏହି କ୍ଷେପଣାସ୍ତ୍ରର ସଫଳ ଦ୍ବାରା ପରୀକ୍ଷଣ କରାଯାଇଛି । ଏହା ଭାରତୀୟ ନୌସେନାର କରାଯାଉଥିବା ପରୀକ୍ଷଣର ଏକ ଅଂଶ । ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏହି ମିଶାଇଲ୍‌କୁ ଡେଭଲପ୍ କରିଛି । ଗୋଟେପଟେ ଭାରତ-ଚୀନ ସୀମା ବିବାଦ ଲାଗିରହିଥିବା ବେଳେ ନୌସେନା ନିଜର ଶକ୍ତି ବୃଦ୍ଧି ପାଇଁ ବ୍ରହ୍ମୋସ ସୁପରସୋନିକ୍ କୃଜ୍ର ମିଶାଇଲ ପରୀକ୍ଷଣ କରିଛି ।

ଭାରତୀୟ ବାୟୁସେନା ଓ ନୌସେନା ଆଗାମୀ ଦିନରେ ବ୍ରହ୍ମୋସ୍‌ର କିଛି ନୂଆ ସଂସ୍କରଣର ପରୀକ୍ଷା କରିବେ ବୋଲି ସେନା ପକ୍ଷରୁ କୁହାଯାଇଛି । ସେପଟେ ଓଡିଶାର ଅବ୍ବଦୁଲ କଲାମ ହ୍ବିଲର ଦ୍ବୀପରୁ ମଧ୍ୟ ଗତ କିଛିଦିନ ମଧ୍ୟରେ ଅନେକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାରେ ସକ୍ଷମ ସାଜିଛି ଡିଆରଡିଓ ।

ଗୋଟେପଟେ ଚାନର ନାଲିଆଖି ଏବଂ ଅନ୍ୟପଟେ ପଡୋଶୀ ପାକର ସୈତାନୀ ଭିତରେ ଭାରତୀୟ ସେନା ନିଜର ଶକ୍ତିକୁ ମଧ୍ୟ ସକ୍ଷମ କରିବାରେ ଲାଗିଛି । ଯେଉଁ କ୍ରମରେ ଆଜି ପୁଣି ନୌସେନାରେ ସାମିଲ ହୋଇଛି ଆଉ ଏକ ଅଧ୍ୟାୟ । ‘ବ୍ରହ୍ମୋସ ସୁପରସୋନିକ୍ କୃଜ୍’ କ୍ଷେପଣାସ୍ତ୍ରର ଆଣ୍ଟି-ସିପ୍ ସଂସ୍କରଣ ପରୀକ୍ଷା ମଙ୍ଗଳବାର କରିଛି ଭାରତ । ଆଣ୍ଡାମାନ-ନିକୋବର ଦ୍ବୀପରୁ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିବା ବେଳେ ଏହା ସଫଳ ଭାବେ ଉତକ୍ଷେପଣ ହୋଇଥିବା ସୂଚନା ଦେଇଛି ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥା ।