spot_img
Home Blog Page 6318

କର୍ମକ୍ଷେତ୍ରରେ ଆଜି ଏହି ରାଶିର ବ୍ୟକ୍ତିଙ୍କର ସହକର୍ମୀଙ୍କ ସହ ହୋଇପାରେ ବିବାଦ

ଆଜିର ପଞ୍ଚାଙ୍ଗ:

୧୦ ଅକ୍ଟୋବର, ୨୦୨୦, ଶନିବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

କନ୍ୟା ୨୫ ଦିନ, ଆଶ୍ୱିନ ମଳ କୃଷ୍ଣପକ୍ଷ ୮ମୀ ତିଥି

ସନ୍ଧ୍ୟା ୬ଟା ୧୭ ପରେ ୯ମୀ ତିଥୀ

– ମିଥୁନ ରାଶିରେ ଚନ୍ଦ୍ର ରହିବେ

– ପୁନବର୍ସୁ ନକ୍ଷତ୍ର ମିଥୁନ ରାଶିରେ, ସନ୍ଧ୍ୟା ୬ଟା ୧୭ ପରେ କର୍କଟ ରାଶିରେ

-ଘାତ ଚନ୍ଦ୍ର – କନ୍ୟା ରାଶିର

– ଘାତ ବାର – ବୃଷ,ସିଂହ,କନ୍ୟା

– ପୁଷ୍କର ଦୋଷ – ୨ ପାଦ, କୃଷି,ବଂଶହାନୀ,ପ୍ରତିକାର- ଭୂମି,ତିଳକାଞ୍ଚନ ଦାନ

ରାତି ୧ଟା ୧୬  ପରେ ୧ ପାଦ, କୃଷିହାନୀ ହେବ, ଭୂମିଦାନ କରନ୍ତୁ

– ଶୁଭ ସମୟ –

ସକାଳ ୭ ଟା ୧୬ ରୁ ସକାଳ 8ଟା 38

ଦିନ ୧୧ ଟା ୫୬ ରୁ ଦିନ ୧ ଟା

ଦିନ ୨ ଟା ୨୮ ରୁ ଦିନ ୩ ଟା ୦୩

– ଅଶୁଭ ସମୟ –

ରାହୁକାଳ- ସକାଳ ୮ ଟା ୩୮ ରୁ ଦିନ ୧୦ ଟା ୦୫

କାଳରାତ୍ରି- ସନ୍ଧ୍ୟା ୫ ଟା ୨୩ ରୁ ସନ୍ଧ୍ୟା ୬ ଟା ୫୬

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ସ୍ଥଗିତ କାମକୁ ପୁରା କରିବା ପାଇଁ ଚେଷ୍ଟା କରନ୍ତୁ

ଦ୍ୱିଜା ନକ୍ଷତ୍ର – ସୁଖ, ସମ୍ମାନ, ମିଳିବା ସହ ଚାକିରୀରେ ପଦୋନ୍ନତି ହେବ

କୃତ୍ତିକା ନକ୍ଷତ୍ର – ସବୁ ଇଛାକୁ ପୁରଣ କରିବାରେ ସମର୍ଥ ହେବେ, ବିଦ୍ୟାର୍ଥୀମାନେ ସଫଳତା ପାଇବେ

ଶ୍ରୀହନୁମାନଙ୍କର ଆରାଧନା ଓ ଚାଳିଶା ପାଠ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – କର୍ମକ୍ଷେତ୍ରରେ ନିଜ ବୁଦ୍ଧି ବଳରେ ସଫଳତା ପାଇବେ

ରୋହିଣି ନକ୍ଷତ୍ର – ପୂର୍ବରୁ କରିଥିବା ଋଣ ପରିଶୋଧ କରିବାର ସମୟ, କୌଣସି ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ନେଇ ପାରନ୍ତି

ମୃଗଶିରା ନକ୍ଷତ୍ର – ସବୁ କାମ ଧର୍ଯ୍ୟର ସହ କରନ୍ତୁ ଉପକୃତ ହେବେ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଠିକ୍ ରହିବ

ଶୁଭଫଳ ପାଇଁ ମା’ମହାଲକ୍ଷ୍ମୀଙ୍କର ଉପାସନା କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ପରିବାରରେ ସୁଖ, ଶାନ୍ତି ରହିବ, ମଧ୍ୟାହ୍ନ ପରେ ନିଜକୁ ସୁସ୍ଥ ଅନୁଭବ କରିବେ

ଆର୍ଦ୍ରା ନକ୍ଷତ୍ର – କୌଣସି କୋର୍ଟ, କଚେରୀ ମାମଲାରେ ପଡନ୍ତୁ ନାହିଁ

ପୁନର୍ବସୁ ନକ୍ଷତ୍ର – ଅଧିକ ଲାଭ ପାଇଁ କୌଣସି ଖରାପ କାର୍ଯ୍ୟ କରନ୍ତୁ ନାହିଁ, ବିପଦ ରହିଛି

ଶୁଭତ୍ୱ ପାଇଁ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ସନ୍ତାନ ସମ୍ବନ୍ଧିତ ଶୁଭ ଖବର ପାଇବେ, ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ

ପୁଷ୍ୟା ନକ୍ଷତ୍ର – ଭାଇ,ଭଉଣୀଙ୍କ ସହ ସହଯୋଗ ପାଇବେ, କୌଣସି ଧାତୁ ସମ୍ବନ୍ଧୀୟ ବ୍ୟବସାୟରେ ଉନ୍ନତି କରିବେ

ଅଶ୍ଲେଷା ନକ୍ଷତ୍ର – ଗୁରୁଜନମାନଙ୍କର ଆଶୀର୍ବାଦ ଲାଭ କରିବେ,କୌଣସି ସାମାଜିକ କାର୍ଯ୍ୟରେ ଯୋଗଦାନ କରିବାକୁ ପଡିପାରେ

ଚନ୍ଦ୍ର ମହାଗ୍ରହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ସ୍ୱାସ୍ଥ୍ୟରେ ଉନ୍ନତି କରିବେ, ଅଧ୍ୟୟନ କ୍ଷେତ୍ରରେ ଶୁଭଫଳ ପାଇବେ

ପୂର୍ବାଫାଲଗୁନି ନକ୍ଷତ୍ର – କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ସାହାସର ସହ ସାମନା କରନ୍ତୁ

ଉତ୍ତରାଫାଲଗୁନୀ ନକ୍ଷତ୍ର – ଅର୍ଥଲାଭ ସହ ସମସ୍ୟାର ସମାଧାନ ହୋଇଯିବ,ବୁଦ୍ଧି ଦ୍ୱାରା କାମ ହାସଲ କରନ୍ତୁ

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଆକସ୍ମିକ ଭାବରେ ଅର୍ଥ ଖର୍ଚ୍ଚ ହୋଇପାରେ, ମନୋରଞ୍ଜନରେ ସମୟ କାଟିବେ

ହସ୍ତା ନକ୍ଷତ୍ର – ଜମିଜମାକୁ ନେଇ ଶତ୍ରୁତା ଦେଖାଯିବ,ଉପରିସ୍ଥ କର୍ମଚାରୀଙ୍କ ସହ ଝଗଡା ଲାଗିପାରେ

ଚିତ୍ରା ନକ୍ଷତ୍ର – ଶାରିରୀକ କଷ୍ଟ ପାଇବେ, ପାରିବାରିକ ମନୋମାଳିନ୍ୟ ଦେଖା ଦେଇପାରେ

ବୁଧଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି,ଆତ୍ମବିଶ୍ୱାସର ସହ କାର୍ଯ୍ୟରେ ସଫଳତା

ସ୍ୱାତୀ ନକ୍ଷତ୍ର – ଗୃହସ୍ଥ ଜୀବନରେ ସୁଖ ଓ ଶାନ୍ତି ରହିବ, ଶାରିରୀକ ସ୍ୱାସ୍ଥ୍ୟ ଭଲ ରହିବ

ବିଶାଖା ନକ୍ଷତ୍ର – ବାଦବିବାଦ କରନ୍ତୁ ନାହିଁ, କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ମୁଖ୍ୟ ରୋଜଗାରକୁ ବାଦ୍ ଦେଇ ଅନ୍ୟ ପନ୍ଥାରୁ ରୋଜଗାର ପାଇଁ ଯୋଜନା କରନ୍ତୁ

ଅନୁରାଧା ନକ୍ଷତ୍ର – ଅବିବାହିତମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ

ଜ୍ୟେଷ୍ଠା ନକ୍ଷତ୍ର – ଦୂର ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିପାରେ

ମିଠା ଖାଇ ଦିନ ଆରମ୍ଭ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – ସଂପର୍କୀୟମାନଙ୍କର କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ

ପୂର୍ବଷାଢା ନକ୍ଷତ୍ର – ପରିବାର ପାଇଁ ସମସ୍ୟା ହୋଇପାରେ

ଉତ୍ତରାଷାଢା ନକ୍ଷତ୍ର – ପିଲାମାନଙ୍କ ପାଇଁ ଅପମାନିତ ହେବେ, କର୍ମକ୍ଷେତ୍ରରେ ବି ଠିକ୍  ରହିବ ନାହିଁ

ଗୁରୁଜନମାନଙ୍କର ଆଶିର୍ବାଦ୍ ନେଇ ଦିନ ଆରମ୍ଭ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ପୈତୃକ ସଂପତ୍ତିକୁ ନେଇ ବାଦବିବାଦ ଦେଖାଦେଇପାରେ

ଶ୍ରବଣା ନକ୍ଷତ୍ର – କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି

ଧନିଷ୍ଠା ନକ୍ଷତ୍ର – ସ୍ତ୍ରୀ’ଙ୍କ ସହ ମତାନ୍ତର ହୋଇପାରେ

ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଅନ୍ୟମନସ୍କ ଯୋଗୁ କର୍ମକ୍ଷେତ୍ରରେ ବ୍ୟତିକ୍ରମ ହୋଇପାରେ

ଶତଭିଷା ନକ୍ଷତ୍ର – ସାଧାରଣ ଘଟଣାକୁ ନେଇ ମନ ଖରାପ ରହିବ, ଧର୍ଯ୍ୟହରା ହୁଅନ୍ତୁ ନାହିଁ

ପୂର୍ବଭାଦ୍ର ନକ୍ଷତ୍ର – ପ୍ରତି କ୍ଷେତ୍ରରେ ସତର୍କ ହୋଇ ଚଳନ୍ତୁ, ଆକସ୍ମିକ ଭାବରେ କଳହ ହେବାର ସମ୍ଭାବନା

ଛୋଟପିଲାଙ୍କୁ ଖାଇବାକୁ ଦିଅନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ସନ୍ତାନ ଯୋଗୁ କୌଣସି ସମସ୍ୟାର ସସମ୍ମୁଖୀନ ହୋଇପାରନ୍ତି

ଉତ୍ତରଭାଦ୍ର ନକ୍ଷତ୍ର- କାହାରି ବିବାଦରେ ମୁଣ୍ଡ ଖେଳାନ୍ତୁ ନାହିଁ

ରେବତୀ ନକ୍ଷତ୍ର – ମିଥ୍ୟା ଅଭିଯୋଗ କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି

ଅସହାୟକୁ ସାହାଯ୍ୟ କରନ୍ତୁ

 

ଜ୍ୟୋତିର୍ବିଦ୍- ଇଂ ଦୀପକ ଆଚାର୍ଯ୍ୟ

ଯୋଗାଯୋଗ-9238397100

ନାରାୟଣଙ୍କ ଘର ବାହୁଡ଼ା: ଯାଇଥିଲେ ଏକା, ବିଜେପି କର୍ମୀଙ୍କୁ ନେଇ ଫେରିଲେ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)କୁ ଚକ୍‌ମା‌ ଦେବାକୁ ଯାଇ ମାଟି କାମୁଡିଛି ଭାରତୀୟ ଜନତା ପାର୍ଟି(ବିଜେପି) । ଉପ ନିର୍ବାଚନ ପୂର୍ବରୁ ବାଲେଶ୍ୱର ସଦରରେ ବଢୁଛି ବିଜେଡିର ବଳ । ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ ବିଜେଡିକୁ ଫେରିଛନ୍ତି । ବାଲେଶ୍ୱର ସଦର ଉପ ନିର୍ବାଚନର ଦାୟିତ୍ୱରେ ଥିବା ବିଜେଡି ବିଧାୟକ ପ୍ରତାପ ଦେବ ଓ ବିଜେଡି ସଂଗଠନର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଉପସ୍ଥିତିରେ ଦଳକୁ ଫେରିଛନ୍ତି ନାରାୟଣ ପ୍ରଧାନ । ନାରାୟଣଙ୍କ ସମେତ ଅନେକ ବିଜେପି କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଗତ ୭ ତାରିଖରେ ବିଜେପିରେ ସାମିଲ ହୋଇଥିଲେ ନାରାୟଣ । ବିଭିନ୍ନ ପ୍ରକାର ଆଶା ଦେଖାଇ ନାରାୟଣଙ୍କୁ ନିଜ ଦଳରେ ସାମିଲ କରିଥିଲା ବିଜେପି । କିନ୍ତୁ ଦୁଇ ଦିନ ଭିତରେ ଆଶା ଏବଂ ପ୍ରତିଶ୍ରୁତି ନେଇ ବାସ୍ତବତା ଜଣା ପଡିବା ପରେ, ମୁଁ ପୁଣି ଥରେ ଘରକୁ ଫେରିଆସିଛି ଏବଂ ଆଗମୀ ଉପ ନିର୍ବାଚନରେ ଦଳ ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି ନାରାୟଣ ପ୍ରଧାନ ।

ଉପ-ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ: ଘରେ ବସି ବି ଦେଇ ହେବ ଭୋଟ

ସାରୁଆ ଜମି କେଳେଙ୍କାରୀ ପ୍ରସଙ୍ଗ: ଶନିବାର ବି ଜାରି ରହିବ ତଦନ୍ତ

0

ଭୁବନେଶ୍ୱର, ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଏବଂ ତାଙ୍କ ପରିବାର ପାଇଁ ଅଡୁଆ ବଢିବାରେ ଲାଗିଛି । ସାରୁଆ ଜମି କେଳେହଙ୍କାରୀକୁ ନେଇ ପ୍ରଶାସନର ତନାଘନା ଜାରି ରହିଛି । ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ୫ ଜଣିଆ ଟିମ ଶୁକ୍ରବାର ପଟିଆସ୍ଥିତ ଓଟିଭି ଅଫିସରେ କାଗଜପତ୍ର ତନଖି କରିଥିଲେ । ଏହିପରି ଭାବେ ୭ ଘଣ୍ଟାକାଳ ତନାଘନା ଜାରି ରହିଥିଲା । ଆସନ୍ତା କାଲି ଅର୍ଥାତ ଶନିବାର ମଧ୍ୟ ଏହି ତଦନ୍ତ ଜାରି ରହିବ । ସାରୁଆ ଅଞ୍ଚଳରେ ଗ୍ରାମବାସୀମାନେ ଦେଇଥିବା ୨ ଏତଲାକୁ ଆଧାର କରି ଏହି ତଦନ୍ତ କରାଯାଇଥିବା ଜଣାପଡିଛି । ବାଘମାରୀ ଥାନାରେସ୍ଥାନୀୟ ଲୋକ ଓଟିଭି ଏମଡିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ ।ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି ।

 

 

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: IOCL ବୈଷୟିକ ଟିମ୍ ପରେ ଏବେ ତଦନ୍ତ କରୁଛି ଫରେନସିକ୍ ଟିମ୍ ଓ ପୋଲିସ

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ କମିଶନ୍‌ରେଟ୍‌ ପୋଲିସର ତଦନ୍ତ ଜାରି । ଫରେନ୍‌ସିକ୍‌ ଟିମ୍‌ ଓ କ୍ୟାପିଟାଲ ଥାନା ପକ୍ଷରୁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି । ପୂର୍ବରୁ ଆଇଓସିଏଲ ପକ୍ଷରୁ ଆସିଥିବା ସ୍ୱତନ୍ତ୍ର ବୈଷୟିକ ଟିମ୍‌ ତଦନ୍ତ କରିଥିଲେ  । ତଦନ୍ତ ରିପୋର୍ଟ ଆଜି କମିଶନରେଟ ପୋଲିସକୁ ପ୍ରଦାନ କରିବା ସମ୍ଭାବନା ରହିଛି। ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ବିସ୍ଫୋରଣ ସମୟରେ ସେଠାରେ କାର୍ଯ୍ୟରତ ସୀମାଞ୍ଚଳ ପରିଡ଼ା ନିଖୋଜ ଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତାହାର ତଦନ୍ତ କମିଶନରେଟ ପୋଲିସ କରୁଥିଲେ ମଧ୍ୟ ସୀମାଞ୍ଚଳଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ସେପଟେ ପେଟ୍ରୋଲ ପମ୍ପରେ ଗଚ୍ଛିତ ସମସ୍ତ ପେଟ୍ରୋଲିୟମ ଦ୍ରବ୍ୟକୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଗତରାତିରୁ ସମ୍ପୃକ୍ତ ଅଞ୍ଚଳକୁ ବିପଦମୁକ୍ତ ଘୋଷଣା କରାଯିବା ପରେ ରାସ୍ତାରେ ଚଳପ୍ରଚଳ ସ୍ୱାଭାବିକ ହୋଇଛି।

ହାଥରସ୍‌ ଗଣଦୁଷ୍କର୍ମ ଘଟଣା: ୪୦ ଗ୍ରାମବାସୀଙ୍କୁ ଜେରା କଲା ଏସ୍‌ଆଇଟି

ଉତ୍ତର ପ୍ରଦେଶ: ହାଥରସ ଗଣଦୁଷ୍କର୍ମ ଘଟଣାରେ ଗ୍ରାମବାସୀଙ୍କୁ ଜେରା କରିଛି ଏସ୍‌ଆଇଟି । ଗୁରୁବାର ୪୦ ଜଣଙ୍କୁ ହାଜର ହେବାକୁ ଏସଆଇଟି ନୋଟିସ୍‌ ଦେଇଥିଲା । ଯେଉଁମାନେ ଅନ୍ତ୍ୟେଷ୍ଟି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଶୁକ୍ରବାର ଜଣ ଜଣ କରି ସମସ୍ତଙ୍କୁ ଜେରା କରିଛି ଟିମ୍‌ ।

ସପଟେ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ଉତ୍ତର ପ୍ରଦେଶ DIG । ପରିବାର ଲୋକଙ୍କୁ ଭେଟିବା ସହ ସେମାନଙ୍କ ସୁରକ୍ଷା ଓ ଭଲମନ୍ଦ ବିଷୟରେ ପଚାରି ବୁଝିଛନ୍ତି DIG ଶଲଭ ମାଥୁର । ତେବେ ପୀଡିତାଙ୍କ ପରିବାର ପକ୍ଷରୁ ସୁରକ୍ଷା ପ୍ରସଙ୍ଗରେ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଆବେଦନରେ ପରିବାର ଲୋକେ ଦର୍ଶାଇଥିଲେ ଯେ, ସେମାନେ ଘରେ ଥିଲେ ସୁଦ୍ଧା ତାଙ୍କୁ ଜେଲ ପରି ଲାଗୁଛି । ପୋଲିସ ପ୍ରତି କ୍ଷେତ୍ରରେ ପ୍ରତିବନ୍ଧକ ଲଗାଉଛି । ତେଣୁ ତାଙ୍କୁ ଅନ୍ୟମାନଙ୍କ ସହ ମିଶିବାର ସୁଯୋଗ ମିଳିପାରୁ ନାହିଁ । ପରିବାର ଲୋକଙ୍କୁ ଅନ୍ୟ ଲୋକଙ୍କ ସହ ମିଶିବା ପାଇଁ ସୁଯୋଗ ଦେବା ସହ ସୁରକ୍ଷା ବ୍ୟବସ୍ଥାରେ ସାମାନ୍ୟ କୋହଳ କରାଯାଉ ବୋଲି ପରିବାର ଲୋକ ଦାବି କରିଥିଲେ ।

Hathras

ଅନ୍ୟପଟେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କ ପରିବାର ଲୋକେ । ଘଟଣା ଦିନ ସେମାନଙ୍କ ମଧ୍ୟରୁ କିଏ ଗାଁରେ ନଥିଲେ ତ ଆଉ କିଏ ଘରେ ଥିଲେ ବୋଲି କହିଛନ୍ତି ଅଭିଯୁକ୍ତଙ୍କ ପରିବାର ସଦସ୍ୟ ।

ତେବେ ଗଣଦୁଷ୍କର୍ମ ଘଟଣାରେ ହାଥରସ୍‌ରେ ଦଙ୍ଗା ସୃଷ୍ଟି ହୋଇଥିଲା । ଏହି ଦଙ୍ଗା ପାଇଁ ବିଦେଶୀ ପୁଞ୍ଜି ଲାଗିଥିବା ଆଶଙ୍କା କରାଯାଉଛି । ତେଣୁ ଏହି ବିଦେଶୀ ପୁଞ୍ଜି କେଉଁଠୁ ଆସିଲା ସେନେଇ ତଦନ୍ତକୁ ଜୋରଦାର କରାଯାଉଛି ।

ମନ୍ଦିର ବେଢ଼ାରେ କୁକୁର ବୁଲାଇ ଅଡ଼ୁଆରେ ମାଲିକ: ମାମଲା ରୁଜୁ କଲା ପୋଲିସ

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ବଣିଆ ସାହି ସ୍ଥିତ ବକ୍ରେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ନିଜ ପୋଷା କୁକୁରକୁ ବୁଲାଇ ହରଡ଼ଘଣାରେ ପଡ଼ିଛନ୍ତି ତୋଫାନ ସାମନ୍ତରାୟ । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଓୟୁପି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ ।

https://www.facebook.com/695860203766120/posts/3633544566664321/

            ସୂଚନା ଯୋଗ୍ୟ ଯେ, ତୋଫାନ ସାମନ୍ତରାୟ ସକାଳୁ ସକାଳୁ ନିଜ ପୋଷା କୁକରକୁ ମନ୍ଦିର ପ୍ରାଙ୍ଗଣରେ ବୁଲାଉଥିବା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଯେଉଁଥିରେ ବ୍ୟକ୍ତି ଜଣଙ୍କ ଗାମୁଛା ପିନ୍ଧି କଳା ରଙ୍ଗର ପୋଷା କୁକୁରକୁ ମଳ ତ୍ୟାଗ କରାଇବା ପାଇଁ ମନ୍ଦିର ବେଢ଼ାକୁ ଆଣିଥିବା ଜଣାପଡ଼ୁଥିଲା । ମୋବାଇଲରୁ ମୋବାଇଲକୁ ଏହି ଫଟୋ ଘୁରିବୁଲିଥିଲେ । ଲୋକେ ଏହି ଫଟୋକୁ ନିଜ ଫେସବୁକ୍ ଓ ଅନ୍ୟ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବା ସହ ଘଟଣାକୁ ନିନ୍ଦା କରିଥିଲା । ଏହି ଫଟୋଟି କମିଶନରେଟ୍ ପୋଲିସର ମଧ୍ୟ ନଜରକୁ ଆସିଥିଲା । ଏହା ପରେ ପୋଲିସ କମିଶନ ଡ.ସୁଧାଂଶୁ ଷଡ଼ଙ୍ଗୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବଂ ପୋଲିସ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ମାମଲା ରୁଜୁ କରିଛି ପୋଲିସ । ଏ ନେଇ ସୋସିଆଲ୍ ମିଡିଆ ଯୋଗେ ପୋଲିସ ପକ୍ଷରୁ ସୂଚିତ କରାଯାଇଛି  । ଏଥିସହିତ ପୋଷା ଜୀବଜନ୍ତୁଙ୍କୁ ବୁଲାଇଲା ବେଳେ ଦାୟିତ୍ୱବାନ ହେବାକୁ ପରାମର୍ଶ ଦେଇଛନ୍ତି ପୋଲିସ ।

ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗ, ଆର୍ମି କଷ୍ଟଡିକୁ ଗଲେ ମେଜର

ଭୁବନେଶ୍ୱର: ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ ସେନା ବାହିନୀର ବରିଷ୍ଠ ଅଧିକାରୀ । ଏହି ମାମଲାରେ ମେଜର୍ ସୌମ୍ୟ ରଞ୍ଜନ ମିଶ୍ରଙ୍କୁ ଗିରଫ୍ କରିଥିଲା ପୋଲିସ୍ । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା କୋର୍ଟ । ଜାମିନ ନାମୁଞ୍ଜର ହେବାରୁ ତାଙ୍କୁ ଆର୍ମି କଷ୍ଟଡିକୁ ପଠା ଯାଇଛି ।

ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା କୋର୍ଟ । ଆଉ କୋର୍ଟରେ ଉପସ୍ଥିତ ଥିଲେ ମାନ୍ୟବର ବିଚାରପତି । ଅଭିଯୁକ୍ତ, ପୀଡିତା ଓ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟ ପକ୍ଷଙ୍କ ଓକିଲ ରଖୁଥିଲେ ଯୁକ୍ତି । ରାତି ଯେତେ ବଢୁଥିଲା ଭାରତୀୟ ଆଇନକୁ ନେଇ ବିତର୍କ ସେତିକି ଶାଣିତ ହେଉଥିଲା । ରାତି ୮.୩୦ରୁ ଆରମ୍ଭ ହୋଇଥିବା ଶୁଣାଣି ରାତି ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଶେଷରେ ଅଭିଯୁକ୍ତ ମେଜରଙ୍କୁ ବିଚାର ବିଭାଗୀୟ ହାଜତ ବଦଳରେ ଆର୍ମି କଷ୍ଟଡିକୁ ପଠାଇଲେ କୋର୍ଟ । ଦିଲ୍ଲୀରେ ଅବସ୍ଥାପିତ ବିହାର ରେଜିମେଣ୍ଟର ମେଜର ସୌମ୍ୟ ରଞ୍ଜନ ମିଶ୍ର । ପତ୍ନୀଙ୍କ ଅଭିଯୋଗ, ଯୌତୁକ ପାଇଁ ମେଜର ସୌମ୍ୟ ଓ ତାଙ୍କ ପରିବାର ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ।

ସୌମ୍ୟରଞ୍ଜନ ୨୦୧୩ ମେ ମାସରେ ବୈଦିକ ରୀତିନୀତିରେ ତେଜସ୍ୱିନୀ ମହାପାତ୍ରଙ୍କୁ ବିବାହ କରିଥିଲେ । ହେଲେ ଖୁସିର ସଂସାର ଆରମ୍ଭ ହେବା ପୂର୍ବରୁ ଯୌତୁକ ରାକ୍ଷାସ ପଶି ଆସିଥିଲା । ନିର୍ଯାତନା ଅସହ୍ୟ ହେବାରୁ କିଛି ମାସ ତଳେ ମହିଳା ଥାନାରେ ଅଭିଯୋଗ କରିଥିଲେ ପତ୍ନୀ ତେଜସ୍ୱିନୀ । ଗୁରୁବାର ମେଜର ସୌମ୍ୟଙ୍କୁ ଗିରଫ କରିଥିଲା ପୋଲିସ୍ । ତେବେ ଜାମିନ୍ ନାମଞ୍ଜୁର କରିବା ସହ ଅଭିଯୁକ୍ତଙ୍କୁ ଆର୍ମି କଷ୍ଟଡିଙ୍କୁ ପଠାଇଥିଲେ କୋର୍ଟ । ସେନାର ଶୃଙ୍ଖଳିତ ଅନୁଶାସନ ଓ କଠୋର କଟକଣା ଭିତରେ ମେଜର ସୌମ୍ୟ କିଭଳି ହେଲେ ବିଶୃଙ୍ଖଳିତ ? ଏ ଚର୍ଚ୍ଚା ଏବେ ସମସ୍ତଙ୍କ ମୁହଁରେ ।

ହସ୍ତତନ୍ତ କାରିଗର ଓ ବୁଣାକାରଙ୍କୁ ଆର୍ଥିକ ସହାୟତା ପାଇଁ ରାଜ୍ୟ ସଭା ଏମପି ଅମର ପଟ୍ଟନାୟକଙ୍କ ଚିଠି

ଭୁବନେଶ୍ୱର: କରୋନା କେବଳ ଦେଶର କୃଷି ଏବଂ ଶିଳ୍ପ ଅର୍ଥନୀତିକୁ ପ୍ରଭାବିତ କରିନାହିଁ । ହସ୍ତତନ୍ତ ଉପରେ ମଧ୍ୟ ଏହାର କୁ ପ୍ରଭାବ ପଡିଛି । ନିକଟରେ ଚତୁର୍ଥ ସର୍ବଭାରତୀୟ ହସ୍ତତନ୍ତ ଜନଗଣନା(୨୦୧୯-୨୦) ଅନୁଯାୟୀ ୩୧.୪୫ ଲକ୍ଷ ପରିବାର ଏହି ହସ୍ତତନ୍ତ ଉପରେ ନିର୍ଭରଶୀଳ । କୃଷି ପରେ ସର୍ବାଧିକ ଏହି କ୍ଷେତ୍ରରେ ଲୋକ ରୋଜଗାର ଉପାର୍ଜନ କରିଥାଆନ୍ତି । ମାତ୍ର ଚିନ୍ତା ଜନକ ବିଷୟ ଏହି କି ଯେ, ଏହି ହସ୍ତତନ୍ତରୁ ମାସିକ ପ୍ରାୟ ୫୦୦୦ରୁ କମ୍ ଟଙ୍କା ରୋଜଗାର ହେଉଛି । କରୋନା ମାଡ ଏହାକୁ ଆହୁରି ପ୍ରଭାବିତ କରିଛି ।

ସାରା ଦେଶର ବିଶେଷ କରି ଓଡ଼ିଶାରେ ହସ୍ତତନ୍ତ କାରିଗରଙ୍କ ଅର୍ଥନୈତିକ ଜୀବନକୁ ଦୃଷ୍ଟିରେ ରଖି ବିଜେଡି ରାଜ୍ୟ ସଭା ଏମପି ଅମର ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ହସ୍ତତନ୍ତ ମନ୍ତ୍ରୀ ସ୍ମୃତି ଇରାନୀ ଦୃଷ୍ଟି ଆକର୍ଷଣ କରିବା ସହ କାରିଗରଙ୍କୁ ସହାୟତା ପାଇଁ ଅମର ଉଲ୍ଲେଖ କରିଛନ୍ତି । ନିକଟରେ ୟୁଏନଡିପି ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ପ୍ରାୟ ୭୧,୦୬୦ ହସ୍ତତନ୍ତ କାରିଗର ଏବଂ ୪୭,୨୦୮ ବୁଣାକାର ଫନୀ ଦ୍ୱାରା ବହୁଳ ପ୍ରଭାବିତ ହୋଇଛନ୍ତି ।

କୃଷକମାନଙ୍କ ସହାୟତା ପାଇଁ ଯେପରି ରାଜ୍ୟ ସରକାର କାଳିଆ ଯୋଜନା ଏବଂ କେନ୍ଦ୍ର ସରକାର ପିଏମ କିଷାନ ଯୋଜନାର ଆରମ୍ଭ କରାଯାଇଛି । ଅନୁରୂପ ଭାବେ ହସ୍ତତନ୍ତ କାରିଗର ଏବଂ ବୁଣାକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ କିଛି ଯୋଜନା କରାଯାଉ ବୋଲି ଅମର ପଟ୍ଟନାୟକ ଦାବି କରିଛନ୍ତି । ସେହିପରି ଅନ୍ୟ ଏକ ଚିଠି ମାଧ୍ୟମରେ ଅମର ପଟ୍ଟନାୟକ ଓଡ଼ିଶାର ଅନୁନ୍ନତ ଅଞ୍ଚଳରେ ଅଧିକ ସଂଖ୍ୟକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ଅମର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରୀୱାଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଉପ-ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ: ଘରେ ବସି ବି ଦେଇ ହେବ ଭୋଟ

ଭୁବନେଶ୍ୱର: ପ୍ରକାଶ ପାଇଲା ତିର୍ତ୍ତୋଲ ଓ ବାଲେଶ୍ଵର ଉପନିର୍ବାଚନ ପାଇଁ ବିଜ୍ଞପ୍ତି । କୋଭିଡ କଟକଣା ଭିତରେ ନିର୍ବାଚନ କରିବା ବଡ଼ ଚ୍ୟାଲେଞ୍ଜ । ତେବେ ପୂର୍ବରୁ ହେଉଥିବା ନିର୍ବାଚନଠାରୁ ଏହା ଭିନ୍ନ ହେବାକୁ ଯାଉଛି । ସାମାଜିକ ଦୂରତା ସହ ମତଦାନ କରିବାକୁ ଏଥର ବୁଥ୍ ସଂଖ୍ୟା ବଢାଯାଇଛି । ଏପରିକି ଘରେ ବସି ବି ପୋଷ୍ଟାଲ ବାଲଟ ଜରିଆରେ ନିର୍ବାଚନ ପୂର୍ବରୁ ଦେଇ ହେବ ଭୋଟ । ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦୁଇ ଦିନ ଭିତରେ ସମସ୍ତ ରାଜନୈତିକ ଦଳ ଚୂଡ଼ାନ୍ତ କରିବେ ପ୍ରାର୍ଥୀ ତାଲିକା ।

କୋଭିଡ ନିୟମ ଭିତରେ ପ୍ରଥମ ଥର ପାଇଁ ନିର୍ବାଚନ ପରିଚାଳନା ହେବାକୁ ଯାଉଛି । ସାମାଜିକ ଦୂରତର ରକ୍ଷା କରିବାକୁ ୪୦ରୁ ୫୦ ପ୍ରତିଶତ ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଆଜିଠାରୁ ବୁଥ୍ ଲେବଲ ଓ୍ୱାର୍କର ପୋଷ୍ଟାଲ ବାଲଟ୍ ପାଇଁ ଘର ଘର ବୁଲିବେ ।  ଚିହ୍ନଟ ହୋଇଥିବା ୮୦ ବର୍ଷରୁ ଅଧିକ ଲୋକ ଭିନ୍ନକ୍ଷମ ଓ କୋଭିଡ୍ ରୋଗୀଙ୍କୁ ୧୨ଡି ଫର୍ମ ଦିଆଯିବ। ପୋଷ୍ଟାଲ ବାଲଟ ପାଇଁ ଇଛୁକମାନେ ସେହି ଫର୍ମ ଭରିବେ । ୧୪ ତାରିଖ ଭିତରେ ଏହି ପ୍ରକ୍ରିୟା ସରିବ। ୨୧ ତାରିଖ ପରେ ୮ ଦିନ ଯାଏ ଘର ଘର ବୁଲି ସ୍ୱତନ୍ତ୍ର ଟିମ୍ ପୋଷ୍ଟାଲ ବାଲଟ ଦ୍ୱାରା ଭୋଟିଂ କରାଇବେ। ଦୁଇଟି ଏନଭଲପରେ ଏହାକୁ ସିଲ୍ କରାଯିବ । ପୋଲିସ ଉପସ୍ଥିତିରେ ପୂରା ପ୍ରକ୍ରିୟାର ଭିଡ଼ିଓ ରେକର୍ଡିଂ କରାଯିବ । ଭୋଟ୍ ପୂର୍ବରୁ ପୋଷ୍ଟାଲ ବାଲଟରେ ଭୋଟିଂ ସରିବ ।

କୋଭିଡ ନିୟମରେ ମଧ୍ୟରେ କିଛି ଏଭଳି ହେବ ଉପନିର୍ବାଚନ

ନାମାଙ୍କନ ପାଇଁ ପ୍ରାର୍ଥୀଙ୍କ ସହ 2 ଜଣ ଓ ଦୁଇଟି ଗାଡ଼ି ଯିବ

 ଡୋର କ୍ୟାମ୍ପନିଂ ପ୍ରାର୍ଥୀ ସହ ୫ ଜଣ ଯିବେ, ସୁରକ୍ଷାକର୍ମୀ ଥିଲେ ୬ଜଣ ଯାଇ ପାରିବେ

 ଜିଲ୍ଲା ନିର୍ବାଚନ ଅଧିକାରୀ ସଭା ସ୍ଥଳ ଚିହ୍ନଟ କରିବେ

 ଦଳମତ ନିର୍ବିଶେଷରେ ରାଜନୈତିକ ଦଳ ଚିହ୍ନଟ ସ୍ଥାନରେ ସଭା କରିବେ

ଅପରପକ୍ଷରେ ଦୁଇ ଦିନ ଭିତରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ଚଳିତ ଥର ନୂତନ ଚେହେରାଙ୍କୁ ଦଳ ସୁଯୋଗ ଦେଇପାରେ । ସେହିପରି ବିଜେପି ମଧ୍ୟ ଦୁଇ ଦିନ ଭିତରେ ପ୍ରାର୍ଥୀ ଚୂଡ଼ାନ୍ତ କରିବ । ପ୍ରତି ନିର୍ବାଚନମଣ୍ଡଳୀରୁ ତିନୋଟି ପ୍ରାର୍ଥୀଙ୍କ ନାଁ ଯାଇଛି । ବିଜେଡି ମଧ୍ୟ ଦୁଇ ଦିନ ଭିତରେ ଚିତ୍ର ସ୍ପଷ୍ଟ କରିବ । ମତଦାନ କେନ୍ଦ୍ରରେ ପ୍ରାର୍ଥୀଙ୍କ ଥର୍ମାଲ ସ୍କାନିଂ କରାଯିବ । ତାପମାତ୍ରା ଅଧିକ ଥିବା ଭୋଟରଙ୍କୁ ଏକ ଟୋକନ ଦିଆଯାଇ ଶେଷ ଏକ ଘଣ୍ଟାରେ ଭୋଟିଂ ପାଇଁ ସୁଯୋଗ ମିଳିବ। ମତଦାନ କେନ୍ଦ୍ରରେ ପ୍ରାର୍ଥୀଙ୍କ ଥର୍ମାଲ ସ୍କାନିଂ କରାଯିବ । ତାପମାତ୍ରା ଅଧିକ ଥିବା ଭୋଟରଙ୍କୁ ଏକ ଟୋକନ ଦିଆଯାଇ ଶେଷ ଏକ ଘଣ୍ଟାରେ ଭୋଟିଂ ପାଇଁ ସୁଯୋଗ ମିଳିବ।

ସାରୁଅ ଜମି କେଳେଙ୍କାରୀରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ, ପୁରୁଣା କର୍ମଚାରୀଙ୍କ ଦସ୍ତଖତ ଚୋରି ଅଭିଯୋଗ

ଖୋର୍ଦ୍ଧା: ଆପଣ ଓଟିଭି ନେଟୱର୍କ କି ଅରଟେଲରେ ଚାକିରୀ କରୁଥିଲେ କି ? ଆପଣଙ୍କ ଘର ଖୋର୍ଦ୍ଧା ସାରୁଅ ଅଂଚଳରେ କି ? ସାବଧାନ । ଆପଣଙ୍କ ଜମି ବି ହୋଇ ପାରେ ହଡ଼ପ୍ । କାରଣ ଚାକିରି ଦେଇ ଚଂଚକତା କରି ଜଣେ କର୍ମଚାରୀଙ୍କ ଜମି ଶାଗମାଛ ଦରରେ ଛଡ଼ାଇ ନେଇଛନ୍ତି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ଏଭଳି କଥା ସାମ୍ନାକୁ ଆସିଛି, ଯେତେବେଳେ ସ୍ଥାନୀୟ ଅନୁସୂଚିତ ଜାତିର ହାଲୁରୀ ପାହଡ଼ ସିଂ ଓ ରବୀନ୍ଦ୍ର ସେଠୀ ପ୍ରଶାସନ ପାଖରେ ଫେରାଦ୍ ହୋଇଛନ୍ତି ।

ସାରୁଅ ସ୍କାମ୍ ପଦାକୁ ଆସିବା ପରେ ଖୋଲୁଛି ଷଡ଼ଯନ୍ତ୍ରର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ । ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଓଟିଭି ନିର୍ମାଣ କରିଛି ନିଜର ସାମ୍ରାଜ୍ୟ । ନୀରିହ ଚାଷୀଙ୍କ ଜମି ହଡପ କରି ଓଟିଭି ଗଢିଛି ଷ୍ଟୁଡିଓ । ଏତିକିରେ ଅରମାନ୍‌ ମେଣ୍ଟିଲାନି ଯେ, ଆହୁରି ଜମି ହାତେଇବା ପାଇଁ ଓଟିଭି ସବୁ ସୀମା ଟପିଯାଇଛି । ଓଟିଭି କର୍ତ୍ତୃପକ୍ଷ ଚକ୍ରାନ୍ତ କରି ସ୍ଥାନୀୟ ଲୋକଙ୍କ ଜମି ହଡପ କରିଥିବା ଅନେକ ଅଭିଯୋଗ ହୋଇଛି । ଏବେ ଆଉ ଏକ ନୂଆ ଚକ୍ରାନ୍ତର ପର୍ଦ୍ଦାଫାସ ହୋଇଛି ।

ଅନୁସୂଚିତ ଜାତିର ଚାଷୀଙ୍କ ଜମିକୁ କଳେବଳେ କୌଶଳେ କରିଛନ୍ତି ଅକ୍ତିଆର । ଚଞ୍ଚକତା କରି ନିଜ ଅନସୂଚିତ ଜାତି କର୍ମଚାରୀଙ୍କ ଦ୍ୱାରା ଜମି କିଣାଇ ସେ ଜମିକୁ ବି ମାରି ନେଲେ ଜଗି ମଙ୍ଗତ ପଣ୍ଡା । ଜମି ହଡପ ନେଇ ଅଭିଯୋଗ କରିଥିବା ରବୀନ୍ଦ୍ର କୁମାର ସେଠୀ ସ୍କାଏଭିୟୁରେ ଡ୍ରାଇଭର ଭାବେ ନିୟୋଜିତ ଥିଲେ । ସ୍କାଏଭିୟୁ, ଓରଟେଲରେ ପରିବର୍ତ୍ତନ ହେଲାବେଳେ ବିଭୁ ପ୍ରସାଦ ରଥଙ୍କର ଗାଡି ଚଳାଉଥିଲେ ରବୀନ୍ଦ୍ର । ସେହି ସମୟରେ ପୁନଃ ନିଯୁକ୍ତି ପତ୍ରରେ ଦସ୍ତଖତ କଲାବେଳେ କର୍ମଚାରୀଙ୍କ ଅଜାଣତରେ ଜମି ବିକ୍ରି ପାଇଁ ଦସ୍ତଖତ ନେଇଗଲେ ଓରଟେଲ କର୍ତ୍ତୃପକ୍ଷ । ଏବେ ଜମି ହରାଇ ହତାଶ ହୋଇ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇ ଦୁଃଖ ଜଣାଇଛନ୍ତି ରବୀନ୍ଦ୍ର । ରବୀନ୍ଦ୍ରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଓଟିଭି ଭୟରେ ଆଗକୁ ଆସିବା ପାଇଁ ରାଜି ହୋଇନଥିଲେ ।

ସରକାରୀ ନିୟମ ଅନୁଯାୟୀ ଅନୁସୂଚିତ ଜନଜାତି ଓ ଆଦିବାସୀଙ୍କ ଜମିକୁ ଉଚ୍ଚ ବର୍ଗର ଲୋକ କିଣିପାରିବେ ନାହିଁ । କିନ୍ତୁ ସାରୁଅରେ ସବୁ ନିୟମକୁ ଦଳି ମକଚି ଓଟିଭି କର୍ତ୍ତୃପକ୍ଷ ହାତେଇଛି ଅନେକ ଜମି । ସ୍ଥାନୀୟ ଅଞ୍ଚଳର ହାଲୁରୀ ପାହାଡସିଂହଙ୍କ ପୈତୃକ ଜମିକୁ ହାତେଇବା ପାଇଁ ଓଟିଭି ତାଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରିଥିଲା । ହେଲେ ହାଲୁରୀ ରାଜି ହୋଇନଥିଲେ । ତେଣୁ ରବୀନ୍ଦ୍ର ସେଠୀ ନାମକ ଅନୁସୂଚିତ ଜାତି ବ୍ୟକ୍ତିଙ୍କ ଜରିଆରେ ଏହି ଜମିକୁ କିଣି ନେଇଥିଲା ଓଟିଭି ।

ରବୀନ୍ଦ୍ର ଯିଏ ଦିନେ ଅରଟେଲ ଡ୍ରାଇଭର ନିଯୁକ୍ତ ଥିଲେ । ରବୀନ୍ଦ୍ରଙ୍କ ନାଁରେ ଜମି କିଣାଯାଇ ଓଟିଭିକୁ ବିକ୍ରି ହୋଇଥିବା ହାଲୁରୀ ପାହାଡ଼ସିଂ ଅଭିଯୋଗ ଆଣିଛନ୍ତି । ଏବେ ନିଜ ଜମି ଓଟିଭି ହାତକୁ ଚାଲିଗଲା ପରେ ବୁଦ୍ଧି ବଣା ହୋଇଯାଇଛି । ଚକ୍ରାନ୍ତ ହେଲା, ଜମିବି ଗଲା ଏମିତିକି ଜମିର ଅସଲ ମୂଲ୍ୟ ବି ମିଳିଲାନି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି ହାଲୁରୀ ପାହାଡସିଂହ ।